ମାସ୍କ ନ ପିନ୍ଧି ଡ୍ୟୁଟି କରୁଥିଲେ ଖାକିଧାରୀ: ପଚାରିବାରୁ ନାଲିଆଖି, ମାଡ଼ ମାରି ଥାନାକୁ ଟେକିନେଲେ

ଭୁବନେଶ୍ୱର,୧୮।୪(ବ୍ୟୁରୋ): କରୋନା ନିୟମ ଉଲ୍ଲଂଘନ କରୁଥିବା ପୋଲିସ ବାବୁଙ୍କ ଫଟୋ ଉଠାଇବା ଦୁଇ ଛାତ୍ରଙ୍କ ପାଇଁ ମହଙ୍ଗା ପଡିଛି। ଖାକି ପାହାର ଖାଇବା ସହ ଥାନା ହାଜତରେ ସମୟ ବିତିଛି। ମଞ୍ଚେଶ୍ୱର ଥାନା ପୋଲିସର ଏପରି ବର୍ବରତା ଖାକି ପୋଷାକରେ କଳଙ୍କର ଛିଟା ଲଗାଇଛି। ବର୍ତ୍ତମାନ ଅମାନିଆଙ୍କ ପାଇଁ ସହରରେ କରୋନା ସ୍ଥିତି ବିଗୁଡୁଥିବାବେଳେ ଏହାକୁ ରୋକିବାରେ ପୋଲିସ ଯୋଦ୍ଧାର ଭୂମିକା ନେଉଛି। ଏପରିସ୍ଥିତିରେ ଶନିବାରଠାରୁ କଟକ ଓ ଭୁବନେଶ୍ୱରରେ ନାଇଟ୍‌ କଫ୍ୟୁ ସହ ୧୪୪ ଧାରା ଲାଗୁ କରାଯାଇଛି। ହେଲେ ଏହାପୂର୍ବରୁ ପୋଲିସ୍‌ର ଅସଲ ଚେହେରା ପଦାକୁ ଆସିଛି।

ପୋଲିସ ନିର୍ଯାତନାର ଶିକାର ହୋଇଥିବା ଦୁଇ ଛାତ୍ରଙ୍କ ଘର ମଞ୍ଚେଶ୍ୱର ଥାନା ଚକେଇସାଆଣି ବସ୍ତିରେ। ଜଣେ ଯୁକ୍ତ୨ ପ୍ରଥମ ବର୍ଷରେ ପଢ଼ୁଥିବାବେଳେ ଅନ୍ୟଜଣେ ଦଶମ ଶ୍ରେଣୀର ଛାତ୍ର। ଆମ ପ୍ରତିନିଧି ଖବର ସଂଗ୍ରହ ପାଇଁ ଥାନାକୁ ଯାଇଥିବାବେଳେ ଏହି ଦୁଇ ଛାତ୍ର ଥାନା ହାଜତରେ କାନ୍ଦୁଥିଲେ। ଆମର ଦୋଷ କ’ଣ କହି ସେଠାରେ ଥିବା ପୋଲିସ କର୍ମଚାରୀଙ୍କୁ ଛାଡ଼ି ଦେବାକୁ ନେହୁରା ହେଉଥିଲେ। ଏହାଦେଖି ଆମ ପ୍ରତିନିଧି ସେଠାରେ ପହଞ୍ଚତ୍ଥିଲେ। ପୋଲିସ ପ୍ରଥମେ ବାରଣ କରିଥିଲେ। ପରେ ଦୁଇଛାତ୍ରଙ୍କ ସହ କଥାହେବା ପରେ ଘଟଣା ଜଣାପଡିଥିଲା। ସେମାନଙ୍କ କହିବାନୁସାରେ, ଅନ୍ୟ ସାଙ୍ଗମାନଙ୍କ ସହ ଦୁଇଛାତ୍ର କୁଆଖାଇ ବନ୍ଧ ନିକଟରେ ଖେଳୁଥିଲେ। ଏହି ସମୟରେ ମଞ୍ଚେଶ୍ୱର ଥାନାର ଏକ ପିସିଆର ଭ୍ୟାନ ସେଠାରେ ପହଞ୍ଚତ୍ ଅଟକି ରହିଥିଲା। ପିସିଆର୍‌ରେ ଥିବା ପୋଲିସ କର୍ମଚାରୀଙ୍କ ମୁହଁରେ ମାସ୍କ ନ ଥିଲା। ସେମାନଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ବି ନ ଥିଲା। ଏହାଦେଖି ଛାତ୍ରମାନେ ଏକାଠି ହୋଇ ପିସିଆର୍‌ ପାଖକୁ ଯାଇ ପୋଲିସକୁ ସଚେତନ କରାଇବାକୁ ଯାଇଥିଲେ।

ସରକାରଙ୍କ ଗାଇଡ୍‌ଲାଇନ ଅନୁଯାୟୀ ଆପଣମାନେ ଲୋକଙ୍କୁ କୋଭିଡ ସେଚେତନତା କରାଉଛନ୍ତି। ଯେଉଁମାନେ ନିୟମ ମାନୁନାହାନ୍ତି ସେମାନଙ୍କଠାରୁ ମୋଟା ଅଙ୍କର ଜରିମାନା ନେଉଛନ୍ତି। ହେଲେ ଆପଣମାନେ କ’ଣ ପାଇଁ ମାସ୍କ ପିନ୍ଧିବାକୁ ଭୁଲିଯାଉଛନ୍ତି ବୋଲି ଛାତ୍ରମାନେ ପୋଲିସକୁ ପ୍ରଶ୍ନ କରିଥିଲେ। ଏହି ସମୟରେ ଜଣେ ଛାତ୍ର ତାଙ୍କ ମୋବାଇଲ୍‌ ଫୋନ୍‌ରେ ଫଟୋ ଉଠାଉଥିଲେ। ଏହାଦେଖି ଉଲ୍ଲଂଘନକାରୀ ପୋଲିସ କର୍ମଚାରୀଙ୍କ ରାଗ ପଞ୍ଚମ ହୋଇଯାଇଥିଲା। ଛାତ୍ରମାନଙ୍କୁ ଗୋଡ଼ାଇପିଟିବାବେଳେ ଦୁଇଜଣ ସେମାନଙ୍କ ହାବୁଡ଼ରେ ପଡିଯାଇଥିଲେ। ପୋଲିସ ସେମାନଙ୍କୁ ନିସ୍ତୁକ ପିଟିବା ସହ ପିସିଆର୍‌ ଭ୍ୟାନ୍‌ରେ ଥାନାକୁ ଉଠାଇ ଆଣି ହାଜତରେ ପୂରାଇ ଦେଇଥିଲା। ସେମାନଙ୍କାରୁ ମୋବାଇଲ୍‌ ଫୋନ୍‌ ଛଡ଼ାଇ ନେଇବା ସହ ଘର ଠିକଣା ଲେଖିନେଇଥିଲା। ଏଥିସହ ଅନ୍ୟ ସାଙ୍ଗମାନଙ୍କୁ ପୋଲିସ ଫୋନ କରି ଡକାଇଥିଲେ ମଧ୍ୟ କେହି ଆସି ନ ଥିଲେ। ଏଥିରେ ଦୁଇ ଛାତ୍ର ଭୟଭୀତ ହୋଇପଡିଥିଲେ। ଘର ଲୋକ ଜାଣିଲେ ଆମ ପାଠପଢ଼ା ବନ୍ଦ କରିଦେବେ ବୋଲି ଭାବି ମାନସିକ ଭାରସାମ୍ୟ ହରାଇ ବସିଥିଲେ। ତେଣୁ ଘର ଲୋକଙ୍କୁ ନ ଜଣାଇ ଛାଡ଼ି ଦେବାକୁ କହୁଥିଲେ ମଧ୍ୟ ପୋଲିସ କିଛି ଶୁଣି ନ ଥିଲା। ଏ ସମ୍ପର୍କରେ ଥାନାର ଭାରପ୍ରାପ୍ତ ଅଧିକାରୀ ଷ୍ଟାଲିନ୍‌ କୁମାର ବିଶ୍ୱାଳଙ୍କୁ ପଚାରିବାରୁ ସେ କୋଭିଡ୍‌ ଡ୍ୟୁଟିରେ ଥିବାରୁ ଏ ସମ୍ପର୍କରେ ପ୍ରତିକ୍ରିୟା ଦେବାକୁ ମନା କରିଥିଲେ। ତେବେ ଡିସିପି ଉମାଶଙ୍କର ଦାଶ କହିଛନ୍ତି, ଘଟଣା ସଂକ୍ରାନ୍ତରେ ମୁଁ ଅବଗତ ନାହିଁ। ଏହାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?