ସୀମିତ ଅନୁଦାନରେ ସ୍ମାର୍ଟସ୍କୁଲ ଯୋଜନା

ସମ୍ବଲପୁର,୧୦ା୧୨(ବ୍ୟୁରୋ): ରାଜ୍ୟ ସରକାରଙ୍କ ୫-ଟି ବିଭାଗ ପରିଚାଳନାରେ ହାଇସ୍କୁଲ ରୂପାନ୍ତରଣ କରାଯାଉଛି। ଘରୋଇ ସ୍କୁଲ ଭଳି ସମସ୍ତ ସୁବିଧା ଯୋଗାଇ ଦେବାକୁ ଯୋଜନା କରାଯାଇଛି। ହେଲେ ସୀମିତ ଅନୁଦାନରେ ସ୍ମାର୍ଟସ୍କୁଲ ଯୋଜନା କରାଯାଇଥିବା ଏଠାରେ ଆଲୋଚନା ହେଉଛି। ଅନୁଦାନ ଅଭାବରୁ ସ୍କୁଲଗୁଡିକ ସମ୍ପୂର୍ଣ୍ଣ ହୋଇପାରୁ ନାହିଁ।
ସମ୍ବଲପୁର ଜିଲାରେ ପ୍ରଥମ ପର୍ଯ୍ୟାୟରେ ୨୫ ଗୋଟି ସ୍କୁଲ ନଭେମ୍ବର ୧୬ରେ ଲୋକାର୍ପଣ କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ୫୩ ସ୍କୁଲ ରୂପାନ୍ତରଣ ଯୋଜନା ରହିଛି। ହେଲେ ଅଧିକାଂଶ ସ୍ଥାନରେ ଅନୁଦାନ ଅଭାବରୁ ସ୍କୁଲ ନିର୍ମାଣ କରିବାକୁ ସ୍ଥାନୀୟ ଠିକାଦାର ପଛଘୁଞ୍ଚା ଦେଉଛନ୍ତି। ତେଣୁ ଅନୁଦାନ ବୃଦ୍ଧି ନ କଲେ ଏହି ଯୋଜନା ଫେଲ୍‌ ମାରିବା ସମ୍ଭାବନା ଥିବା କୁହାଯାଉଛି। ରାଜ୍ୟ ସରକାରଙ୍କ ପକ୍ଷରୁ ସ୍କୁଲଗୁଡିକ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ରହିଛି। ଜିଲା ପ୍ରଶାସନ ପକ୍ଷରୁ ଏସ୍‌ଏଫ୍‌ସି, ସିଏସ୍‌ଏଫ୍‌ସି, ପଶ୍ଚିମଓଡ଼ିଶା ବିକାଶ ପରିଷଦ, ବିଆର୍‌ଜିଏଫ୍‌, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌, ସିଆର୍‌ଏଫ୍‌ ଭଳି ସରକାରୀ ଅନୁଦାନ ସହ କମ୍ପାନୀର ସିଏସ୍‌ଆର ଅନୁଦାନ ଖର୍ଚ୍ଚ କରିବାକୁ ବିଡିଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିଡିଓମାନେ ମଧ୍ୟ କାମ ସମ୍ପୂର୍ଣ୍ଣ କରିବା ନେଇ ଚିନ୍ତାରେ ପଡିଛନ୍ତି। ପୂର୍ବ ସ୍କୁଲ କାମର ବିଲ୍‌ ଟଙ୍କା ସହଯୋଗ କରିଥିବା ଠିକାଦାର ଓ ସିମେଣ୍ଟ, ବାଲି, ଲୁହାଛଡ ଭଳି ସାମଗ୍ରୀ ଯୋଗାଣ ସଂସ୍ଥା ମଧ୍ୟ ଟଙ୍କା ବକେୟା ଥିବାରୁ ମନା କରିଦେଉଛନ୍ତି। ଏପରି କି କେତେଜଣ ଠିକାଦାର ଓ ଯୋଗାଣ ସଂସ୍ଥା ବିଡିଓ ଓ ପଞ୍ଚାୟତ ଅଫିସକୁ ଆସି ବକେୟା ଟଙ୍କା ଦାବି କରୁଛନ୍ତି। ବିଡିଓ ଓ ପଞ୍ଚାୟତ ସ୍ତରର ଅଧିକାରୀ ଅସହାୟ ପ୍ରକାଶ କରି କିଛିଦିନ ଅପେକ୍ଷା କରିବାକୁ କହୁଛନ୍ତି।
ମିଳିଥିବା ରିପୋର୍ଟ ଅନୁସାରେ ସ୍ମାର୍ଟ ସ୍କୁଲ ପାଇଁ ରାଜ୍ୟ ସରକାରଙ୍କ ୪୫ ଲକ୍ଷ ଟଙ୍କା ଅନୁଦାନ ରହିଛି। ଏଥିରୁ ୧୦ ଲକ୍ଷ ଟଙ୍କା ସ୍କୁଲ ପରିଚାଳନା କମିଟି ଜମା ଖାତାରେ ରହିବ। ସେମାନେ ଉକ୍ତ ଟଙ୍କାକୁ ଶିକ୍ଷୟିତ୍ରୀ, ଶିକ୍ଷକ, ଛାତ୍ରୀଛାତ୍ର, ଅଭିଭାବକଙ୍କୁ ନେଇ ତାଲିମ କାର୍ଯ୍ୟକ୍ରମ କରିବେ। ୧୫ ଲକ୍ଷ ଟଙ୍କାରେ ସାଇନ୍ସ ଲ୍ୟାବରେ ବ୍ୟବହୃତ ସାମଗ୍ରୀ, ବେଞ୍ଚ ଡେକ୍ସ, କମ୍ପ୍ୟୁଟର, ପ୍ରୋଜେକ୍ଟର ଭଳି ସାମଗ୍ରୀ କିଣାଯାଉଛି। ବାକି ୩୫ ଲକ୍ଷ ଟଙ୍କାରେ ପୁରାତନ ସ୍କୁଲ ରୂପାନ୍ତରଣ କରାଯିବାକୁ ଯୋଜନା କରାଯାଇଛି। ସମ୍ବଲପୁର ସମେତ ଅଧିକାଂଶ ଜିଲାରେ ହାଇସ୍କୁଲରେ ୨ରୁ ୩ଟି କୋଠରୀ ରହିଛି। ବାକି ମାଟିକାନ୍ଥ ଥିବା ଆଜ୍‌ବେଷ୍ଟସ ଘର ରହିଛି। ଏହାକୁ ମରାମତି କଲେ ଅଧିକ ଅନୁଦାନ ଆବଶ୍ୟକ। ଏ ସମ୍ପର୍କରେ ଡିଆର୍‌ଡିଏ ପିଡି ଦିଲୀପ କୁମାର ବଳ କହିଛନ୍ତି, ସ୍ମାର୍ଟ ସ୍କୁଲ ଶୀଘ୍ର ସମ୍ପୂର୍ଣ୍ଣ କରାଯିବା ସହ ଅନୁଦାନ ଅଭାବ ଦୂର କରିବା ପାଇଁ ବ୍ୟବସ୍ଥା କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ୫୩ ସ୍କୁଲ ହାତକୁ ନିଆଯାଇଛି। କେତେଜଣଙ୍କ ବକେୟା ଟଙ୍କା ରହିଛି, ତାହା ମଧ୍ୟ ଦିଆଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ବଜେଟ ବିରୋଧରେ ଏଆଇଟିୟୁସିର ବିକ୍ଷୋଭ

ଭୁବନେଶ୍ୱର, ୧୬।୭(ବ୍ୟୁରୋ): କେନ୍ଦ୍ର ସରକାର ତାଙ୍କ ବଜେଟରେ ଘରୋଇକରଣ ଓ କର୍ପୋରେଟଙ୍କ ଉପରେ ଗୁରୁତ୍ୱ ଦେଇଛନ୍ତି। ହେଲେ ୪୪ଟି ଶ୍ରମ ଆଇନ୍‌କୁ ୪ଟି କୋଡ୍‌ରେ ପରିବର୍ତ୍ତନ...

ମାଛ ଧରିବା ବେଳେ ଅଗ୍ନିକାଣ୍ଡ ଘଟି ବୁଡିଗଲା ଟ୍ରଲର

ଚାନ୍ଦବାଲି, ୬।୧୦(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମରା ସମୁଦ୍ର ମଧ୍ୟରେ ହୁଇଲର ଦୀପ ନିକଟରେ ଏକ ଫିସିଙ୍ଗ ଟ୍ରଲରରେ ଗୁରୁବାର ସକାଳେ ଅଗ୍ନିକାଣ୍ଡ ଘଟିବାରୁ ଟ୍ରଲରଟି ସମୁଦ୍ର...

୩୩ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ୱର,୨୦।୨(ବ୍ୟୁରୋ): ‘ମୋ ସ୍କୁଲ ଅଭିଯାନ’ର ୨୨ତମ କାର୍ଯ୍ୟକାରୀ ପରିଷଦ ବୈଠକ ଶୁକ୍ରବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ...

ଆଇପିଏସ୍‌ ଅଫିସର ସ୍ତରରେ ଅଦଳବଦଳ

ଭୁବନେଶ୍ୱର, ୨୪।୯ (ବ୍ୟୁରୋ):ବରିଷ୍ଠ ଆଇପିଏସ୍‌ ଅଫିସର ସ୍ତରରେ ଅଦଳବଦଳ କରାଯାଇଛି। ବୁଧବାର ଏ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶିତ ବିଜ୍ଞପ୍ତି...

ପ୍ରସଙ୍ଗ, ପ୍ରାର୍ଥୀଙ୍କୁ ପରଖୁଛନ୍ତି ଭୋଟର

ପୁରୀ ଅଫିସ, ୨୦ା୪: ଚର୍ଚ୍ଚାରେ ପୁରୀ ଲୋକ ସଭା ନିର୍ବାଚନମଣ୍ଡଳୀ। ଶ୍ରୀମନ୍ଦିର, ବେଳାଭୂମି, ରତ୍ନଭଣ୍ଡାର, ମହାପ୍ରଭୁଙ୍କ ଅମୃତ ମଣୋହି ଜମି ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସାଙ୍ଗକୁ...

ଏଥର ବିନା କଟକଣାରେ ହେବ ଗଣେଶ ପୂଜା

ଭୁବନେଶ୍ୱର,୨୪।୮(ବ୍ୟୁରୋ): ଏଥର ବିନା କଟକଣାରେ ପାଳନ ହେବ ଗଣେଶ ପୂଜା। ଗତ ୨ ବର୍ଷ ଧରି କରୋନା କଟକଣା ଭିତରେ ବିନା ଭକ୍ତରେ ପ୍ରଭୁଙ୍କ ପୂଜା...

ଜରୁରୀ ସାମଗ୍ରୀ ପରିବହନ କରିବ ପୂର୍ବତଟ ରେଳପଥ

ଭୁବନେଶ୍ୱର,୩୦ା୩(ବ୍ୟୁରୋ): କରୋନା ସଂକ୍ରମଣ ମୁକାବିଲା ଲାଗି ସମଗ୍ର ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ ଜାରି ରହିଥିବାବେଳେ ଅତ୍ୟାବଶ୍ୟକ ସାମଗ୍ରୀର ପରିବହନରେ ସମସ୍ୟା ସୃଷ୍ଟି ହୋଇଛି। ଏଭଳିସ୍ଥିତିରେ...

ଚନ୍ଦ୍ରୟାନ-୩ର ସଫ୍ଟ ଲ୍ୟାଣ୍ଡିଂ ନେଇ ଢେଙ୍କାନାଳର ଛାତ୍ରୀଛାତ୍ରଙ୍କ ମଧ୍ୟରେ ଉତ୍ସୁକତା

ଢେଙ୍କାନାଳ,୨୩ା୮(ରତନ ନାୟାର): ଚନ୍ଦ୍ରୟାନ-୩ ର ସଫଳ ସଫ୍ଟ ଲ୍ୟାଣ୍ଡିଂ ପାଇଁ ଇସ୍ରୋର ବୈଜ୍ଞାନିକମାନେ ଉତ୍ସାହିତ ହୋଇରହିଛନ୍ତି। ଏହା ଭାରତ ପାଇଁ ଏକ ଐତିହାସିକ ଦିନ। ସେହିପରି...

Advertisement
Archives

Model This Week