ଅବ୍ୟବସ୍ଥା, ଅସୁରକ୍ଷିତ

ଅନୁଗୋଳ ଅଫିସ, ୧୭ା୧୨:  ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ବିବାଦର ଶେଷ ହେଉନାହିଁ। ବିଭିନ୍ନ ଅବ୍ୟବସ୍ଥା ଲାଗିରହିଥିବାବେଳେ ଗୁରୁବାର ସକାଳେ ନିର୍ମାଣାଧୀନ ଆଇସିୟୁ ବିଲ୍ଡିଂ ଛାତରୁ ଖସି ବଅଁରପାଳ ଥାନା ଗୋତମରା ଗ୍ରାମର ପଦ୍ମଚରଣ ବିଶ୍ୱାଳଙ୍କ ପୁଅ ଚିକୁନ ବିଶ୍ୱାଳ(୨୧)ଙ୍କ ମୃତ୍ୟୁ ହେବା ରୋଗୀଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୂର୍ବରୁ ଜଣେ ରୋଗୀ ଚିକିତ୍ସାଳୟ ବିଲ୍ଡିଂ ଉପରକୁ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରିଥିଲେ ମଧ୍ୟ କର୍ତ୍ତୃପକ୍ଷ ସେଥିରୁ କିଛି ଶିକ୍ଷା ପାଇ ନ ଥିବା କୁହାଯାଉଛି।
ଜିଲା ମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ ସମୟରେ ଦୁର୍ନୀତି ହେଉଥିବା ଅଭିଯୋଗ ରହିଥିବାବେଳେ ପରିଚାଳନାଗତ ତ୍ରୁଟି କାରଣରୁ ନାନା ଅବ୍ୟବସ୍ଥା ଲାଗି ରହୁଛି। ସମସ୍ୟା ସୁଧାରିବା, ଦୁର୍ନୀତିର ବାଟ ବନ୍ଦ କରିବା ଓ ରୋଗୀ ସେବାରେ ଉନ୍ନତି ଆଣିବା ଦିଗରେ ସେପରି ଆନ୍ତରିକତା ପ୍ରଦର୍ଶନ କରାଯାଉ ନାହିଁ। କିଛି ଅଭିଯୋଗ ଆସିଲେ ତଳିଆ କର୍ମଚାରୀଙ୍କୁ ବଳି ପକାଯିବା ଏଠାକାର ଏକ ଅଲିଖିତ ନିୟମ ହୋଇଗଲାଣି। ଗତ ସେପ୍ଟେମ୍ବର ୧ ତାରିଖରେ ଜଣେ ମାନସିକ ଅସୁସ୍ଥ ବ୍ୟକ୍ତି ଏହି ଶହେ ଶଯ୍ୟା ବିଶିଷ୍ଟ ଆଇସିୟୁ ବିଲ୍ଡିଂର ଶୌଚାଳୟ ବାଟ ଦେଇ ଉପରକୁ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତେବେ ଠିକଣା ସମୟରେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇପାରିଥିଲା। ଏହି ଘଟଣା ପରେ ରୋଗୀଙ୍କ ସୁରକ୍ଷାକୁ ଉପଯୁକ୍ତ ଧ୍ୟାନ ନ ଦେଇ କର୍ତ୍ତୃପକ୍ଷ ନିର୍ମାଣାଧୀନ ବିଲ୍ଡିଂକୁ ଠିକା ସଂସ୍ଥା ନିକଟରୁ ଗ୍ରହଣ କରିବା ସହ ସେଠାରେ ରୋଗୀସେବା ଚଳାଇଛନ୍ତି। ଫଳରେ ଏଭଳି ଘଟଣା ବଢ଼ିବାରେ ଲାଗିଛି। ସିଡିଏମ୍‌ଓ ଡାକ୍ତର ତ୍ରିଲୋଚନ ପ୍ରଧାନ କହିଛନ୍ତି, ଆଗାମୀ ଦିନରେ ଏପରି ଘଟଣା ଯେପରି ନ ଘଟିବ, ସେଥିପ୍ରତି ଧ୍ୟାନ ଦିଆଯିବ। ମ୍ୟାନେଜର ଦେବାଶିଷ ଦାସ କହିଛନ୍ତି, ଛାତକୁ ଥିବା ବାଟ ବନ୍ଦ କରିବାକୁ ଠିକାଦାରଙ୍କୁ କୁହାଯିବ। ସୁରକ୍ଷାକର୍ମୀଙ୍କ ସଂଖ୍ୟା ବଢ଼ାଇବାର ବ୍ୟବସ୍ଥା ହେବ।

ପ୍ରସୂତିଙ୍କ ଟଙ୍କା, ସୁନା ଗାଏବ

ଜିଲା ମୁଖ୍ୟ ଚିକିତ୍ସାଳୟ ଶୌଚାଳୟ ମଧ୍ୟରୁ ଗୁରୁବାର ଜଣେ ପ୍ରସୂତିଙ୍କ ୮ ହଜାର ଟଙ୍କା ଓ ସୁନା ମୁଦି ଗାଏବ କରାଯାଇଛି। ଏ ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ ସିସିଟିଭି୍‌ ଠିକ୍‌ ଭାବେ କାମ କରୁ ନ ଥିବାରୁ ଗାଏବ ସାମଗ୍ରୀର ସନ୍ଧାନ ମିଳିପାରି ନାହିଁ। ସୂଚନା ଅନୁଯାୟୀ, ଛେଣ୍ଡିପଦା ବ୍ଲକ କୋଶଳା ଅଞ୍ଚଳର ଜ୍ୟୋତିର୍ମୟୀ ପ୍ରଧାନ ପ୍ରସୂତି ବିଭାଗରେ ଚିକିତ୍ସାଧୀନ ଅଛନ୍ତି। ସକାଳେ ସେ ଓ୍ବାର୍ଡରେ ଥିବା ଶୌଚାଳୟକୁ ଯାଇଥିଲେ। ସଫେଇ ପାଇଁ ଆସିଥିବା କେତେଜଣ କର୍ମଚାରୀ ତାଙ୍କୁ ତୁରନ୍ତ ଶୌଚାଳୟ ଖାଲି କରିବାକୁ କହିବାରୁ ଜ୍ୟୋତିର୍ମୟୀ ତରବରରେ ଚାଲିଆସିଥିଲେ। ବେଡ୍‌ ନିକଟରେ ପହଞ୍ଚିବା ପରେ ଶୌଚାଳୟରେ ସେ ଛାଡ଼ିଆସିଥିବା ଟଙ୍କା ଓ ସୁନା ମୁଦି କଥା ମନେ ପଡ଼ିଥିଲା। ସେ ସେଠାକୁ ଯାଇ ଖୋଜାଖୋଜି କରିଥିଲେ ମଧ୍ୟ ତାହା ପାଇ ନ ଥିଲେ। ମେଡିକାଲ ଅଧିକାରୀଙ୍କୁ ଅଭିଯୋଗ କରିବା ପରେ ମଧ୍ୟ କିଛି ସୁଫଳ ମିଳି ନ ଥିବା ଜ୍ୟୋତିର୍ମୟୀ କହିଛନ୍ତି। ଏଡିଏମ୍‌ଓ (ମେଡିକାଲ) ଡାକ୍ତର ଦିଗାମ୍ବର ସାହୁ କହିଛନ୍ତି, ଘଟଣା ନେଇ ଅବଗତ ନାହିଁ। ତଥାପି ଅନୁଧ୍ୟାନ କରାଯିବ।

ପରିସର ବଢ଼ୁଛି, ସୁରକ୍ଷାକର୍ମୀ ଅଭାବ
ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ନୂଆ ନୂଆ ବିଲ୍ଡିଂ ସହ ବିଭିନ୍ନ ବିଭାଗ ଖୋଲାଯାଉଛି। ଫଳରେ ଏହାର ପରିସର ପୂର୍ବାପେକ୍ଷା ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ ସେହି ତୁଳନାରେ ସୁରକ୍ଷାକର୍ମୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଉନାହିଁ। ଏବେ ମାତ୍ର ୭୫ ଜଣ ସୁରକ୍ଷାକର୍ମୀ ୩ଟି ଶିପ୍ଟରେ ଡ଼୍ୟୁଟି କରୁଛନ୍ତି। ସକାଳ ୭ଟାରୁ ୨ଟା ପର୍ଯ୍ୟନ୍ତ ୩୫ ଜଣଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଉଥିବାବେଳେ ଅପରାହ୍ନ ଓ ରାତିରେ ୩୦ ଜଣଙ୍କୁ କାର୍ଯ୍ୟ ପ୍ରଦାନ କରାଯାଉଛି। ବହୁ ସ୍ଥାନରେ ସୁରକ୍ଷାକର୍ମୀ ନ ଥିବାରୁ ରୋଗୀଙ୍କ ଧନ ଜୀବନର ସୁରକ୍ଷା ଠିକଣା ଭାବେ କରାଯାଇପାରୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଜିଦ୍‌ରେ ବିରୋଧୀ-ଶାସକ: ଲଗାତାର ୬ଷ୍ଠ ଦିନ ପାଇଁ ବିଧାନସଭାରେ ଅଚଳାବସ୍ଥା, ଆରମ୍ଭରୁ ମୁଲତବୀ

ଭୁବନେଶ୍ୱର,୧୮।୩(ବ୍ୟୁରୋ): ଲଗାତାର ୬ଷ୍ଠ ଦିନ ପାଇଁ ବିଧାନସଭା ସ୍ବାଭାବିକ ହୋଇପାରିନାହିଁ। ଉଭୟ ଶାସକ-ବିରୋଧିଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁ ଗୃହକୁ ଅପରାହ୍ନ ୧୨ଟା ଯାଏ ବାଚସ୍ପତି ମୁଲତବି...

ଢିଙ୍କିଆ ପଞ୍ଚାୟତ ନିର୍ବାଚନ : ବିଜେଡି ସମର୍ଥିତ ପ୍ରାର୍ଥୀ କିଶୋର ବିଜୟୀ

କୁଜଙ୍ଗ,୪ା୭(ସ୍ବ.ପ୍ର): ଏରସମା ବ୍ଲକ ଢିଙ୍କିଆ ପଞ୍ଚାୟତ ନିର୍ବାଚନ ବୁଧବାର ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଛି। ଅପରାହ୍ନରେ ଭୋଟ୍‌ ଗଣତି ଶେଷ ହୋଇଥିବାବେଳେ ବୁଥ୍‌ରୁ ମିଳିଥିବା ସୂଚନା...

ଅଧିକ ଚିକିତ୍ସା ପାଇଁ ଆଜି ଦିଲ୍ଲୀ ଯିବେ ପିଣ୍ଟୁ ନନ୍ଦ

ଭୁବନେଶ୍ୱର,୭।୨ (ବ୍ୟୁରୋ):ଅଭିନେତା ପିଣ୍ଟୁ ନନ୍ଦ ଗୁରୁତର ଲିଭର୍‌ ସିରୋସିସ୍‌ ଜନିତ ରୋଗରେ ପୀଡ଼ିତ ଥିବାବେଳେ ଅଧିକ ଚିକିତ୍ସା ପାଇଁ ମଙ୍ଗଳବାର ଦିଲ୍ଲୀ ଯିବେ। ତାଙ୍କୁ ଦିଲ୍ଲୀସ୍ଥିତ...

ପୁଣି ବଢ଼ିଲାଣି କରୋନା, ଘରୋଇ ହଷ୍ଟେଲର ୧୩ ଅନ୍ତେବାସୀ ପଜିଟିଭ୍‌ ଚିହ୍ନଟ

କଟକ ଅଫିସ,୯ା୬: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଲାଣି। ଗୁରୁବାର କଟକ ବମ୍ଫକୁଦର ଏକ ଆବାସିକ ଛାତ୍ରାବାସରୁ ୧୩ ଜଣ କରୋନା ପଜିଟିଭ୍‌...

ନବୀନଙ୍କ ୫ମ ପାଳିରେ ‘ବନ୍ଦେ ଉତ୍କଳ ଜନନୀ’କୁ ମିଳିବ ରାଜ୍ୟ ସଙ୍ଗୀତ ମାନ୍ୟତା: ଦିଲୀପ ଦାଶଶର୍ମା

ଭୁବନେଶ୍ୱର,୨୯।୫(ବ୍ୟୁରୋ): ୫ମ ଥର ଲାଗି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ଉତ୍କଳ ସମ୍ମିଳନୀ ପକ୍ଷରୁ ତାଙ୍କୁ ଅଭିନନ୍ଦନ ଜଣାଯାଇଛି। ସମ୍ମିଳନୀର ମଞ୍ଚେଶ୍ୱର ଶିଳ୍ପାଞ୍ଚଳ...

ରାଜଧାନୀର ମୁକୁଳା ଡ୍ରେନରେ ଭାସିଗଲେ ଛାତ୍ର

ଭୁବନେଶ୍ୱର,୧୯।୯(ବ୍ୟୁରୋ): ବର୍ଷାପାଣିରେ ଖୋଲା ଡ୍ରେନରେ ରବିବାର ଅପରାହ୍ନରେ ଜଣେ ୧୫ ବର୍ଷୀୟ ଛାତ୍ର ଭାସିଯାଇଛନ୍ତି। ସେହି ଛାତ୍ର ଜଣଙ୍କ ଶିରିପୁର ଶତାଦ୍ଦୀନଗର ବ୍ୟାଙ୍କ କଲୋନୀର ଛାତ୍ର...

ରାତି ୩.୨୯ରେ ଏକୁଟିଆ ଚାଲିଚାଲି ଯାଉଥିଲେ

ଭୁବନେଶ୍ୱର,୧୨ା୧୦(ବ୍ୟୁରୋ): ଭୁବନେଶ୍ୱର ଉପକଣ୍ଠ ପାତ୍ରପଡ଼ା ଗାଁ ପୋଖରୀରୁ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ଼ପୁଅ ମନୀଷ ଅନୁରାଗ ଦାସଙ୍କ ମୃତଦେହ ମିଳବା ଘଟଣା ଦିନକୁ ଦିନ...

ଏଥର ଭର୍ଚୁଆଲରେ ବଡ଼ଦିନ: କଟାଯିବନି କେକ୍‌, ଆଲିଙ୍ଗନ ବଦଳରେ ନମସ୍କାର

ଭୁବନେଶ୍ୱର,୨୦ା୧୨(ବ୍ୟୁରୋ): ଆସନ୍ତା ୨୫ ତାରିଖରେ ବଡ଼ଦିନ ପାଳନ ଲାଗି ଚର୍ଚ୍ଚଗୁଡ଼ିକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ୩ ତାରିଖ ପରେ ମନ୍ଦିର ଏବଂ ଅନ୍ୟାନ୍ୟ ଧର୍ମାନୁଷ୍ଠାନ...

Advertisement
Archives

Model This Week