ଭୁବନେଶ୍ୱର,୧୫।୧୨(ବ୍ୟୁରୋ): ଓମିକ୍ରନର ଭୟାବହତାକୁ ଦେଖି ସୀମାନ୍ତ ଜିଲା ଉପରେ ନଜର ରଖାଯାଇଛି। ସର୍ଭିଲାନ୍ସ ଓ ଭ୍ୟାକ୍ସିନେସନକୁ ଗୁରୁତ୍ୱ ଦିଆଯାଉଛି। ବାହାରୁ ଆସୁଥିବା ଲୋକମାନଙ୍କର ସର୍ଭିଲାନ୍ସକୁ କଡ଼ାକଡ଼ି କରାଯାଇଛି ବୋଲିି ବୁଧବାର ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଜିନମ ସିକ୍ୟୁଏନସିଂ କରାଯିବା ସହ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ଓମିକ୍ରନ୍ ଚିହ୍ନଟ ଦେଶରୁ ଯେଉଁମାନେ ଆସୁଛନ୍ତି ତାଙ୍କ ଉପରେ କଡ଼ା ନଜର ରଖାଯାଇଛି । ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ବର୍ତ୍ତମାନ ଏହା ଉପରେ ଅଧିକ ଗବେଷଣା ଚଳାଇଛି । ଏହି ଭାରିଆଣ୍ଟ ଅଧିକ ଘାତକ ହେଉ କି ନ ହେଉ ଆମକୁ ସତର୍କ ରହିବାକୁ ପଡ଼ିବ ବୋଲି ସେ କହିଛନ୍ତି।