ରାଜ୍ୟ

ପ୍ରକଳ୍ପ ଥାଇ ମିଳୁନି ପାଣି

ବଇଣ୍ଡା,୭ା୫(ଡି.ଏନ.ଏ.) ଗ୍ରାମାଞ୍ଚଳର ଲୋକଙ୍କୁ ପାଇପ୍‌ ପାଣି ଯୋଗାଇ ଦେବାକୁ ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ପ୍ରକଳ୍ପମାନ ନିର୍ମାଣ କରୁଛନ୍ତି। ଏଥିପାଇଁ ବହୁ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ ଆବଶ୍ୟକ ରକ୍ଷାଣାବେକ୍ଷଣ କରାଯାଉ ନାହିଁ। ଫଳରେ କିଛିବର୍ଷ ପରେ ଅନେକ ଅଚଳ…

ଆଦର୍ଶ ସାଜିଛି ଅଙ୍ଗନଓ୍ବାଡି

ଢେଙ୍କାନାଳ ଅଫିସ, ୭।୫ ପରିଷ୍କାର ପରିଚ୍ଛନ୍ନ ବାତାବରଣ। ନୂଆ ରଙ୍ଗରେ ଝଲସୁଛି କୋଠା। ଅଙ୍କା ଯାଇଛି ଭଳିକି ଭଳି ରଙ୍ଗବେରଙ୍ଗ ଚିତ୍ର। ବାହାର ପରିବେଶଠୁ ଆହୁରି ଚମତ୍କାର ଭିତରର ଦୃଶ୍ୟ। ପଡ଼ିଛି ରଙ୍ଗିନ ପ୍ଲାଷ୍ଟିକ୍‌ ଚେୟାର, ଟେବୁଲ। କୁନି ପିଲାମାନେ ଯେପରି…

କାଲିମେଳା ପୂର୍ବତନ ତହସିଲଦାର ନିଲମ୍ବିତ

ମାଲକାନଗିରି/କାଲିମେଳା,୬ା୫: ମାଲକାନଗିରି ଜିଲା କାଲିମେଳା ବ୍ଲକରେ ହୋଇଥିବା ଜମି ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୂର୍ବତନ ତହସିଲଦାର ଆଲୋକ କୁମାର ଅନୁଗୁଳିଆଙ୍କୁ ଗୁରୁବାର ଚାକିରିରୁ ନିଲମ୍ବନ କରାଯାଇଛି। ବିଭାଗୀୟ ସଚିବ ଚିଠି ନଂ. ୧୩୬୩୫/୨୧ରେ ତାଙ୍କୁ ନିଲମ୍ବନ କରାଯାଇଛି। ଘଟଣାର ଅଧିକ…

ଯୁବତୀଙ୍କୁ ଗର୍ଭବତୀ କରି ସମ୍ପର୍କୀୟ କକା ଫେରାର

ସୁନ୍ଦରଗଡ,୬।୫: ସୁନ୍ଦରଗଡ଼ ଜିଲା ଧରୁଆଡିହି ଥାନା ଅନ୍ତର୍ଗତ ବାଉରୀଡିହି ଗ୍ରାମରେ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ସମ୍ପର୍କୀୟ କକା ଗର୍ଭବତୀ କରି ଫେରାର ଥିବା ଅଭିଯୋଗ ହୋଇଛି। ଏ ନେଇ ପୀଡିତା ଗ୍ରାମବାସୀଙ୍କ ସହିତ ମିଶି ଥାନାରେ ଏତଲା ଦେବା ପରେ ପୋଲିସ…

ଲକ୍‌ଡାଉନର ପ୍ରଭାବ: ବିକ୍ରି ନ ହେବାରୁ ରାଜରାସ୍ତାରେ ଢ଼ାଳିଲେ କ୍ଷୀର

ବାଉଁଶୁଣୀ,୬।୫: ଲକ୍‌ଡାଉନ ପାଇଁ ଦୋକାନ ବଜାର ବନ୍ଦ ଥିବାରୁ ଏକ ଘରୋଇ ସଂସ୍ଥା ବୌଦ୍ଧ ବ୍ଲକ ଜହ୍ନାପଙ୍କ ଚାରିଶମ୍ଭୁ ଦୁଗ୍ଧ ସମିତିରୁ କ୍ଷୀର ନେବା ପାଇଁ ମନା କରିଦେବାରୁ ଅଭାବନୀୟ ଘଟଣା ଘଟିଛି  । ଏହାର ପ୍ରତିବାଦରେ ଗୁରୁବାର କ୍ଷୀର ବିକ୍ରି…

ଗୁରୁତର ରାଜ୍ୟ ଭାଜପା ନେତାଙ୍କ ପରିବାର ସହ କଥା ହେଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ପ୍ରଧାନମନ୍ତ୍ରୀ ପ୍ରଦୀପ୍ତଙ୍କ ସ୍ତ୍ରୀ କମଳା ନାୟକଙ୍କ ସହ ଫୋନରେ କଥା ହୋଇଥିଲେ। ଏପରି କି ମୋଦି ରାଜ୍ୟସଭା ସଦସ୍ୟ ରଘୁନାଥ ମହାପାତ୍ରଙ୍କ ମଧ୍ୟ…

ପଶୁ, ପକ୍ଷୀଙ୍କୁ କରୋନା ବ୍ୟାପିବା ଆଶଙ୍କା

ଭୁବନେଶ୍ୱର,୬।୫: ସଂକ୍ରମିତ ବ୍ୟକ୍ତିଙ୍କଠାରୁ ପଶୁ, ପକ୍ଷୀଙ୍କୁ କରୋନା ବ୍ୟାପିବା ଆଶଙ୍କା କରି କେନ୍ଦ୍ର ଜଙ୍ଗଲ ମନ୍ତ୍ରାଳୟ ପକ୍ଷରୁ ସବୁ ରାଜ୍ୟର ମୁଖ୍ୟ ବନ୍ୟ ସଂରକ୍ଷକ(ପିସିସିଏଫ୍‌)ଙ୍କୁ ଚିଠି କରାଯାଇଛି। ଚିଠିରେ ବନ୍ୟଯନ୍ତୁଙ୍କ ସୁରକ୍ଷା ପାଇଁ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ପର୍ଯ୍ୟଟକମାନଙ୍କ…

‘ଲକ୍‌ଡାଉନରେ ଥାନାକୁ ଆସନ୍ତୁ ନାହିଁ’

ଭୁବନେଶ୍ୱର,୬।୫: ଲକ୍‌ଡାଉନ ସମୟରେ ଥାନାକୁ ଆସିବା ଦରକାର ନାହିଁ। କାହାର କୌଣସି ଅଭିଯୋଗ ଥିଲେ ଫୋନ ଯୋଗେ ଥାନାରେ ରିପୋର୍ଟ କରନ୍ତୁ। ଗୁରୁବାର ଜନସାଧାରଣଙ୍କୁ ଏଭଳି ଅନୁରୋଧ କରିଛନ୍ତି ପୋଲିସ ଡିଜି ଅଭୟ। ଜନସାଧାରଣ କଟକଣା ମାନୁଛନ୍ତି। ହେଲେ କିଛି ଲୋକ…

ନୂଆ ଲୋକଙ୍କୁ ଦିଆଯିବ ନାହିଁ ଟିକା

ଭୁବନେଶ୍ୱର,୬।୫: ସ୍ବାସ୍ଥ୍ୟ ଏସିଏସ୍‌ ପ୍ରଦୀପ୍ତ ମହାପାତ୍ର ଗୁରୁବାର ରାଜ୍ୟର ଟିକାକରଣ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ରାଜ୍ୟରେ ୯୭ ପ୍ରତିଶତ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ପ୍ରଥମ ଓ ୮୭ ପ୍ରତିଶତ ଦ୍ୱିତୀୟ ଡୋଜ ଟିକା ଦିଆଯାଇଛି। ସେହିପରି ୯୭ ପ୍ରତିଶତ ସମ୍ମୁଖ ଯୋଦ୍ଧା…

ପ୍ରଦୀପ୍ତ ନାୟକଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୬।୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ବିରୋଧୀ ଦଳ ନେତା ତଥା ଭାଜପା ନେତା ପ୍ରଦୀପ୍ତ କୁମାର ନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି, କୋଭିଡ୍‌ ସଂକ୍ରମିତ ଜଣାପଡ଼ିବା ପରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା…

ପଶ୍ଚିମବଙ୍ଗ ଗଲେ ଆର୍‌ଟିପିସିଆର ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ

ଭୁବନେଶ୍ୱର,୬।୫(ବ୍ୟୁରୋ): କରୋନା ସଂକ୍ରମଣ ବୃଦ୍ଧି ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ପଶ୍ଚିମବଙ୍ଗ ସରକାର ଅନ୍ୟ ରାଜ୍ୟରୁ ଯାଉଥିବା ଯାତ୍ରୀମାନଙ୍କ ଆର୍‌ପିସିଆର ନେଗେଟିଭ୍‌ ରିପୋର୍ଟକୁ ବାଧ୍ୟତାମୂଳକ କରିଛନ୍ତି। ଏହାକୁ ନେଇ ଭୁବନେଶ୍ବର ରେଳ ଷ୍ଟେଶନରେ କଟକଣା ଲାଗୁ କରାଯାଇଛି। ଅନ୍ୟ ରାଜ୍ୟରୁ ପଶ୍ଚିମବଙ୍ଗର…

କରୋନାରେ ସିଆରପିଏଫ୍‌ ଡିଆଇଜି ସୁନୀଲ କୁମାର ପାର୍ଥଙ୍କ ଦେହାନ୍ତ

ଭୁବନେଶ୍ୱର,୬।୫(ବ୍ୟୁରୋ): ଭୁବନେଶ୍ୱର ସିଆରପିଏଫ୍‌ ଡିଆଇଜି ସୁନୀଲ କୁମାର ପାର୍ଥଙ୍କ କରୋନାରେ ଗୁରୁବାର ଦେହାନ୍ତ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରସ୍ଥିତ ଏକ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୫୪ ବର୍ଷ ହୋଇଥିଲା। ଭୁବନେଶ୍ୱର ସିଆରପିଏଫ୍‌ରେ ଏ ପର୍ଯ୍ୟନ୍ତ କରୋନାରେ କାହାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri