ରାଜ୍ୟ

ଆଜି ରାଜ୍ୟରୁ ସର୍ବାଧିକ ୨୭ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୨୪୩୦କୁ ବୃଦ୍ଧି

ଭୁବନେଶ୍ୱର,୨୧ା୫(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ସର୍ବାଧିକ ୨୭ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଜନିତ ମୃତ୍ୟୁସଂଖ୍ୟା ୨୪୩୦ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ପ୍ରକାଶ। ଖୋର୍ଦ୍ଧା ଏବଂ କୋରାପୁଟ ଜିଲାରୁ…

ଅରୁଣା ମହାନ୍ତି ସଙ୍ଗୀତ ନାଟକ ଏକାଡେମୀ ସଭାପତି

ଭୁବନେଶ୍ୱର,୨୧ା୫(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ କାର୍ଯ୍ୟରତ ବିଭିନ୍ନ ଏକାଡେମୀ ପାଇଁ ଗୁରୁବାର ନୂତନ ସଭାପତି, ଉପସଭାପତି ଓ ସଚିବଙ୍କୁ ମନୋନୀତ କରାଯାଇଛି। ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଭାବେ ଶାରଳା ପୁରସ୍କାରପ୍ରାପ୍ତ କବି ଡ. ହୃଷୀକେଶ…

୨୪ ଘଣ୍ଟିଆ ହେଲ୍ପଲାଇନ୍‌ ନମ୍ବର ୧୦୯୮ ଜାରି

ଭୁବନେଶ୍ୱର,୨୧।୫(ବ୍ୟୁରୋ): ବର୍ତ୍ତମାନ କରୋନାରେ ଅନେକ ପରିବାରରେ ମାତାପିତାଙ୍କ କୋଭିଡ୍‌ରେ ମୃତ୍ୟୁ ହେବା କିମ୍ବା ସଂକ୍ରମିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେବା ସମୟରେ ସେମାନଙ୍କ ପିଲାମାନେ ଅନାଥ ଏବଂ ଅସହାୟ ହୋଇଯାଉଛନ୍ତି। ଏହି ଶିଶୁମାନଙ୍କୁ ରଖିବା ପାଇଁ ମଧ୍ୟ କେହି ଆତ୍ମୀୟସ୍ବଜନ, ନିକଟ…

ପୁଣି ରେକର୍ଡ ଭାଙ୍ଗିଲା କରୋନା: ରାଜ୍ୟରେ ଆଜି ୧୨,୫୨୩ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର,୨୧।୫(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁଛି। ଶୁକ୍ରବାର ରାଜ୍ୟରେ ୧୨,୫୨୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୭୦୧୨ ଜଣ କ୍ୱାରାଣ୍ଟାଇନ୍‌ରେ ଥିଲେ। ବାକି ୫୫୧୧ ଟି ହେଉଛି ଲୋକାଲ କେସ। ଆଜି ଖୋର୍ଦ୍ଧା ଜିଲାରୁ…

ଅମଳ ସରିଲା, ଏବେ ବିକ୍ରି ଚିନ୍ତା

ରୂପ୍‌ସା, ୨୧।୫-ରବିଧାନ ଅମଳ ସରିଗଲାଣି। ଏବେ ବିକ୍ରୀ ନେଇ ଚାଷୀ ଚିନ୍ତାରେ ପଡିଛି। ଏଯାଏ ଟୋକନ ମିଳିନି। ରବିଧାନରେ ବିହନ, ସାର, ଔଷଧ ଆଦି ପର୍ଯ୍ୟାପ୍ତ ଖର୍ଚ୍ଚ ପରେ ଚାଷୀ ସରକାରୀ ମୂଲ୍ୟରେ ଧାନ ବିକ୍ରି କରି ନ ପାରି ମୁଣ୍ଡରେ…

ଡରାଇଲାଣି ସମ୍ଭାବ୍ୟ ବାତ୍ୟା

ଭୋଗରାଇ,୨୧।୫(ଡି.ଏନ.ଏ.)-ପୂର୍ବ-ମଧ୍ୟୀୟ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ସମ୍ଭାବ୍ୟ ବାତ୍ୟା ‘ୟାସ’ ବାଲେଶ୍ୱର ଓ ପଶ୍ଚିମବଙ୍ଗ ଉପୂକଳରେ ତାଣ୍ଡବ ରଚାଇବ ବୋଲି ବିଭିନ୍ନ ପାଣିପାଗ ଦପ୍ତର ଆଗୁଆ ସତର୍କ ସୂଚନା ଦେବା ଯୋଗୁ ଉପକୂଳବାସୀ ଭୟଭୀତ ହୋଇପଡିଛନ୍ତି। ବାଲେଶ୍ୱର ଜିଲାପାଳ, ଏସ୍‌ପିଙ୍କ ସହ ଜିଲା…

୨୬ରେ ଆସୁଛି ‘ୟାସ୍‌’

ଭୁବନେଶ୍ୱର, ୨୧ା୫(ବ୍ୟୁରୋ): ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ‘ୟାସ୍‌’କୁ ନେଇ ପଶିଲାଣି ଛନକା। ଆସନ୍ତା ୨୨ ତାରିଖରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ଧୀରେ ଧୀରେ ଘନୀଭୂତ ହୋଇ ୨୪ ତାରିଖରେ ସାମୁଦ୍ରିକ ଘୂର୍ଣ୍ଣିଝଡ଼ରେ ପରିଣତ ହେବ।…

ହୃଷୀକେଶ ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି

ଭୁବନେଶ୍ୱର, ୨୧ା୫ (ବ୍ୟୁରୋ):ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଭାବେ ଗୁରୁବାର ନିଯୁକ୍ତି ପାଇଛନ୍ତି ବିଶିଷ୍ଟ କବି ଡ. ହୃଷୀକେଶ ମଲ୍ଲିକ। ଉନ୍ନୟନ କମିଶନର ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟି ସୁପାରିସକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିବାପରେ ଭାଷା,…

୧୪ ଦିନର ଶିଶୁକନ୍ୟାର ମୃତ୍ୟୁ ପରେ ବିଷ ପିଇଲେ ମା’ବାପା

କେନ୍ଦୁଝର, ୨୦ା୫(ସ୍ବ.ପ୍ର.): କେନ୍ଦୁଝର ଟାଉନ ଥାନା ଅଧୀନ ଗୁମୁରା ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ୧୪ଦିନର ଶିଶୁକନ୍ୟାଙ୍କ ମୃତ୍ୟୁରେ ମର୍ମାହତ ହୋଇ ମା’ ବାପା ବିଷ ପିଇ ଦେଇଥିଲେ। ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ସ୍ବାମୀଙ୍କ…

ମହାମାରୀ ତାଲିକାଭୁକ୍ତ ‘ବ୍ଲାକ୍‌ ଫଙ୍ଗସ୍‌’

ଭୁବନେଶ୍ୱର, ୨୦।୫(ବ୍ୟୁରୋ): ‘ବ୍ଲାକ୍‌ ଫଙ୍ଗସ୍‌’କୁ ରାଜସ୍ଥାନ ଓ ତେଲଙ୍ଗାନା ମହାମାରୀ ଘୋଷଣା କରିବା ପରେ ଓଡ଼ିଶା ସରକାର ଗୁରୁବାର ଏହାକୁ ମହାମାରୀ ଆଇନ-୧୮୯୭ରେ ଅନ୍ତର୍ଭୁକ୍ତ କରିଛନ୍ତି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ସୂଚନା ଦେଇଛନ୍ତି। ବ୍ଲାକ୍‌…

୨୬ ସକାଳେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ‘ୟାସ’

ଭୁବନେଶ୍ୱର,୨୦ା୫(ବ୍ୟୁରୋ): ଆସନ୍ତା ୨୨ ତାରିଖରେ ପୂର୍ବ କେନ୍ଦ୍ରୀୟ ବାଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ଘନୀଭୂତ ହୋଇ ୨୪ ତାରିଖରେ ସାମୁଦ୍ରିକ ଝଡରେ ପରିଣତ ହେବ। ବାତ୍ୟା ଉତ୍ତର-ପଶ୍ଚିମ ଦିଗରେ ଗତି କରି ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳ…

ସାନଭାଇର ଅନ୍ତେଷ୍ଟିକ୍ରିୟା ନ ସରୁଣୁ ଚାଲିଗଲେ ବଡ଼ଭାଇ

ପାରଳାଖେମୁଣ୍ଡି,୨୦ା୫: ସାନଭାଇର ଅନ୍ତେଷ୍ଟିକ୍ରିୟା ନ ସରୁଣୁ ବଡ଼ଭାଇଙ୍କ କରୋନାରେ ମୃତ୍ୟୁ ଘଟିଛି । ପାରଳାଖେମୁଣ୍ଡି ରାଜଦାଣ୍ଡ ସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ୯ ଦିନ ମଧ୍ୟରେ କରୋନାରେ ୨ ଭାଇଙ୍କ ମୃତ୍ୟୁ ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି। ରାଜଦାଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?