ନଦୀପଠାରେ ପୋତା ହୋଇଛି ମୃତଦେହ
ଭୁବନେଶ୍ୱର,(ବ୍ୟୁରୋ)/ ବାରଙ୍ଗ, ୨୨ା୭(ଡି.ଏନ୍.ଏ.): ମଞ୍ଚେଶ୍ୱର ଥାନା ବରିମୁଣ୍ଡ ଗ୍ରାମପଞ୍ଚାୟତ କୁଆଖାଇ ନଦୀପଠାରେ ବୁଧବାର ଏକ ମୃତଦେହ ଠାବ ହୋଇଛି। ମୃତଦେହଟି ବାଲିରେ ପୋତି ହୋଇ ରହିଥିବାବେଳେ ହାତ ସହ ସେ ପିନ୍ଧିଥିବା ପ୍ୟାଣ୍ଟ୍ ଓ ଚପଲ ବାହରକୁ ଦିଶୁଛି। ପୋଲିସ ଘଟଣାସ୍ଥଳରେ…
ସୁନାବେଶରେ ଦାରୁଦିଅଁ
ପୁରୀ ଅଫିସ,୨୨ା୭: ତିନିରଥ ଉପରେ ବୁଧବାର ସୁନାବେଶରେ ଦର୍ଶନ ଦେଇଛନ୍ତି ଦାରୁଦିଅଁ। ଶ୍ରୀମନ୍ଦିର ସମ୍ମୁଖରେ ରଥାରୂଢ଼ ତିନି ବିଗ୍ରହଙ୍କୁ ଅଢ଼େଇ ମହଣ ସୁନାରେ ସଜ୍ଜିତ କରାଯାଇଛି। ତେବେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପାଚେରି ସାଜିଛି ମହାମାରୀ କରୋନା। ରଥଯାତ୍ରା ଓ…
ଥମୁନି ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ କରୋନା ନେଲା ୬୭ ଜୀବନ
ଭୁବନେଶ୍ୱର,୨୨।୭(ବ୍ୟୁରୋ): ରାଜ୍ୟରେ ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟାରେ କିନ୍ତୁ ଲାଗୁନି ବ୍ରେକ୍। ବୁଧବାର ରାଜ୍ୟରେ କରୋନାଜନିତ ୬୭ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୫,୩୦୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ…
୪୮ଘଣ୍ଟାରେ ଲଘୁଚାପ ସମ୍ଭାବନା
ଭୁବନେଶ୍ୱର, ୨୨ା୭(ବ୍ୟୁରୋ): ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଆସନ୍ତା ୪୮ଘଣ୍ଟା ମଧ୍ୟରେ ଏକ ଲଘୁଚାପ ସୃଷ୍ଟି ହେବ। ଏହା ପ୍ରଭାବରେ ରାଜ୍ୟରେ ୨୭ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ୨ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା…
ରାଜ୍ୟରେ ଗତ ୨୪ଘଣ୍ଟାରେ ୧୯୪୮ ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୨୨।୭(ବ୍ୟୁରୋ): ଗତ ଦୁଇଦିନରୁ ଓଡ଼ିଶାରେ କରୋନା ଗ୍ରାଫ୍ ତଳ ମୁହାଁ ହୋଇଥିବା ବେଳେ ଦୈନିକ ସଂକ୍ରମଣ ୨ହଜାର ତଳେ ରହୁଛି। ଇତିମଧ୍ୟରେ ଗୁରୁବାର ରାଜ୍ୟରେ ଗତ ୨୪ଘଣ୍ଟାରେ ୧୯୪୮ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ…
ଏସିଏଫ୍ ମୃତ୍ୟୁ ଘଟଣା: ଡିଏଫ୍ଓ, ଗୁରାଣ୍ଡି ଓଆଇସି ହେବେ ଜେରା
ପାରଳାଖେମୁଣ୍ଡି,୨୨ା୭(ଡି.ଏନ୍.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ୍) ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ ଭିନ୍ନ ମୋଡ଼ ନେବାରେ ଲାଗିଛି। ଘଟଣାର ୯ ଦିନ ପରେ ବି ମୃତ୍ୟୁ ରହସ୍ୟରୁ ପରଦା ହଟୁନି। ସୌମ୍ୟଙ୍କ ଶରୀରର ୯୦…
୨୬ରୁ ଖୋଲିବ ହଷ୍ଟେଲ
ଭୁବନେଶ୍ୱର,୨୨।୭(ବ୍ୟୁରୋ): ରାଜ୍ୟରେ କରୋନା କଟକଣା ଭିତରେ ଆସନ୍ତା ୨୬ ତାରିଖରୁ ଦଶମ ଓ ଦ୍ୱାଦଶ ପିଲାଙ୍କ ପାଇଁ ସ୍କୁଲ ଖୋଲୁଛି। ସେମାନଙ୍କ ପାଇଁ ଉକ୍ତଦିନଠାରୁ ହଷ୍ଟେଲ ମଧ୍ୟ ଖୋଲିବ। ପୂର୍ବରୁ ହଷ୍ଟେଲ ଖୋଲିବ ନାହିଁ ବୋଲି ଘୋଷଣା କରାଯାଇଥିଲା। ବର୍ତ୍ତମାନର କରୋନା…
ଅନୁମୋଦନ ଅପେକ୍ଷାରେ ରାଜ୍ୟ ଇ-ଭେହିକଲ୍ ନୀତି
ଭୁବନେଶ୍ୱର,୨୨ା୭(ବ୍ୟୁରୋ): ପେଟ୍ରୋଲ, ଡିଜେଲ, କୋଇଲା ଭଳି ଇନ୍ଧନ ବ୍ୟବହାରକୁ ହ୍ରାସ କରିବା ଉପରେ ବିଶ୍ୱସ୍ତରରେ ଗୁରୁତ୍ୱ ଦିଆଯାଉଛି। ବିଶ୍ୱର ଅନେକ ଦେଶ ଇଲେକ୍ଟ୍ରିକ୍ ଯାନବାହନ ଚଳାଚଳକୁ ଗୁରୁତ୍ୱ ଦେବା ଆରମ୍ଭ କରିଛନ୍ତି। ଭାରତ ସରକାର ମଧ୍ୟ ଇଲେକ୍ଟ୍ରିକ୍ ଯାନବାହନ ଚଳାଚଳକୁୁ ପ୍ରୋତ୍ସାହନ…
୨୭ ଯାଏ ପ୍ରବଳ ବର୍ଷିବ
ଭୁବନେଶ୍ୱର,୨୧।୭(ବ୍ୟୁରୋ): ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଆସନ୍ତା ୪୮ଘଣ୍ଟା ମଧ୍ୟରେ ଏକ ଲଘୁଚାପ ସୃଷ୍ଟି ହେବ। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରିଛି। ଏହାର ପ୍ରଭାବରେ ରାଜ୍ୟରେ ୨୭ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ। ଆସନ୍ତା ୨ଦିନ ପ୍ରବଳରୁ ଅତି ପ୍ରବଳ…
ଡିକିରୁ ମିଳିଲା ୨ଲକ୍ଷ, ପୋଲିସ ଏସ୍ଆଇ ଦେଇ ପାରିଲେନି ଉତ୍ତର
ଗୋଲାମୁଣ୍ଡା,୨୧।୭(ଡି.ଏନ୍.ଏ.): ଭିଜିଲାନ୍ସ ଜାଲରେ ପୋଲିସ ସବ୍ ଇନ୍ସପେକ୍ଟର। କଳାହାଣ୍ଡି ଜିଲା ଗୋଳାମୁଣ୍ଡା ଏସ୍ଆଇ ଉଗ୍ରସେନ ପଟେଲଙ୍କୁ ଭିଜିଲାନ୍ସ ଅଧିକାରୀ ଅଟକ ରଖି ପଚରାଉଚୁରା କରୁଛନ୍ତି। ମିଳିଥିବା ସୂଚନା ମୁତାବକ, ଗୋଲାମୁଣ୍ଡାସ୍ଥିତ ଏକ ଚା ଦୋକାନରେ ଏସ୍ଆଇ ଉଗ୍ରସେନ ଚା’ ପିଉଥିଲେ। ସେତିକିବେଳେ…
୭୦ କି.ମି ଦୂରରୁ ଶତ୍ରୁକୁ ଧ୍ୱଂସ କରିବ ‘ଆକାଶ ଏନ୍ଜି’
ବାଲେଶ୍ୱର ଅଫିସ, ୨୧।୭: ବାଲେଶ୍ୱର ଜିଲା ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରର ୩ନଂ. ଲଞ୍ଚପ୍ୟାଡରୁ ବୁଧବାର ମଧ୍ୟାହ୍ନ ୧୨ଟା ୪୪ ମିନିଟ୍ରେ ଆକାଶ କ୍ଷେପଣାସ୍ତ୍ରର ନ୍ୟୁ ଭର୍ଶନ୍ ‘ଆକାଶ ଏନ୍ଜି’ର ଉତ୍କ୍ଷେପଣ କରାଯାଇଛି। ସ୍ବଦେଶୀ ଜ୍ଞାନକୌଶଳରେ ଡିଆର୍ଡିଓ ଦ୍ୱାରା ପ୍ରସ୍ତୁତ ମଧ୍ୟମ…
୨୬ରୁ ଖୋଲିବ ହଷ୍ଟେଲ
ଭୁବନେଶ୍ୱର,୨୧।୭: ଆସନ୍ତା ୨୬ ତାରିଖରୁ ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ହଷ୍ଟେଲ ଖୋଲିବ । ଏନେଇ ଅତିରିକ୍ତ ସଚିବ ଡା. ପ୍ରତାପ କୁମାର ମିଶ୍ର ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା ପରିଷଦର…
Archives


