ଯାଜପୁର ମ୍ୟୁନିସିପାଲିଟି: ୩.୫୯ ଲକ୍ଷ ଟଙ୍କା ଆତ୍ମସାତ୍
ଯାଜପୁର ଅଫିସ,୩୦।୭: ଯାଜପୁର ମ୍ୟୁନିସିପାଲିଟିରେ ହୋଲ୍ଡିଂ ଟ୍ୟାକ୍ସ, ପେନାଲ୍ଟି ଫି, ହାଉସ ରେଣ୍ଟ, ଟେଣ୍ଡର ପେପର ଇତ୍ୟାଦି କ୍ଷେତ୍ରରେ ଅର୍ଥ ଆଦାୟ କରାଯାଇ ୩,୫୯,୭୮୪ ଟଙ୍କା ଆତ୍ମସାତ୍ କରାଯାଇଛି। ୨୦୧୯-୨୦ ଅଡିଟ୍ ରିପୋର୍ଟରୁ ଏହା ଜଣାପଡିଛି। ଏହିମର୍ମରେ ଗୃହ ଓ ନଗର…
ଏନ୍ଡିଆର୍ଏଫ୍ ଡିଜି ସତ୍ୟନାରାୟଣଙ୍କୁ ଏନ୍ସିବି ଅତିରିକ୍ତ ଦାୟିତ୍ୱ
ଭୁବନେଶ୍ୱର,୩୦।୭(ବ୍ୟୁରୋ): ଓଡ଼ିଆ ଆଇପିଏସ୍ ଅଧିକାରୀ ତଥା ଏନ୍ଡିଆର୍ଏଫ୍ ଡିଜି ସତ୍ୟନାରାୟଣ ପ୍ରଧାନଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍ସିବି)ର ମହାନିର୍ଦ୍ଦେଶକ(ଡିଜି) ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଗୁରୁବାର ଆଇପିଏସ୍ ଅଫିସର ରାକେଶ ଆସ୍ଥାନାଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସତ୍ୟନାରାୟଣ ଏନ୍ଡିଆରଏଫ୍ରେ ନିଜ ଦାୟିତ୍ୱ…
ଦିନକରେ କରୋନା ନେଲା ୬୬ ଜୀବନ
ଭୁବନେଶ୍ୱର,୩୦।୭(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର କରୋନାରେ ୬୬ ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୫,୮୩୪ ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଫଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା…
ବିଶାଳ ଦେବ ଅର୍ଥ ସଚିବ
ଭୁବନେଶ୍ୱର,୩୦।୭ (ବ୍ୟୁରୋ): ରାଜ୍ୟ ସରକାର ବରିଷ୍ଠ ଆଇଏଏସ୍ ଅଫିସର ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି। ଗୁରୁବାର ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ୧୯୯୬ ବ୍ୟାଚ୍ ଆଇଏଏସ୍ ଅଫିସର ବିଶାଳ…
‘ଓ୍ବାନ୍ ନେଶନ୍, ଓ୍ବାନ୍ ରାଶନ’
ଭୁବନେଶ୍ୱର,୩୦।୭(ବ୍ୟୁରୋ): ଓଡ଼ିଶାର ସବୁ ଜିଲାରେ ଗୁରୁବାରଠାରୁ ଓ୍ବାନ୍ ନେଶନ୍, ଓ୍ବାନ୍ ରାଶନ (ଗୋଟିଏ ଦେଶ, ଗୋଟିଏ ରାଶନ) କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହାଦ୍ବାରା ରାଜ୍ୟ ବାହାରର ଲୋକ ଓଡ଼ିଶାରେ ଏବଂ ଓଡ଼ିଶା ଲୋକ ରାଜ୍ୟ ବାହାରେ ନିଜ ପସନ୍ଦର ଦୋକାନରୁ ରାଶନ…
ରାଜଧାନୀରେ ଥମୁନି ଡେଙ୍ଗୁ
ଭୁବନେଶ୍ୱର,୩୦।୭(ବ୍ୟୁରୋ): କରୋନା ପରେ ଏବେ ଡେଙ୍ଗୁ ସଂକ୍ରମଣରେ ଅତିଷ୍ଠ ହେଲେଣି ରାଜଧାନୀବାସୀ। ଜ୍ୱର ହେବାମାତ୍ରେ ଭୟ ଘାରୁଛି। କେଉଁ ଜ୍ୱର ଡେଙ୍ଗୁର ଲକ୍ଷଣ ତାହାକୁ ନେଇ ଦ୍ୱନ୍ଦ୍ୱରେ ପଡୁଛନ୍ତି ସାଧାରଣ ଲୋକେ। ଡେଙ୍ଗୁ ଦମନରେ ପ୍ରଥମରୁ ଅବହେଳା ଯୋଗୁ ସହରରେ ସ୍ଥିତି…
ଅଗଷ୍ଟ ୨୩ରୁ ଏକକ ପିଜି ପ୍ରବେଶିକା ପରୀକ୍ଷା
ଭୁବନେଶ୍ୱର, ୩୦।୭(ବ୍ୟୁରୋ): ଆସନ୍ତା ଅଗଷ୍ଟ ୨୩ରୁ ଆରମ୍ଭ ହେବ ଏକକ ପିଜି ପରୀକ୍ଷା। ଏନେଇ ଗୁରୁବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଉକ୍ତ ବିଜ୍ଞପ୍ତି ଅନୁସାରେ, ନାମଲେଖା ପାଇଁ ଆଶାୟୀ ଛାତ୍ରୀଛାତ୍ରମାନେ ଅଗଷ୍ଟ ୨ରୁ ୧୪ ତାରିଖ ରାତି…
ରାଜ୍ୟରେ ୧,୫୫୮ କରୋନା ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୩୦।୭(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁ ଥିବାବେଳେ କିଛିଦିନ ହେବ ସଂକ୍ରମଣ ମାତ୍ରା କିଛିଟା କମିଛି। ବୁଧବାର ରାଜ୍ୟରେ ୧,୫୫୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୯୦୪ ଜଣ କ୍ୱାରାଣ୍ଟାଇନ୍ ଥିଲେ। ବାକି ୬୫୪ଟି…
ଆଜିଠାରୁ ଅଫ୍ଲାଇନ ମାଟ୍ରିକ ପରୀକ୍ଷା: ୫୦୪ ପରୀକ୍ଷା କେନ୍ଦ୍ରରେ ଦେବେ ୧୫ ହଜାର ଛାତ୍ରୀଛାତ୍ର
ଭୁବନେଶ୍ୱର,୩୦ା୭(ବ୍ୟୁରୋ): ଶୁକ୍ରବାରଠାରୁ ସ୍ବତନ୍ତ୍ର ମାଟ୍ରିକ ପରୀକ୍ଷା-୨୦୨୧ ଆରମ୍ଭ ହେବ। ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଜୁନ୍ ୨୫ରେ ଘୋଷଣା କରାଯାଇଥିବା ପରୀକ୍ଷା ଫଳାଫଳକୁ ନେଇ ଅସନ୍ତୁଷ୍ଟ ଥିବା ଏବଂ ଅକୃତ କାର୍ଯ୍ୟ ହୋଇଥିବା ୧୫,୧୩୬ ଛାତ୍ରୀଛାତ୍ର ଏହି ପରୀକ୍ଷା…
ବନ୍ଧ୍ୟାକରଣ ବାଟବଣା
ଭୁବନ, ୩୦।୭(ଡି.ଏନ୍.ଏ.) ମୁଣ୍ଡବ୍ୟଥା ବଢ଼ାଇଛନ୍ତି ବୁଲାକୁକୁର। ଗଳିକନ୍ଦିରେ ପଲପଲ ହୋଇ ବୁଲୁଛନ୍ତି। ରାଜରାସ୍ତାକୁ ଅକ୍ତିଆରକୁ ନେଉଛନ୍ତି। ଏକଲା ମଣିଷ ଦେଖିଲେ କାମୁଡ଼ିବାକୁ ଗୋଡ଼ାଉଛନ୍ତି। ସେମାନଙ୍କ ଦୌରାତ୍ମ୍ୟରେ ସବୁଠାରୁ ବେଶି ପ୍ରଭାବିତ ହେଉଛନ୍ତି ବାଇକ୍ ଆରୋହୀ। ପରସ୍ପର ଭିତରେ କାମୁଡ଼ା କାମୁଡ଼ି ହୋଇ…
ବର୍ଷାକୁ ନାହିଁ ଭରସା
ଅନୁଗୋଳ ଅଫିସ, ୩୦ା୭ କଥାରେ ଅଛି ଆଷାଢ଼-ଶ୍ରାବଣ, ମେଘ ବରଷେ ଘନ ଘନ। ଚାଷ ଓ ଚାଷୀ ପାଇଁ ଏହି ଦୁଇ ମାସ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ହେଲେ ଆଷାଢ଼ ଯାଇ ଶ୍ରାବଣ ଆରମ୍ଭ ହୋଇଥିଲେ ମଧ୍ୟ ଅନୁଗୋଳ ଜିଲାରେ ସ୍ବାଭାବିକ ହୋଇପାରୁନି…
ଗତିପଥ ବଦଳାଉଛି ବୁଢ଼ାବଳଙ୍ଗ
ବାରିପଦା ଅଫିସ, ୩୦ା୭-ଶିମିଳିପାଳରୁ ବାହାରିଥିବା ବୁଢ଼ାବଳଙ୍ଗ ନଦୀ ମୟୂରଭଞ୍ଜ ଜିଲା ସଦର ମହକୁମା ଦେଇ ପ୍ରବାହିତ ହେଉଛି। ଏହି ନଦୀ ଅବବାହିକାରେ ଅବସ୍ଥିତ ଅନେକ ଗଁାଗଣ୍ଡା ବନ୍ୟା ସମୟରେ ପ୍ରଭାବିତ ହୋଇଆସୁଛି। ସଦର ମହକୁମାରୁ ୧୦କି.ମି. ଦୂରରେ ଥିବା ଗଁାଗୁଡ଼ିକ ଏବେ…
Archives


