ସ୍ତ୍ରୀଙ୍କ ପାଇଁ ଜହ୍ନରେ ଜାଗା କିଣିଲେ ସାଜନ୍‌

ଢେଙ୍କାନାଳ ଅଫିସ, ୧୯।୪: ସ୍ତ୍ରୀଙ୍କୁ ଜନ୍ମଦିନରେ ଉପହାର ସ୍ବରୂପ ମିଳିଛି ୫ ଏକର ଜାଗା। ତେବେ ପୃଥିବୀରେ ନୁହେଁ, ବରଂ ଜହ୍ନରେ କିଣାଯାଇଛି ଏହି ଜମି। ଏଭଳି ଏକ ନିଆରା ଉପହାର ଦେଇ ଉଦାହରଣ ସୃଷ୍ଟି କରିଛନ୍ତି ଢେଙ୍କାନାଳ ସହର କାରିଗରସାହି ଅଞ୍ଚଳର ମହମ୍ମଦ ସାଜନ୍‌ (୩୨)।

ମହମ୍ମଦ ସାଜନ୍‌ ପେସାରେ ଜଣେ ସଫ୍ଟଓ୍ବେର ଇଞ୍ଜିନିୟର। ସେ କୁଏତରେ କାର୍ଯ୍ୟ କରୁଥିଲେ। କରୋନା ପାଇଁ ଢେଙ୍କାନାଳ ଫେରି ଆସିଥିବାବେଳେ ଏବେ ଓ୍ବାର୍କ ଫ୍ରମ୍‌ ହୋମ୍‌ କରୁଛନ୍ତି। ଗତବର୍ଷ ସ୍ତ୍ରୀ ନାଜିଆ ଇପ୍‌ତେଫାରଙ୍କ ଜନ୍ମଦିନରେ ଜହ୍ନରେ ଜାଗା କିଣି ଉପହାର ଦେବେ ବୋଲି ମନସ୍ଥ କରିଥିଲେ ସାଜନ। ତେବେ କରୋନା ସଂକ୍ରମଣଜନିତ ଅଚଳାବସ୍ଥା କାରଣରୁ ଓ୍ବେବ୍‌ସାଇଟ୍‌ରେ କାଗଜପତ୍ର ପାଇବାରେ ବିଳମ୍ବ ହୋଇଥିଲା। ଗତ ଏପ୍ରିଲ ୮ରେ ତାଙ୍କୁ ଏହି କାଗଜପତ୍ର ପ୍ରାପ୍ତ ହୋଇଛି। ନାଜିଆଙ୍କ ଜନ୍ମଦିନ ଅକ୍ଟୋବର ୨୯ରେ। ସାଜନଙ୍କୁ ହସ୍ତଗତ ହୋଇଥିବା କାଗଜପତ୍ରରେ ଉକ୍ତ ତାରିଖ ଅନୁଯାୟୀ ଜମି ରେଜିଷ୍ଟ୍ରେଶନ ହୋଇଛି।

ନିଜ ପ୍ରତିକ୍ରିୟାରେ ସାଜନ କୁହନ୍ତି, ବଲିଉଡ୍‌ର ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ ଜହ୍ନରେ ଜାଗା କିଣିଥିବା ସମ୍ପର୍କରେ ଏକ ୟୁଟ୍ୟୁବରୁ ସୂଚନା ମିଳିଥିଲା। ଏହାପରେ ସ୍ତ୍ରୀ ନାଜିଆଙ୍କ ଜନ୍ମଦିନରେ ଅନୁରୂପ ଭାବେ ଜହ୍ନରେ ଜାଗା କିଣି ଉପହାର ଦେବାକୁ ମନ ବଳାଇଥିଲେ। ଏଥିଲାଗି ସେ ଆମେରିକାର ଲୁନାର ରେଜିଷ୍ଟ୍ରି ଓ୍ବେବସାଇଟ୍‌ର ସହାୟତା ନେଇଥିଲେ। ଏଥିରେ ୫୧୯ ଆମେରିକୀୟ ଡଲାର ଖର୍ଚ୍ଚ ହୋଇଛି। ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ୩୭ ହଜାର ଟଙ୍କାରୁ ଅଧିକ। ଦୀର୍ଘଦିନର ଇଚ୍ଛା ପୂରଣ ହୋଇଥିବାରୁ ଆନନ୍ଦିତ ବୋଲି ସାଜନ୍‌ କହିଛନ୍ତି। ନାଜିଆ କୁହନ୍ତି, ସ୍ବାମୀ ଏମିତି ଏକ ଉପହାର ଦେବେ ବୋଲି ସେ ଭାବି ନ ଥିଲେ। ଏଥିରେ ସେ ବହୁତ ଖୁସି ଏବଂ ଗର୍ବିତ।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri