ସିବିଏସ୍‌ଇ, ସିଆଇଏସ୍‌ସିଇ ଦ୍ୱାଦଶ ବୋର୍ଡ ପରୀକ୍ଷା ଶୁଣାଣି ୩କୁ ଘୁଞ୍ଚିଲା

ଭୁବନେଶ୍ୱର, ୧ା୬(ବ୍ୟୁରୋ): ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ (ସିବିଏସ୍‌ଇ) ଏବଂ କାଉନ୍‌ସିଲ ଫର୍‌ ଦି ଇଣ୍ଡିଆନ ସ୍କୁଲ୍‌ ସାର୍ଟିଫିକେଟ୍‌ ଏଜୁକେଶନ (ସିଆଇଏସ୍‌ସିଇ)ର ଦ୍ୱାଦଶ ବୋର୍ଡ ପରୀକ୍ଷା ହେବ କି ନାହିଁ ତାହା ଆସନ୍ତା ୩ ତାରିଖରେ ସ୍ପଷ୍ଟ ହେବ। ସୋମବାର ପରୀକ୍ଷା ବାତିଲ ସଂକ୍ରାନ୍ତ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ହୋଇଥିଲା। ଶୁଣାଣିବେଳେ ଦୁଇଦିନ ମଧ୍ୟରେ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବିଷୟରେ ସିଦ୍ଧାନ୍ତ ନିଆଯିବ ବୋଲି କେନ୍ଦ୍ର ସରକାର ସୁପ୍ରିମ୍‌କୋର୍ଟଙ୍କୁ ଅବଗତ କରାଇଥିଲେ। ଫଳରେ ସୁପ୍ରିମ୍‌କୋର୍ଟ ଶୁଣାଣିକୁ ଜୁନ୍‌ ୩କୁ ଘୁଞ୍ଚାଇ ଦେଇଛନ୍ତି।
ସିବିଏସ୍‌ଇ ଏବଂ ସିଆଇଏସ୍‌ସିଇ ବୋର୍ଡର ଦ୍ୱାଦଶ ପରୀକ୍ଷା ରଦ୍ଦ କରିବାକୁ ସୁପ୍ରିମକୋର୍ଟ ଆଇନଜୀବୀ ମମତା ଶର୍ମା ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଆଇନଜୀବୀଙ୍କ ସହ ପ୍ରାୟ ୭ଶହ ଅଭିଭାବକ ମଧ୍ୟ ପରୀକ୍ଷା ରଦ୍ଦ କରିବାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାପୂର୍ବରୁ ଗତ ସପ୍ତାହରେ ୩ଶହରୁ ଅଧିକ ଛାତ୍ରୀଛାତ୍ର ଦ୍ୱାଦଶ ପରୀକ୍ଷା ବନ୍ଦ କରିବାକୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଥିଲେ। ଏପଟେ ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷା ନେଇ ସୁପ୍ରିମକୋର୍ଟଙ୍କ ଶୁଣାଣି ଆଧାରରେ ଯାହା ନିର୍ଦ୍ଦେଶ ଆସିବ ସେହି ଅନୁସାରେ ରାଜ୍ୟର ଯୁକ୍ତ୨ ପରୀକ୍ଷା ପାଇଁ ପଦକ୍ଷେପ ନିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ତଥାପି ଛାତ୍ରୀଛାତ୍ରଙ୍କ ସ୍ବାର୍ଥ ଦୃଷ୍ଟିରୁ ଜୁନ୍‌ ପ୍ରଥମ ସପ୍ତାହରେ ହିଁ ନିଷ୍ପତ୍ତି ହେବ ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାରେ ୩ ବର୍ଷ ପୂରଣ କରିଥିବା ଅଧିକାରୀଙ୍କ ତଥ୍ୟ ଦିଅ

ଭୁବନେଶ୍ବର, ୨୯ା୫(ବ୍ୟୁରୋ): ଗୋଟିଏ ଜିଲାରେ ୩ ବର୍ଷ ଚାକିରିରେ ଥିବା ଅଧିକାରୀମାନଙ୍କୁ ଏବେ ବଦଳି କରିବା ଲାଗି ରାଜ୍ୟ ସରକାର ପଦକ୍ଷେପ ନେବା ଆରମ୍ଭ କରିଛନ୍ତି।...

୧୧ ଦିନ ପରେ ନାଲ୍‌କୋ ବିଶ୍ୱକର୍ମା ପୂଜା: ଝଲସିବ ଆଲୁମିନିୟମ ନଗରୀ

ବଅଁରପାଳ, ୬।୯ (ଡି.ଏନ୍‌.ଏ) – ନାଲ୍‌କୋ ପ୍ରସିଦ୍ଧ ଗଣପର୍ବ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ଆସନ୍ତା ୧୭ ତାରିଖ ଠାରୁ ଅନୁଷ୍ଠିତ ହେବ। ଏହି ପୂଜା ପାଇଁ...

କାର୍‌-ବାଇକ୍‌ ମୁହାଁମୁହିଁ: ଚାଲିଗଲା ସ୍ତ୍ରୀ-ସ୍ବାମୀଙ୍କ ଜୀବନ

ବରଗଡ଼ ଅଫିସ,୨୩ା୫: ବରଗଡ଼ ଜିଲା ବରପାଲି ନିକଟସ୍ଥ ସରଣ୍ଡାପାଲିରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଦମ୍ପତିଙ୍କର ମୃତ୍ୟୁ ହୋଇଛି। ପ୍ରକାଶ ଯେ, ସୋମବାର ସକାଳୁ...

ବିଜେଡି ନେତାଙ୍କ ପାଇଁ ଭିନ୍ନ ଆଇନ: ଭାଜପା

ଭୁବନେଶ୍ୱର,୨୧ା୧(ବ୍ୟୁରୋ):ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ଅଧ୍ୟାପିକା ବୋହୂ ପ୍ରାୟ ୨ବର୍ଷ କାଳ କଲେଜ ନ ଆସି ଦରମା ନେଇଛନ୍ତି। ସାଧାରଣ ଲୋକଙ୍କ...

ପ୍ୟାକ୍ସ ସମ୍ପାଦକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବଲାଙ୍ଗୀର ଅଫିସ,୧୬ା୭: ବଲାଙ୍ଗୀର ସହର ସାଲେପାଲିଠାରେ ଥିବା ପ୍ୟାକ୍ସ ସମ୍ପାଦକ ମସୁଦ ମହମ୍ମଦଙ୍କ ଘରେ ଶୁକ୍ରବାର ସକାଳୁ ଭିଜିଲାନ୍ସ ଚଢ଼ାଉ କରାଯାଇଛି । ଆୟ ବହିର୍ଭୂତ...

ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌: ନିୟମ ମାନୁନାହାନ୍ତି ଅନେକ ଶୋ’ରୁମ୍‌ ମାଲିକ

ଭୁବନେଶ୍ୱର, ୨୧ା୯(ବ୍ୟୁରୋ): ଆତଙ୍କବାଦ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସମଗ୍ର ଦେଶରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବାକୁ ସବୁ ରାଜ୍ୟକୁ ପରାମର୍ଶ ଦେଇଛନ୍ତି। ଓଡ଼ିଶାରେ...

ରାଜ୍ୟରେ ୨୩୩୧ ଏନ୍‌ସେଫାଲାଇଟିସ୍‌ ରୋଗୀ: ୧୬ ମାସରେ ୧୧ ଜୀବନ ହାନି

କଟକ ଅଫିସ, ୧୮।୬: ଆକ୍ୟୁଟ୍‌ ଏନ୍‌ସେଫାଲାଇଟିସ୍‌ ସିଣ୍ଡ୍ରମ (ଏଇଏସ୍‌) ବା ମସ୍ତିଷ୍କ ତୀବ୍ର ପ୍ରଦାହ ରୋଗ ରାଜ୍ୟରେ ୧୧ ଜଣଙ୍କ ଜୀବନ ନେଲାଣି। ୨୦୧୮ ଜାନୁୟାରୀ...

କୁନି ଛାତ୍ର ନିର୍ମାଣ କଲେ ସାନିଟାଇଜ୍‌ ମେଶିନ

ଗୋପ,୨୫ା୭(ଡି.ଏନ୍‌.ଏ): କରୋନାକୁ ନେଇ ସାରା ଦେଶ ଔଷଧ ପ୍ରସ୍ତୁତ ଲାଗି ଉଦ୍ୟମ ଜାରି ରଖିଛନ୍ତି। ଏଭଳି ସମୟରେ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ପୁରୀ ଜିଲା...

Advertisement
Archives

Model This Week