ବେଆଇନ କଳାପଥର ଖନନର ତଦନ୍ତ କରିବ ଭିଜିଲାନ୍ସ

ଯାଜପୁର ଅଫିସ,୧୮ା୪: ଯାଜପୁର ଜିଲା ଧର୍ମଶାଳା ବ୍ଲକର ବିଛାଖଣ୍ଡି ପାହାଡ଼ରେ ଚାଲିଥିବା ବେଆଇନ କଳାପଥର ଖନନର ତଦନ୍ତ ପାଇଁ ଭିଜିଲାନ୍ସକୁ ଲୋକାୟୁକ୍ତ ନିର୍ଦ୍ଦେଶ ଜାରି କରିଛନ୍ତି। ଲୋକାୟୁକ୍ତ ୧୨/୨୦୨୧ ନମ୍ବର ମାମଲା ଉପରେ ଗତ ୧୨ ତାରିଖରେ ଶୁଣାଣି କରି ଲୋକାୟୁକ୍ତ ଅଧ୍ୟକ୍ଷ ଓ ସଭ୍ୟ ଦର୍ଶାଇଛନ୍ତି ଯେ, ବିଛାଖଣ୍ଡି ପାହାଡ଼ ଏବଂ ଜଙ୍ଗଲ ଜମି ଅଞ୍ଚଳର ଅନେକ ସ୍ଥାନରେ ଅବାଧ ଖଣି କାର୍ଯ୍ୟକଳାପ ଚାଲିଛି, ଯାହାକୁ ତୁରନ୍ତ ଧ୍ୟାନ ଦିଆଯିବା ଆବଶ୍ୟକ। ବର୍ତ୍ତମାନ କୌଣସି ସରକାରୀ କର୍ମଚାରୀଙ୍କ ବିରୋଧରେ ପ୍ରତିକୂଳ ମନ୍ତବ୍ୟ ଦେଉନାହୁଁ। ପୂର୍ବରୁ ଯାଜପୁର ଜିଲାପାଳଙ୍କ ଉତ୍ତର ନିଶ୍ଚିତ କରିଛି ଯେ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରୁ କଳାପଥର ଚୋରି, ଚୋରାଚାଲାଣ, ବେଆଇନ ଉତ୍ତୋଳନ ଏବଂ ପରିବହନ କରାଯାଇଛି। ବେଆଇନ କାର୍ଯ୍ୟକଳାପକୁ ରୋକିବା ପାଇଁ ପ୍ରଭାବଶାଳୀ ପଦକ୍ଷେପ ନିଆଯାଉଛି ଏବଂ ଏଥିରେ କୌଣସି ଦୁର୍ନୀତି ନାହିଁ। ଏହି ଉତ୍ତରକୁ ଦୃଷ୍ଟିରେ ରଖି ଲେକାୟୁକ୍ତ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ପ୍ରାଥମିକ ଅନୁସନ୍ଧାନ କରିବାକୁ ନିର୍ଦ୍ଦେଶ ଦେବା ଉଚିତ ବୋଲି ବିବେଚନା କରୁଛୁ। ଏହି ମାମଲାରେ ଆଗକୁ ବଢ଼ିବା ପାଇଁ କୌଣସି ସରକାରୀ କର୍ମଚାରୀ କିମ୍ବା ବ୍ୟକ୍ତିଙ୍କ ବିରୋଧରେ ମାମଲା ଅଛି କି ନାହିଁ ତାହା ଭିଜିଲାନ୍ସ ନିର୍ଦ୍ଦେଶକ ନିଶ୍ଚିତ କରିବେ ଏବଂ ପ୍ରାଥମିକ ଅନୁସନ୍ଧାନର ରିପୋର୍ଟ ୨ ମାସ ମଧ୍ୟରେ ଦାଖଲ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି।

ଗତ ଫେବୃୟାରୀ ୯ରେ ଲୋକାୟୁକ୍ତରେ ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରା ଅଭିଯୋଗ କରିଥିଲେ ଯେ, ବିଛାଖଣ୍ଡି ପାହାଡ଼ରେ ପ୍ରଶାସନ ସହାୟତାରେ ଖଣି ମାଫିଆମାନେ ବିନା ଲିଜ୍‌ରେ ବିପୁଳ ପରିମାଣର ଖଣିଜ ପଥର ଲୁଟ୍‌ କରି ଚାଲିଛନ୍ତି। ଖଣିଜ ପଥର ଲୁଟ୍‌ ଯୋଗୁ ଆଖପାଖ ଅଞ୍ଚଳର ପରିବେଶ ନଷ୍ଟ ସହ ଲୋକଙ୍କ ଜୀବନ ଯାଉଛି। ଏହାଦ୍ୱାରା ସରକାର ବିପୁଳ ପରିମାଣର ରାଜସ୍ବ ହରାଉଛନ୍ତି। ଏଣୁ ବେଆଇନ ଖଣି ଉତ୍ତୋଳନ ବନ୍ଦ କରିବା ସହିତ ଏହି ଖଣି ଚୋରିରେ ସମ୍ପୃକ୍ତ ଅଧିକାରୀ ଓ ଖଣି ମାଫିଆଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଲୋକାଯୁକ୍ତଙ୍କ ନିକଟରେ ଦାବି କରିଥିଲେ। ସୂଚନାଯୋଗ୍ୟ, ଏହି ବେଆଇନ ଖଣି ଉତ୍ତୋଳନ ବିରୋଧରେ ଅଭିଯୋଗ ଯୋଗୁ ତାଙ୍କ ଜୀବନ ପ୍ରତି ବିପଦ ଥିବାର ଅଭିଯୋଗରେ ସେ କହିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ତାଙ୍କୁ ବୋମାମାଡ଼ କରି ହତ୍ୟା କରିବାକୁ ଷଡଯନ୍ତ୍ର ହୋଇଥିଲା।
କଟକ ବନଖଣ୍ଡ ଅନ୍ତର୍ଗତ ଡାଲିଯୋଡ଼ା ରେଞ୍ଜ ଅନ୍ତର୍ଗତ ୪୫ ଏକର ବିଶିଷ୍ଟ ବିଛାଖଣ୍ଡି ଜଙ୍ଗଲ ଜମିକୁ ୧୯୮୪ରୁ ୨୦୦୭ ପର୍ଯ୍ୟନ୍ତ ଅଞ୍ଚଳବାସୀ ସୁରକ୍ଷା ଦେଇ ଆସୁଥିଲେ। ବିଛାଖଣ୍ଡି ପାଇକରାପୁର, ପାଟପୁର, କଲାଣ୍ଡ, ଏଣ୍ଡଲବା, ରଖିଦେଇପୁର, ମାଳ, ରାଇଛନ୍ଦା, କଣ୍ଟାପାଟଣା ପ୍ରଭୃତି ଗ୍ରାମକୁ ନେଇ ବନସୁରକ୍ଷା ସମିତି ଗଠନ କରାଯାଇଥିଲା। ତେବେ ପ୍ରାକୃତିକ ଶୋଭାରେ ଭରପୂର ଏହି ଜଙ୍ଗଲ କିସମ ଜମି ଏବେ ପଥର ମାଫିଆଙ୍କ ଚରାଭୂମି ପାଲଟିଛି। କେତେଜଣ ପ୍ରଭାବଶାଳୀଙ୍କ ପ୍ରୋତ୍ସାହନରେ ଗତ ପ୍ରାୟ ୧୦ ବର୍ଷ ହେବ ବେଆଇନ ଖନନ ଆରମ୍ଭ ହୋଇଛି। ଏନେଇ ସାମାଜିକ କର୍ମୀ ସର୍ବେଶ୍ୱର ବେହୁରା ପୂର୍ବରୁ କଟକ ଡିଏଫ୍‌ଓ, ଯାଜପୁର ଜିଲାପାଳ, ଧର୍ମଶାଳା ତହସିଲଦାର, ଜେନାପୁର ଥାନା ପୋଲିସର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri