ଜଳବନ୍ଦୀରେ ନଦୀକୂଳିଆ ଗାଁ

ପଦ୍ମପୁର, ୧।୬ (ଡି.ଏନ.ଏ.)-ବାତ୍ୟା ‘ୟାସ୍‌’ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁ ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଦେଇ ପ୍ରବାହିତ ମନ୍ତେଈ, କଞ୍ଚୁଡ଼ି ଓ ଧଳା ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଫଳରେ ବନ୍ୟା ଆସି ନଦୀକୂଳିଆ ଗାଁ ଗୁଡ଼ିକ ଜଳମଗ୍ନ ହୋଇଯାଇଛି। ପଦ୍ମପୁର ପଞ୍ଚାୟତର ଅଗାପୁର, ସରତରପୁର, ସନନ୍ଦପୁର, ସୁଗୋ ପଞ୍ଚାୟତର କୁସୁନବିନ୍ଧା, କାଞ୍ଜିଖିଆ, କଲ୍ୟାଣପୁର, ଜଗନ୍ନାଥପ୍ରସାଦ ପଞ୍ଚାୟତର ଦଧିବାମନପୁର, ଜଗନ୍ନାଥପ୍ରସାଦ, ମିଶ୍ରପୁର, ମମାଦିଲା, କୋରବାଟିଆ, ଛତ୍ରପୁର, ବାଲିମେଦ ପଞ୍ଚାୟତର ଚାରବାଟିଆ, ଛତରପଦା, କାଳିଦାସପୁର, ଆନ୍ଦୋଳା ପଞ୍ଚାୟତର ଖାଣ୍ଟଖୁଆଡ଼, କୁଆଳି, କାଶିପୁର, ଆନ୍ଦୋଳା, ଗୋପାଳପୁର, ଲକ୍ଷ୍ମୀଦାସପୁର ପଞ୍ଚାୟତର ଶ୍ରୀବତ୍ସପୁର, ଜୀବନପୁର, ବାଲିମୁଣ୍ଡା ପଞ୍ଚାୟତର ହାବେଳି ସାହି ଓ ନନ୍ଦପାଟଣା ଗ୍ରାମ ଜଳଘେରରେ ରହିଛି। ସେହିପରି ଧାନ ବିଲରେ ୩ରୁ ୪ ଫୁଟର ପାଣି ଜମିଛି।
ବଙ୍ଗୋପସାଗରରେ ଜୁଆର ଯୋଗୁ ଏହି ୩ ନଦୀର ଜଳସ୍ତର କମି ନାହିଁ। ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବନ୍ୟା ଯୋଗୁ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ସେମାନେ ବାହାରକୁ ବାହାରି ପାରୁ ନ ଥିବା ବେଳେ ସରକାରୀ ସହାୟତା ମଧ୍ୟ ପହଞ୍ଚି ପାରୁନାହିଁ। ଅଞ୍ଚଳରେ ଶତାଧିକ କଚାଘର ଭାଙ୍ଗିଯାଇଥିଲେ ମଧ୍ୟ କ୍ଷୟକ୍ଷତିର ଆକଳନ କରାଯାଇ ନାହିଁ। ଅନ୍ୟପଟେ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ପଞ୍ଚାୟତକୁ ବନ୍ୟା ସମୟରେ ବ୍ୟବହାର କରାଯିବା ଲାଗି ଉଦ୍ଦିଷ୍ଟ ଥିବା ମୋଟର ଚାଳିତ ବୋଟ୍‌ ମନ୍ତେଈ ନଦୀ କୂଳରେ ଅକାମୀ ହୋଇ ପାଣିରେ ବୁଡ଼ି ରହିଛି। ବର୍ଷକ ତଳେ ଏହି ବୋଟ୍‌ର ମରାମତି କରାଯାଇଥିବା ବେଳେ ବର୍ତ୍ତମାନ ଏହା ଅଚଳ ହୋଇ ପଡ଼ିରହିଛି। ଲୋକଙ୍କ ଉଦ୍ଧାର କାର୍ଯ୍ୟରେ ଏହା ଲାଗିପାରୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୨୫ ଲକ୍ଷର ବ୍ରାଉନ୍‌ସୁଗାର ଜବତ, ୫ ଗିରଫ

ପୁରୀ ଅଫିସ, ୧୪ା୧୦: ପୁରୀ ସହରରେ ବ୍ରାଉନସୁଗାର କାରବାର ବଢିଚାଲିଛି। ବିଶେଷକରି ଯୁବପିଢ଼ି ଏହି କାରବାରରେ ସମ୍ପୃକ୍ତ ହେଉଥିବାବେଳେ ଖୋର୍ଦ୍ଧା ଓ ଭୁବନେଶ୍ୱରରୁ ଏଠାକୁ ଧଳାଜହର...

ସିବିଆଇ ତଦନ୍ତ ଦାବିକଲା ଭାଜପା

ଭୁବନେଶ୍ୱର,୨।୧୨(ବ୍ୟୁରୋ): ମମିତା ମେହେର ହତ୍ୟା ଘଟଣାରେ ସମ୍ପୃକ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଦୋଷ ଘୋଡ଼ାଇବା ପାଇଁ ମୂଳରୁ ରାଜ୍ୟ ସରକାର ଷଡ଼ଯନ୍ତ୍ର କରିଛନ୍ତି। ହେଲେ ବିଚାର...

ଲଘୁଚାପ: ଗୁରୁବାରଠାରୁୁ ବର୍ଷିବ

ଭୁବନେଶ୍ୱର, ୯।୬(ବ୍ୟୁରୋ): ଉତ୍ତର ବଙ୍ଗୋପସାଗର ଏବଂ ତାର ଆଖପାଖ ଅଞ୍ଚଳରେ ଆସନ୍ତା ୧୧ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏଥିସହ...

ରାହୁରେଖା ଲାଗି ହେଲେ ମହାପ୍ରଭୁ

ପୁରୀ ଅଫିସ,୨୨ା୮: ଶ୍ରୀମନ୍ଦିରରେ ବୁଧବାର ମହାପ୍ରଭୁଙ୍କୁ ସୁନା ରାହୁରେଖା ଲାଗି କରାଯାଇଛି। ଦଇତାପତି ସେବକମାନେ ରାହୁରେଖା ଲାଗି କରିଛନ୍ତି। ଏଥିପାଇଁ ଅପରାହ୍ନ ୨ଟାରୁ ସନ୍ଧ୍ୟା ୬ଟା...

ପାହାଡ଼ିଆ ରାସ୍ତାରେ ୮କି.ମି. ଚାଲିଲେ ଗର୍ଭବତୀ

ମାଲକାନଗିରି/କୁଡୁମୁଲୁଗୁମ୍ମା,୨୯ା୧୧(ଡି.ଏନ୍‌.ଏ.): ଜନନୀ ସୁରକ୍ଷା ନେଇ ସରକାରୀ ତହବିଲରୁ ବହୁ ଅର୍ଥ ବ୍ୟୟ ହେଉଛି। ମାତ୍ର ଏବେ ମଧ୍ୟ ମାଲକାନଗିରି ଜିଲାର ଉପାନ୍ତ ଅଞ୍ଚଳରେ ଜନନୀ ଯନ୍ତ୍ରଣାର...

ଲୋକଙ୍କ ସମସ୍ୟା ବୁଝିଲେ ଗୃହ ବିଭାଗ ପ୍ରମୁଖ ସଚିବ

ଜି.ଉଦୟଗିରି,୧୧ା୧୨(ଡି.ଏନ.ଏ.)-ଗୃହ ବିଭାଗର ପ୍ରମୁଖ ସଚିବ ତଥା କନ୍ଧମାଳ ଜିଲା ନୋଡାଲ ଅଫିସର ସଞ୍ଜୀବ ଚୋପ୍ରା ମଙ୍ଗଳବାର ଜି.ଉଦୟଗିରି ବ୍ଲକର ବିଭିନ୍ନ ଗ୍ରାମ ଗସ୍ତକରି ଲୋକଙ୍କ ସମସ୍ୟା...

କଳାହାଣ୍ଡି ଏମ୍‌ପିଙ୍କ ଗୋଲାମୁଣ୍ଡା ବ୍ଲକ ଗସ୍ତ

ଗୋଲାମୁଣ୍ଡା,୨୧।୮(ଡି.ଏନ.ଏ.): କଳାହାଣ୍ଡି ଏମ୍‌ପି ତଥା ରାଜ୍ୟ ଭାଜପା ସଭାପତି ବସନ୍ତ ପଣ୍ଡା ବୁଧବାର ଗୋଲାମୁଣ୍ଡା ବ୍ଲକ ଗସ୍ତ କରିଛନ୍ତି । ଏହି ଅବସରରେ ଗୋଲାମୁଣ୍ଡା ସଭା...

ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି ନେଇ ପଦଯାତ୍ରା:ବୁଲିଲେଣି ୫୦୦୦ରୁ ଊର୍ଦ୍ଧ୍ୱ କି.ମି.

ବ୍ରହ୍ମପୁର ଅଫିସ,୨୬।୪-ଡିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି ସହ ଲୋକଙ୍କୁ ସଚେତନ ନେଇ ଜଗତସିଂହପୁର ଜିଲା ବାଲିକୁଦା ବ୍ଲକ ଭାଗବନ ସିନ୍ଧଳା ଗ୍ରାମର ସତ୍ୟବ୍ରତ ଦାସ...

Advertisement
Archives

Model This Week