ମଞ୍ଚାରେ ଶୋଇଥିଲେ ଯୁବକ, ରାତିରେ ଆସିିଲା ହାତୀ…

ଝୁମ୍ପୁରା/କେନ୍ଦୁଝର,୨୭।୯(ଡି.ଏନ.ଏ./ସ୍ବ.ପ୍ର.): କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ବାଲିବନ୍ଧ ବନାଞ୍ଚଳ ଅଧୀନ ଜଙ୍ଗଲ ପାର୍ଶ୍ୱ ଗ୍ରାମ ପୁରୁଣାପାଣିରେ ସୋମବାର ଭୋରରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଚାମରା ମୁଣ୍ଡା।

ସୂଚନା ଅନୁଯାୟୀ, ପୁରୁଣାପାଣି ଜଙ୍ଗଲରେ ୧୧ଟି ହାତୀ ଘୂରି ବୁଲୁଛନ୍ତି। ଜଙ୍ଗଲ ପାର୍ଶ୍ୱ ଫସଲ ଉଜାଡ଼ିବା ସହ ହାତୀପଲ ଉପଦ୍ରବ ଚଳାଇଛନ୍ତି। ଚାମରା ଫସଲ ଜଗିବା ପାଇଁ ରବିବାର ରାତିରେ ଯାଇଥିଲେ। ସେ ଗଛ ଉପରେ ବାନ୍ଧିଥିବା ମଞ୍ଚାରୁ ଭୋରରେ ଓହ୍ଲାଇ ଘରକୁ ଆସୁଥିଲେ। ହେଲେ କୁହୁଡ଼ି ଯୋଗୁ ପଛପଟୁ ଆସୁଥିବା ହାତୀକୁ ସେ ଦେଖି ନ ପାରି ହାବୁଡରେ ପଡିଥିଲେ। ହାତୀ ଶୁଣ୍ଢରେ ତାଙ୍କୁ କଚାଡ଼ି ଦେବା ସହ ଗୋଇଠା ମାରିବାରୁ ସେ ଗୁରୁତର ହୋଇପଡିଥିଲେ। ହାତୀ ଚାଲିଯିବା ପରେ ପାଖରେ ଥିବା ଚାଷୀମାନେ ତାଙ୍କୁ ଉଦ୍ଧାର କରି ଝୁମ୍ପୁରା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବନ ବିଭାଗ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସରକାରଙ୍କ ନିୟମ ଅନୁଯାୟୀ ମୃତ ଚାମରା ପରିବାରକୁ ୪ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯିବ। ତେବେ ପ୍ରାଥମିକ ସହାୟତା ୪୦ ହଜାର ଟଙ୍କା ଦିଆଯାଇଥିବା ଚମ୍ପୁଆ ରେଞ୍ଜର ସଞ୍ଜୀବ ରାଉତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ନିକଟତର ହୁଅ: କୃଷିମନ୍ତ୍ରୀ

ଭୁବନେଶ୍ୱର, ୧୭।୧୨ (ବ୍ୟୁରୋ):ଚାଷୀ ଏବଂ ଚାଷର ଉନ୍ନତି ଲାଗି ରାଜ୍ୟ ସରକାର ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି। ଚାଷୀଙ୍କ ନିକଟତର ହୋଇ ସେମାନଙ୍କୁ ଉନ୍ନତ ଜ୍ଞାନ...

ଦନ୍ତା ଆକ୍ରମଣରେ ଦୁଇ ଆହତ

ବଡ଼ସାହି,୫ା୨(ସ୍ବ.ପ୍ର)- ବଡ଼ସାହି ଥାନା ଅଧୀନ ଦେଉଳିଆ ପଞ୍ଚାୟତ ଗଦଗଦି ଗ୍ରାମର ଦୁଇ ମହିଳା ଦନ୍ତା ଆକ୍ରମଣରେ ଆହତ ହୋଇଛନ୍ତି ା ମହିଳା ଦ୍ୱୟ ହେଲେ ସେହି...

କାଳବୈଶାଖୀରେ ଭୁଶୁଡିଲା କାନ୍ଥ

ପାଟଣା,୭।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ବଡବିଲ ଗ୍ରାମରେ ଶୁକ୍ରବାର ରାତିରେ ରୋଷେଇ ଘର କାନ୍ଥ ଭୁଶୁଡି ଜଣେ ୧୭ ବର୍ଷର ନାବାଳିକା ଆହତ ହୋଇଛନ୍ତି।...

ଧରାପଡ଼ିଲା ବାଇକ୍‌ ଚୋରି ଗ୍ୟାଙ୍ଗ, ୩ ନାବାଳକଙ୍କ ସହ ୧୫ ଗିରଫ

ସମ୍ବଲପୁର,୧୩ା୮ (ବ୍ୟୁରୋ): ୨ ବର୍ଷ ଧରି ସମ୍ବଲପୁର ଜିଲାରେ ଚାଲିଥିବା ବାଇକ୍‌ ଚୋରି ର଼୍ୟାକେଟର ପର୍ଦ୍ଦାଫାଶ ହୋଇଛି। ବିଭିନ୍ନ ଥାନା ପୋଲିସ ୨୧ ବାଇକ୍‌ ସହ...

ପୃଥକ୍‌ ଘଟଣାରେ ମିଳିଲା ୨ ଝୁଲନ୍ତା ମୃତଦେହ

ପାଟଣା,୧୩ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଓ ତୁରୁମୁଙ୍ଗା ଥାନା ଅଞ୍ଚଳରେ ସୋମବାର ପୃଥକ୍‌ ଘଟଣାରେ ୨ଜଣଙ୍କ ଝୁଲନ୍ତା ମୃତଦେହ ଜବତହୋଇଛି। ପାଟଣା ଥାନା ମାଛଗଡ଼ ପଞ୍ଚାୟତ...

ନିମ୍ନମାନର ଚାଉଳ ନେଲେନି ହିତାଧିକାରୀ : ନରସିଂହପୁର ପଞ୍ଚାୟତରେ ଚାପା ଉତ୍ତେଜନା

ରଣପୁର,୧୬ା୯(ସ୍ବ.ପ୍ର.): ରଣପୁର ବ୍ଲକ ନରସିଂହପୁର ପଞ୍ଚାୟତର ରାଶନ କାର୍ଡ ହିତାଧିକାରୀମାନେ ନିମ୍ନମାନର ଚାଉଳ ନ ନେଇ ଫେରାଇ ଦେଇଛନ୍ତି। ଏହି ଘଟଣାକୁ ନେଇ ରବିବାର କିଛି...

ହାତ ତିଆରି ଖାଦ୍ୟର ହୋମ୍‌ ଡେଲିଭରି

ଭୁବନେଶ୍ୱର, ୨୪।୧୦(ବ୍ୟୁରୋ): କରୋନା ଲୋକଙ୍କ ଜୀବିକା ଛଡ଼ାଇ ନେଇଛି, ଆଉ ଅନେକଙ୍କୁ ନୂଆ ରାହା ବି ଦେଖାଇଛି। ବିଶେଷକରି ଯୁବବର୍ଗ ଘରେ ହାତବାନ୍ଧି ନ ବସି...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୩ ଜୀବନ

ପାଟଣା,୩।୫ (ସ୍ବ. ପ୍ର.): ୨୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ପାଟଣା ଢେଙ୍କିକୋଟ ଡିଆନାଳି ବିଦ୍ୟୁତ୍‌ ଷ୍ଟ୍ରକଚର ନିକଟରେ ସୋମବାର ବିଳମ୍ବିତ ରାତ୍ରିରେ ଏକ...

Advertisement
Archives

Model This Week