ଆଶା ବାନ୍ଧି ବସିଛନ୍ତି ଆଶାୟୀ କନିଷ୍ଠ ଶିକ୍ଷକ

ଭୁବନେଶ୍ୱର,୧୦ା୧୨(ବ୍ୟୁରୋ): ଚୁକ୍ତିଭିତ୍ତିକ ନିଯୁକ୍ତି ନିମନ୍ତେ ତୁରନ୍ତ ବିଜ୍ଞପ୍ତି ପ୍ରକାଶ, ନିଯୁକ୍ତି ବୟସ ସୀମା ୪୨ବର୍ଷକୁ ବୃଦ୍ଧି, ସ୍କୁଲ ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର ଓ ବେଆଇନ ଭାବେ ଚାଲୁଥିବା ସ୍କୁଲ୍‌କୁ ବନ୍ଦ ଦାବି କରି ପୁଣି ଆନ୍ଦୋଳନକୁ ଓହ୍ଲାଇଛି ଓଡ଼ିଶା କନିଷ୍ଠ ଶିକ୍ଷକ ଆଶାୟୀ ସଂଘ। ପ୍ରଥମେ ଦୁଇ ଦଫା ଦାବି ନେଇ ଅକ୍ଟୋବର୨୭ରୁ ନଭେମ୍ବର୧୭ ଯାଏ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଧାରଣା ଦିଆଯାଇଥିଲା। ହେଲେ ସରକାର ଦାବି ପୂରଣ ନେଇ କିଛି ପଦକ୍ଷେପ କିମ୍ବା ଆଲୋଚନା ନ କରିବାରୁ ସଂଘ ନଭେମ୍ବର ୩୦ରୁ ପୁଣି ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରୁଛି। ଏହି ଧାରଣା ଗୁରୁବାର ୧୦ଦିନରେ ପହଞ୍ଚତ୍ଥିବାବେଳେ ପୂର୍ବଭଳି ଧାରଣାସ୍ଥଳରେ ମାଣବସାଇ ଅଭିନବ ପ୍ରତିବାଦ କରିଛନ୍ତି।
ସଂଘ ସଭାପତି ଜୀବନ ବନ୍ଧୁ ଭୋଇ ଓ ସାଧାରଣ ସମ୍ପାଦକ ସୁବ୍ରତ କୁମାର ପଣ୍ଡା କହିଛନ୍ତି, ରାଜ୍ୟ ସରକାର ଓଡ଼ିଶାରେ ୨୨୯୦୦୬ ପ୍ରାଥମିକ ଶିକ୍ଷକ ପଦବୀ ଅନୁମୋଦିତ କରିଥିବା କେନ୍ଦ୍ର ସରକାରଙ୍କୁ ଜଣାଇଛନ୍ତି। ଆର୍‌ଟିଆଇ ତଥ୍ୟ ଅନୁଯାୟୀ, ଅନୁମୋଦିତ ଶିକ୍ଷକ ପଦବୀରୁ ଓଡ଼ିଶାରେ ୨୦୧୯-୨୦ ଶିକ୍ଷା ବର୍ଷ ସୁଦ୍ଧା ୧୯୩୧୭୧ଜଣ ପ୍ରାଥମିକ ଶିକ୍ଷକ କାର୍ଯରତ ଅଛନ୍ତି ଓ ବର୍ତ୍ତମାନ ୩୫୮୩୫ ପଦବୀ ଖାଲି ରହିଛି। ତେବେ ରାଜ୍ୟରେ ଏତେ ସଂଖ୍ୟକ ପ୍ରାଥମିକ ସ୍କୁଲ୍‌ରେ ଶିକ୍ଷକ ପଦବୀ ଖାଲି ରହିଥିଲେ ମଧ୍ୟ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଉନି। ସେହିପରି ରାଜ୍ୟ ସରକାର କେତେବେଳେ ପଦ ଖାଲି ନାହିଁ, ତ ପୁଣି ଆଉ କେତେବେଳେ ଶିକ୍ଷକ ଛାତ୍ର ଅନୁପାତ ୧:୨୨ ବୋଲି କହୁଛନ୍ତି। ଶିକ୍ଷକ ଓ ଛାତ୍ରର ଅନୁପାତକୁ ନେଇ ସରକାର ଗୋଟେ କଥା କହୁଥିବାବେଳେ ସରକାରଙ୍କ ଆର୍‌ଟିଆଇ ତଥ୍ୟ ଭିନ୍ନ କଥା କହୁଛି। ୨୦୧୦-୧୧ ଶିକ୍ଷାବର୍ଷ ପରଠାରୁ ଏହି ଅନୁପାତ ୩୦ରୁ ତଳକୁ ଖସିଥିଲେ ମଧ୍ୟ ସରକାର ଉକ୍ତ ବର୍ଷ ୨୪ହଜାର, ୨୦୧୧-୧୨ବର୍ଷ ୧୭୫୪୩, ୨୦୧୩-୧୪ବର୍ଷ ୧୪୧୮୧, ୨୦୧୪-୧୫ବର୍ଷ ୧୬୬୦୧ ଓ ୨୦୧୬-୧୭ବର୍ଷରେ ୧୪୦୮୭ କନିଷ୍ଠ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏହାପରଠାରୁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ହୋଇନାହିଁ। ତେଣୁ ସରକାର ଦାବି ମୁତାବକ ଶୀଘ୍ର ଚୁକ୍ତିଭିତ୍ତିକ ନିଯୁକ୍ତି ଦେଇ ପଦବୀ ପୂରଣ ସହ ପ୍ରାର୍ଥୀଙ୍କ ବୟସ ସୀମା ବୃଦ୍ଧି ଓ ଅନ୍ୟାନ୍ୟ ଦାବି ପୂରଣ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ମୁମ୍ବାଇରେ ବଲିଉଡ ଅଭିନେତା ଇମ୍ରାନ ଖାନ୍‌ ଅଟକ

ମୁମ୍ବାଇ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ମୁମ୍ବାଇରେ ଆନ୍ଦୋଳନ ବେଳେ ଶନିବାର ବଲିଉଡ ଅଭିନେତା ଇମ୍ରାନ ଖାନ୍‌ଙ୍କୁ ପୋଲିସ ଅଟକ ରଖିଛି।…

ସଂଗଠନ ସୁଦୃଢ଼ କରିବାକୁ ଭାଜପାର ଆହ୍ୱାନ: ଚିନାମାଳିପଶି ହାଟ ପଡ଼ିଆରେ …

ପାଟଣା, ୧୦।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ପାଟଣା ବ୍ଲକ୍‌ ଅନ୍ତର୍ଗତ ଚିନାମାଳିପଶି ହାଟ ପଡ଼ିଆଠାରେ ଶନିବାର ଭାରତୀୟ ଜନତା ପାର୍ଟି ( ଭାଜପା)ର ପାଟଣା…

ମା’ ହିରାନୀଳା ମହାବିଦ୍ୟାଳୟ: ଯାଞ୍ଚ ପରେ ସମସ୍ତ ପ୍ରାର୍ଥତ୍ପତ୍ର ନାକଚ, କାହିଁକି ଜାଣନ୍ତୁ…

ଲାଞ୍ଜିଗଡ଼,୧୦ା୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ମା’ ହିରାନୀଳା ଡିଗ୍ରୀ ମହାବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଯାଞ୍ଚ ପ୍ରକ୍ରିୟା ପରେ ଏକ…

କେଏସୟୁବି କଲେଜ୍ ରେ ୩୫ ପ୍ରାର୍ଥୀ ସାବିତ୍ରୀ ମହିଳା ମହାବିଦ୍ୟାଳୟର ସମସ୍ତ ପ୍ରାର୍ଥୀନୀ ନିର୍ଦ୍ୱନ୍ଦରେ ନିର୍ବାଚିତ

ଭଞ୍ଜନଗର, ୧୦।୧୦ (ବାବୁଲା ପ୍ରଧାନ): ଛାତ୍ର ସଂସଦ ନିର୍ବାଚନରେ ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଅପରାହ୍ଣ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଗଞ୍ଜାମ ଜିଲା…

ଭୁବନେଶ୍ୱର କୁମାରଙ୍କ ପ୍ରତ୍ୟାବର୍ତ୍ତନ ଉପରେ ମହମ୍ମଦ ସାମି ଦେଲେ ଏମିତି ବୟାନ ସମସସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପାଇଁ ଭୁବନେଶ୍ୱର କୁମାର ଚାରି ବର୍ଷ ପରେ ଭାରତୀୟ ଦଳକୁ ଫେରିଛନ୍ତି। ଅନ୍ୟପକ୍ଷରେ, ମହମ୍ମଦ ସାମି…

CJP ବିକ୍ଷୋଭ ମଧ୍ୟରେ ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଟକ, ଭାଜପା କହିଲା…

ନୂଆଦିଲ୍ଲୀ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ହୋଇଥିବା ଏକ ବିକ୍ଷୋଭ ସମୟରେ ମମତା ବାନାର୍ଜୀ, ଅରବିନ୍ଦ କେଜରିୱାଲ ଏବଂ ପି. ବିଜୟନଙ୍କ ସମେତ ଅନେକ…

ସୁନ୍ଦରଗଡ଼ ୱାଟରସେଡ୍ ପିଡି ପ୍ରସନ୍ନ ପାତ୍ର ଗିରଫ: ଆୟଠାରୁ ୨୦୪% ଅଧିକ ସମ୍ପତ୍ତି

ସୁନ୍ଦରଗଡ଼, ୧୦।୧୦ (ଜୟ ନାରାୟଣ ମେଣ୍ଡୁଳି): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ସୁନ୍ଦରଗଡ଼ ମୃତ୍ତିକା ସଂରକ୍ଷଣ ଉପନିର୍ଦ୍ଦେଶକ ତଥା ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ (ୱାଟରସେଡ୍ ପିଡି)…

‘ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ସରକାରୀ ସେବା’

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୨୫ ବର୍ଷ ପୂର୍ତ୍ତି ଅବସରରେ ଗତ ସେପ୍ଟେମ୍ବର ୧୭ରୁ ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?