ପୁଣି ଶାଶୁଘର ଆଗରେ ବସିଲେ ତପସ୍ବିନୀ

ବ୍ରହ୍ମପୁର ଅଫିସ,୧୭।୧୨: ବହୁଚର୍ଚ୍ଚିତ ଡା. ସୁମିିତ ସାହୁ- ତପସ୍ବିନୀ ଦାଶ ପାରିବାରିକ ମାମଲା ତୁଟିବା ନାଁ ଧରୁନି। ଦିନକୁ ଦିନ ଏହା ଜଟିଳ ହେବାରେ ଲାଗିଛି। ଶୁକ୍ରବାର ତପସ୍ବିନୀ କୋର୍ଟରୁ ନ୍ୟାୟ ପାଇବେ ବୋଲି ଆଶା ରଖିଥିଲେ। ହେଲେ ଶୁଣାଣି ଘୁଞ୍ଚିବାରୁ ଅନ୍ୟ ଉପାୟ ନ ପାଇ ପୁଣି ଶାଶୁଘର ଆଗରେ ଧାରଣା ଦେଇଛନ୍ତି। ଅନ୍ୟପକ୍ଷରେ ଏସ୍‌ଡିଜେଏମ୍‌ କୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସୁମିତ ଉପର କୋର୍ଟକୁ ଯାଇଛନ୍ତି।
ସ୍ବାମୀଙ୍କ ସହ ରହିବା ପାଇଁ ତପସ୍ବିନୀ ଗତ ୨୬ ତାରିଖରେ ବ୍ରହ୍ମପୁର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ପିଟିଶନ ଦାଖଲ କରିଥିଲେ। ଶୁକ୍ରବାର ଏହାର ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଥିଲା। ତେଣୁ ତପସ୍ବିନୀ ସମାଜିକ କର୍ମୀ ପ୍ରମିଳା ତ୍ରିପାଠୀଙ୍କ ସହିତ କୋର୍ଟରେ ହାଜର ହୋଇଥିଲେ। ସନ୍ଧ୍ୟାରେ କୋର୍ଟ ମୂଳ ପିଟିଶନ ଶୁଣାଣି ଆସନ୍ତା ୨୦ତାରିଖକୁ ଘୁଞ୍ଚିଲା ବୋଲି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଡା. ସୁମିତ କୋର୍ଟଙ୍କ ନିର୍ଦ୍ଦେଶ ଅବମାନନା କରିଥିବା ନେଇ ତପସ୍ବିନୀଙ୍କ ଓକିଲ ଦୀପକ ପଟ୍ଟନାୟକ, ପ୍ରଦୀପ କୁମାର ବେହେରା ଶୁକ୍ରବାର ଆଉ ଏକ ପିଟିଶନ ରୁଜୁ କରିଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ଅବମାନନା କରିଥିବା ଯୋଗୁ ଡା. ସୁମିତଙ୍କ ବିରୋଧରେ କ୍ରିମିନାଲ କେସ ରୁଜୁ କରିବାକୁ ଅନୁରୋଧ କରାଯାଇଥିଲା। ଏହାସହିତ ତପସ୍ବିନୀଙ୍କ ରହିବା ପାଇଁ ଡା. ସୁମିତ ବ୍ୟବସ୍ଥା କରିନାହାନ୍ତି। ତେଣୁ ମାମଲାର ଫଇସଲା ପର୍ଯ୍ୟନ୍ତ ତପସ୍ବିନୀଙ୍କୁ ଶାଶୁଘରେ ରହିବାକୁ ଅନୁମତି ଦିଆଯାଉ ଏବଂ ଭରଣପୋଷଣ ବାବଦକୁ ମାସିକ ୫୦ହଜାର ଟଙ୍କା ଦେବାକୁ ପିଟିଶନରେ ଉଲ୍ଲେଖ କରାଯାଇଛି। ଏହି ପିଟିଶନ ଶୁଣାଣି କରି କୋର୍ଟ ଥାନାରେ ଅଭିଯୋଗ କରିବାକୁ ନିର୍ଦ୍ଦେଶ ଦେବା ସହିତ ପରବର୍ତ୍ତୀ ସମୟରେ କୋର୍ଟରେ ମଧ୍ୟ ପିଟିଶନ ଆବେଦନ କରିପାରିବେ ବୋଲି କହିଛନ୍ତି। ଏଭଳି ନିର୍ଦ୍ଦେଶ ଜାରି ପରେ ତପସ୍ବିନୀ ଶୁକ୍ରବାର ରାତିରେ ପ୍ରମିଳାଙ୍କ ସହିତ ବ୍ରହ୍ମାନଗରସ୍ଥିତ ଶାଶୁଘର ଆଗରେ ବସିଛନ୍ତି। ଅନ୍ୟପଟେ ଶୁକ୍ରବାର ଡା. ସୁମିତଙ୍କ ତରଫରୁ ଆଇନଜୀବୀ ଦେବସ୍ନାନ ଦାଶ ଜିଲା ଜଜ୍‌ କୋର୍ଟରେ ଏକ ପିଟିଶନ ରୁଜୁ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ଏଏପି ପରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କଲା ସିପିଆଇଏମ, ଭୁବନେଶ୍ୱର ଲୋକ ସଭା ଆସନରୁ ଲଢିବେ ଏହି ନେତା

ଭୁବନେଶ୍ୱର,୧୮।୪: ରାଜ୍ୟର ୩୭ଟି ବିଧାନସଭା ପାଇଁ ଆମ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସିପିଆଇ(ଏମ ) ମଧ୍ୟ ଆଜି ଭୁବନେଶ୍ୱର ଲୋକ...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri