ପ୍ରେମିକାଙ୍କ ପାଇଁ ସାଙ୍ଗର ଜୀବନ ନେଲା ସାଙ୍ଗ

ରାୟଗଡ଼ା ଅଫିସ/ଟିଟିଲାଗଡ଼,୩୧।୫: ପ୍ରେମ ପାଇଁ ତୁଚ୍ଛ ହୋଇଗଲା ବନ୍ଧୁତ୍ୱ। ପ୍ରେମିକାଙ୍କୁ ପାଇବା ପାଇଁ ବନ୍ଧୁଙ୍କ ଜୀବନ ନେଇଗଲେ ସାଙ୍ଗ। ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଥାନା ଅଞ୍ଚଳରେ ଘଟିଛି ଏଭଳି ଏକ ଘଟଣା। ପୋଲିସ ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ରୁମାନ ବଗର୍ତ୍ତି, ପ୍ରଶାନ୍ତ ବଗର୍ତ୍ତି ଏବଂ ବିକାଶ ଭଟ୍ଟ।
ମିଳିଥିବା ସୂଚନା ଅନୁଯାୟୀ, ବଲାଙ୍ଗୀର ଜିଲା ଟିଟିଲାଗଡ଼ ଦେବଲାପଡ଼ା ଗ୍ରାମର ଉମାକାନ୍ତ କାଣ୍ଡ ଏବଂ ତାଙ୍କ ସାଙ୍ଗ ରୁମାନ ବଗର୍ତ୍ତି (ଶିରିଭଟାପଡ଼ା ଗାଁ) ଜଣେ ଯୁବତୀଙ୍କୁ ଏକତରଫା ପ୍ରେମ କରୁଥିଲେ। ଉମାକାନ୍ତଙ୍କ ସହ ଉକ୍ତ ଯୁବତୀଙ୍କ ଘନିଷ୍ଠତା ବଢୁଥିଲା। ଏହାକୁ ହଜମ କରି ନ ଥିଲେ ରୁମାନ। ଶେଷରେ ସାଙ୍ଗର ହତ୍ୟା ଯୋଜନା କରିଥିଲା ସାଙ୍ଗ। ଯୋଜନା ଅନୁଯାୟୀ ଉମାକାନ୍ତଙ୍କୁ ବୁଲାବୁଲି କରିବା ପାଇଁ ରାୟଗଡ଼ା ଡାକିଥିଲେ ରୁମାନ।

ଉମାକାନ୍ତ ମେ ୪ରେ ରାୟଗଡ଼ାରେ ପହଞ୍ଚିଥିଲେ। ସେଠାରେ ଏକ ଭୋଜିର ଆୟୋଜନ କରାଯାଇଥିଲ। ଉମାକାନ୍ତଙ୍କୁ ପ୍ରଚୁର ମଦ ପିଆଇବା ପରେ ତଣ୍ଟି ଚିପି ହତ୍ୟା କରିଥିଲେ ରୁମାନ। ହତ୍ୟାରେ ତାଙ୍କୁ ସାହାର୍ଯ୍ୟ କରିଥିଲେ ସମ୍ପର୍କୀୟ ଭାଇ ପ୍ରଶାନ୍ତ ବଗର୍ତ୍ତି ଏବଂ ଅନ୍ୟ ଜଣେ ସାଙ୍ଗ ବିକାଶ ଭଟ୍ଟ। ପରେ ମୃତଦେହକୁ କଲ୍ୟାଣସିଂହପୁର ବ୍ଲକ୍‌ ମଙ୍ଗଳି ଗାଁ ନିକଟ ଘୋଡ଼ାନାଳରେ ପୋତିଦେଇଥିଲେ। ହତ୍ୟାକାଣ୍ଡ ପରେ ରୁମାନ ନିଜ ଗାଁକୁ ଚାଲିଯାଇଥିଲେ। ଉମାକାନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ଗତ ୧୧ ତାରିଖରେ ଟିଟିଲାଗଡ଼ ଥାନାରେ ଏକ ଏତଲା ଦେଇଥିଲେ। ପୋଲିସ ଉମାକାନ୍ତଙ୍କ ମୋବାଇଲ ନମ୍ବରକୁ ଟ୍ରାକ୍‌ କରି ହତ୍ୟାକାରୀଙ୍କୁ ଧରିବାରେ ସଫଳ ହୋଇଥିଲା। ତେବେ ଘଟଣାରେ ଅଧିକ ତଦନ୍ତ ଜାରି ରହିଥିବା ରାୟଗଡ଼ା ଏସ୍‌ଡିପିଓ ଦେବଜ୍ୟୋତି ଦାଶ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଏକ ବାଲ୍ୟବିବାହ ରୋକିଲା ଚାଇଲ୍ଡଲାଇନ

ଦେବଗଡ଼, ୬ା୫(ଡି.ଏନ.ଏ.): ଦେବଗଡ଼ ଜିଲା ତିଲେଇବଣି ବ୍ଲକ ଅନ୍ତର୍ଗତ ରାଇତାଳ ଗ୍ରାମରେ ବାଲ୍ୟବିବାହ ପାଇଁ ଯୋଜନା ଚାଲିଥିବା ବେଳେ ଚାଇଲ୍ଡଲାଇନ ପକ୍ଷରୁ ଏହାକୁ ରୋକାଯାଇଛି। ମିଳିଥିବା...

କ୍ୟାନ୍‌ସର ହସ୍ପିଟାଲର ୨ ଓପିଡି ସ୍ଥାନାନ୍ତର ହେବ

କଟକ ଅଫିସ, ୧୦ା୧୨:ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନର ଦୁଇଟି ଓପିଡି ସପ୍ତାହକ ମଧ୍ୟରେ ସ୍ଥାନାନ୍ତର କରାଯିବ। ଅନୁଷ୍ଠାନର ନିର୍ଦ୍ଦେଶକ ଡା. ଲଲାଟେନ୍ଦୁ ଷଢଙ୍ଗୀ...

ବାଲିଗୁଡ଼ା ଏନ୍‌ଏସିରେ ବିଜେଡିର ବାଜିମାତ୍‌ : ଖାତା ଖୋଲିପାରିଲାନି ଭାଜପା

ବାଲିଗୁଡ଼ା,୨୬ା୩(ଡି.ଏନ୍‌.ଏ.): ପୌର ନିର୍ବାଚନରେ ପୁଣି ବିଜେଡିର ବାଜିମାତ୍‌। କନ୍ଧମାଳ ଜିଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିଜେଡି ବିପୁଳ ବିଜୟ ହାସଲ କରିଛି। ବ୍ଲକ ସଭାପତି...

ହର୍ପିସ ଭୂତାଣୁର ଅନୁଧ୍ୟାନ ପାଇଁ ନନ୍ଦନକାନନ ଆସିବେ କେନ୍ଦ୍ରୀୟ ଟିମ୍‌

ବାରଙ୍ଗ,୨୩ା୯(ଡି.ଏନ.ଏ) : ନନ୍ଦନକାନନରେ ହର୍ପିସ ଭାଇରସ ଯୋଗୁ ୪ଟି ହାତୀଙ୍କର ମୃତ୍ୟୁ ଘଟଣା କର୍ତ୍ତୃପକ୍ଷଙ୍କ ପାଇଁ ନାନା ଚିନ୍ତା ବଢ଼ାଇଛି। ଏହି ଘଟଣା ଏବେ ରାଜ୍ୟରେ...

ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ : ଜୟପୁର-କୋରାପୁଟ ରେଳସେବା ବାଧାପ୍ରାପ୍ତ

ଜୟପୁର,୩ା୬(ଡି.ଏନ୍‌.ଏ.): କୋରାପୁଟ ଜିଲା ଜୟପୁରର ଚୋତ୍ରୀପୁଟ ନିକଟରେ ଏକ ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହେବାରୁ ହୀରାଖଣ୍ଡ-ରାଉରକେଲା ଟ୍ରେନ୍‌ ଛତିଶଗଡ଼ର ଜଗଦଲପୁର ପରିବର୍ତ୍ତେ କୋରାପୁଟରେ ଅଟକିଛି। ସେହିପରି...

୩ ଯୁଗ୍ମ ସଚିବଙ୍କ ବିଞ୍ଝାରପୁର ଗସ୍ତ

ବିଞ୍ଝାରପୁର, ୨୨।୫ (ଡି.ଏନ.ଏ.)-ରାଜ୍ୟ ସରକାରଙ୍କ ତିନି ପ୍ରମୁଖ ବିଭାଗର ଯୁଗ୍ମ ସଚିବ ଶୁକ୍ରବାର ବିଞ୍ଝାରପୁର ବ୍ଲକ ଗସ୍ତ କରି କରୋନା ସଂକ୍ରମଣ ଓ ବାତ୍ୟା ଅମ୍ଫନ...

ବାଇକ୍‌ ସହ ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା,୧୫।୬(ଡି.ଏନ୍‌.ଏ.)- ମୋହନା ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଶନିବାର ଭୋର ୫ଟାରେ ରାଇସିଂ ଛକରୁ ଏକ ବାଇକ୍‌ ସହ ଗଞ୍ଜେଇ ଜବତ କରବା ସହ ଜଣଙ୍କୁ...

ଲେମ୍ବୁ ପରେ ଆକାଶ ଛୁଆଁ ଟମାଟୋ ଦର

ଭୁବନେଶ୍ୱର,୪।୫(ବ୍ୟୁରୋ): ଲେମ୍ବୁ ପରେ ଟମାଟୋ, ବଜାରର ଚଢ଼ା ଦରରେ ଅତିଷ୍ଠ ହୋଇପଡ଼ୁଛନ୍ତି ଗ୍ରାହକ। ଲେମ୍ବୁ ପରେ ହଠାତ୍‌ ଟମାଟୋ ଦର ଆକାଶ ଛୁଆଁ ହୋଇପଡ଼ିଛି। ଗତ...

Advertisement
Archives

Model This Week