୧୨୭ ପାନୀୟ ଜଳ ପ୍ରକଳ୍ପ ପାଇଁ ୬୪୩ କୋଟି ଖର୍ଚ୍ଚ ବରାଦ

ଜଗତ୍‌ସିଂହପୁର ଅଫିସ, ୧୫।୧୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଜଗତ୍‌ସିଂହପୁର ଜିଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ)ରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ ଅବସରରେ ୭୯୪ କୋଟି ଟଙ୍କାରେ ୩୬୨ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍‌ଘାଟନ କରିଛନ୍ତି। ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ପଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ୧୪୮ଟି ପ୍ରକଳ୍ପ (ବ୍ୟୟ ବରାଦ ୫୧.୬୭ କୋଟି ଟଙ୍କା) ଉଦ୍‌ଘାଟନ କରିଥିଲେ । ସେଥିମଧ୍ୟରୁ ବିଦ୍ୟୁତ ଶକ୍ତି ଯୋଗାଣ କ୍ଷେତ୍ରରେ ୫ଟି ପ୍ରକଳ୍ପ ପାଇଁ ୩୪.୮୬ କୋଟି ଟଙ୍କା ରହିଛି। ସେହିପରି ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ଯୋଜନାରେ ୧୦୬ଟି ପ୍ରକଳ୍ପ ପାଇଁ ୫.୫୯ କୋଟି, ସାଧାରଣ ସୁବିଧା ଭିତ୍ତିଭୂମି ବିକାଶ, ଶିକ୍ଷା ବିକାଶ, ବଜାର ସୁବିଧା, ଆବାସିକ ସୁବିଧା ବିକାଶ, ରାସ୍ତା ଏବଂ ପାନୀୟ ଜଳ ଯୋଗାଣ ବାବଦରେ ୩୭ଟି ପ୍ରକଳ୍ପ ପାଇଁ ୧୧.୨୨ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି । ଅନୁରୂପ ଭାବେ ୨୧୪ଟି ପ୍ରକଳ୍ପ (୭୪୨.୪୫ କୋଟି ଟଙ୍କା ବ୍ୟୟ ଅଟକଳ)ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ସେଗୁଡିକ ମଧ୍ୟରୁ ପାନୀୟ ଜଳ ଯୋଗାଣ, ଜଳସେଚନ ଓ ବନ୍ୟାଜଳ ନିୟନ୍ତ୍ରଣ ବାବଦରେ ୧୨୭ଟି ପ୍ରକଳ୍ପ ପାଇଁ ୬୪୨.୭୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ରାସ୍ତା ଓ ସେତୁ ବାବଦରେ ୩୧ଟି ପ୍ରକଳ୍ପ ନିମନ୍ତେ ୫୯.୮୩ କୋଟି, ଶିକ୍ଷା ଭିତ୍ତିଭୂମି ବିକାଶ ବାବଦରେ ୩ଟି ପ୍ରକଳ୍ପ ପାଇଁ ୧୮.୨୧ କୋଟି, ସାଧାରଣ ସୁବିଧା ଭିତ୍ତିଭୂମି ବିକାଶ, ବଜାର ସୁବିଧା ଓ କ୍ରୀଡା ଭିତ୍ତିଭୂମି ବିକାଶ ବାବଦରେ ୫୩ଟି ପ୍ରକଳ୍ପ ପାଇଁ ୨୧.୭୧ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୌରାଞ୍ଚଳରେ ବୃଦ୍ଧି ପାଉଛି ମଶା ଉପଦ୍ରବ:  ନିରାକରଣ ଦିଗରେ ନିଆଯାଉନାହିଁ ପଦକ୍ଷେପ

ଯାଜପୁର ରୋଡ, ୭|୯(ନି.ପ୍ର.)- ବ୍ୟାସନଗର ପୌରାଞ୍ଚଳରେ ମଶାଙ୍କ ଉପଦ୍ରବ ବଢିବାରେ ଲାଗିଛି। ଏହାର ନିରାକରଣ ଦିଗରେ ପୌର ପରିଷଦ ପକ୍ଷରୁ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉ...

ଜାନୁୟାରୀ ୩୧ରେ ସିଟିଇଟି

ଭୁବନେଶ୍ୱର,୫।୧୧(ବ୍ୟୁରୋ): ସିବିଏସ୍‌ଇ ଦ୍ୱାରା ପରିଚାଳିତ ସେଣ୍ଟ୍ରାଲ ଟିଚର ଏଲିଜିବିଲିଟି ଟେଷ୍ଟ (ସିଟିଇଟି) ୨୦୨୧ ଜାନୁୟାରୀ ୩୧ରେ ଅନୁଷ୍ଠିତ ହେବ। କୋଭିଡ୍‌ ସଂକ୍ରାନ୍ତ ସୁରକ୍ଷା ଓ ଗାଇଡ୍‌ଲାଇନ୍‌କୁ...

ଆନ୍ତଃ ଜିଲା ମୋବାଇଲ ଚୋର ଗିରଫ

ଭାପୁର,୬ା୧୧(ଡି.ଏନ.ଏ.)-ଜଣେ ଆନ୍ତଃଜିଲା ମୋବାଇଲ ଚୋରକୁ ନୟାଗଡ ଜିଲା ଭାପୁର ପୋଲିସ ମଙ୍ଗଳବାର ଗିରଫ କରି କୋର୍ଟ ଚାଲାଣ କରିଛି ା ଗିରଫ ଅଭିଯୁକ୍ତଙ୍କ ନାମ ଦୁର୍ଗାଚରଣ...

ଜେଲ ଗଲେ କଲେଜ ଅଧ୍ୟକ୍ଷ

ସୁନାବେଡା,୪ା୧୧(ସ୍ବ.ପ୍ର.): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ଜୁନିୟର ମହିଳା ମହାବିଦ୍ୟାଳୟର ଜଣେ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ କଲେଜ ଅଧ୍ୟକ୍ଷ ପବିତ୍ର କୁମାର ବେଦାନ୍ତ...

ଅକଥନୀୟ ଅତ୍ୟାଚାରର ସାକ୍ଷୀ ବ୍ରିଟିଶ କୋଠି

ଏରସମା,୨୪।୮(ସ୍ବ.ପ୍ର.): ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଦ୍ୱାରା ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଇ ବିଭିନ୍ନ ସ୍ଥାନରେ ଥିବା ଐତିହାସିକ ସ୍ମୃତିସ୍ଥମ୍ଭ, ପୀଠସ୍ଥଳୀ ଓ ରାଜପ୍ରାସାଦ ଆଦିର...

ପାଚିକା, ସହାୟିକା ସଂଘ ଦେଲା ସ୍ମାରକପତ୍ର

ଛତ୍ରପୁର,୧୬ା୨(ଡି.ଏନ.ଏ.) – ୧୨ ଦଫା ଦାବି ନେଇ ନିଖିଳ ଓଡିଶା ଏମ୍‌ଡିଏମ୍‌ ପାଚିକା, ସହାୟିକା ସଂଘ ଗଞ୍ଜାମ ଜିଲା କମିଟି ପକ୍ଷରୁ ଶନିବାର ଛତ୍ରପୁରସ୍ଥିତ ଉପଜିଲାପାଳଙ୍କ...

ଦ୍ୱିଗୁଣିତ କଲେ ସୁରଟ ଫେରନ୍ତା

ଭୁବନେଶ୍ୱର, ୮।୫(ବ୍ୟୁରୋ): ପଶ୍ଚିମବଙ୍ଗ ପରେ ଏବେ ସୁରଟ ଫେରନ୍ତା ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛନ୍ତି। ଏମାନଙ୍କ ପାଇଁ ୧୩ ଦିନ ଭିତରେ ରାଜ୍ୟରେ ଆକ୍ରାନ୍ତଙ୍କ...

ପିଆଇସିଟିରେ ଅଘଟଣ : ଶ୍ରମିକ ଆହତ, ପ୍ରତିବାଦରେ ବିକ୍ଷୋଭ

ପାରାଦୀପ,୧୮।୭(ସ୍ବ.ପ୍ର.) : ପାରାଦୀପ ବନ୍ଦରରେ ୩୦ ବର୍ଷ ପାଇଁ କାମ ପାଇଥିବା ପିଆଇସିଟି (ପାରାଦୀପ ଇଣ୍ଟରନ୍ୟାଶନାଲ କାର୍ଗୋ ଟର୍ମିନାଲ)ରେ ଗୁରୁବାର ସକାଳେ ଏକ ଅଘଟଣ ଘଟିଛି।...

Advertisement
Archives

Model This Week