ଆଉ ଏକ ବିଦ୍ରୋହ ପାଇଁ ବାଜିଲା ବୀର ଧ୍ୱନି

ଭୁବନେଶ୍ୱର, (ବ୍ୟୁରୋ)/ଖୋର୍ଦ୍ଧା ଅଫିସ, ୧୮ା୧୨: ୧୮୧୭ ମସିହା ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ପ୍ରଦାନ ଓ ପାଇକ ସ୍ମାରକୀ ନିର୍ମାଣ ଦାବିରେ ରାଜରାସ୍ତାକୁ ଓହ୍ଲାଇଛି ଓଡ଼ିଶା ବୀର ମହାସଂଘ। ରାଜ୍ୟର ପାଇକଙ୍କୁ ଏକାଠି କରିବା ସହ ଆଉଏକ ସଂଗ୍ରାମ ପାଇଁ ବୀର ଧ୍ୱନି ବଜାଇଛି। ଏଥିପାଇଁ ଶୁକ୍ରବାର ଖୋର୍ଦ୍ଧାର ବରୁଣେଇ ପାଦଦେଶ ଓ ରାଜଧାନୀ ଭୁବନେଶ୍ୱରଠାରେ ପାଇକ ମେଳି ହୋଇଥିଲା। ଖୋର୍ଦ୍ଧା, ଗଞ୍ଜାମ, ପୁରୀ, କନ୍ଧମାଳ, ଅନୁଗୋଳ, ଢେଙ୍କାନାଳ ଆଦି ଅଞ୍ଚଳରୁ ୩ହଜାରରୁ ଊର୍ଦ୍ଧ୍ୱ ପାଇକ ଆଖଡ଼ା ଦଳ, ଦଳେଇ, ଦଳବେହେରା, ପାଇକ ସର୍ଦ୍ଦାର, ଐତିହାସିକ ଓ ସାମରିକ ପରମ୍ପରାର ଗବେଷକ ସାମିଲ ହୋଇଥିଲେ। ମା’ ବରୁଣେଇଙ୍କୁ ପୂଜାର୍ଚ୍ଚନା କରି ଶୋଭାଯାତ୍ରାରେ ଖୋର୍ଦ୍ଧାଗଡ଼ରୁ ବୀର ମାଟି ସଂଗ୍ରହ କରି ପଞ୍ଚପାଇକ ମହାରଥୀଙ୍କୁ ପୁଷ୍ପମାଲ୍ୟ ପ୍ରଦାନ କରିବା ପରେ ସେମାନେ ଖୋର୍ଦ୍ଧା ସହର ପରିକ୍ରମା କରିଥିଲେ। ପରେ ମଶାଲ ଯାତ୍ରା ଭୁବନେଶ୍ୱର ଅଭିମୁଖେ ବାହାରିଥିଲା। ପାଇକ ବୀରଙ୍କ ବୀରତ୍ୱର ଗାଥା ଉଜ୍ଜୀବିତ କରି ରଖିଥିବା ପାଇକ ଆଖଡ଼ା ଦେଖିବାକୁ ମିଳିଥିଲା। ହାତରେ ଢାଲ, ଖଣ୍ଡା, ତଲଓ୍ବାର, ସାଜ, ବାଡି ଧରି ବୀର ବାଦ୍ୟର ତାଳେ ତାଳେ ସମରକଳା ପ୍ରଦର୍ଶନ କରିଥିଲେ। ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା ପାଇକବାହିନୀ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ଯୁଦ୍ଧ ବାଦ୍ୟ ତାଳେ ତାଳେ ପାଇକ ଆଖଡ଼ା ପ୍ରଦର୍ଶନ କରି ବିରାଟ ଶୋଭାଯାତ୍ରାରେ ରାମ ମନ୍ଦିର ଛକଦେଇ ଏକାମ୍ର ହାଟ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ମହାସଂଘ ସଭାପତି ଡ. ପ୍ରକାଶ ଶ୍ରୀଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିବାଦସଭା ଅନୁଷ୍ଠିତ ହୋଇଥିଲା। ମହାସଂଘ ସାଧାରଣ ସମ୍ପାଦକ ତଥା ପୂର୍ବତନ ବିଧାୟକ ଡ. ଦିଲ୍ଲୀପ ଶ୍ରୀଚନ୍ଦନ କହିଲେ, ଆମର ନ୍ୟାଯ୍ୟଦାବି ପୂରଣ ପାଇଁ ଆଜି ଆଉଏକ ପାଇକ ସଂଗ୍ରାମର ବିଗୁଲ୍‌ ବାଜିଲା। ଯଦି ପାଇକ ବିଦ୍ରୋହକୁ କେନ୍ଦ୍ର ସରକାର ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ପ୍ରଦାନ ନ ଦିଅନ୍ତି, ଏହାପରେ ଦିଲ୍ଲୀ ଯାଇ ପାଇକ ବାହିନୀ ବିପ୍ଳବ କରିବ। ଏଥିସହିତ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ସଂସ୍କୃତିମନ୍ତ୍ରୀ ପ୍ରମୁଖଙ୍କୁ ଦାବିପତ୍ର ପ୍ରଦାନ କରିବେ। ଯେପର୍ଯ୍ୟନ୍ତ ଦାବି ହାସଲ ନ ହୋଇଛି, ସେପର୍ଯ୍ୟନ୍ତ ସଂଗ୍ରାମ ଚାଲୁ ରହିବ ବୋଲି ଡ. ଶ୍ରୀଚନ୍ଦନ କହିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ, ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଖୋର୍ଦ୍ଧାର ବରୁଣେଇଠାରେ ଶିଳାନ୍ୟାସ କରିଥିବା ସ୍ଥାନରେ ପାଇକ ସ୍ମୃତିସ୍ତମ୍ଭ ନିର୍ମାଣ ପାଇଁ ଯଥାଶୀଘ୍ର ଜାଗା ଯୋଗାଇ ନ ଦେଲେ ବିପ୍ଳବର ବହ୍ନି ଅନୁରୂପ ଭାବେ ଚାଲୁ ରହିବ ବୋଲି ସେ ଚେତାବନୀ ଦେଇଛନ୍ତି। ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଚିଲିକା ପୂର୍ବତନ ବିଧାୟକ ଡ. ଦେବେନ୍ଦ୍ର ମାନସିଂ, କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ନରେନ୍ଦ୍ର ପୃଷ୍ଟି, ସାମାଜିକକର୍ମୀ ଗଣେଶ ସାମନ୍ତରାୟ, ଐତିହାସିକ ତଥା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ ରେଜିଷ୍ଟ୍ରାର ଡ. ନାରାୟଣ ରାଓ, ଗବେଷକ ଡ. ଗୋପାଳ କୃଷ୍ଣ ଦାସ, ଆଇନଜୀବୀ ଶିଶିର ପରିଡା, ଡ.ବୃନ୍ଦାବନ ପଣ୍ଡା, ଇତିଶ୍ରୀ ସାହୁ ପ୍ରମୁଖ ଯୋଗଦେଇ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ବିପ୍ଳବ ଚାଲୁ ରହିବ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୁନ୍‌ ୧ରୁ ଶ୍ରୀମନ୍ଦିର ଐତିହ୍ୟ କରିଡର କାମ

ପୁରୀ ଅଫିସ,୧୬।୨: ଶ୍ରୀମନ୍ଦିର ଐତିହ୍ୟ କରିଡର ସଂକ୍ରାନ୍ତ ନକ୍ସା ତଥା ଚିଠା ପ୍ରସ୍ତାବ ଚୂଡ଼ାନ୍ତ ହୋଇ ଅନୁମୋଦନ ପାଇଛି। ଆସନ୍ତା ଜୁନ୍‌ ୧ରୁ ଐତିହ୍ୟ କରିଡର...

ସ୍ଥଗିତ ରହିଲା ପାଣି ପଞ୍ଚାୟତ ନିର୍ବାଚନ

ହାଟଡିହୀ,୧୭।୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବିଦ୍ୟାଧରପୁର ବ୍ୟାରେଜ୍‌ ସବ୍‌ ଡିଭିଜନ ଅଧୀନରେ ଛେନାପଦି, ବିଦ୍ୟାଧରପୁର ଓ ଆଗରପଡ଼ାରେ ମିଶି ମୋଟ ୪ଟି ସେକ୍ଟର ରହିଛି।...

ବର୍ଷାକୁ ନେଇ ଚାଷୀଙ୍କ ଚିନ୍ତା: ନଷ୍ଟ ହେବାକୁ ବସିଛି ଧାନ ତଳି

ଚମ୍ପୁଆ,୧୭ା୭(ଡି.ଏନ.ଏ.)-ଚମ୍ପୁଆରେ ସ୍ବାଭାବିକ ବର୍ଷା ହେଉ ନ ଥିବାରୁ ଧାନତଳି ନଷ୍ଟ ହେବାକୁ ବସିଥିବା ବେଳେ ଚାଷୀଙ୍କ ଚିନ୍ତା ବଢିବାରେ ଲାଗିଛି। ମୌସୁମୀ ବର୍ଷାକୁ ଅପେକ୍ଷା କରି...

ଭୋଟ ପ୍ରଚାରରେ ଆସି ବିଧାୟକ ହଟହଟା

ନୟାଗଡ଼ ଅଫିସ,୨୪।୧: ଦଶପଲ୍ଲା ବିଧାୟକ ରମେଶ ବେହେରାଙ୍କୁ ନିଜ ନିର୍ବାଚନମଣ୍ଡଳୀରେ ବିରୋଧ କରାଯାଇଛି। ରବିବାର ପଞ୍ଚାୟତ ନିର୍ବାଚନ ପାଇଁ ସେ ପ୍ରଚାରକୁ ଆସିଥିବା ବେଳେ ଏହି...

ପଞ୍ଚଭୂତରେ ଲୀନ ‘ହାକିମବାବୁ’

ଭୁବନେଶ୍ୱର(ବ୍ୟୁରୋ),୧୫।୯: କୋହଭରା ଶୋକାକୁଳ ପରିବେଶ ମଧ୍ୟରେ ଶେଷ ହୋଇଛି ଓଡ଼ିଆ ଚଳଚ୍ଚିତ୍ର ଜଗତର ‘ହାକିମବାବୁ’ଙ୍କ ଅନ୍ତିମ ଯାତ୍ରା। ପଞ୍ଚଭୂତରେ ଲୀନ ହୋଇଛନ୍ତି ବରିଷ୍ଠ ଅଭିନେତା ଓ...

ବୋହୂକୁ ଖାଇବାକୁ ଦେଉ ନାହାନ୍ତି ଶାଶୁ ଘର ଲୋକେ

ବ୍ରହ୍ମପୁର ଅଫିସ,୧୧ା୩: ବ୍ରହ୍ମପୁରର ଜଣେ ଡାକ୍ତର ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ତୁଟୁ ନାହିଁ। ଗୁରୁବାର ପୁଣି ବ୍ରହ୍ମପୁର ସ୍ଥିତ ଶାଶୁଘର ସମ୍ମୁଖରେ ଗଣ୍ଡଗୋଳ...

୩ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ସିଆର୍‌ସିସିି

ବାରିପଦା ଅଫିସ/ଠାକୁରମୁଣ୍ଡା(ଡି.ଏନ୍‌.ଏ.),୧।୨- ଦରମା ବିଲ୍‌ କରାଇ ଦେବାକୁ କହି ଜଣେ ଶିକ୍ଷକଙ୍କଠାରୁ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମୟୂରଭଞ୍ଜ ଜିଲା ରରୁଆଁ ବ୍ଲକ...

ଲାଞ୍ଚ ନେଇ ପରିସଂଖ୍ୟାନ କିରାଣି ଗିରଫ

କଟକ ଅଫିସ, ୯ା୧୧: ୧ହଜାର ଟଙ୍କା ଲାଞ୍ଚ ନେଇ ନରସିଂହପୁର ବ୍ଲକ ଅଧୀନ କାନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ପରିସଂଖ୍ୟାନ କିରାଣି ହୃଦାନନ୍ଦ ଲେଙ୍କା ଭିଜିଲାନ୍ସ...

Advertisement
Archives

Model This Week