ଅବ୍ୟବସ୍ଥା, ଅସୁରକ୍ଷିତ

ଅନୁଗୋଳ ଅଫିସ, ୧୭ା୧୨:  ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ବିବାଦର ଶେଷ ହେଉନାହିଁ। ବିଭିନ୍ନ ଅବ୍ୟବସ୍ଥା ଲାଗିରହିଥିବାବେଳେ ଗୁରୁବାର ସକାଳେ ନିର୍ମାଣାଧୀନ ଆଇସିୟୁ ବିଲ୍ଡିଂ ଛାତରୁ ଖସି ବଅଁରପାଳ ଥାନା ଗୋତମରା ଗ୍ରାମର ପଦ୍ମଚରଣ ବିଶ୍ୱାଳଙ୍କ ପୁଅ ଚିକୁନ ବିଶ୍ୱାଳ(୨୧)ଙ୍କ ମୃତ୍ୟୁ ହେବା ରୋଗୀଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୂର୍ବରୁ ଜଣେ ରୋଗୀ ଚିକିତ୍ସାଳୟ ବିଲ୍ଡିଂ ଉପରକୁ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରିଥିଲେ ମଧ୍ୟ କର୍ତ୍ତୃପକ୍ଷ ସେଥିରୁ କିଛି ଶିକ୍ଷା ପାଇ ନ ଥିବା କୁହାଯାଉଛି।
ଜିଲା ମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ ସମୟରେ ଦୁର୍ନୀତି ହେଉଥିବା ଅଭିଯୋଗ ରହିଥିବାବେଳେ ପରିଚାଳନାଗତ ତ୍ରୁଟି କାରଣରୁ ନାନା ଅବ୍ୟବସ୍ଥା ଲାଗି ରହୁଛି। ସମସ୍ୟା ସୁଧାରିବା, ଦୁର୍ନୀତିର ବାଟ ବନ୍ଦ କରିବା ଓ ରୋଗୀ ସେବାରେ ଉନ୍ନତି ଆଣିବା ଦିଗରେ ସେପରି ଆନ୍ତରିକତା ପ୍ରଦର୍ଶନ କରାଯାଉ ନାହିଁ। କିଛି ଅଭିଯୋଗ ଆସିଲେ ତଳିଆ କର୍ମଚାରୀଙ୍କୁ ବଳି ପକାଯିବା ଏଠାକାର ଏକ ଅଲିଖିତ ନିୟମ ହୋଇଗଲାଣି। ଗତ ସେପ୍ଟେମ୍ବର ୧ ତାରିଖରେ ଜଣେ ମାନସିକ ଅସୁସ୍ଥ ବ୍ୟକ୍ତି ଏହି ଶହେ ଶଯ୍ୟା ବିଶିଷ୍ଟ ଆଇସିୟୁ ବିଲ୍ଡିଂର ଶୌଚାଳୟ ବାଟ ଦେଇ ଉପରକୁ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତେବେ ଠିକଣା ସମୟରେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇପାରିଥିଲା। ଏହି ଘଟଣା ପରେ ରୋଗୀଙ୍କ ସୁରକ୍ଷାକୁ ଉପଯୁକ୍ତ ଧ୍ୟାନ ନ ଦେଇ କର୍ତ୍ତୃପକ୍ଷ ନିର୍ମାଣାଧୀନ ବିଲ୍ଡିଂକୁ ଠିକା ସଂସ୍ଥା ନିକଟରୁ ଗ୍ରହଣ କରିବା ସହ ସେଠାରେ ରୋଗୀସେବା ଚଳାଇଛନ୍ତି। ଫଳରେ ଏଭଳି ଘଟଣା ବଢ଼ିବାରେ ଲାଗିଛି। ସିଡିଏମ୍‌ଓ ଡାକ୍ତର ତ୍ରିଲୋଚନ ପ୍ରଧାନ କହିଛନ୍ତି, ଆଗାମୀ ଦିନରେ ଏପରି ଘଟଣା ଯେପରି ନ ଘଟିବ, ସେଥିପ୍ରତି ଧ୍ୟାନ ଦିଆଯିବ। ମ୍ୟାନେଜର ଦେବାଶିଷ ଦାସ କହିଛନ୍ତି, ଛାତକୁ ଥିବା ବାଟ ବନ୍ଦ କରିବାକୁ ଠିକାଦାରଙ୍କୁ କୁହାଯିବ। ସୁରକ୍ଷାକର୍ମୀଙ୍କ ସଂଖ୍ୟା ବଢ଼ାଇବାର ବ୍ୟବସ୍ଥା ହେବ।

ପ୍ରସୂତିଙ୍କ ଟଙ୍କା, ସୁନା ଗାଏବ

ଜିଲା ମୁଖ୍ୟ ଚିକିତ୍ସାଳୟ ଶୌଚାଳୟ ମଧ୍ୟରୁ ଗୁରୁବାର ଜଣେ ପ୍ରସୂତିଙ୍କ ୮ ହଜାର ଟଙ୍କା ଓ ସୁନା ମୁଦି ଗାଏବ କରାଯାଇଛି। ଏ ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ ସିସିଟିଭି୍‌ ଠିକ୍‌ ଭାବେ କାମ କରୁ ନ ଥିବାରୁ ଗାଏବ ସାମଗ୍ରୀର ସନ୍ଧାନ ମିଳିପାରି ନାହିଁ। ସୂଚନା ଅନୁଯାୟୀ, ଛେଣ୍ଡିପଦା ବ୍ଲକ କୋଶଳା ଅଞ୍ଚଳର ଜ୍ୟୋତିର୍ମୟୀ ପ୍ରଧାନ ପ୍ରସୂତି ବିଭାଗରେ ଚିକିତ୍ସାଧୀନ ଅଛନ୍ତି। ସକାଳେ ସେ ଓ୍ବାର୍ଡରେ ଥିବା ଶୌଚାଳୟକୁ ଯାଇଥିଲେ। ସଫେଇ ପାଇଁ ଆସିଥିବା କେତେଜଣ କର୍ମଚାରୀ ତାଙ୍କୁ ତୁରନ୍ତ ଶୌଚାଳୟ ଖାଲି କରିବାକୁ କହିବାରୁ ଜ୍ୟୋତିର୍ମୟୀ ତରବରରେ ଚାଲିଆସିଥିଲେ। ବେଡ୍‌ ନିକଟରେ ପହଞ୍ଚିବା ପରେ ଶୌଚାଳୟରେ ସେ ଛାଡ଼ିଆସିଥିବା ଟଙ୍କା ଓ ସୁନା ମୁଦି କଥା ମନେ ପଡ଼ିଥିଲା। ସେ ସେଠାକୁ ଯାଇ ଖୋଜାଖୋଜି କରିଥିଲେ ମଧ୍ୟ ତାହା ପାଇ ନ ଥିଲେ। ମେଡିକାଲ ଅଧିକାରୀଙ୍କୁ ଅଭିଯୋଗ କରିବା ପରେ ମଧ୍ୟ କିଛି ସୁଫଳ ମିଳି ନ ଥିବା ଜ୍ୟୋତିର୍ମୟୀ କହିଛନ୍ତି। ଏଡିଏମ୍‌ଓ (ମେଡିକାଲ) ଡାକ୍ତର ଦିଗାମ୍ବର ସାହୁ କହିଛନ୍ତି, ଘଟଣା ନେଇ ଅବଗତ ନାହିଁ। ତଥାପି ଅନୁଧ୍ୟାନ କରାଯିବ।

ପରିସର ବଢ଼ୁଛି, ସୁରକ୍ଷାକର୍ମୀ ଅଭାବ
ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ନୂଆ ନୂଆ ବିଲ୍ଡିଂ ସହ ବିଭିନ୍ନ ବିଭାଗ ଖୋଲାଯାଉଛି। ଫଳରେ ଏହାର ପରିସର ପୂର୍ବାପେକ୍ଷା ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ ସେହି ତୁଳନାରେ ସୁରକ୍ଷାକର୍ମୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଉନାହିଁ। ଏବେ ମାତ୍ର ୭୫ ଜଣ ସୁରକ୍ଷାକର୍ମୀ ୩ଟି ଶିପ୍ଟରେ ଡ଼୍ୟୁଟି କରୁଛନ୍ତି। ସକାଳ ୭ଟାରୁ ୨ଟା ପର୍ଯ୍ୟନ୍ତ ୩୫ ଜଣଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଉଥିବାବେଳେ ଅପରାହ୍ନ ଓ ରାତିରେ ୩୦ ଜଣଙ୍କୁ କାର୍ଯ୍ୟ ପ୍ରଦାନ କରାଯାଉଛି। ବହୁ ସ୍ଥାନରେ ସୁରକ୍ଷାକର୍ମୀ ନ ଥିବାରୁ ରୋଗୀଙ୍କ ଧନ ଜୀବନର ସୁରକ୍ଷା ଠିକଣା ଭାବେ କରାଯାଇପାରୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାର୍ଥୀଙ୍କୁ କ୍ୟାରିୟର ଚୟନ ନେଇ ମାର୍ଗଦର୍ଶନ: ଭଞ୍ଜନଗର କେଭିରେ ପ୍ରଥମଥର ପାଇଁ…

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଦଶମ ଓ ଏକାଦଶ ଶ୍ରେଣୀର ବିଜ୍ଞାନ ବିଭାଗର ଛାତ୍ରୀଛାତ୍ରଙ୍କୁ ନେଇ ପ୍ରଥମଥର ପାଇଁ…

ମନ୍ତ୍ରୀଙ୍କ ବଡ଼ ଚେତାବନୀ, ସାର କଳାବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୫।୮: ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମଙ୍ଗଳବାର ଏକ ବଡ଼ ଚେତାବନୀ ଦେଇଛନ୍ତି। ସାର କଳାବଜାରୀ କଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି…

ଦୁର୍ନୀତି ମାମଲାରେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ୪ବର୍ଷ ସଶ୍ରମ କାରାଦଣ୍ଡ

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି ପଦମପୁର ବ୍ଲକ ଅଧୀନ ପୁରେନା ଗ୍ରାମପଞ୍ଚାୟତର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ଛବିଳ ବାରିହାଙ୍କୁ ଦୁର୍ନୀତି ମାମଲାରେ…

ନାବାଳକଙ୍କ ବାର୍‌ହା ସହ ଦୁଇ ଘଣ୍ଟା ଧରି  ଲଢ଼େଇ: ଶେଷରେ ଜୀବନ ବଞ୍ଚାଇବା ପାଇଁ…

ବାଙ୍କୀ, ୨୫।୮ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଗୋପାଳପୁର ପଞ୍ଚାୟତରେ ବାର୍‌ହା ଆତଙ୍କରେ ଭୟଭୀତ ଲୋକେ। ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଗୋପାଳପୁର ପଞ୍ଚାୟତର ୧…

ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ, ପୋଲିସର ଫ୍ଲାଗମାର୍ଚ

ପୁରୀ,୨୫।୮: ପୁରୀ ଜିଲା ଚନ୍ଦନପୁର ଥାନା ଉତରଣା ମଠସାହିରେ ମଙ୍ଗଳବାର ଗୋଷ୍ଠୀ ସଂଘର୍ଷ ହୋଇଛି। ଗାଁର ଏକ ପୋଖରୀର ଦଳ ସଫା ଏବଂ ମାଛ ମରାକୁ କେନ୍ଦ୍ର…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri