କାମରେ ଲାଗୁନି ପାନୀୟ ଜଳ ଯୋଗାଣ ପ୍ରକଳ୍ପ

ଚଣ୍ଡିଖୋଲ,୧୫ା୧୨(ଡି.ଏନ.ଏ.): ବଡ଼ଚଣା ବ୍ଲକ ଅଧୀନ ବାଲିପଡ଼ିଆ ପଞ୍ଚାୟତରେ ନିର୍ମିତ ପାନୀୟ ଜଳ ଯୋଗାଣ ପ୍ରକଳ୍ପଟି କାମରେ ଲାଗୁନି। ୨୦୧୮-୧୯ରେ ୧ କୋଟି ୩୦ ଲକ୍ଷ ଟଙ୍କା ବ୍ୟୟ କରାଯାଇ ଉକ୍ତ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ହେଲେ ପ୍ରକଳ୍ପଟି ତା’ର ମୂଳଲକ୍ଷ୍ୟରୁ ଦୂରେଇ ଯାଇଛି। ଏଠାରୁ ନିର୍ଗତ ପାଣି କ୍ଷାର ଯୁକ୍ତ ଓ କିଛି ସମୟ ରହିଲେ ପାଣିରେ ହଳଦୀ ରଙ୍ଗର ଆସ୍ତରଣ ଜମିଯାଉଛି। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ବିଭାଗୀୟ ନିୟମ ଅନୁସାରେ ପାଣିର ମାନ ଠିକ୍‌ ନ ରହିଲେ ପ୍ରକଳ୍ପ ନିର୍ମାଣ ହେବା କଥା ନୁହେଁ। ମାତ୍ର ଏଠାରେ ପାଣିର ମାନ ଖରାପ ଥିଲେ ମଧ୍ୟ କାହା ସ୍ବାର୍ଥରେ ପ୍ରକଳ୍ପ ନିର୍ମାଣ କରାଗଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏହି ପଞ୍ଚାୟତରେ ଜଳଜୀବନ ମିଶନ ଯୋଜନାରେ ଜନସାଧାରଣଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଉକ୍ତ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ଏଥିରେ ଏକ ପାଣି ଟାଙ୍କି ନିର୍ମାଣ ସହ ଗ୍ରାମର ପ୍ରତ୍ୟେକ ଘରକୁ ପାଣି ଯୋଗାଇବା ନିମନ୍ତେ ଟ୍ୟାପ ବସାଯାଇଥିଲା। ଏଥିନିମନ୍ତେ ଦୁଇଟି ସ୍ଥାନରେ ବୋରୱେଲ ଖନନ କରାଯାଇଥିଲା। ତେବେ ଠିକା ସଂସ୍ଥା ପକ୍ଷରୁ ପାଇପ୍‌ ବିଛା ସମୟରେ ଗ୍ରାମର ରାସ୍ତା ବିଭିନ୍ନ ସ୍ଥାନରେ ଖୋଳାଯାଇଥିଲେ ମଧ୍ୟ ଆଜି ଯାଏ ତାହା ମରାମତି କରାଯାଇନାହଁି। ବିଭିନ୍ନ ଗୃହ ନିକଟରେ ବସାଯାଇଥିବା ଟ୍ୟାପ୍‌ଗୁଡ଼ିକ ଅତ୍ୟନ୍ତ ନିମ୍ନମାନର ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ନିୟମ ଅନୁଯାୟୀ ଯେପରି ଭାବେ ପାଇପ୍‌ ବିଛା ଯିବା କଥା ତାହା କରାଯାଇନାହିଁ। ଅନ୍ୟପକ୍ଷରେ ବିଛା ଯାଇଥିବା ପାଇପ୍‌ ସବୁ ସ୍ବୀକୃତିପ୍ରାପ୍ତ କମ୍ପାନୀର ନୁହେଁ ବୋଲି ମଧ୍ୟ ଅଭିଯୋଗ ହୋଇଛି। ତେବେ ସବୁଠାରୁ ବଡ଼କଥା ହେଲେ ପ୍ରକଳ୍ପ ନିକଟରେ ଖୋଳାଯାଇଥିବା ବୋରୱେଲରୁ ବ୍ୟବହାର ଅନୁପଯୋଗୀ ପାଣି ବାହାରୁ ଥିଲେ ମଧ୍ୟ ଏବିଷୟରେ ଆଜି ଯାଏ ପଦକ୍ଷେପ ନିଆଯାଇନାହଁି। ଏନେଇ ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ କୁଳମଣି ବେହେରା କହିଛନ୍ତି, ପ୍ରକଳ୍ପ ନିକଟରେ ଥିବା ଦ୍ୱିତୀୟ ବୋରୱେଲରୁ ଜଳ ଯୋଗାଣ ପାଇଁ ପଦକ୍ଷେପ ନିଆଯିବ। ଯଦି କୌଣସି ବ୍ୟତିକ୍ରମ ଦେଖାଦିଏ ତା’ହେଲେ ମେଗା ପାନୀୟ ଜଳ ଯୋଗାଣ ଅଧୀନରେ ଏହି ପ୍ରକଳ୍ପ ଚାଲୁ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

ଶିକ୍ଷକଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧି ଉପରେ ମନ୍ଥନ

ଦିଗପହଣ୍ଡି,୩ା୧୦(ଅଶେଷ ନାଥ ମିଶ୍ର): ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କର ନିରନ୍ତର ବୃତ୍ତିଗତ ଦକ୍ଷତା ବିକାଶ ଲକ୍ଷ୍ୟରେ ଦିଗପହଣ୍ଡି ନୂଆସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ମାସିକ କ୍ଲଷ୍ଟର ସ୍ତରୀୟ ସହଭାଗିତା…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?