ରାଜ୍ୟ

ରିଭଲଭର ଦେଖାଇ ଲୁଟିଲେ ବ୍ୟାଙ୍କ୍‌

ସୁନ୍ଦରଗଡ଼, ୨୭।୭(ଡି.ଏନ୍‌.ଏ.)- ସୁନ୍ଦରଗଡ଼ ସହର ଉପକଣ୍ଠ କିରେଇସ୍ଥିତ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରୁ ମଙ୍ଗଳବାର ଅପରାହ୍ନରେ ଡକାୟତି ହୋଇଛି। ୪ ଜଣ ଦୁର୍ବୃତ୍ତ ବ୍ୟାଙ୍କ କର୍ମଚାରୀଙ୍କୁ ରିଭଲଭର୍‌ ଦେଖାଇ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟି ନେଇଛନ୍ତି। ଖବର ପାଇ ସୁନ୍ଦରଗଡ଼ ଏସ୍‌ପି ସାଗରିକା…

ନିଜ ନିଷ୍ପତ୍ତିରୁ ଓହରିଲେ ରାଜ୍ୟ ସରକାର: ମାଷ୍ଟରକ୍ୟାଣ୍ଟିନ ଛକରୁ ସ୍ଥାନାନ୍ତର ହେବନି ଐତିହ୍ୟ ଘୋଡ଼ା

ଭୁବନେଶ୍ୱର,୨୭।୭(ବ୍ୟୁରୋ): ସ୍ଥାନାନ୍ତର ହେବ ନାହିଁ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଶୋଭା ପାଉଥିବା ସ୍ଥାପତ୍ୟ ଘୋଡ଼ା। ବହୁ ବିବାଦ ଏବଂ ସମାଲୋଚନାର ଶିକାର ହେବା ପରେ ରାଜ୍ୟ ସରକାର ମଙ୍ଗଳବାର ନିଜ ନିଷ୍ପତ୍ତିରୁ ଉହରିଛନ୍ତି। ଏନେଇ ସରକାରୀସ୍ତରରେ ନିଷ୍ପତ୍ତି ନିଆଯାଇଥିବା ନେଇ ବିଏମ୍‌ସି କମିଶନର…

ରାଜ୍ୟରୁ ପୁଣି ୬୦ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨୭।୭ (ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁ ସଂଖ୍ୟା କମିବାର ନାଁ ନେଉନି। ମଙ୍ଗଳବାର କରୋନା ଆଉ ୬୦ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୫୬୩୪କୁ ବୃଦ୍ଧି ପାଇଛି। ୬୦ ମୃତକଙ୍କ…

ରାଜ୍ୟରେ ୨ ହଜାର ତଳେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା

ଭୁବନେଶ୍ୱର,୨୭।୭(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାରେ ଲାଗିଛିି। ମଙ୍ଗଳବାର ରାଜ୍ୟରେ ୧,୬୯୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୯୩୯ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୬୯୦ ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ…

ଆଜିଠୁ ଲଘୁଚାପ ବର୍ଷା

ଭୁବନେଶ୍ୱର,୨୭। ୭(ବ୍ୟୁରୋ): ଉତ୍ତର ବଙ୍ଗୋପସାଗର ଏବଂ ବାଂଲାଦେଶ ଉପକୂଳରେ ମଙ୍ଗଳବାର ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ମଙ୍ଗଳବାର ରାତିରୁ ବର୍ଷା ହୋଇପାରେ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର,…

ବିବାହ ବନ୍ଧନରେ ହାସ୍ୟ ଅଭିନେତା ଗୁଡୁ

ଭୁବନେଶ୍ୱର, ୨୭। ୭: (ବ୍ୟୁରୋ): ଓଡ଼ିଆ ଚଳଚ୍ଚିତ୍ର ଜଗତର ପରିଚିତ ହାସ୍ୟ ଅଭିନେତା ଗୁଡୁ ସୋମବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। କେନ୍ଦ୍ରାପଡା ଜିଲା ରାଜନଗର ଅଞ୍ଚଳର ମାମାଙ୍କୁ ସେ ତାଙ୍କ ଜୀବନସାଥୀ ଭାବେ ଗ୍ରହଣ କରିଛନ୍ତି। ପ୍ରଥମେ ଉଭୟଙ୍କ ବିବାହ…

ଯୁକ୍ତ୨ ସିଟ୍‌ ବୃଦ୍ଧି ଆବେଦନ ସମୟ ବଢ଼ିଲା

ଭୁବନେଶ୍ୱର, ୨୭। ୭(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ସ୍କୁଲରେ ଯୁକ୍ତ୨ ସିଟ୍‌ ବୃଦ୍ଧି ପାଇଁ ଆବେଦନ ସମୟ ୨ଦିନ ବୃଦ୍ଧି କରାଯାଇଛି। ସ୍କୁଲ କର୍ତ୍ତୃପକ୍ଷ ସାମ୍ସ ପୋର୍ଟାଲ www.samsodisha.gov.inରେ ଏଥିପାଇଁ ଆବେଦନ କରିବାର ବ୍ୟବସ୍ଥା ରହିଥିବାବେଳେ ୨୬ ତାରିଖ ଶେଷଦିନ ଥିଲା। ଏବେ…

ଗବେଷଣା ଲାଗି ଖର୍ଚ୍ଚ ହେବ ୫୦ ହଜାର କୋଟି: ଧର୍ମେନ୍ଦ୍ର

ଭୁବନେଶ୍ୱର,୨୭। ୭(ବ୍ୟୁରୋ): କେନ୍ଦ୍ର ସରକାର ଦେଶରେ ଗବେଷଣା ପରିସଂସ୍ଥାନକୁ ଅଧିକ କ୍ରିୟାଶୀଳ ଏବଂ ସୁଦୃଢ଼ କରିବା ପାଇଁ ଗୁରୁତ୍ୱ ଦେଉଛନ୍ତି। ଏନେଇ ନୂଆ ଜାତୀୟ ଶିକ୍ଷାନୀତି (ଏନ୍‌ଇପି-୨୦୨୦) ଅନୁଯାୟୀ ରାଷ୍ଟ୍ରୀୟ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଏଫ୍‌) ଗଠନ ସହ ୫ ବର୍ଷରେ ୫୦ ହଜାର…

ଗ୍ରାହକ ବିଶ୍ୱାସ ବ୍ୟବସାୟର ମୂଳମନ୍ତ୍ର

ପାନାସୋନିକ କେବଳ ଏକ ବ୍ରାଣ୍ଡ ନୁହେଁ, ଦୀର୍ଘ ବର୍ଷ ଧରି ଏହା ଗ୍ରାହକଙ୍କୁ ଗୁଣଯୁକ୍ତ ସେବା ଓ ବିଶ୍ୱାସ ଦେଇଆସିଛି। କମ୍ପାନୀ ୧୦୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ବିଶ୍ୱ ବଜାରରେ ନିଜ ସ୍ଥିତିକୁ ସୁଦୃଢ଼ କରିଛି। ଉପଭୋକ୍ତାଙ୍କ ବିଶ୍ୱାସଭାଜନ ହେବା…

କୋଭିଡ୍‌ ମାର୍ଗଦର୍ଶିକାରେ ପାଳନ ହେବ ସ୍ବାଧୀନତା ଦିବସ

ଭୁବନେଶ୍ୱର, ୨୭। ୭(ବ୍ୟୁରୋ): ଚଳିତ ବର୍ଷ ୭୫ତମ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ କୋଭିଡ୍‌ ମାର୍ଗଦର୍ଶିକା ମଧ୍ୟରେ ୟୁନିଟ୍‌-୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବେ। ସୋମବାର ସୂଚନା…

ସର୍ବଶ୍ରେଷ୍ଠ ଆଇଟିଆଇରେ ରାଜ୍ୟର ୬

ଭୁବନେଶ୍ୱର,୨୭। ୭(ବ୍ୟୁରୋ): ଆଇଟିଆଇ, ପଲିଟେକ୍‌ନିକ୍‌ରେ ନାମଲେଖା ପାଇଁ ପ୍ରଚାର ଅଭିଯାନ ଆରମ୍ଭ ହୋଇଛି। ସୋମବାର ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସେ କହିଲେ,…

ପୁରୀବାସୀଙ୍କୁ ଟ୍ୟାପ୍‌ରେ ସ୍ଵଚ୍ଛ ପାଣି

ଭୁବନେଶ୍ୱର(ବ୍ୟୁରୋ)/ପୁରୀ ଅଫିସ,୨୭। ୭: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରେ ସୋମବାର ‘ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌’ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାପ୍ରଭୁଙ୍କ ଧାମ ସବୁଠାରୁ ଆଗରେ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବାରେ ପୁରୀ ହେଉଛି ଦେଶର ପ୍ରଥମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri