କୁମ୍ଭମେଳା ଫେରନ୍ତାଙ୍କ ପାଇଁ ଆର୍‌ଟି-ପିସିଆର୍‌ ବାଧ୍ୟତାମୂଳକ

ଭୁବନେଶ୍ୱର,୧୮ା୪(ବ୍ୟୁରୋ): ଓଡ଼ିଶାରେ କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର କେତେକ କଡ଼ା ସତର୍କତା ଅବଲମ୍ବନ କରୁଛନ୍ତି। ଏହି କ୍ରମରେ ଉତ୍ତରାଖଣ୍ଡ ସରକାରଙ୍କ ଦ୍ୱାରା ପଞ୍ଜୀକୃତ ହୋଇଥିବା ତଥା କୁମ୍ଭମେଳାରୁ ଓଡ଼ିଶା ଫେରୁଥିବା ଲୋକଙ୍କୁ ଆର୍‌ଟି-ପିସିଆର ରିପୋର୍ଟ ଦେଖାଇବାକୁ ବାଧ୍ୟତାମୂଳକ କରାଯାଇଛି। ଯେଉଁମାନେ ଯାଇଛନ୍ତି ସେମାନଙ୍କୁ ଚିହ୍ନଟ କରି ଓଡ଼ିଶା ଆସିବା ପୂର୍ବରୁ ସେଠାରେ ଆର୍‌ଟି-ପିସିଆର ଟେଷ୍ଟ କରାଇବା ଲାଗି ପରାମର୍ଶ ଦେବାକୁ ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା ଶନିବାର ସମସ୍ତ ଜିଲାପାଳ ଏବଂ ମହାନଗର ନିଗମ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୁମ୍ଭମେଳାରେ ଯୋଗ ଦେଇ ଫେରିଥିବା ସମସ୍ତ ଶ୍ରଦ୍ଧାଳୁ ଘରେ କିମ୍ବା ଅସ୍ଥାୟୀ ମେଡିକାଲ ଶିବିର(ଟିଏମ୍‌ସି)ରେ ୧୪ ଦିନ କ୍ୱାରାଣ୍ଟାଇନରେ ରହିବେ। ଏଥିସହିତ ବାଧ୍ୟତାମୂଳକ ଭାବେ ସେମାନଙ୍କ ଆର୍‌ଟି-ପିସିଆର ଟେଷ୍ଟ କରାଯିବ। ଆଶା ଓ ଅଙ୍ଗନଓ୍ବାଡି କର୍ମୀ ସେମାନଙ୍କ ଘର କିମ୍ବା ଟିଏମ୍‌ସିକୁ ନିୟମିତ ଯାଇ ସ୍ବାସ୍ଥାବସ୍ଥା ତଦାରଖ କରିବେ। ଯେଉଁମାନେ କୁମ୍ଭମେଳାକୁ ଯାଇଛନ୍ତି ସେମାନେ ସ୍ବେଚ୍ଛାକୃତ ଭାବେ ନିଜକୁ ଅଲଗା ରଖିବା ସହ ନିଜ ଅଞ୍ଚଳର ବିଡିଓ, ମ୍ୟୁନିସିପାଲିଟି, ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଜଣାଇବାକୁ ଅନୁରୋଧ କରାଯାଇଛି। ଜିଲାପାଳ ଓ ମହାନଗର ନିଗମ କମିଶନରମାନେ ସ୍ବାସ୍ଥ୍ୟ ବିଭାଗ ଓ ଏସ୍‌ଆର୍‌ସି କାର୍ଯ୍ୟାଳୟକୁ ନିୟମିତ ଭାବେ ଜଣାଇବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଣିକି ବିନା ଆଙ୍ଗୁଳି ଛାପରେ ନେଇପାରିବେ ରାଶନ

ଭୁବନେଶ୍ୱର,୧୮ା୭(ବ୍ୟୁରୋ)-ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା (ଏନ୍‌ଏଫ୍‌ଏସ୍‌ଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ସ୍କିମ୍‌ରେ ଖାଦ୍ୟ ସାମଗ୍ରୀ ପାଉଥିବା ହିତାଧିକାରୀମାନେ ଏଣିକି ସେମାନଙ୍କର ରାଶନ କେବଳ କାର୍ଡ...

ଜୀବନ, ଜୀବିକା ସୁରକ୍ଷା ଦାବିରେ ବିକ୍ଷୋଭ

ବାଲେଶ୍ୱର ଅଫିସ, ୨୯।୮-ବାଲେଶ୍ୱର ଫକୀରମୋହନ ଗୋଲେଇରେ କରୋନା ମହାମାରୀ ସମୟରେ ଜୀବନ ଓ ଜୀବିକାର ସୁରକ୍ଷା ଦାବିରେ ଉତ୍କଳ ମହିଳା ସମିତି, ଅଖିଳ ଭାରତ ଗଣତାନ୍ତ୍ରିକ...

ରେକର୍ଡ ଭାଙ୍ଗୁଛି ଦୈନିକ ସଂକ୍ରମଣ: ରାଜ୍ୟରେ ପୁଣି ୧୧,୮୦୫ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧୫।୫(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଦିନକୁ ଦିନ ରାଜ୍ୟରେ କରୋନା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧,୮୦୫ କରୋନା...

ପିଇବା ପାଣି ପାଇଁ ଡହଳବିକଳ ଚିରିକିପଡ଼ାବାସୀ

ବୁଗୁଡ଼ା,୬ା୧୨(ଡି.ଏନ.ଏ.): ଗ୍ରାମାଞ୍ଚଳରେ ଲୋକଙ୍କୁ ପିଇବା ପାଣି ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ସରକାରଙ୍କ ବସୁଧା ଯୋଜନା କାର୍ଯ୍ୟକାରୀ ହେଉଛି। ହେଲେ ରକ୍ଷଣା...

ଶ୍ରୀମନ୍ଦିର ହେବ ଆଲୋକୀକରଣ

ପୁରୀ ଅଫିସ,୧୬।୬: ଶ୍ରୀମନ୍ଦିରକୁ ଆଲୋକୀକରଣ କରାଯିବ। ରଙ୍ଗବେରଙ୍ଗ ଆଲୋକରେ ଶ୍ରୀମନ୍ଦିର ଚୂଡ଼ାରୁ ତଳ ଭାଗ ପର୍ଯ୍ୟନ୍ତ ଝଲସିବ। ଏନେଇ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ଏଏସ୍‌ଆଇ)ର ପାଞ୍ଚଜଣିଆ...

ଭରତପୁର ଜଙ୍ଗଲରେ ହାତୀଛୁଆ ଜନ୍ମ

ଭୁବନେଶ୍ୱର,୩୧।୧୨(ବ୍ୟୁରୋ):ଭୁବନେଶ୍ୱରେ ଚନ୍ଦକା ବନଖଣ୍ଡ ଅନ୍ତର୍ଗତ ଭରତପୁର ସଂରକ୍ଷିତ ଜଙ୍ଗଲରେ ଏକ ହାତୀ ଛୁଆ ଜନ୍ମ ନେଇଛି। ମା’ ହାତୀ ସହ ୧୪ ଟିକିଆ ହାତୀ ପଲ...

ପୁରୀରେ ୧୪୪ ଧାରା

ପୁରୀ ଅଫିସ,୧୪।୫: ଚନ୍ଦନଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ୧୪୪ ଧାରା ଜାରି ହୋଇଛି। ଏ ନେଇ ସୂଚନା ଦେଇଛନ୍ତି ପୁରୀ ଏସ୍‌ପି। ନରେନ୍ଦ୍ର ପୁଷ୍କରିଣୀ ସହ ଶ୍ରୀମନ୍ଦିର...

ଡରାଇଲାଣି ଘାତକ କରୋନା: ଆଡ୍‌ଭାଇଜରି ଜାରି କଲେ ଏସ୍‌ଆର୍‌ସି, ଜାଣନ୍ତୁ କ’ଣ କରିବେ/ନ କରିବେ

ଭୁବନେଶ୍ୱର,୪।୩(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏସ୍‌ଆର୍‌ସିଙ୍କ ପକ୍ଷରୁ ଆଡ୍‌ଭାଇଜରି ଜାରି କରାଯାଇଛି। ତଦନୁଯାୟୀ -କାର୍ଯ୍ୟକ୍ଷେତ୍ରକୁ ସ୍ବଚ୍ଛ, ପରିଷ୍କାର ରଖନ୍ତୁ। -ଡେସ୍କ, ଟେବୁଲ, ଟେଲିଫୋନ, କମ୍ପ୍ୟୁଟର,...

Advertisement
Archives

Model This Week