ହଟ୍ଟଗୋଳରେ ଖର୍ଚ୍ଚ ଦାବି ପାରିତ

ଭୁବନେଶ୍ୱର, ୧୦ା୧୨(ବ୍ୟୁରୋ): ଥମୁନି ମମିତା ମେହର ହତ୍ୟାକାଣ୍ଡ ତାତି କି ସ୍ବାଭାବିକ ହୋଇପାରୁନି ବିଧାନସଭା। ଦୀର୍ଘ ୭ଦିନ ଧରି ଗୃହରେ ଅଚଳାବସ୍ଥା ଲାଗି ରହିଥିବାବେଳେ ଗୁରୁବାର ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଗିଲୋଟିନ ମାଧ୍ୟମରେ ପାରିତ ହୋଇଛି ୩୯ ବିଭାଗର ଖର୍ଚ୍ଚ ଦାବି। ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ବିଭାଗର ଖର୍ଚ୍ଚ ଦାବି ଉପସ୍ଥାପନ କରିଥିଲେ। ଏହି ସମୟରେ ଭାଜପା ସଦସ୍ୟମାନେ ଘଣ୍ଟ ବାଡ଼େଇବା ସହିତ ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ। ସେହିପରି କଂଗ୍ରେସ ସଦସ୍ୟ ତାରା ପ୍ରସାଦ ବାହିନୀପତିଙ୍କ ସମେତ ଅନ୍ୟମାନେ ଗୃହ ମଧ୍ୟଭାଗକୁ ଆସି ମନ୍ତ୍ରୀଙ୍କ ଆଗରେ ଘଣ୍ଟପିଟି ତୀବ୍ର ପ୍ରତିବାଦ କରିଥିଲେ।
ଖର୍ଚ୍ଚ ଦାବି ଉପସ୍ଥାପନ କରି ମନ୍ତ୍ରୀ କହିଛନ୍ତି, ୨୦୨୧-୨୨ ବର୍ଷ ପାଇଁ ବିଭାଗର ମୋଟ ବ୍ୟୟ ଅଟକଳ ୨୦ ହଜାର ୨ଶହ ୯୩ କୋଟି ୯୪ ଲକ୍ଷ ଟଙ୍କା ରହିଛି। ୩ ହଜାର ୬ଶହ ୨୩ କୋଟି ୬୩ ଲକ୍ଷ ଟଙ୍କାର ଅତିରିକ୍ତ ବଜେଟ ପ୍ରସ୍ତାବ ରଖଶଯାଇଛି। ସେଥିରୁ ୩ ହଜାର ୫ଶହ ୭୬ କୋଟି ଟଙ୍କା ଯୋଜନା ସମ୍ବନ୍ଧୀୟ ଏବଂ ୪୭ କୋଟି ୬୩ ଲକ୍ଷ ପ୍ରଶାସନିକ ବ୍ୟୟ ବରାଦ ଅନ୍ତର୍ଭୁକ୍ତ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଏବଂ ବିଜୁ ପକ୍କାଘର ଯୋଜନା ପାଇଁ ୩ ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ ଅଦ୍ୟାବଧି ୧୨ଶହ ୬୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ମୋଟ୍‌ ୯୮ହଜାର ୬୧୭ଟି ବାସଗୃହର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଅବଶିଷ୍ଟ ୨ ଲକ୍ଷ ୧୩ ହଜାର ଅସମ୍ପୂର୍ଣ୍ଣ ବାସଗୃହ ସମ୍ପୂର୍ଣ୍ଣ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ।ଚଳିତ ଆର୍ଥିକ ବର୍ଷର ଅତିରିକ୍ତ ବଜେଟରେ ଏଥିପାଇଁ ୨ହଜାର ୫ଶହ ୬୪ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ରଖାଯାଇଛି।
ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ୨୦୨୧-୨୨ ଆର୍ଥିକ ବର୍ଷରେ ସମୁଦାୟ ୨ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇ ଅଦ୍ୟାବଧି ୧୨ ଶହ ୮ କୋଟି ଟଙ୍କା ଖର୍ଚ୍ଚ କରାଯାଇଅଛି। ସେଥିରୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କ୍ରମେ ୩୨ ଲକ୍ଷ ୬ ହଜାର ହିତାଧିକାରୀଙ୍କ ଲାଗି ୩ ଶହ ୬୦ କୋଟି ଟଙ୍କା ସ୍ବତନ୍ତ୍ର କୋଭିଡ୍‌-୧୯ ସହାୟତା ଖର୍ଚ୍ଚ କରାଯାଇଛି। ଦାଦନପ୍ରବଣ ଅଞ୍ଚଳରେ ୭୦ କୋଟି ଟଙ୍କା ଖର୍ଚ୍ଚ କରାଯାଇ ମାନବଦିବସ ପ୍ରତି ଅତିରିକ୍ତ ୯୩ ଟଙ୍କା ପ୍ରଦାନ କରାଯାଇଛି। ଅତିରିକ୍ତ ୨୦୦ ଦିନର କାର୍ଯ୍ୟ ଦିବସ ସୃଷ୍ଟି କରାଯାଇଛି। ଚଳିତ ଆର୍ଥିକ ବର୍ଷରେ ୧୫ କୋଟି ୫୭ ଲକ୍ଷ ଶ୍ରମ ଦିବସ ସୃଷ୍ଟି କରାଯାଇ ୩୧ ଲକ୍ଷ ୩୧ ହଜାର ପରିବାରଙ୍କୁ ରୋଜଗାର ଯୋଗାଇ ଦିଆଯାଇଛି। ୨ ଲକ୍ଷ ୬୪ ହଜାର ୨୯୯ ପରିବାରଙ୍କୁ ୧୦୦ ଦିନର କାମ ମିଳିଛି। ଜାତୀୟ ଗ୍ରାମୀଣ ଜୀବିକା ମିଶନରେ ୨୦୨୧-୨୨ ଆର୍ଥିକ ବର୍ଷରେ ୧୨ଶହ କୋଟି ଟଙ୍କାର ବ୍ୟୟବରାଦ କରାଯାଇ ଅଦ୍ୟାବଧି ୪ଶହ ୩୬ କୋଟି ୨୨ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ଏହି ଯୋଜନା ଅଧୀନରେ ୧୯ ହଜାର ୭ଶହ ୯୯ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)କୁ ପ୍ରୋତ୍ସାହିତ କରାଯାଇଛି । ୨୮ ହଜାର ୩ଶହ ୯୮ ଏସ୍‌ଏଚ୍‌ଜିକୁ ଗୋଷ୍ଠୀ ବିନିଯୋଗ ପାଣ୍ଠି ମାଧ୍ୟମରେ ସହାୟତା ପ୍ରଦାନ କରାଯାଇଛି । ୧ ଲକ୍ଷ ୬୪ ହଜାର ୧୦୫ ଏସ୍‌ଏଚ୍‌ଜିକୁ ବ୍ୟାଙ୍କିଙ୍ଗ୍‌ ସୁବିଧା ଯୋଗାଇ ଦିଆଯାଇଛି । ୨୦୩ କୁକୁଡ଼ା କ୍ଲଷ୍ଟର ଏବଂ ୨୮୯ ଛେଳି କ୍ଲଷ୍ଟର ସ୍ଥାପନ କରାଯାଇଅଛି । ୪ଲକ୍ଷ ୬୯ ହଜାର ପରିବାରଙ୍କୁ ପୋଷଣ ବଗିଚା ଲାଗି ପ୍ରୋତ୍ସାହନ ଯୋଗାଇ ଦିଆଯାଇଛି।
ପଞ୍ଚଦଶ କେନ୍ଦ୍ରୀୟ ଅର୍ଥ ଆୟୋଗରେ ଚଳିତ ଆର୍ଥିକ ବର୍ଷ ନିମନ୍ତେ ପ୍ରଥମ କିସ୍ତିରେ ଉଭୟ ଆବଦ୍ଧ ଓ ଅନାବଦ୍ଧ ପାଣ୍ଠି ଭାବରେ ୮ଶହ ୩୪ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇ ତ୍ରିସ୍ତରୀୟ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକୁ ପ୍ରଦାନ କରାଯାଇଛି । ପଞ୍ଚମ ରାଜ୍ୟ ଅର୍ଥ ଆୟୋଗର ହସ୍ତାନ୍ତରଣ ପାଣ୍ଠି (ଡିଭୋଲୁଶନ୍‌) ବାବଦରେ ୯ ଶହ ୧୫ କୋଟି ୯ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ସେହିପରି  ସହାୟକ ଅନୁଦାନ ଅଧୀନରେ ପାନୀୟ ଜଳ (ପାଇପ୍‌ ଦ୍ୱାରା ଜଳ ଯୋଗାଣ) ପାଇଁ ୧୨୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ନଳକୂପ ବ୍ୟବସ୍ଥା (ସୌର ଶକ୍ତି) ପାଇଁ ୪୧ କୋଟି ୬୬ ଲକ୍ଷ, ସବୁଦିନିଆ ରାସ୍ତା ସଂଯୋଗୀକରଣ ନିମନ୍ତେ ୯୭ କୋଟି ୬୯ ଲକ୍ଷ, ଗ୍ରାମପଞ୍ଚାୟତ ସଦର ମହକୁମାରେ ସୁବିଧା ସୁଯୋଗ ପାଇଁ ୧ଶହ ୧୩ କୋଟି ୩୦ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି। ସେହିପରି ରାସ୍ତା ଆଲୋକୀକରଣ ପାଇଁ ୫୬ କୋଟି ୬୬ ଲକ୍ଷ, ଗ୍ରାମୀଣ ହାଟ ବିକାଶ ପାଇଁ ୫୦ କୋଟି, ପ୍ରମୁଖ ସମ୍ପତ୍ତିଗୁଡ଼ିକର ରକ୍ଷଣାବେକ୍ଷଣ ସକାଶେ ୫୮ କୋଟି ୩୩ ଲକ୍ଷ, ପ୍ରାଥମିକ ବିଦ୍ୟାଳୟ ଗୃହ ରକ୍ଷଣାବେକ୍ଷଣ ପାଇଁ ୫୨ କୋଟି ୩୩ ଲକ୍ଷ, ଜଳଭଣ୍ଡାର ସଂରକ୍ଷଣ ଓ ଉନ୍ନତୀକରଣ ନିମେନ୍ତ ୨୦ କୋଟି ୮୩ ଲକ୍ଷ, ଆୟ ବୃଦ୍ଧିକାରୀ ସମ୍ପତ୍ତି ସୃଷ୍ଟି ନିମନ୍ତେ ୧ଶହ ୪୧ କୋଟି ୬୬ ଲକ୍ଷ, ପଞ୍ଚାୟତିରାଜ ଅନୁଷ୍ଠାନ ତଥା ସହରାଞ୍ଚଳ ସ୍ବାୟତ୍ତ ଶାସନ ସଂସ୍ଥାଙ୍କ ନିମନ୍ତେ ଜିଲାସ୍ତରରେ ଡାଟା ସେଣ୍ଟର ପ୍ରତିଷ୍ଠା ପାଇଁ ୨୫ କୋଟି, ପଞ୍ଚାୟତ ସଦରରେ ବ୍ୟାଙ୍କିଙ୍ଗ୍‌ ସୁବିଧା ନିମନ୍ତେ ଭିତ୍ତିଭୂମି ବିକାଶ ଲାଗି ୨୦ କୋଟି ୮୩ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଅବସର ନେବେ ଗଡ଼କରୀ! ଦେଲେ ଏମିତି ବୟାନହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ନାଗପୁର ଜିଲାର କାଟୋଲ ଅଞ୍ଚଳର ପାରାଡସିଙ୍ଗାରେ ଆୟୋଜିତ ଏକଲବ୍ୟ ଏକଲ ବିଦ୍ୟାଳୟର ଶିକ୍ଷକ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ତାଲିମ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଜର୍ସିର ପ୍ରକୃତ ନମ୍ବର କାହିଁକି ଲୁଚାଇ ଦେଇଥିଲେ? ଯାହା ପାଲଟିଲାଣି ଆଲୋଚନାର ବିଷୟ

ନୂଆଦିଲ୍ଲୀ,୨୫।୮: ସମସ୍ତଙ୍କ ନଜର ଏବେ ଭାରତର ଯୁବ ତାରକା, 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ। ଏହି ଯୁବ ବ୍ୟାଟସମ୍ୟାନ ତାଙ୍କର ବିସ୍ଫୋରକ ବ୍ୟାଟିଂ ଶୈଳୀ ମାଧ୍ୟମରେ…

ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର: ଛାତ୍ରୀଛାତ୍ରଙ୍କ ମଧ୍ୟରେ ବୃଦ୍ଧି ପାଉଛି ଆଗ୍ରହ

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର ଅନୁଷ୍ଠିତ…

ବ୍ୟବସାୟୀଙ୍କ ଘରୁ ଚୋରି ଘଟଣାରେ ୬ ଗିରଫ: ସୁନା-ରୁପା ଜବତ

କେସିଙ୍ଗା,୨୫।୮(ତୁମେଶ୍ୱର ସାହୁ) : କେସିଙ୍ଗା ସହର ୱାର୍ଡ ନଂ-୩ର ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତ ଜୁଲାଇ ୨୧ ତାରିଖରେ ତାଲା ଭାଙ୍ଗି ସୁନା, ରୁପା ଓ…

ପନିର ଅପମିଶ୍ରଣ ନେଇ କଟକରେ ରେଡ୍‌ ପରେ ଏବେ ପାହାଳ ପାଳି: ମିଠା କିଣୁଥିଲେ ଜାଣି ରଖନ୍ତୁ….

ଭୁବନେଶ୍ୱର,୨୫।୮: ପାର୍ବଣ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ଛେନା ଓ ପନିରର ଗୁଣବତ୍ତାକୁ ନେଇ ଚିନ୍ତା ବଢ଼ିଛି। ନକଲି ଓ ଅପମିଶ୍ରିତ ଛେନା-ପନିର ବିକ୍ରି ଅଭିଯୋଗକୁ ନେଇ BMC…

ସ୍ବାମୀଙ୍କ ଆଗରେ ଚାଲିଗଲା ସାବିତ୍ରୀଙ୍କ ଜୀବନ: ନାତୁଣୀ ଜନ୍ମଦିନ ସାରି ଫେରୁଥିବାବେଳେ ଘଟିଲା…

ତାଳଚେର,୨୫।୮(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଚାଇଁପାଳ ଓଭର ବ୍ରିଜ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ସ୍କୁଟିକୁ ଧକ୍କା ଦେଇଛି ଟ୍ରକ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri