ନୂଆ ରୂପ ନେବ ନନ୍ଦନକାନନ ବସ୍‌ଷ୍ଟାଣ୍ଡ

ବାରଙ୍ଗ,୧୦ା୧୨(ଡି.ଏନ୍‌.ଏ.): ନୂଆ ରୂପ ନେବ ନନ୍ଦନକାନନ ବସ୍‌ଷ୍ଟାଣ୍ଡ। ଏହାର ଉନ୍ନତୀକରଣ କରାଯିବ। ବସ୍‌ଷ୍ଟାଣ୍ଡରେ ରହିବ ମାର୍କେଟ କମ୍ପ୍ଲେକ୍ସ। ମାର୍କେଟ କମ୍ପ୍ଲେକ୍ସରେ ନନ୍ଦନକାନନ ବସ୍‌ଷ୍ଟାଣ୍ଡ ବଣିକ ସଂଘର ବ୍ୟବସାୟୀଙ୍କୁ ଥଇଥାନ କରାଯିବ। ଏନେଇ ନନ୍ଦନକାନନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଭୁବନେଶ୍ୱର ଆର୍‌ଆଣ୍ଡବି ବିଭାଗ ଦ୍ୱାରା ଏହାର କାର୍ଯ୍ୟ କରାଯିବା ସହ ୧ବର୍ଷ ମଧ୍ୟରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି।
ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଆହ୍ବାନକ୍ରମେ କନ୍‌ଫରେନ୍ସ ହଲ୍‌ରେ ବଣିକ ସଂଘର କର୍ମକର୍ତ୍ତାଙ୍କୁ ନେଇ ବୁଧବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବଣିକ ସଂଘ ସଭାପତି ସନ୍ତୋଷ ରାଉତଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବୈଠକରେ ଯୋଗ ଦେଇଥିଲେ। ବସ୍‌ଷ୍ଟାଣ୍ଡକୁ ନେଇ ନନ୍ଦନକାନନ ପକ୍ଷରୁ କରାଯାଇଥିବା ମାଷ୍ଟର ପ୍ଲାନ ସହ ବ୍ୟବସାୟୀଙ୍କ ଥଇଥାନ ଉପରେ ଆଲୋଚନା ହୋଇଥିଲା। ବିଶେଷକରି ପର୍ଯ୍ୟଟକମାନେ ଯେପରି ଉନ୍ନତମାନର ସେବା ପାଇପାରିବେ, ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି। ପର୍ଯ୍ୟଟକଙ୍କ ସହ ଗାଡ଼ି ଚାଳକଙ୍କ ପରିସ୍ରାଗାର, ପାନୀୟଜଳର ବ୍ୟବସ୍ଥା କରାଯିବ। ବସ୍‌ଷ୍ଟାଣ୍ଡରୁ ନନ୍ଦନକାନନ ଟିକେଟ କାଉଣ୍ଟର ପର୍ଯ୍ୟନ୍ତ ଯିବା ପାଇଁ ଏକ ଅଣ୍ଡରପାସର ବ୍ୟବସ୍ଥା ହେବ। ଏହି ଅଣ୍ଡରପାସ୍‌ରେ ୪ଟି ଦୋକାନ ରହିବ, ଯେଉଁଥିରେ ବ୍ୟବସାୟୀମାନେ ଶୁଖିଲା ଖାଦ୍ୟ ବିକ୍ରି କରିବେ। ମାର୍କେଟ କମ୍ପ୍ଲେକ୍ସରେ ହେବାକୁ ଥିବା ବିଭିନ୍ନ ଦୋକାନରେ ପର୍ଯ୍ୟଟକମାନେ ଖାଦ୍ୟ ଖାଇବାର ବ୍ୟବସ୍ଥା କରାଯିବ। ଗାର୍ଡେନର ମଧ୍ୟ ବ୍ୟବସ୍ଥା ରହିବ। ପୁରୀ, ବଙ୍ଗୀୟ, ଲୋକାଲ ଆଦି ୩ଟି ରୋ କରାଯାଇ ବସ୍‌ଗୁଡିକ ରଖାଯିବା ନେଇ ବ୍ୟବସ୍ଥା କରାଯାଇଛି। ବସ୍‌ଷ୍ଟାଣ୍ଡର ଚତୁଃପାର୍ଶ୍ୱକୁ ଆବଦ୍ଧ ସହ ଗୋଟେ ପଟେ ପ୍ରବେଶ ଓ ଅନ୍ୟପଟେ ପ୍ରସ୍ଥାନର ବ୍ୟବସ୍ଥା ରହିବ। ବୈଠକରେ ଭୁବନେଶ୍ୱର ଆଞ୍ଚଳିକ ବନ ସଂରକ୍ଷକ ତଥା ପୂର୍ବତନ ନନ୍ଦନକାନନ ନିର୍ଦ୍ଦେଶକ ମନୋଜ ମହାପାତ୍ର ମାଷ୍ଟରପ୍ଲାନ ଉପରେ ବଣିକ ସଂଘର ପ୍ରତିନିଧିଙ୍କୁ ବୁଝାଇବା ସହ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ। ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଉଦ୍ୟମକୁ ବଣିକ ସଂଘ ପକ୍ଷରୁ ସ୍ବାଗତ କରାଯାଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ନିର୍ଦ୍ଦେଶକ ମନୋଜ ଭି ନାୟାର, ଉପ-ନିର୍ଦ୍ଦେଶକ ସଞ୍ଜିତ୍‌ କୁମାର, ସହକାରୀ ନିର୍ଦ୍ଦେଶକ ଶରତ ବେହେରା, ଜିଲା ପରିଷଦ ସଦସ୍ୟ, ଆର୍‌ଆଣ୍ଡବି ସହକାରୀ ଯନ୍ତ୍ରୀଙ୍କ ସମେତ ନନ୍ଦନକାନନ ପଦାଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁ ଗ୍ୟାସ ଦୁର୍ଘଟଣା: ମୃତକଙ୍କ ପରିବାରକୁ ଭେଟିଲା ବିଜେଡି ପ୍ରତିନିଧି ଦଳ, ସରକାରଙ୍କୁ କଡ଼ା ସମାଲୋଚନା

କେନ୍ଦୁଝର, ୯।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ତାମିଲନାଡୁ ଗ୍ୟାସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା କେନ୍ଦୁଝର ଜିଲ୍ଲାର ୧୫ ଜଣ ଆଦିବାସୀ ଶ୍ରମିକଙ୍କ ପରିବାରକୁ ରାଜ୍ୟ ବିଜୁ ଜନତା ଦଳ…

ଅଡବା ପୋଲିସକୁ ବଡ଼ ସଫଳତା: ୭୨.୫ ଲିଟର ବେଆଇନ ମଦ ଜବତ, ଜଣେ ଗିରଫ

ମୋହନା, ୯।୭(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ପୋଲିସକୁ ବେଆଇନ ମଦ କାରବାର ବିରୋଧରେ ଏକ ବଡ଼ ସଫଳତା ମିଳିଛି। ଥାନା ଅନ୍ତର୍ଗତ ପଟୁମା ଗାଁରେ…

ମମତାଙ୍କୁ ଝଟକା ଦେଇଥିବା ୩ ନେତାଙ୍କୁ BJP ଦେଲା ବଡ଼ ଉପହାର

କୋଲକାତା,୯।୭: ପଶ୍ଚିମବଙ୍ଗରେ ହେବାକୁ ଥିବା ରାଜ୍ୟ ସଭା ଉପନିର୍ବାଚନ ପାଇଁ BJP ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ ଏବଂ…

ମୁଖ୍ୟମନ୍ତ୍ରୀଙ୍କୁ ନିଜ ଜିଲାରେ ବଦନାମ କରୁଛନ୍ତି ତାଙ୍କ ଦଳର ଲୋକ: ବିଜେଡି ବିଧାୟକ

ହାଟଡିହୀ, ୯।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି। ‘ବୈତରଣୀ ବଞ୍ଚାଅ ଅଭିଯାନ’ ପ୍ରସଙ୍ଗକୁ ନେଇ ଆନନ୍ଦପୁରରୁ…

ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ପଡ଼ିଲା ମହଙ୍ଗା: ବଦଳିଲେ ବିବାଦୀୟ ପ୍ରଧାନ ଶିକ୍ଷକ, ଥାନାରେ ଏତଲା

ଭବାନୀପାଟଣା, ୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି (SSD) ସ୍କୁଲର ପ୍ରଧାନଶିକ୍ଷକ ଶାନ୍ତନୁ କୁମାର ମେହେରଙ୍କୁ ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା…

କେମିତି ପାତାଳଗଙ୍ଗା ନଦୀରେ ଭାସିଗଲା ହଜାର ହଜାର LPG ସିଲିଣ୍ଡର, ଜାଣନ୍ତୁ ଏହା ପଛର ବଡ଼ କାରଣ

ମୁମ୍ବାଇ,୯।୭: ମହାରାଷ୍ଟ୍ରରେ ନିରନ୍ତର ମୁଷଳଧାରାରେ ବର୍ଷା ଏବେ ଦୈନନ୍ଦିନ ଜୀବନ ଏବଂ ଶିଳ୍ପ ପ୍ରତିଷ୍ଠାନ ଉଭୟ ଉପରେ ଖୁବ୍‌ ପ୍ରଭାବ ପକାଇଛି। ଚାଭନେ (ପାନଭେଲ ତାଲୁକା, ରାୟଗଡ…

ବେଆଇନ ବିସ୍ଫୋରକ ବିରୋଧରେ ଗଞ୍ଜାମ ପୋଲିସର ସ୍ୱତନ୍ତ୍ର ଅଭିଯାନ: ୧୮ ମାମଲା ରୁଜୁ, ୨୪ ଗିରଫ

ଛତ୍ରପୁର,୯।୭ (ଦିଲ୍ଲୀପ ସାମଲ): ଜନସାଧାରଣଙ୍କ ସୁରକ୍ଷା ନିଶ୍ଚିତ କରିବା ଏବଂ ବିସ୍ଫୋରକ ପଦାର୍ଥର ବେଆଇନ ମହଜୁଦ, ପରିବହନ ଓ ଦୁରୁପଯୋଗକୁ ରୋକିବା ଲକ୍ଷ୍ୟରେ ଗଞ୍ଜାମ ପୋଲିସ ପକ୍ଷରୁ…

ଜୋତା ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୨୮ ଜଣ, ଆସିଲା ଛାତିଥରା Video

ବେଜିଂ,୯।୭: ଗୁରୁବାର (ଜୁଲାଇ ୯, ୨୦୨୬) ଦିନ ଚାଇନାର ଜିନଜିଆଙ୍ଗରେ ଏକ ଜୋତା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା, ଯାହା ଫଳରେ ୨୮ ଜଣଙ୍କର ମୃତ୍ୟୁ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri