ଏଣିକି ଅନ୍‌ଲାଇନରେ ବୁକ୍‌ କରିହେବ ଭକ୍ତନିବାସ

ପୁରୀ ଅଫିସ,୧୦ା୧୨: ଶ୍ରୀମନ୍ଦିର ପ୍ରଶାସନ ଅଧୀନରେ ଥିବା ଭକ୍ତନିବାସଗୁଡ଼ିକର ବୁକିଂ ପାଇଁ ଏକ ନୂଆ ୱେବ ଆପ୍ଲିକେଶନ୍‌ ଲୋକାର୍ପିତ ହୋଇଛି। ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଗୁରୁବାର ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଜିଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସମର୍ଥ ବର୍ମା ଯୋଗଦେଇ ନୂଆ ଓ୍ବେବ ଆପ୍ଲିକେଶନ୍‌କୁ ଲୋକାର୍ପଣ କରିଛନ୍ତି। ଏହି ନୂତନ ଆପ୍ଲିକେଶନ୍‌ର ଆଡ୍ରେସ୍‌ ହେଉଛି- https://stayatpurijagannath.in।ଏହି ଆପ୍ଲିକେଶନ୍‌ ଜରିଆରେ ନୀଳାଦ୍ରି ଭକ୍ତନିବାସ, ଶ୍ରୀଗୁଣ୍ଡିଚା ଓ ନୀଳାଚଳ ଭକ୍ତ ନିବାସ ପାଇଁ ଅନ୍‌ଲାଇନରେ ରୁମ୍‌ ବୁକ୍‌ କରିହେବ। ପୂର୍ବରୁ ଭକ୍ତ ନିବାସରେ ବ୍ୟବସ୍ଥିତ ଭାବେ ଅନଲାଇନ୍‌ ବୁକିଂ ସୁବିଧା ନ ଥିବା ବେଳେ ଅଧିକାଂଶ ଲୋକେ ଅଫଲାଇନ୍‌ ଜରିଆରେ ଭକ୍ତନିବାସରେ ରହିବା ପାଇଁ ରୁମ୍‌ ବୁକ୍‌ କରୁଥିଲେ। ମାତ୍ର ବର୍ତ୍ତମାନ ନୂଆ ୱେବ ପୋର୍ଟାଲ ଜରିଆରେ ୩ମାସ ପୂର୍ବରୁ ଆଡଭାନ୍ସ ବୁକିଂ ମଧ୍ୟ କରାଯାଇପାରିବ। ସେହିଭଳି ଅଫଲାଇନ୍‌ କ୍ଷେତ୍ରରେ ୭ଦିନ ଭିତରେ ଆଡଭାନ୍ସ ବୁକିଂ କରାଯିବାର ବ୍ୟବସ୍ଥା ରହିଛି। ୩ଟି ଯାକ ଭକ୍ତନିବାସ ମଧ୍ୟରୁ ନୀଳାଦ୍ରିରେ ୧୧୨, ନୀଳାଚଳରେ ୬୪ ଓ ଶ୍ରୀଗୁଣ୍ଡିଚା ଭକ୍ତ ନିବାସରେ ୭୨ଟି ରୁମ୍‌କୁ ମିଶାଇ ସମୁଦାୟ ୨୫୦ଟି ରୁମ୍‌ ରହିଛି। ବିନା ଶୀତତାପ ନିୟନ୍ତ୍ରିତ କକ୍ଷ ବାବଦକୁ ଦିନ ପିଛା ୬୬୦ ଟଙ୍କା ଦର ସ୍ଥିର ହୋଇଥିବାବେଳେ ଶୀତତାପ ନିୟନ୍ତ୍ରିତ କକ୍ଷ ପାଇଁ ୧୨୫୪ ସହ ଜିଏସ୍‌ଟି କର ଦେବାକୁ ପଡ଼ୁଛି। ପୋର୍ଟାଲ ଲୋକାର୍ପଣ କାର୍ଯ୍ୟକ୍ରମରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ଏବଂ ଅନ୍ୟ ଅଧିକାରୀଙ୍କ ସମେତ ପରିଚାଳନା କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ। ପୁରୀରେ ପର୍ଯ୍ୟଟକଙ୍କ ଆଗମନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ନୂଆ ପୋର୍ଟାଲର ଶୁଭାରମ୍ଭ କରାଯାଇଛି। ମହାପ୍ରଭୁଙ୍କ ଦର୍ଶନ ଓ ପୁରୀ ଭ୍ରମଣ ପାଇଁ ଆସୁଥିବା ଲୋକେ ଭକ୍ତ ନିବାସରେ ରାତ୍ରୀଯାପନ କରିବାର ସୁବିଧା ନେବାକୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ନିବେଦନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ଗୁଡାରି ଏନଏସିକୁ ମିଳିବ ୨ କୋଟି ଟଙ୍କାର ପୁରସ୍କାର

ଗୁଡାରି,୨୪/୮(ପ୍ରମୋଦ କୁମାର ପତି): ଆସନ୍ତା ଅଗଷ୍ଟ ୩୧ ତାରିଖରେ ସ୍ବାୟତ୍ତ ଶାସନ ଦିବସ ପାଳନ ସମାରୋହରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(OUAT), ଭୁବନେଶ୍ୱରର ‘କୃଷି ଶିକ୍ଷା…

ନିଖୋଜ ନାବାଳିକା ଉଦ୍ଧାର: ସିଡ଼ବ୍ଲ୍ୟୁସିରେ ହାଜର କଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଜଣେ ୧୫ ବର୍ଷୀୟା ନାବାଳିକା ଗତ ଜୁଲାଇ ୪ ତାରିଖରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିଲେ।…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri