କେନ୍ଦ୍ରାପଡ଼ାରେ ମିତ୍ତଲ କରିବ ମେଗା ଷ୍ଟିଲ୍‌ ପ୍ଲାଣ୍ଟ

ଭୁବନେଶ୍ୱର,୧୮।୧୨(ବ୍ୟୁରୋ): କେନ୍ଦ୍ରାପଡ଼ା ଜିଲାର ମହାକାଳପଡ଼ାଠାରେ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ୍‌ ପକ୍ଷରୁ ୧ ଲକ୍ଷ ୨ ହଜାର ୨୭୫ କୋଟି ଟଙ୍କାର ପୁଞ୍ଜି ବିନିଯୋଗରେ ଏକ ବୃହତ୍‌ ଷ୍ଟିଲ୍‌ପ୍ଲାଣ୍ଟ ସ୍ଥାପନ ହେବ। ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ କ୍ଲିୟରାନ୍ସ ଅଥରିଟି (ଏଚ୍‌ଏଲ୍‌ସିଏ) ବୈଠକରେ ଏହି ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି। ମିତ୍ତଲ ଦ୍ୱାରା ପ୍ରସ୍ତାବିତ ଏହି ଷ୍ଟିଲ୍‌ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେଲେ ରାଜ୍ୟର ପ୍ରାୟ ୧୬ ହଜାର ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ। ଏହି ଷ୍ଟଲ୍‌ ପ୍ଲାଣ୍ଟ ଦେଶର ମାନୁଫାକ୍ଚରିଂ କ୍ଷେତ୍ରର ସର୍ବବୃହତ୍‌ ପ୍ରକଳ୍ପ ହେବ। ଏଥିରେ ବାର୍ଷିକ ୨୪ ନିୟୁତ ଟନ ବିଭିନ୍ନ ଗ୍ରେଡ୍‌ର ଇସ୍ପାତ ଉତ୍ପାଦନ ହେବ। ଏଥିସହିତ ଏହି ପ୍ରକଳ୍ପରୁ ମୂଲ୍ୟଯୁକ୍ତ ଡାଉନଷ୍ଟ୍ରିମ୍‌ ଇସ୍ପାତ ମଧ୍ୟ ଉତ୍ପାଦନ ହେବ। ସେହିପରି ଏହି ପ୍ରକଳ୍ପ ଅଧୀନରେ ନିର୍ମାଣ ହେବାକୁ ଥିବା ସିମେଣ୍ଟ କାରଖାନାରୁ ବାର୍ଷିକ ୧୮.୭୫ ମେଟ୍ରିକ ଟନ୍‌ର ସିମେଣ୍ଟ ଉତ୍ପାଦନ ହେବ। ଏହା ଦେଶର ସର୍ବବୃହତ୍‌ ସିମେଣ୍ଟ ଉତ୍ପାଦନ ପ୍ଲାଣ୍ଟରେ ପରିଣତ ହେବ। ଏହା ଦ୍ୱାରା ସମ୍ପୃକ୍ତ ଅଞ୍ଚଳର ମାନୁଫାକ୍ଚରିଂ କ୍ଷେତ୍ରର ବିକାଶରେ ସହାୟକ ହେବ। ଏହି ମେଗା ଷ୍ଟିଲ୍‌ ପ୍ଲାଣ୍ଟ ସ୍ଥାପନ ହେବା ଦ୍ୱାରା କେନ୍ଦ୍ରାପଡ଼ା ଜିଲାର ସାମଗ୍ରିକ ଭାବେ ବିକାଶ ହେବାସହ ଓଡ଼ିଶାକୁ ବିଶ୍ୱ ଇସ୍ପାତ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ଦେବ ବୋଲି କମ୍ପାନୀ ପକ୍ଷରୁ ଆଶା କରାଯାଇଛି। ଏହି ପ୍ରକଳ୍ପରେ ବହୁ ଅନ୍ତର୍ଜାତୀୟ କମ୍ପାନୀ ମଧ୍ୟ ନିଜର ମାନୁଫାକ୍ଚରିଂ ୟୁନିଟ୍‌ ସ୍ଥାପନ କରିବେ, ଯଦ୍ଦ୍ବାରା ରାଜ୍ୟରେ ନିଯୁକ୍ତି ସୁଯୋଗ ଆହୁରି ଅଧିକ ବ୍ୟାପକ ହେବ।
ପର୍ଯ୍ୟାୟ କ୍ରମେ ଆସନ୍ତା ୭ ବର୍ଷ ମଧ୍ୟରେ ଏହି ବୃହତ୍‌ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ହେବା ନେଇ ଲକ୍ଷ୍ୟ ରଖାଯାଇଛି। ପ୍ରକଳ୍ପ ପାଇଁ ଆବଶ୍ୟକ ଆନୁଷଙ୍ଗିକ ଭିତ୍ତିଭୂମି, ଶକ୍ତି ଓ ଜଳ ଯୋଗାଣ ଏବଂ ଅନ୍ୟାନ୍ୟ କ୍ଲିୟରାନ୍ସ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସମୟରେ ସମ୍ପନ୍ନ ହେବ। ଏ ସମସ୍ତ କାର୍ଯ୍ୟ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ତଦାରଖ କରିବ। ଏହି ପୁଞ୍ଜିନିବେଶକୁ ମିଶାଇ ଗତ ୧୨ ମାସ ମଧ୍ୟରେ ରାଜ୍ୟ ସରକାର ୨.୭ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶକୁ ମଞ୍ଜୁରୀ ଦେଇଛନ୍ତି। ଏହି ପ୍ରକଳ୍ପଗୁଡ଼ିକରେ ରାଜ୍ୟର ପ୍ରାୟ ୧.୬ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି। ଓଡ଼ିଶା ଏବେ ଦେଶର ବୃହତ୍‌ ଇସ୍ପାତ ଉତ୍ପାଦନକାରୀ ରାଜ୍ୟରେ ପରିଣିତ ହୋଇଥିବା ବେଳେ ମେଗା ଷ୍ଟିଲ୍‌ପ୍ଲାଣ୍ଟ କାର୍ଯ୍ୟକାରୀ ହେବା ପରେ ୨୦୩୦ ସୁଦ୍ଧା ଇସ୍ପାତ ଉତ୍ପାଦନ କ୍ଷମତା ୧୦୦ ନିୟୁତ ଟନ୍‌କୁ ଟପିବ।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ଏଏପି ପରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କଲା ସିପିଆଇଏମ, ଭୁବନେଶ୍ୱର ଲୋକ ସଭା ଆସନରୁ ଲଢିବେ ଏହି ନେତା

ଭୁବନେଶ୍ୱର,୧୮।୪: ରାଜ୍ୟର ୩୭ଟି ବିଧାନସଭା ପାଇଁ ଆମ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସିପିଆଇ(ଏମ ) ମଧ୍ୟ ଆଜି ଭୁବନେଶ୍ୱର ଲୋକ...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ଟ୍ୱିନ୍ ସିଟିରେ ମହିଳାଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କଲା କମିସନରେଟ ପୋଲିସ

ଭୁବନେଶ୍ୱର,୧୮।୪: ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଏକ ବଡ ପଦକ୍ଷେପ ନେଇଛି କମିଶନରେଟ୍ ପୋଲିସ୍। ମହିଳା ମାନଙ୍କ ସୁରକ୍ଷା ପାଇଁ ଏଣିକି...

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ଏହୁ ସବୁ ଜିଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୮।୪: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ଗୁରୁବାର ଦିନ ଆଜି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱରରେ...

ସତ୍ୟବାଦୀରୁ ମନୋଜ ରଥଙ୍କୁ ପ୍ରାର୍ଥୀ କରିବା ପରେ ପ୍ରସାଦ ହରିଚନ୍ଦନ କହିଲେ…

ଭୁବନେଶ୍ୱର,୧୮।୪: ଆଜି କଂଗ୍ରେସ ଆଉ ୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ମାହାଙ୍ଗାରୁ ଦେବେନ୍ଦ୍ର ସାହୁ, ସତ୍ୟବାଦୀରୁ ମନୋଜ ରଥ, ଭୁବନେଶ୍ୱର-ମଧ୍ୟରୁ ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri