ଆଜି ଶହୀଦ ସ୍ମୃତି ଦିବସ: ବଦଳୁଛି ଶହୀଦ ସ୍ମୃତିପୀଠର ଭିତ୍ତିଭୂମି

ବାସୁଦେବପୁର,୨୮।୯(ଡି.ଏନ.ଏ.)-ଭଦ୍ରକ ଜିଲାର ବାସୁଦେବପୁର ହେଉଛି ସଂଗ୍ରାମର ମାଟି। ୧୯୪୨ ଭାରତଛାଡ଼ ଆନ୍ଦୋଳନ ସମୟରେ ବାସୁଦେବପୁର, ଇରମ ଓ ନଦୀଘେରଦ ଅଞ୍ଚଳର ସଂଗ୍ରାମୀମାନେ ନେତୃତ୍ୱ ନେଇଥିଲେ। ଇଂରେଜ ସରକାରଙ୍କ ବିରୋଧରେ ଏହି ଅଞ୍ଚଳରେ ଜନଜାଗରଣ ସୃଷ୍ଟି ହୋଇସାରିଥିବା ବେଳେ ୧୯୪୨ ସେପ୍ଟେମ୍ବର ୨୮ରେ ଇରମଠାରେ ନଅଣ ପୋଖରୀ ନିକଟସ୍ଥ ମେଳନ ପଡ଼ିଆରେ ଇଂରେଜମାନଙ୍କ ଗୁଳିରେ ଶହୀଦ ହୋଇଥିଲେ ୨୯ଜଣ ସଂଗ୍ରାମୀ। ୬୪ରୁ ଊର୍ଦ୍ଧ୍ୱ ସଂଗ୍ରାମୀ କ୍ଷତବିକ୍ଷତ ହୋଇଥିଲେ। ଯାହାକି ଏକ ଲୋମହର୍ଷଣକାରୀ ଇତିହାସ ହୋଇରହିଛି। ପ୍ରତିବର୍ଷ ସେପ୍ଟେମ୍ବର ୨୮କୁ ଶହୀଦ ସ୍ମୃତି ଦିବସ ଭାବେ ପାଳନ କରାଯାଇ ଆସୁଛି। ହେଲେ ରକ୍ତତୀର୍ଥ ଇରମ ତଥା ଶହୀଦ ସ୍ମୃତିପୀଠ ଦୀର୍ଘ ୭୯ବର୍ଷ ଧରି ଅବହେଳିତ ହୋଇ ରହିଥିଲା। ଏବେ ପୀଠର ଭିତ୍ତିଭୂମି ବଦଳିବା ଆରମ୍ଭ କରିଛି। ଏହାର ବିକାଶ ପାଇଁ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ବିଭାଗ ପକ୍ଷରୁ ୨୦୧୭-୧୮ ଆର୍ଥିକ ବର୍ଷରେ ଏହି ପୀଠର ଉନ୍ନତିକରଣ ଓ ଭିତ୍ତିଭୂମି ବିକାଶ ନିମନ୍ତେ ୪୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଏହି ଅର୍ଥରାଶିରେ ଶହୀଦ ପୀଠର ପାଚେରି ଓ ସଂଯୋଗକାରୀ ରାସ୍ତା ନିର୍ମାଣ ସରିଥିବା ବେଳେ ଗେଷ୍ଟହାଉସ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପୀଠର ଭିତ୍ତିଭୂମିର ଅଧିକ ବିକାଶ ପାଇଁ ସ୍ଥାନୀୟ ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କ ଉଦ୍ୟମକ୍ରମେ ବିଭାଗ ପକ୍ଷରୁ ପୁର୍ନବାର ୨୦୨୧ ଆର୍ଥିକ ବର୍ଷରେ ୫୦ଲକ୍ଷ ଟଙ୍କାର ଅନୁଦାନ ମଞ୍ଜୁର ହୋଇଥିବା ବେଳେ ଏହାର ଟେଣ୍ଡର ପ୍ରକ୍ରିୟା ମଧ୍ୟ ସରିଛି।
ତେବେ ପୀଠର ଚଳିତବର୍ଷ ମଞ୍ଜୁର ହୋଇଥିବା ଅନୁଦାନ ଅର୍ଥରେ ଶହୀଦ ସ୍ମୃତିପୀଠର ଉନ୍ନତିକରଣ ସହ ନଅଣ ପୋଖରୀ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯିବ ବୋଲି ଇରମ ସରପଞ୍ଚ ତଥା ସ୍ଥାନୀୟ ପର୍ଯ୍ୟଟନ ଉନ୍ନୟନ ପରିଷଦ ସଦସ୍ୟ ପ୍ରଫୁଲ୍ଲ ବିଶ୍ୱାଳ କହିଛନ୍ତି। ମଙ୍ଗଳବାର ୭୯ତମ ଶହୀଦ ସ୍ମୃତି ଦିବସ ପାଳନ ସମ୍ପର୍କରେ ସ୍ଥାନୀୟ ପର୍ଯ୍ୟଟନ ଉନ୍ନୟନ ପରିଷଦର ସଭାପତି ତଥା ବିଡିଓ ପ୍ରଣବ କୁମାର ବେହେରାଙ୍କୁ ପଚାରିବାରୁ ସମ୍ପୂର୍ଣ୍ଣ ବିଧିପୂର୍ବକ ଓ କୋଭିଡ୍‌ ଗାଇଡ୍‌ଲାଇନ ଅନୁଯାୟୀ ଏହି ଦିବସ ପାଳନ କରାଯାଇ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟାର୍‌ଙ୍କ କଳି: ଥାନାରେ ଦ୍ୱାରସ୍ଥ ହେଲେ ପ୍ରକୃତିଙ୍କ ମା’ବାପା

ଭୁବନେଶ୍ୱର,୨୩।୭(ବ୍ୟୁରୋ): ଓଲିଉଡ୍‌ ଅଭିନେତା ବାବୁସାନ ମହାନ୍ତି ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଏକ ଭିଡ଼ିଓ ଭାଇରାଲ ହେଉଛି। ଯାହାକୁ ନେଇ ସବୁଆଡେ ଚର୍ଚ୍ଚା ହେଉଛି। ଏମିତି...

ଘରୋଇ ହସ୍ପିଟାଲ ଚିକିତ୍ସା ସେବାକୁ ନେଇ ବିଧାନସଭାରେ ଉଦ୍‌ବେଗ: ରୋଗୀ ସେବା ତଦନ୍ତ ପାଇଁ କମିଟି ଗଠନ କରିବାକୁ ଦାବି

ଭୁବନେଶ୍ୱର, ୧।୭(ବ୍ୟୁରୋ): ଭୁବନେଶ୍ୱରରେ ଥିବା ଘରୋଇ ହସ୍ପିଟାଲଗୁଡ଼ିକ ଗରିବ ରୋଗୀଙ୍କୁ ଶୋଷଣ କରୁଛନ୍ତି। ସରକାରଙ୍କଠାରୁ ବିନାମୂଲ୍ୟରେ ଜମି ନେଇ ହସ୍ପିଟାଲ କରିଥିବା ସଂସ୍ଥାଗୁଡିକ ଜଣେ ହେଲେ...

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ: ଭିଜିଲାନ୍ସ ଜାଲରେ ନିମାପଡ଼ା ନିୟନ୍ତ୍ରିତ ବଜାର କମିଟି ଭାରପ୍ରାପ୍ତ ସମ୍ପାଦକ

ନିମାପଡ଼ା, ୨୮।୧୦(ଡି.ଏନ୍‌.ଏ.): ପୁରୀ ଜିଲା ନିମାପଡ଼ା ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମ୍‌ସି)ର ଭାରପ୍ରାପ୍ତ ସମ୍ପାଦକ ବିଜୟ କୁମାର ସ୍ବାଇଁଙ୍କ କିଆକଣ୍ଟା ଗ୍ରାମସ୍ଥିତ ଘରେ ଭିଜିଲାନ୍ସ ପକ୍ଷରୁ...

ରାଜ୍ୟବାସୀଙ୍କ ପାଇଁ ଖୁସି ଖବର: ସୁସ୍ଥ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ, ମୋଟ୍‌ ୧୩ ସୁସ୍ଥ

ଭୁବନେଶ୍ୱର,୧୩ା୪(ବ୍ୟୁରୋ) : ରାଜ୍ୟବାସୀଙ୍କ ପାଇଁ ଏକ ପୁଣି ଏକ ଖୁସି ଖବର ଆସିଛି। କଳାହାଣ୍ଡିରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ଏବେ ସୁସ୍ଥ ହୋଇଛନ୍ତି। ଏନେଇ...

ନିଉତା ବାଣ୍ଟିଲେ ହନୁମାନ

ସମ୍ବଲପୁର,୧୪ା୬(ବ୍ୟୁରୋ): ମାତା ପାର୍ବତୀ ଓ ଦେବଦେବ ମହାଦେବଙ୍କ ଲୌକିକ ବିବାହରେ ସାମିଲ ହେବାକୁ ସୋମବାର ହନୁମାନ ନିଉତା (ଗୁଆଗୁଣ୍ଡା) ବିଧି ସମ୍ପନ୍ନ ହୋଇଛି। ପରମ୍ପରା ଅନୁସାରେ...

ଆସନ୍ତାକାଲି ଅପରାହ୍ନ ୨ଟା ଯାଏଁ ଗଡିବ ମୋ-ବସ୍‌

ଭୁବନେଶ୍ୱର,୧୩।୧୧(ବ୍ୟୁରୋ)-ଆଲୋକର ପର୍ବ ଦୀପାବଳିକୁ ଆଖି ଆଗରେ ରଖି ଆସନ୍ତା ଶନିବାର ମୋ-ବସ ଚଳାଚଳ ଉପରେ କଟକଣା ଲଗାଯାଇଛି। ଆସନ୍ତାକାଲି ୧୫ଟି ରୁଟରେ ଅପରାହ୍ନ ୨ଟା ପର୍ଯ୍ୟନ୍ତ...

୧୫ ସୁଦ୍ଧା ପିକ୍‌ ନେଇପାରେ କରୋନା

ଭୁବନେଶ୍ୱର,୧୦।୧(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଜାନୁୟାରୀ ୧୫ ସୁଦ୍ଧା କରୋନା ପିକ୍‌ ନେଇପାରେ ବୋଲି ସୋମବାର ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି।...

ଜାଲ୍‌ ଜାତି ପ୍ରମାଣପତ୍ରରେ ନାମାଙ୍କନ

ବାଲିକୁଦା(ସ୍ବ.ପ୍ର.)/ଭୁବନେଶ୍ୱର(ବ୍ୟୁରୋ),୨୫ା୧: ଜଗତ୍‌ସିଂହପୁର ଜିଲା ବାଲିକୁଦା ୨ନଂ. ଜୋନ୍‌ରେ ଜିଲା ପରିଷଦ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ ସମୟରେ ଜାଲ୍‌ ଜାତିଗତ ପ୍ରମାଣପତ୍ର ଦିଆଯାଇଛି। ଏଭଳି...

Advertisement
Archives

Model This Week