ରାସ୍ତା ଉପରେ କାଟିଦେଲେ ଦିନମଜୁରିଆଙ୍କ ତଣ୍ଟି

ସମ୍ବଲପୁର,୨୮ା୯(ବ୍ୟୁରୋ): ସମ୍ବଲପୁର ଜିଲା କ୍ଷେତରାଜପୁର ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ଗଳାକାଟି ହତ୍ୟା କରାଯାଇଛି। ହତ୍ୟାର ଶିକାର ହୋଇଥିବା ଯୁବକ ହେଲେ ବଙ୍ଗଳାପଡାର ଦ୍ୱାରିକା ରାତ୍ରେ(୨୬)। ପୋଲିସ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ସ୍ଥାସ୍ତାନ୍ତର କରିଛି। ଘଟଣାରେ ସମ୍ପୃକ୍ତ ଯୁବକ ଫେରାର ଥିବା ପୋଲିସ କହିଛି।
ସୂଚନା ଅନୁସାରେ, ଦ୍ୱାରିକା ବିବାହିତ ଓ ସେ ଦିନମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ। ରବିବାର କାମରୁ ଫେରିବା ସମୟରେ ସେ ପଡାରେ ଥିବା ଏକ ପାନ ଦୋକାନ ପାଖରେ ଅଟକିଥିଲେ। ସେଠାରେ କୌଣସି କାରଣକୁ ନେଇ ସମ୍ପୃକ୍ତ ଯୁବକଙ୍କ ସହ ତାଙ୍କର କଥା କଟାକଟି ହୋଇଥିଲା। ପରେ ଦ୍ୱାରିକା ନିଜ ଘରକୁ ଯାଉଥିଲେ। ଏହି ସମୟରେ ଯୁବକ ଜଣକ ପଛରୁ ଆସି ଏକ ଧାରୁଆ ଅସ୍ତ୍ରରେ ତାଙ୍କ ଗଳାକୁ କାଟି ଦେଇଥିଲେ। ଗୁରୁତର ଅବସ୍ଥାରେ ଦ୍ୱାରିକା ଘରକୁ ଯାଇଥିଲେ। ସେଠାରେ ଅଭିଯୁକ୍ତଙ୍କ ନାମ ଧରି ମାରିଦେଲା ବୋଲି କହି ତଳେ ପଡିଯାଇଥିଲେ। ପରିବାର ବର୍ଗ ତାଙ୍କୁ ଜିଲା ସଦର ଡାକ୍ତରଖାନା ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାକୁ ନେଇ ସୋମବାର ପଡ଼ାରେ ଉତ୍ତେଜନା ପ୍ରକାଶ ପାଇଥିଲା। ପଡାବାସୀ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଥାନା ଘେରାଉ କରିବାକୁ ବାହାରିଥିଲେ। ପରେ ପୋଲିସ ଓ ସ୍ଥାନୀୟ କେତେଜଣ ବ୍ୟକ୍ତିଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମାଷ୍ଟରକ୍ୟାଣ୍ଟିନ୍‌ରେ ପୁଣି ଝଲସିବ ଐତିହ୍ୟ ଘୋଡା

ଭୁବନେଶ୍ୱର,୨୧।୮(ବ୍ୟୁରୋ): ରାଜଧାନୀର ମାଷ୍ଟରକ୍ୟାଣ୍ଟିନ୍‌ ଛକଠାରେ ଅବସ୍ଥାପିତ ଐତିହ୍ୟ ଘୋଡା ଓ ଯୋଦ୍ଧା ସ୍ଥାପତ୍ୟ ସ୍ଥାନାନ୍ତରଣ ନିଷ୍ପତ୍ତିରେ ପୂର୍ଣ୍ଣଛେଦ ପଡିଛି। ଏହାର ସୌନ୍ଦର୍ଯ୍ୟକରଣ ଉପରେ ଭୁବନେଶ୍ୱର ସ୍ମାର୍ଟ...

ତହସିଲ ଟୁଇଟର୍‌ ଆକାଉଣ୍ଟ ହେଉନି ଅପ୍‌ଡେଟ୍‌: ୫ ତହସିଲଦାରଙ୍କୁ ତାଗିଦ୍‌ କଲେ ଜିଲାପାଳ

ଜଗତସିଂହପୁର ଅଫିସ,୨୭ା୫: ଲକ୍‌ଡାଉନ୍‌ ସମୟରେ ଘରେ ବସି ପ୍ରଶାସନ ନିକଟରେ ଅଭିଯୋଗ କରି ସମାଧାନ ପାଇଁ ଟୁଇଟର୍‌ ସୁଯୋଗ ସୃଷ୍ଟି କରୁଛି । କିନ୍ତୁ ଜିଲାର...

୧୫ ଡିଗ୍ରୀ ତଳେ ୮ ସହର

ଭୁବନେଶ୍ୱର,୧୫ା୧୧(ବ୍ୟୁରେ):ରାଜ୍ୟରେ ଶୀତର ପ୍ରକୋପ ସାମାନ୍ୟ ବୃଦ୍ଧି ପାଇଛି। ଗତ ଦୁଇଦିନ ହେବ ପାରଦ ତଳମୁହାଁ ହୋଇଛି। ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ତଳକୁ ଖସିଛି। ରାଜ୍ୟର...

ମକରରେ ମାଟିଆବୁଢ଼ୀଙ୍କ ପୂଜାର୍ଚ୍ଚନା: ପୂର୍ବପୁରୁଷରୁ ରହିଆସିଛି ପରମ୍ପରା

କେନ୍ଦୁଝର,୧୫।୧(ସ୍ବ.ପ୍ର.): ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ୧୫ ନମ୍ବର ଓ୍ବାର୍ଡ କେନ୍ଦୁପୋଶିରେ ମକରସଂକ୍ରାନ୍ତି ଅବସରରେ ବୁଧବାର ଗ୍ରାମର ଇଷ୍ଟଦେବୀ ମାଟିଆବୁଢ଼ୀଙ୍କ ପୂଜାର୍ଚ୍ଚନା କରାଯାଇଛି। ଏହି...

ସକାଳ ୭ରୁ ସ୍କୁଲ

ଭୁବନେଶ୍ୱର,୧।୩(ବ୍ୟୁରୋ): ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟରେ ସ୍କୁଲ୍‌ ଖୋଲିବା ସମୟରେ ପରିବର୍ତ୍ତନ କରାଯାଇଛି। ସୋମବାରଠାରୁ ପରିବର୍ତ୍ତିତ ସମୟ ଅନୁସାରେ ସ୍କୁଲ ଖୋଲିବା ସହ ପାଠପଢ଼ା...

ସଫେଇ କାର୍ଯ୍ୟ ସାରି ଘରକୁ ଫେରୁଥିବା ବେଳେ ସାଇକେଲରୁ ପଡ଼ି କର୍ମଚାରୀଙ୍କ ଜୀବନ ଗଲା

କୃଷ୍ଣପ୍ରସାଦ,୨୭ା୪(ଡି.ଏନ୍‌.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ସିଅଣ୍ଡି ପଞ୍ଚାୟତରେ ଜଣେ ସଫେଇ କରୋନା ଯୋଦ୍ଧାଙ୍କ କାର୍ଯ୍ୟରତ ସମୟରେ ମୃତ୍ୟୁ ଘଟିଥିବା ଜଣାଯାଇଛି। ତାଙ୍କ ନାମ ଶରତ...

ଲଘୁଚାପ: ୪ ଯାଏ ବର୍ଷିବ

ଭୁବନେଶ୍ୱର,୨୯।୯(ବ୍ୟୁରୋ): ବଙ୍ଗୋପସାଗରରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର-ପଶ୍ଚିମ ତଥା ଏହାର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳରେ ମଙ୍ଗଳବାର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା...

ରାଇସ୍‌ ମିଲ୍‌ କରୁଛି ପ୍ରଦୂଷଣ: ମିଲ୍‌ ମାଲିକଙ୍କୁ କାରଣ ଦର୍ଶାଅ ନୋଟିସ୍‌

ବରଗଡ଼ ଅଫିସ୍‌,୩୧।୧: ବରଗଡ଼ ଜିଲାରେ ଛତୁ ଫୁଟିଲା ଭଳି ରାଇସ୍‌ ମିଲ୍‌ ଗଢ଼ି ଉଠୁଛି। କେତେକ ରାଇସ୍‌ ମିଲ୍‌ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ଗାଇଡଲାଇନ୍‌ ମାନୁ...

Advertisement
Archives

Model This Week