୩୧ ପର୍ଯ୍ୟନ୍ତ ଇଞ୍ଜିନିୟରିଂ ନାମଲେଖା ଅବଧି ବୃଦ୍ଧି

ଭୁବନେଶ୍ୱର, ୧୮।୧୨(ବ୍ୟୁରୋ): ରାଜ୍ୟରେ ଖାଲି ପଡିଥିବା ଇଞ୍ଜିନିୟରିଂ ସିଟ୍‌ରେ ନାମଲେଖା ଅବଧି ବୃଦ୍ଧି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଓଡ଼ିଶା ପ୍ରାଇଭେଟ୍‌ ଇଞ୍ଜିନିୟରିଂ କଲେଜ ଆସୋସିଏଶନ (ଓପେକା) ପକ୍ଷରୁ ପ୍ରଥମେ ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ଏହାର ଶୁଣାଣି କରି ସୁପ୍ରିମକୋର୍ଟ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ନାମଲେଖା ସମୟସୀମା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଥିବା ଓପେକା ସମ୍ପାଦକ ବିନୋଦ ଦାସ ସୂଚନା ଦେଇଛନ୍ତି।
ସଂଘ ପକ୍ଷରୁ କୁହାଯାଇଥିଲା ଯେ, କରୋନା ଯୋଗୁ ବହୁ ଛାତ୍ରୀଛାତ୍ର ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଦେଇପାରି ନାହାନ୍ତି। ତେଣୁ ବହୁ ସଂଖ୍ୟାରେ ଇଞ୍ଜିନିୟରିଂ ସିଟ୍‌ ଖାଲି ପଡ଼ିଛି। ବର୍ତ୍ତମାନର ସ୍ଥିତି ଓ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଇଞ୍ଜିନୟରିଂ ପାଠ୍ୟକ୍ରମରେ ନାମଲେଖା ଅବଧିକୁ ବୃଦ୍ଧି ପାଇଁ ନିର୍ଦ୍ଦେଶ ଦେବାକୁ ନିବେଦନ କରାଯାଇଥିଲା। ତେବେ ଅବଧି ବୃଦ୍ଧି ପାଇଁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ରାଜ୍ୟ ଆଉଥରେ ଓଜେଇଇ ଅନୁଷ୍ଠିତ ହେବ କି ନାହିଁ ସେ ବିଷୟରେ ସୁପ୍ରିମକୋର୍ଟ ଶୁକ୍ରବାର ନିଷ୍ପତ୍ତି ଗ୍ରହଣ କରିବେ। ତେବେ ଇଞ୍ଜିନିୟରିଂ ପଢ଼ିବା ପାଇଁ ଆଗ୍ରହୀ ଥିବା ଛାତ୍ରୀଛାତ୍ର ଡିସେମ୍ବର ୩୧ ପର୍ଯ୍ୟନ୍ତ ଯେକୌଣସି କଲେଜରେ ନାମ ଲେଖାଇ ପାରିବେ ବୋଲି ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦ ଜିଲାରେ ହେବ ବିଜ୍ଞାନ ପାର୍କ: ବାୟୋ ଟେକ୍ନୋଲୋଜିରେ ପୁଞ୍ଜିନିବେଶ ପାଇଁ ୪ ସଂସ୍ଥାର ପ୍ରସ୍ତାବ

ଭୁବନେଶ୍ୱର, ୨୭।୭(ବ୍ୟୁରୋ): ରାଜ୍ୟର ୧୦ ଜିଲାରେ ବିଜ୍ଞାନ ପାର୍କ ନିର୍ମାଣ ହେବ। ପ୍ରଥମ ପର୍ଯ୍ୟାୟରେ ୩ ଜିଲାରେ ହେବ। ପିଲାମାନଙ୍କୁ ବିଜ୍ଞାନ କ୍ଷେତ୍ରରେ ଉତ୍ସାହିତ କରିବା...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଐତିହାସିକ: ମୁଖ୍ୟମନ୍ତ୍ରୀ

ପୁରୀ ଅଫିସ,୨୫ା୧୧: ଶ୍ରୀମନ୍ଦିର ପରିସର ଆଧୁନିକୀକରଣ ହେବାକୁ ଯାଉଛି। ଖୁବ୍‌ଶୀଘ୍ର ନୂଆ ପ୍ରକଳ୍ପ ଅନୁଯାୟୀ ନୂଆ ରୂପ ନେବ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ଏଏସ୍‌ଆଇ ପକ୍ଷରୁ ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ

ପୁରୀ ଅଫିସ, ୬।୭: ଘୋଷଯାତ୍ରା ଯାଇଁ ଏବେ ଆଡ଼ପମଣ୍ଡପରେ ମହାପ୍ରଭୁ। ନଅଦିନ ବ୍ୟାପୀ ଜନ୍ମବେଦିରେ ଅବସ୍ଥାନ କରିବେ। ଏହି ଅବସରରେ ଶ୍ରୀମନ୍ଦିରର ଗର୍ଭଗୃହ ଯାଞ୍ଚ ଆରମ୍ଭ...

ରାଗିଂ: କଡ଼ା ଆଇନ ପ୍ରଣୟନ ଜରୁରୀ

ଭୁବନେଶ୍ୱର, ୪।୭(ବ୍ୟୁରୋ): ଭୁବନେଶ୍ୱରସ୍ଥିତ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟରେ ରାଗିଂ ଯୋଗୁ ରୁଚିକା ମହାନ୍ତି ନାମ୍ନୀ ଯୁକ୍ତ୩ ଛାତ୍ରୀ ଶନିବାର ହଷ୍ଟେଲ ରୁମ୍‌ରେ ଆତ୍ମହତ୍ୟା କରିଥିଲେ। ଏହି...

ଅମାନିଆଙ୍କୁ ନିଆରା ଶାସ୍ତି: ‘ମୁଁ ସ୍ବାର୍ଥପର’ ପ୍ଲାକାର୍ଡ ଧରାଉଛି ପାଟଣା ପୋଲିସ

ପାଟଣା,୨୫।୩(ସ୍ବ.ପ୍ର.): ସାରା ବିଶ୍ୱ କରୋନା ଭାଇରସକୁ ନେଇ ଆତଙ୍କିତ ଥିବା ବେଳେ ସରକାର ଓଡ଼ିଶାର ସମସ୍ତ ଜିଲାକୁ ମଙ୍ଗଳବାରଠାରୁ ଲକ୍‌ଡାଉନ କରିଛନ୍ତି। ଘରଭିତରେ ରହିବାକୁ ପୋଲିସ,...

ଟିଟୋଙ୍କ ସହଯୋଗୀ ଡାଙ୍ଗ ଗିରଫ: କେନ୍ଦ୍ରାପଡ଼ାର ହୋଟେଲରୁ ଧରିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର, ୬।୧୦(ବ୍ୟୁରୋ): ଗ୍ୟାଙ୍ଗଷ୍ଟର ଟିଟୋଙ୍କ ଡାହାଣ ହାତ କୁହାଯାଉଥିବା ସେକ୍‌ ଜାବିଦ୍‌ ଓରଫ ଡାଙ୍ଗଙ୍କୁ ଏସ୍‌ଟିଏଫ୍‌ ଶନିବାର ସକାଳେ କେନ୍ଦ୍ରାପଡ଼ାର ଏକ ହୋଟେଲରୁ ଗିରଫ କରିଛି।...

ଯୁକ୍ତ ୨ ନାମଲେଖା ପାଇଁ ପ୍ରକାଶ ପାଇଲା ପ୍ରଥମ କଟ୍‌ ଅଫ୍‌ ମାର୍କ: ଆଗରେ ରହିଛି ରେଭେନ୍‌ଶା ଜୁନିୟର କଲେଜ

ଭୁବନେଶ୍ୱର,୧୮।୯(ବ୍ୟୁରୋ): ଯୁକ୍ତ ୨ ନାମଲେଖା ପାଇଁ ପ୍ରଥମ କଟ୍‌ ଅଫ୍‌ ମାର୍କ ପ୍ରକାଶ ପାଇଛି। ଚଳିତ ବର୍ଷ ରେଭେନ୍‌ଶା ଜୁନିୟର କଲେଜ କଳା, ବାଣିଜ୍ୟ ଓ...

ୟୁଜି, ପିଜି ପରୀକ୍ଷା ବାତିଲ ନେଇ ବିଜ୍ଞପ୍ତି: ଅଗଷ୍ଟ ଶେଷସୁଦ୍ଧା ବିକଳ୍ପ ମୂଲ୍ୟାୟନ ପରୀକ୍ଷାଫଳ

ଭୁବନେଶ୍ୱର,୧୯।୬(ବ୍ୟୁରୋ)କୋଭିଡ୍‌-୧୯ ପରିସ୍ଥିତି ଲାଗି ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ ଓ ଡିଗ୍ରୀ କଲେଜର ୟୁଜି ଓ ପିଜି ପରୀକ୍ଷାକୁ ବାତିଲ...

Advertisement
Archives

Model This Week