ପୋଲିସ କମିଶନରଙ୍କୁ ଭେଟିଲେ କୁଳପତି
ଭୁବନେଶ୍ୱର, ୨୦।୧(ବ୍ୟୁରୋ): ଉତ୍କଳ ବିଶ୍ୱବିଦ୍ୟାଳୟରେ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ଘଟଣାକୁ ନେଇ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ମଙ୍ଗଳବାର ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଭେଟିଛନ୍ତି। କ୍ୟାମ୍ପସରେ ଅଶାନ୍ତ ପରିସ୍ଥିତି ସଂକ୍ରାନ୍ତରେ ସେ ଆଲୋଚନା କରିଛନ୍ତି। ଏଥିସହିତ ଶାନ୍ତି ଫେରାଇ…
ରୋଜ୍ଭ୍ୟାଲି ଚିଟ୍ଫଣ୍ଡ୍ ଠକେଇ ମାମଲା: ଶୁଭ୍ରାଙ୍କୁ ୩ ଘଣ୍ଟା ଜେରା, ୩ ସହଯୋଗୀଙ୍କୁ ନୋଟିସ୍
ଭୁବନେଶ୍ୱର,୨୦।୧(ବ୍ୟୁରେ): ରୋଜ୍ଭ୍ୟାଲି ଚିଟ୍ଫଣ୍ଡ୍ ଠକେଇ ମାମଲାରେ ଗିରଫ ହୋଇ ରିମାଣ୍ଡରେ ଆସିଥିବା ଅଭିନେତ୍ରୀ ଶୁଭ୍ରା କୁଣ୍ଡୁଙ୍କୁ ଦ୍ୱିତୀୟ ଦିନରେ ସିବିଆଇ ୩ଘଣ୍ଟା ଜେରା କରିଛି। ଜେରାବେଳେ ଏହି ଠକେଇରେ ରାଜ୍ୟର ବହୁ ବଡ଼ ବଡ଼ ନେତା ଓ ପ୍ରଭାବଶାଳୀଙ୍କ ଲିଙ୍କ୍ ଥିବା…
୨୨ରୁ ‘ମିଡ୍ଟର୍ମ ଏଣ୍ଡ୍କନ୍ ୨୦୨୧’
ଭୁବନେଶ୍ୱର, ୨୦।୧(ବ୍ୟୁରୋ): ଡାକ୍ତରୀ ବିଦ୍ୟାରେ ବିପ୍ଳବ ପାଇଁ ପ୍ରଥମଥର ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ଅନ୍ତର୍ଜାତୀୟ ସମ୍ମିଳନୀ। ଏଣ୍ଡୋସ୍କୋପି, ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି କ୍ଷେତ୍ରରେ ନୂତନ ଜ୍ଞାନକୌଶଳର ପ୍ରଚାର ପ୍ରସାର ନିମନ୍ତେ ହାଇବ୍ରିଡ୍ ଓ ଭର୍ଚୁଆଲ ମାଡ୍ରେ ଅନୁଷ୍ଠିତ ହେବ ‘ମିଡ୍ଟର୍ମ ଏଣ୍ଡ୍କନ୍ ୨୦୨୧’…
ନିଯୁକ୍ତି ନ ଦେଲେ ମାସିକ ୬ ହଜାର ଦିଅ
ଭୁବନେଶ୍ୱର,୨୦ା୧(ବ୍ୟୁରୋ): ରାଷ୍ଟ୍ରୀୟ ମଜଦୁର କଂଗ୍ରେସ, ଯୁବ ଶାଖା ତରଫରୁ ବିଭିନ୍ନ ଦାବି ନେଇ ସୋମବାର ରାଜ୍ୟରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଯାଇଛି। ଏହି କ୍ରମରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଯୁବ ଶାଖା ରାଜ୍ୟ ସଭାପତି ସତ୍ୟବ୍ରତ…
କର୍କଟ ରୋଗୀଙ୍କ ପିଇଟି, ସିଟି ସ୍କାନ୍ ଖର୍ଚ୍ଚ ସରକାର ବହନ କରିବେ: ହାଇକୋର୍ଟ
କଟକ ଅଫିସ, ୨୦।୧: ରାଜ୍ୟରେ କର୍କଟ ରୋଗରେ ପୀଡ଼ିତଙ୍କ ପାଇଁ ଏକ ଖୁସି ଖବର। କର୍କଟ ପୀଡ଼ିତଙ୍କ ପୋଜିଟ୍ରନ୍ ଏମିଶନ ଟୋମୋଗ୍ରାଫି(ପିଇଟି) ଏବଂ ଏକ୍ସ-ରେ କମ୍ପ୍ୟୁଟେଡ ଟୋମୋଗ୍ରାଫି ସିଟି ସ୍କାନ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।…
ନିୟମିତ ହେଲେ ୩,୮୮୪ ଚୁକ୍ତିଭିତ୍ତିକ ଶିକ୍ଷକ
ଭୁବନେଶ୍ୱର,୨୦।୧(ବ୍ୟୁରୋ) : ଓଡ଼ିଶାର ବିଭିନ୍ନ ସରକାରୀ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ମୋଟ ୩,୮୮୪ଜଣ ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ରାଜ୍ୟ ସରକାର ନିୟମିତ କରିଛନ୍ତି। ଏ ସମ୍ପର୍କିତ ଫାଇଲ୍ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ମଞ୍ଜୁରୀ ପରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଆଦେଶ ଜାରି…
ଧାନ ସଂଗ୍ରହ ଅଗ୍ରିମ ସବ୍ସିଡି ୬୦୩୯ କୋଟି ଦିଅ
ଭୁବନେଶ୍ୱର,୨୦ା୧(ବ୍ୟୁରୋ): ରାଜ୍ୟରେ ଚଳିତ ଖରିଫ ଋତୁରେ ଧାନ ସଂଗ୍ରହ ଜୋରସୋରରେ ଚାଲିଛି। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ୨୨ ପ୍ରତିଶତ ଅଧିକ ଧାନ ଉତ୍ପାଦନ ହୋଇଛି। ରାଜ୍ୟ ସରକାର ନିଜର ଏଜେନ୍ସି ଜରିଆରେ ଧାନ ସଂଗ୍ରହ ଜାରି ରଖିଛନ୍ତି। ତେବେ…
ଝାରସୁଗୁଡ଼ା ପୌର ନିର୍ବାହୀ ଅଧିକାରୀ ନିଲମ୍ବିତ
ଭୁବନେଶ୍ୱର,୨୦ା୧(ବ୍ୟୁରୋ): ଦୁର୍ନୀତିଗ୍ରସ୍ତ ଓ ଅମାନିଆ ଅଫିସରଙ୍କ ବିରୋଧରେ ରାଜ୍ୟ ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ମଙ୍ଗଳବାର ଝାରସୁଗୁଡ଼ା ମ୍ୟୁନିସିପାଲିଟିର ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ପ୍ରଧାନଙ୍କୁ ବିଭିନ୍ନ କାରଣ ପାଇଁ ନିଲମ୍ବନ କରାଯାଇଛି। କାର୍ଯ୍ୟରେ ଅବହେଳା, ସରକାରୀ ନିର୍ଦ୍ଦେଶନାମାର ଅବମାନନା, କାର୍ଯ୍ୟକ୍ଷେତ୍ରରେ…
ସ୍କୁଲ ବସ୍ତାନି ନିୟମ ଉଲ୍ଲଂଘନକୁ ବିରୋଧ
ଭୁବନେଶ୍ୱର, ୨୦।୧(ବ୍ୟୁରୋ): ନିର୍ଦ୍ଧାରିତ ପାଠ୍ୟକ୍ରମ ଓ ସ୍କୁଲ ବସ୍ତାନି ନିୟମ ଉଲ୍ଲଂଘନ ବିରୋଧରେ ଓଡ଼ିଶା ଅଭିଭାବକ ମହାସଂଘ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଏନ୍ସିପିସିଆର୍)ରେ ଫେରାଦ ହୋଇଛି। ମହାସଂଘର କହିବାନୁଯାୟୀ, ଶିକ୍ଷା ଅଧିକାର ଆଇନ ଧାରା ୨୯ ଅନୁଯାୟୀ ଗଣଶିକ୍ଷା…
୨୦୨୨ ସୁଦ୍ଧା ସରିବ ହକି ଷ୍ଟାଡିୟମ
ଭୁବନେଶ୍ୱର,୨୦ା୧(ବ୍ୟୁରୋ): ୨୦୨୨ ମଧ୍ୟଭାଗ ସୁଦ୍ଧା ରାଉରକେଲା ହକି ଷ୍ଟାଡିୟମ ନିର୍ମାଣ ଶେଷ ହେବ। ରାଉରକେଲାରେ ଏକ ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ନିର୍ମାଣ କରାଯିବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୦ ଡିସେମ୍ବରରେ ଘୋଷଣା କରିଥିଲେ। ଏହି ନୂଆ ଷ୍ଟାଡିୟମରେ ୨୦୨୩ରେ ହେବାକୁ…
ବିବାହ ପରେ ରକ୍ତଦାନ
ବଲାଙ୍ଗୀର ଅଫିସ,୧୯ା୧: ବିବାହକୁ ସ୍ମରଣୀୟ ଓ ନିଆରା କରି ଅନ୍ୟଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ବଲାଙ୍ଗୀର ସହର ଚିମିନିଭାଟିର ସୁବ୍ରତ ଖଣ୍ଡୁଆଲ। ସୋମବାର ଥିଲା ସୁବ୍ରତଙ୍କ ବିବାହ ଦିନ। ବିବାହ ପରେ ବରବେଶରେ ସେ ନବବଧୂ ଶ୍ୱେତପୂର୍ଣ୍ଣାଙ୍କୁ ଧରି ବଲାଙ୍ଗୀର…
ଚିତ୍ରକୋଣ୍ଡା ଡ୍ୟାମ୍ର ସୁରକ୍ଷା ଯାଞ୍ଚ
ଚିତ୍ରକୋଣ୍ଡା,୧୯ା୧: ଓଡ଼ିଶା ଡ୍ୟାମ୍ ସେଫ୍ଟି କମିଟିର ୩ ଜଣିଆ ବିଶେଷଜ୍ଞ ଦଳ ମଙ୍ଗଳବାର ଚିତ୍ରକୋଣ୍ଡା ଡ୍ୟାମ୍ ଓ ସ୍ପିଲ୍ୱେର ସୁରକ୍ଷା ସମ୍ପର୍କରେ ଯାଞ୍ଚ କରିଛନ୍ତି। ଟିମ୍ରେ ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ବିଭୂତି ଭୂଷଣ ପଣ୍ଡା, ଡେପୁଟି ଡାଇରେକ୍ଟର ଅରୁଣ କୁମାର ଦାସ ଓ…
Archives


