ପୋଲିସ କଲା ରାଜପଥ ମରାମତ

କାମାକ୍ଷାନଗର,୧।୬(ଡି.ଏନ.ଏ.)
ମହାମାରୀ ସମୟରେ ଆଗଧାଡ଼ିର ଯୋଦ୍ଧା ଭାବେ ଦିନରାତି କାର୍ଯ୍ୟ କରୁଥିବା ପୋଲିସ ରାଜପଥ ମରାମତି ପରି କାର୍ଯ୍ୟ କରି ବେଶ୍‌ ପ୍ରଶଂସା ସାଉଣ୍ଟିଛି। ଏହି ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନାର କର୍ମଚାରୀମାନେ।
ପ୍ରକାଶ ଯେ, କାମାକ୍ଷାନଗର ସହର ଦେଇ ଯାଇଥିବା ୫୩ ନଂ ଜାତୀୟ ରାଜପଥରେ ଦୀର୍ଘଦିନ ହେବ ବଡ଼ ବଡ଼ ଖାଲଖମା ସୃଷ୍ଟି ହୋଇଥିଲା। ବିଭାଗୀୟ କର୍ତ୍ତୃପକ୍ଷ ଏହାର ମରାମତି କରୁ ନ ଥିବାରୁ ଯାତାୟାତ କରୁଥିବା ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଅନେକ ସମୟରେ ଏଠାରେ ଦୁର୍ଘଟଣା ମଧ୍ୟ ଘଟୁଥିଲା। ତେଣୁ ଜନସାଧାରଣଙ୍କ ଏହି ଅସୁବିଧା ଦୂର କରିବାକୁ ଥାନା ଅଧିକାରୀଙ୍କ ସହ କର୍ମଚାରୀମାନେ ମନ ବଳାଇଥିଲେ। ସେମାନେ ଏକ କମ୍ପାନୀଠାରୁ ମରାମତିରେ ବ୍ୟବହୃତ ସାମଗ୍ରୀ ସଂଗ୍ରହ କରି ସହର ରାସ୍ତାରେ ଥିବା ଖାଲଖମା ମରାମତି କରିଥିଲେ। କାମାକ୍ଷାନଗର ଥାନା ଅଧିକାରୀ ଅଭିନବ ଡାଳୁଆଙ୍କ ସହ କର୍ମଚାରୀ ଅରବିନ୍ଦ ମଲ୍ଲିକ, ପ୍ରମୋଦ ଖୁଣ୍ଟିଆ, ବିଭୂତି ପ୍ରଧାନ, ସଞ୍ଜୟ ଦେହୁରୀ, ନିରାକାର ନାୟକ, ଭୀମସେନ ସିଂହ, ସୁଦାମ ସାହୁ, ହର ଗୋବିନ୍ଦ ପାଳ ପ୍ରମୁଖ ଏହି କାର୍ଯ୍ୟରେ ସହଯୋଗ କରିଥିଲେ। ଏ ସମ୍ପର୍କରେ ଥାନା ଅଧିକାରୀ ଡାଳୁଆ କହିଛନ୍ତି, ରାସ୍ତା ମରାମତି ନିମନ୍ତେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ ସତ୍ତ୍ୱେ ପଦକ୍ଷେପ ନିଆଗଲା ନାହିଁ। ତେଣୁ ଲୋକଙ୍କ ହିତକୁ ଦୃଷ୍ଟିରେ ରଖି ଥାନା କର୍ମଚାରୀମାନେ ଖାଲଖମା ମରାମତି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପିଲାଙ୍କ ରୁଚିକୁ ବୁଝନ୍ତୁ

ଛାତ୍ରୀଛାତ୍ରଙ୍କ ନିଜସ୍ବ ରୁଚି ଓ ଆଗ୍ରହ ରହିଥାଏ। ଅଭିଭାବକମାନେ ତାହାକୁ ହୃଦୟଙ୍ଗମ କରି ସେମାନଙ୍କୁ ସେହି ଦିଗରେ ଆଗେଇ ନେବା ଉଚିତ। କାରଣ ପ୍ରତ୍ୟେକ ଶିଶୁ...

୨୭ରେ ଭାରତ ବନ୍ଦ ପାଇଁ ପ୍ରସ୍ତୁତି

ଭୁବନେଶ୍ୱର,୧୪।୯(ବ୍ୟୁରୋ):  ସଂଯୁକ୍ତ କିଷାନ୍‌ ମୋର୍ଚ୍ଚା ତରଫରୁ ଆସନ୍ତା ୨୭ ତାରିଖରେ ଭାରତ ବନ୍ଦ ଡାକରା ଦିଆଯାଇଛି। ଓଡିଶାରେ ଏହାକୁ ସଫଳ କରିବା ପାଇଁ ବିଭିନ୍ନ ଗଣ...

ବିଦ୍ୟୁତ୍‌ କାଟ୍‌ ପ୍ରତିବାଦରେ ଗ୍ରୀଡ୍‌କୋ ଅଫିସକୁ କଂଗ୍ରେସର ଅଣ୍ଡା, ଟମାଟୋ ମାଡ଼

ଭୁବନେଶ୍ୱର,୧୯ା୬(ସୁନିତ୍‌ ମିଶ୍ର): ଅଘୋଷିତ ବିଦ୍ୟୁତ୍‌ କାଟ୍‌ ଏବଂ ଲୋ-ଭୋଲ୍‌ଟେଜ ସମସ୍ୟା ପ୍ରତିବାଦରେ ସୋମବାର କଂଗ୍ରେସ ପକ୍ଷରୁ ଗ୍ରୀଡ୍‌କୋ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିସହ...

୩୦ଜିଲାରେ ହେବ ସାଟେଲାଇଟ ଯାଞ୍ଚ

ଭୁବନେଶ୍ୱର,୨୭।୩(ବ୍ୟୁରୋ): ଧାନ କିଣା ପାଇଁ ପଞ୍ଜୀକରଣ ସମୟରେ ସ୍ବଚ୍ଛତା ଅବଲମ୍ବନ କରିବାକୁ ଚଳିତ ବର୍ଷ ପ୍ରଥମ ଥର ପାଇଁ ସାଟେଲାଇଟ ମାଧ୍ୟମରେ ବିଭିନ୍ନ ତଥ୍ୟ ଯାଞ୍ଚ...

୨୪ ଘଣ୍ଟା ମଧ୍ୟରେ ଲଘୁଚାପ : ୫ ଜିଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର,୧୮।୮(ବ୍ୟୁରୋ): ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ପଶ୍ଚିମବଙ୍ଗ ଓ ଏହାର ଆଖପାଖ ଅଞ୍ଚଳରେ ଆସନ୍ତା ୨୪...

ସୋମ ଅଟୋ: ପ୍ରତିଦିନ ନୂଆ ଅଭିଜ୍ଞତା

ଢେଙ୍କାନାଳ ରାଜ ପରିବାର ସଦସ୍ୟ ହର୍ଷବର୍ଦ୍ଧନ ସିଂହଦେଓ। ଉଚ୍ଚଶିକ୍ଷା ସମାପ୍ତ କରି ପରିବାରର ପରାମର୍ଶକ୍ରମେ ସେ ବ୍ୟବସାୟ କ୍ଷେତ୍ରରେ ମନୋନିବେଶ କରିଥିଲେ। ଜଣେ ଭ୍ରମଣପ୍ରିୟ ମଣିଷ...

ଜୟଦେବ ବିହାର ଓଭର ବ୍ରିଜ୍‌ ଉପରୁ ତଳକୁ ଖସି ପଡ଼ିଲେ ଯୁବକ

ଭୁବନେଶ୍ୱର,୧୭ା୨(ବ୍ୟୁରୋ): ରାଜଧାନୀର ଜୟଦେବ ବିହାର କଳିଙ୍ଗ ଷ୍ଟାଡିୟମ ଗେଟ୍‌ ସମ୍ମୁଖ ଓଭରବ୍ରିଜ୍‌ ଉପରୁ ତଳକୁ ଖସି ପଡ଼ିଲେ ଜଣେ ଯୁବକ। ଓଭର ବ୍ରିଜ୍‌ ଉପରେ ବାଇକ...

ଦୋକାନ ଗୃହ ଅନିୟମିତତାର ତଦନ୍ତ ହେଉନି

ବାଲିଚନ୍ଦ୍ରପୁର,୨୨ା୭(ସ୍ବ.ପ୍ର.): ଯାଜପୁର ଜିଲା ବଡ଼ଚଣା ବ୍ଲକ ଅଧୀନ ବାଲିଚନ୍ଦ୍ରପୁର ବଜାରରେ ନିର୍ମାଣାଧୀନ ଦୋକାନ ଗୃହରେ ବ୍ୟାପକ ଅନିୟମିତତା ହୋଇଛି। ଗୋଟିଏ ଗୃହ ପ୍ରଦାନ ପାଇଁ ବେଆଇନ...

Advertisement
Archives

Model This Week