ସବୁଜ ବଳୟ ଉଜାଡ଼ି ବିପର୍ଯ୍ୟୟକୁ ସାମ୍ନା

ଭୁବନେଶ୍ୱର,୧ା୬(ବ୍ୟୁରୋ): ବିକାଶ ନଁାରେ ରାଜ୍ୟରେ ବୃକ୍ଷସମ୍ପଦକୁ କାଟି ପଦା କରି ଦିଆଯାଉଛି। ଫଳରେ ପରିବେଶ ସନ୍ତୁଳନ ବିଗିଡ଼ିବା ସହ ଜଳବାୟୁର ପ୍ରତିକୂଳ ପରିସ୍ଥିତି ଭୋଗିବାକୁ ପଡୁଛି। ବାତ୍ୟା, ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ରାଜ୍ୟ ପାଇଁ ବଡ଼ ବିପତ୍ତିରେ ପରିଣତ ହେଲାଣି। ଅସମୟରେ ଲଗାତାର ବାତ୍ୟା ଆଗମନ ଓଡ଼ିଶା ପାଇଁ ସତର୍କ ଘଣ୍ଟି ହୋଇଛି। ପ୍ରତ୍ୟେକ ବର୍ଷ ବିଭିନ୍ନ ପ୍ରକଳ୍ପ ଓ ରାସ୍ତା ପାଇଁ ଜଙ୍ଗଲ ଜମିକୁ ଅଣ ଜଙ୍ଗଲ କିସମରେ ପରିଣତ କରିବା କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି। ବିଭିନ୍ନ ପ୍ରକଳ୍ପ ପାଇଁ ଗତ ୧୦ ବର୍ଷ ମଧ୍ୟରେ ରାଜ୍ୟରେ ପ୍ରାୟ ୫୫ ହଜାର ହେକ୍ଟର ଜଙ୍ଗଲ ଜମି ଅଣଜଙ୍ଗଲ କିସମରେ ପରିଣତ କରାଯାଇଥିବାବେଳେ ରାସ୍ତା ନିର୍ମାଣ ପାଇଁ ୧.୮୫ କୋଟି ଗଛ କାଟି ପଦା କରାଯାଇଛି। ଏପରି ଧାରା ବଜାୟ ରହିଲେ ରାଜ୍ୟକୁ ଆଗାମୀ ଦିନରେ ଆହୁରି ଭୟଙ୍କରପ୍ରାକୃତିକ ବିପତ୍ତିର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ପରିବେଶବିତ୍‌ ଆଶଙ୍କା କରିଛନ୍ତି।
ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ରାସ୍ତା ନିର୍ମାଣ ଓ ସମ୍ପ୍ରସାରଣ ପାଇଁ ୨୦୧୧ରେ ୧,୧୮,୯୭୧ ଗଛ କଟାଯାଇଥିବାବେଳେ ୨୦୧୨ରେ ୬,୩୪,୮୨୩, ୨୦୧୩ରେ ୧୭,୭୮,୭୩୪, ୨୦୧୪ରେ ୧୬,୯୯୦, ୨୦୧୫ରେ ୧୭,୩୩,୩୮୫, ୨୦୧୬ରେ ୬୨,୦୩,୯୩୬, ୨୦୧୭ରେ ୧୮,୦୭,୯୦୯, ୨୦୧୮ରେ ୧୩,୧୦,୩୧୪, ୨୦୧୯ରେ ୨୦,୪୪,୭୮୨, ୨୦୨୦ରେ ୨୬,୭୭,୬୮୬ ଏବଂ ୨୦୨୧ ମାର୍ଚ୍ଚ ୩୦ ଯାଏ ୧,୭୩,୨୧୮ ବୃକ୍ଷ ଛେଦନ କରାଯାଇଛି।
ସେହିପରି ଏହି ସମୟ ମଧ୍ୟରେ ୪୮୬ ପ୍ରକଳ୍ପ ପାଇଁ ରାଜ୍ୟର ୫୩,୩୯୫.୬୦ ହେକ୍ଟର ଜଙ୍ଗଲ ଜମିକୁ ଅଣଜଙ୍ଗଲ କିସମରେ ପରିଣତ କରିବାକୁ ଅନୁମତି ଦିଆଯାଇଛି। ୮୪ଟି ଜଳସେଚନ ପ୍ରକଳ୍ପ ପାଇଁ ୯,୭୭୭.୪୬ ହେକ୍ଟର ଜଙ୍ଗଲ ଜମିକୁ ବଦଳାଯାଇଥିବାବେଳେ ୨୮ ଶିଳ୍ପ ପାଇଁ ୪୩୦୪.୪୯ ହେକ୍ଟର, ୧୮୭ ଖଣି ପାଇଁ ୨୭୨୫୯.୯୩ ହେକ୍ଟର, ୬ ଶକ୍ତି ପ୍ରକଳ୍ପ ପାଇଁ ୧୧୬.୪୫ ହେକ୍ଟର, ୪୧ ରାସ୍ତା ଓ ପୋଲ ନିର୍ମାଣ ପାଇଁ ୪୬୬.୪୯ ହେକ୍ଟର, ୧୯ ରେଳ ପ୍ରକଳ୍ପ ପାଇଁ ୨୪୧୭.୫୯ ହେକ୍ଟର, ୪ ପ୍ରତିରକ୍ଷା ପ୍ରକଳ୍ପ ପାଇଁ ୩୮୬୫.୨୫ ହେକ୍ଟର, ୩ ବିସ୍ଥାପନ ପ୍ରକଳ୍ପ ପାଇଁ ୩୨୧.୯୪ ହେକ୍ଟର, ୬୬ଟି ବିଦ୍ୟୁତ୍‌ ଟ୍ରାନ୍ସମିଶନ ପାଇଁ ୩୭୧୬.୮୮ ହେକ୍ଟର ଜଙ୍ଗଲ ଜମିକୁ ଅଣ ଜଙ୍ଗଲ ଜମିରେ ପରିଣତ କରାଯାଇଛି। ଏଥିସହିତ ରାଜ୍ୟ ସରକାର ମଧ୍ୟ ଜଙ୍ଗଲ ଅଧିକାର ଆଇନ-୨୦୦୬ ଅନୁଯାୟୀ ବିଭିନ୍ନ ପ୍ରକଳ୍ପ ପାଇଁ ନିଜେ ୭୮.୩୪୮ ହେକ୍ଟର ଜଙ୍ଗଲ ଜମିର କିସମକୁ ବଦଳାଇଛନ୍ତି।
ବିଗତ ବର୍ଷଗୁଡିକୁ ଅନୁଧ୍ୟାନ କଲେ ରାଜ୍ୟରେ ବିଭିନ୍ନ ପ୍ରକଳ୍ପ ପାଇଁ ବିପୁଳ ସଂଖ୍ୟକ ବୃକ୍ଷକୁ ବଳିଦେବାକୁ ପଡିଛି। ୨୦୦୬ରୁ ୨୦୧୨ ମଧ୍ୟରେ ଶିଳ୍ପ, ଖଣି, ଜଳସେଚନ, ରାସ୍ତା ନିର୍ମାଣ, ବିଦ୍ୟୁତ୍‌ ଆଦି ପାଇଁ ୮୮୨୦.୭୭ ହେକ୍ଟର ଜଙ୍ଗଲ ଜମିକୁ ନଷ୍ଟ କରାଯାଇଥିଲା। ସେହିପରି ୨୦୧୧-୧୨ରେ କେତେକ ପ୍ରକଳ୍ପ ପାଇଁ ୧୨.୨୭ ଲକ୍ଷ ବୃକ୍ଷ ବଳି ଦେବାକୁ ପଡ଼ିଛି। ୨୦୧୩ ଜୁନ୍‌ ସୁଦ୍ଧା ରାଜ୍ୟରେ ଖଣି ପାଇଁ ୧୮୦୭୭.୩୨୯ ହେକ୍ଟର ଜଙ୍ଗଲ ଜମି ନଷ୍ଟ ହୋଇଛି। ବିଭିନ୍ନ ଜିଲାରେ ରାଜ୍ୟ ସରକାର ଖଣି ଲିଜ୍‌ଧାରୀଙ୍କୁ ୫୨୦୪୦.୮୦୫ ହେକ୍ଟର ଜଙ୍ଗଲ ଜମି ଲିଜ୍‌ ସୂତ୍ରରେ ପ୍ରଦାନ କରିଛନ୍ତି। ସେହିପରି ୨୦୧୨-୧୩ରୁ ୨୦୧୯-୨୦ ମଧ୍ୟରେ ୨୬୬.୮ ଲକ୍ଷ ହେକ୍ଟର ଜଙ୍ଗଲ ଜମିକୁ ବିଭିନ୍ନ ପ୍ରକଳ୍ପ ପାଇଁ ନଷ୍ଟ କରାଯାଇଛି।
ଏତେ ଧ୍ୱଂସ ହେବା ପରେ ମଧ୍ୟ ରାଜ୍ୟରେ ଜଙ୍ଗଲ ପରିମାଣ ଅଧିକ ରହିଥିବା ଜଙ୍ଗଲ ଓ ପରିବେଶ ବିଭାଗ କହୁଛି। ବିଭାଗୀୟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଧାନସଭାକୁ ଦେଇଥିବା ତଥ୍ୟ ଅନୁଯାୟୀ ୨୦୧୯ ସୁଦ୍ଧା ରାଜ୍ୟରେ ୫୧ ହଜାର ୬୧୯ ବର୍ଗ କି.ମି. ଜଙ୍ଗଲ ରହିଛି। ଖାଲି ସେତିକି ନୁହେଁ, ୨୦୧୭ ତୁଳନାରେ ୨୦୧୯ରେ ୨୭୪ ବର୍ଗ କି.ମି. ଜଙ୍ଗଲ ବଢିଛି। ଭାରତୀୟ ବନ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ୨୦୧୯ ଆକଳନ ଅନୁଯାୟୀ ରାଜ୍ୟରେ ଜଙ୍ଗଲ ଆଚ୍ଛାଦନ ପରିମାଣ ୫୧ ହଜାର ୬୧୯ କ.ମି. ଏବଂ ବୃକ୍ଷ ଆଚ୍ଛାଦନ ପରିମାଣ ୪ ହଜାର ୬୪୮ ବର୍ଗ କି.ମି. ରହିଛି। ଏ ସବୁକୁ ମିଶାଇ ରାଜ୍ୟରେ ଜଙ୍ଗଲ ଓ ବୃକ୍ଷ ଆଚ୍ଛାଦନ ପରିମାଣ ୫୬ ହଜାର ୨୬୭ ବର୍ଗ କି.ମି. ରହିଥିବା ସେ କହିଛନ୍ତି। ତେବେ ୨୦୧୦-୧୧ରୁ ୨୦୨୦-୨୧ ମଧ୍ୟରେ ରାସ୍ତାଜନିତ କ୍ଷତି ଭରିବା ପାଇଁ ରାଜ୍ୟରେ ୨୯,୮୩,୫୭୩ ବୃକ୍ଷରୋପଣ କରାଯାଇଥିବାବେଳେ ବିଭିନ୍ନ ଜଙ୍ଗଲରେ ୪ ଲକ୍ଷ ୨୮ ହଜାର ୭୧ ବୃକ୍ଷରୋପଣ କରାଯାଇଛି। ଏଥିପାଇଁ ୬୬ କୋଟି ୧୭ ଲକ୍ଷ ୨ ହଜାର ୩୧୩ ଟଙ୍କା ଖର୍ଚ୍ଚ କରାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା ତୋରଣ ଭଙ୍ଗା ଘଟଣା: ଜନପ୍ରିୟ ସରକାରକୁ ବଦନାମ କରିବାକୁ ଚାଲିଛି ଚକ୍ରାନ୍ତ,ବରଗଡ଼ ଏମପି…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା ସବୁଠି ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣାର ତୁରନ୍ତ ଭିଜିଲାନ୍ସ ତଦନ୍ତ କରିବା ପାଇଁ ବରଗଡ଼…

OAS ପରୀକ୍ଷାରେ ବରଗଡ଼ ପୁଅଙ୍କ ବାଜିମାତ୍: ଅଧ୍ୟାପକଙ୍କ ପୁଅ ରାଜ୍ୟରେ ୩ୟ, ମନ୍ଦିର ସେବକଙ୍କ ପୁଅ…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା ଲୋକସେବା ଆୟୋଗ(ଓପିଏସି) ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ରେ ବରଗଡ଼ ଜିଲାର ୨ ଜଣ ସଫଳତା ଅର୍ଜନ କରିଛନ୍ତି। ବରଗଡ଼ କଲେଜ ରୋଡ୍‌ ବାସିନ୍ଦା…

ସାବଧାନ! ଜୁନ୍ ୩୦ e-KYC ର ଶେଷ ତାରିଖ, ନିୟମ ନମାନିଲେ ଆସିବନି ଗ୍ୟାସ୍‌ ସିଲିଣ୍ଡର…

ନୂଆଦିଲ୍ଲୀ,୨୬।୫: ଯଦି ଆପଣ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗ୍ୟାସ ସିଲିଣ୍ଡର ଯୋଗାଣରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ ବଡ଼ ଖବର: ତତ୍କାଳ ଟିକେଟ୍ ପାଇଁ ଆସିଲା ନୂଆ ‘ଟୋକନ ନିୟମ’

ନୂଆଦିଲ୍ଲୀ,୨୬।୫: ରେଳଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ତତ୍କାଳ ଟିକେଟ୍ କାଉଣ୍ଟରରେ ହେଉଥିବା ପ୍ରବଳ ଭିଡ଼ ଅନିୟମିତତାକୁ ରୋକିବା ପାଇଁ ଭାରତୀୟ ରେଳବାଇ ଏକ ବଡ଼ ପଦକ୍ଷେପ…

ଇଞ୍ଜିନିୟରରୁ OAS ଅଫିସର: ୯୮ ର଼୍ୟାଙ୍କ ରଖି ଗଞ୍ଜାମର ଗୌରବ ବଢ଼ାଇଲେ ଖଗେଶ୍ୱର, ଛୁଟୁଛି ଶୁଭେଚ୍ଛାର ସୁଅ

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଓଡ଼ିଶା ପ୍ରଶାସନିକ ସେବା (OAS) ପରୀକ୍ଷାରେ ପୁଣି ଚମକିଛନ୍ତି ଗଞ୍ଜାମ ଜିଲାର ପୁଅ। ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପ୍ରକାଶିତ…

ଡିଏସ୍‌ପିରୁ OAS ଟପ୍ପର, ବୁବୁନ୍‌ଙ୍କ ସଫଳତାକୁ ନେଇ ଆନନ୍ଦପୁରରେ ଖୁସିର ଲହରୀ, ଯୁବପିଢ଼ୀଙ୍କ ପାଇଁ ସାଜିଲେ ପ୍ରେରଣା

ବଞ୍ଚୋ/ଆନନ୍ଦପୁର , ୨୬।୫(ପ୍ରଦୋଷ କୁମାର ବିଶ୍ୱାଳ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପାଇଁ ଆସିଛି ଏକ ବଡ଼ ଗୌରବର ଖବର। ଓଡ଼ିଶା ଲୋକସେବା ଆୟୋଗ…

ସାହାଯ୍ୟ ମାଗିବା ବାହାନାରେ ଶିକ୍ଷକଙ୍କଠାରୁ ବାଇକ୍‌ ନେଇ ଚମ୍ପଟ ମାରିଲେ ଦୁର୍ବୃତ୍ତ, ଢ଼ାବା ଆଗରେ…

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳରେ ଏକ ଚମକାଇ ଦେଲା ଭଳି ବାଇକ ଚୋରି ଘଟଣା ସାମ୍ନାକୁ ଆସିଛି। ଜଣେ ଦୁର୍ବୃତ୍ତ ସାହାଯ୍ୟ…

ମାଳିକାରେ ବଡ଼ ଚେତାବନୀ! ଆସୁଛି ଭୟଙ୍କର ପ୍ରଳୟ, ଓଡ଼ିଶାରେ…

୬୦୦ ବର୍ଷ ପୂର୍ୱେ ରଚିତ ଭବିଷ୍ୟବାଣୀ ଗ୍ରନ୍ଥ ‘ମାଳିକା’କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର୍‌ ଧରିଛି। ବିଶ୍ୱରେ ଚାଲିଥିବା ଯୁଦ୍ଧ ପରିସ୍ଥିତି, ପ୍ରାକୃତିକ ବିପର୍ଯ୍ୟୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri