୨୬ ସକାଳେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ‘ୟାସ’

ଭୁବନେଶ୍ୱର,୨୦ା୫(ବ୍ୟୁରୋ): ଆସନ୍ତା ୨୨ ତାରିଖରେ ପୂର୍ବ କେନ୍ଦ୍ରୀୟ ବାଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ଘନୀଭୂତ ହୋଇ ୨୪ ତାରିଖରେ ସାମୁଦ୍ରିକ ଝଡରେ ପରିଣତ ହେବ। ବାତ୍ୟା ଉତ୍ତର-ପଶ୍ଚିମ ଦିଗରେ ଗତି କରି ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳ ଦେଇ ଆସନ୍ତା ୨୬ ତାରିଖ ସକାଳେ ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ବାତ୍ୟା ପ୍ରଭାବରେ ଆସନ୍ତା ୨୩ ତାରିଖରେ ଆଣ୍ଡାମାନ ଓ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଘଣ୍ଟାକୁ ୪୫ରୁ ୫୫ କି.ମି ବେଗରେ ପବନ ବହିବା ସମ୍ଭାବନା ରହିଛି। ବେଳେ ବେଳେ ଏହାର ବେଗ ଘଣ୍ଟା ପ୍ରତି ୭୫ କି.ମି ରହିବ ବୋଲି ପୂର୍ବାନୁମାନ କରାଯାଇଛି। ୨୪ ତାରିଖରୁ କେନ୍ଦ୍ରୀୟ ବଙ୍ଗୋପସାଗରର ଅଧିକାଂଶ ସ୍ଥାନରେ ପବନର ବେଗ ଘଣ୍ଟା ପ୍ରତି ୬୫ରୁ ୭୫ କି.ମି ବେଗରେ ବହିବ । ୨୫ ତାରିଖ ବେଳକୁ ଏହା ଆହୁରି ବଳଶାଳୀ ହୋଇ ସ୍ଥଳଭାଗ ମୁହାଁ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ମେ’ ୨୫ ତାରିଖ ରାତିରୁ ଓଡ଼ିଶାର ଜଗତସିଂପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, କଟକ, ବାଲେଶ୍ୱର, ଭୟୂରଭଞ୍ଜ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଆଦି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏପରିକି ବୁଢାବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀରେ ବନ୍ୟା ହେବାର ମଧ୍ୟ ଆଶଙ୍କା ରହିଛି।

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଗଭୀର ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀମାନଙ୍କୁ ଆସନ୍ତା ୨୩ ତାରିଖ ସୁଦ୍ଧା କୂଳକୁ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି। ରାଜ୍ୟ ସରକାର ମଧ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏବେ ବି ଟିକା ନେଇନାହାନ୍ତି ୨୭ ଲକ୍ଷ

ଭୁବନେଶ୍ୱର,୬।୧(ବ୍ୟୁରୋ): କରୋନା ସଂକ୍ରମଣକୁ ରୋକିବାକୁ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି। ସମସ୍ତ ଲୋକେ ଯେପରି ସୁବିଧାରେ ଟିକା ନେଇପାରିବେ ସେ ନେଇ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ...

ବଦଳିଲା ଆଇନଜୀବୀଙ୍କ ଡ୍ରେସ୍‌କୋଡ୍‌: କଳାକୋଟ୍‌, ଗାଉନ୍‌ ମନା

କଟକ ଅଫିସ୍‌,୧୫। ୫: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ସ୍ତରରେ ଉଦ୍ୟମ କରାଯାଉଛି। ଏହି କ୍ରମରେ ରାଜ୍ୟରେ ଆଇନ୍‌ଜୀବୀଙ୍କ ଡ୍ରେସ୍‌କୋଡ଼୍‌ ବଦଳାଇବା ପାଇଁ...

ରାଜ୍ୟରେ ବଢ଼ିଲା ବସ୍‌ ଭଡ଼ା: ସାଧାରଣ-ଏକ୍‌ପ୍ରେସ୍‌ ୩ ପଇସା, ଡିଲକ୍ସ- ଏସି ଡିଲକ୍ସ ୬ ପଇସାକୁ ବୃଦ୍ଧି

ଭୁବନେଶ୍ୱର, ୧୬।୬(ବ୍ୟୁରୋ): ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଛି। ଗତ ୧୦ ଦିନ ମଧ୍ୟରେ ପ୍ରାୟ ୫ ଟଙ୍କା ଅଧିକ ଟଙ୍କା...

ରାଜ୍ୟରେ କମିବ ଶୀତ : ଘନ କୁହୁଡ଼ି ପାଇଁ ୟେଲୋ ଆଲର୍ଟ

ଭୁବନେଶ୍ୱର,୫।୧(ବ୍ୟୁରୋ): ବର୍ଷା ପରେ ଶୀତ ବୃଦ୍ଧି ପାଇଥିବା ବେଳେ ଏବେ ପୁଣି ତାପମାତ୍ରା ବଢିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ୭...

କରୋନାକୁ ହରାଇ କାର୍ଯ୍ୟରେ ଯୋଗଦେଲେ ଉପ ଜିଲାପାଳ

ଭଞ୍ଜନଗର,୨୬।୭(ଡି.ଏନ.ଏ)- ଭଞ୍ଜନଗର ଉପ ଜିଲାପାଳ ରାଜେନ୍ଦ୍ର ମିଞ୍ଜ କରୋନା ସଂକ୍ରମିତ ପରେ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହି ଚିକିତ୍ସିତ ହେଉଥିଲେ। ସୁସ୍ଥ ହେବାପରେ ଶନିବାର ଠାରୁ ସେ...

ଏଭଳି ଆଡ଼ମ୍ବରପୂର୍ଣ୍ଣ ଜିଲା ଗସ୍ତ ଆଉ କେହି କରିନାହାନ୍ତି: ପ୍ରଦୀପ

ଭୁବନେଶ୍ୱର, ୧୧ା୩(ବ୍ୟୁରୋ):ରାଜ୍ୟ ସରକାରଙ୍କ ନୂଆପଡ଼ା କାର୍ଯ୍ୟକ୍ରମକୁ ନେଇ ଟାର୍ଗେଟ କରିଛି ଭାଜପା। ଦଳର କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ କହିଛନ୍ତି, ଅତୀତରେ କୌଣସି...

‘ନକାରାତ୍ମକ ମନୋଭାବର ପ୍ରତିଫଳନ’

କଟକ ଅଫିସ,୨୦ା୫: ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ନେଇ ଦୀର୍ଘ ବର୍ଷ ଧରି ଦାବି ହୋଇଆସୁଥିବାବେଳେ ଏବେ ହାଇକୋର୍ଟ ବାର୍‌...

ଚେନ୍ନାଇରୁ ବୋଟ୍‌ରେ ଆସିଲେ ୪୨ ଶ୍ରମିକ : ସମୁଦ୍ରରେ ୫ ଦିନ ଯାତ୍ରା, କ୍ୱାରାଣ୍ଟାଇନ୍‌କୁ ଗଲେ ସମସ୍ତେ

ବ୍ରହ୍ମପୁର ଅଫିିସ,୧୨ା୫-ଗଞ୍ଜାମ ଜିଲାକୁ ପୁଣି ବୋଟ୍‌ରେ ଆସିଲେ ପ୍ରବାସୀ ଶ୍ରମିକ। ସୋମବାର ସନ୍ଧ୍ୟାରେ ଚେନ୍ନାଇରୁ ସମୁଦ୍ରରେ ୪୨ ଜଣ ଶ୍ରମିକ ମାର୍କଣ୍ଡିରେ ପହଞ୍ଚିଛନ୍ତି । ଏମାନଙ୍କ...

Advertisement
Archives

Model This Week