କଲେଜ ଛାତ୍ର ମୃତ୍ୟୁ ଘଟଣା ପଛରେ ପ୍ରେମିକା ସହ ଧରମ ଭାଇର ହାତ

କଟକ ଅଫିସ,୨୮ା୯: ଖ୍ରୀଷ୍ଟ କଲେଜ ଛାତ୍ର ମୃତ୍ୟୁ ଘଟଣାର ପୋଲିସ ସୋମବାର ପର୍ଦ୍ଧାଫାଶ କରିଛି। ଛାତ୍ର ତୁଷାରକାନ୍ତ ସାହୁଙ୍କ ମୃତ୍ୟୁ ଘଟଣାରେ ଜଗତପୁର ପୋଲିସ ୨ ଜଣଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ କଟକ ଦରଘାବଜାର ଅଞ୍ଚଳର ଦିବ୍ୟରଞ୍ଜନ ବେହେରା ଓରଫ ଜୁବୁ(୨୬) ଓ ପିଠାପୁର ରୋଡର କୌଶଲ ପ୍ରଧାନ (୨୦)।

ଏ ସମ୍ପର୍କରେ ଏସିପି ଅମରେନ୍ଦ୍ର ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ତୁଷାର ଓ ତାଙ୍କ କଲେଜର ଜଣେ ଯୁବତୀଙ୍କ ମଧ୍ୟରେ ଘନିଷ୍ଠତା ରହିଥିଲା। ପରେ ଦୁହିଁଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ସେହି କନେକ୍ସନରେ ଯୁବତୀ ଓ ତାଙ୍କ ବଡ଼ ଭଉଣୀଙ୍କ ବୟଫ୍ରେଣ୍ଡ ଓ ଜଣେ ଧରମ ଭାଇ ୨/୩ ମାସ ଧରି ଲଗାତର ଭାବେ ତୁଷାରଙ୍କୁ ମାନସିକ ନିର୍ଯାତନା ଦେଉଥିଲେ। ଏପରି କି ସେମାନେ ତୁଷାରଙ୍କ ଉପରେ ବିଭିନ୍ନ ଚାପ ପକାଇବା ସହ ତାଙ୍କ ବିରୋଧରେ ମିଛ ଏଫଆଇଆର୍‌ ଦେବା ପାଇଁ ଧମକ ଦେଉଥିଲେ। ଗତ ଅଗଷ୍ଟ ୩ ତାରିଖରେ ଇନଡୋର୍‌ ଷ୍ଟାଡିୟମରେ ତୁଷାରଙ୍କୁ ଦିବ୍ୟରଞ୍ଜନ ମାଡ ମାରିଥିଲେ। ପରେ ତୁଷାର ମାନସିକ ସ୍ତରରେ ଚାପଗ୍ରସ୍ତ ହୋଇଥିଲେ। ଆଉ ଏହି ୪ ଜଣଙ୍କ ଦ୍ୱାରା ଦିଆଯାଉଥିବା ମାନସିକ ନିର୍ଯାତନା ପାଇଁ ତୁଷାର ନଦୀକୁ ଡେଇଁ ଆତ୍ମହତ୍ୟା କରିଥିଲେ। ଏହି ୪ ଜଣ ତାଙ୍କୁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇଥିଲେ। ଏନେଇ ପୋଲିସ ଏକ ମାମଲା (ନଂ. ୩୮୨/୨୧) ରୁଜୁ କରି ଦିବ୍ୟରଞ୍ଜନ ଓ କୌଶଲଙ୍କୁ ଗିରଫ କରିଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ଆଗାମୀ ଦିନରେ ତଦନ୍ତ ପରିସରକୁ ନିଆଯିବ ବୋଲି ଏସିପି ପଣ୍ଡା କହିଛନ୍ତି।

ସୂଚନାଯୋଗ୍ୟ, ତୁଷାର ଗତ ଅଗଷ୍ଟ ୩ ତାରିଖ ରାତି ୮ଟାରେ ଏକ ସ୍କୁଟିରେ କଟକ ଚଣ୍ଡୀଛକସ୍ଥିତ ଘରୁ କେଉଁଆଡେ ଚାଲିଯାଇଥିଲେ। ଏନେଇ ତାଙ୍କ ବାପା ହୃଷୀକେଶ କ୍ୟାଣ୍ଟନମେଣ୍ଟ ଥାନାରେ ଅଭିଯୋଗ କରିଥିଲେ। ଅଗଷ୍ଟ ୫ ତାରିଖରେ ଜଗତ୍‌ପୁର ପୋଲିସ ଯୋବ୍ରା ଆନିକଟ ନିକଟରୁ ମୃତଦେହ ଜବତ କରିଥିଲା। ପରେ ତୁଷାରଙ୍କର ବାନ୍ଧବୀଙ୍କ ସମେତ ୫ଜଣ ସାଙ୍ଗଙ୍କ ବିରୋଧରେ ହୃଷୀକେଶ କ୍ୟାଣ୍ଟନମେଣ୍ଟ ଥାନାରେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri