ଦିନକରେ ବିଏମ୍ସିର ୨୨ କର୍ମଚାରୀ ପଜିଟିଭ୍ ଚିହ୍ନଟ, ଲାଗିଲା କଟକଣା
ଭୁବନେଶ୍ୱର,୧୩।୧(ବ୍ୟୁରୋ):ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ ରହିଥିବା ବେଳେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଅଫିସରେ ପଶିଛି କରୋନା। ଗୋଟିଏ ଦିନରେ ବିଏମ୍ସିର ୨୨ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିଲାଗି ଗୁରୁବାର ବିଏମ୍ସି କାର୍ଯ୍ୟାଳୟକୁ ସର୍ବସାଧାରଣ ପ୍ରବେଶ ଉପରେ କଟକଣା ଜାରି…
ଧବଳେଶ୍ୱର ପୀଠରେ ୧୪୪ ଧାରା
କଟକ ଅଫିସ,୧୩।୧: ମକର ସଂକ୍ରାନ୍ତି ପାଇଁ ଧବଳେଶ୍ୱର ପୀଠରେ ୧୪୪ ଧାରା ଜାରି ହୋଇଛି। ପ୍ରଶାସନ ପକ୍ଷରୁ ଶୁକ୍ରବାର ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି। କେବଳ ସେବାୟତଙ୍କୁ ନେଇ ସମସ୍ତ ପ୍ରକାର ନୀତିକାନ୍ତି ସମାପନ…
ପଞ୍ଚାୟତ ନିର୍ବାଚନ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି, ୧୭ ନାମାଙ୍କନପତ୍ର ଦାଖଲ
ଭୁବନେଶ୍ୱର,୧୩।୧(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ଲାଗି ନିର୍ବାଚନ ଅଧିକାରୀ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ସରପଞ୍ଚ ଓ ସମିତି ସଭ୍ୟଙ୍କ ପାଇଁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ, ଜିଲା ପରିଷଦ ସଭ୍ୟଙ୍କ ପାଇଁ ଜିଲା ଓ ବ୍ଲକ କାର୍ଯ୍ୟାଳୟରେ ବିଜ୍ଞପ୍ତି ପ୍ରକାଶ ପାଇଛି। ତ୍ରିସ୍ତରୀୟ ପଞ୍ଚାୟତ…
ରାଜଧାନୀର ୯ ଅଞ୍ଚଳ କଣ୍ଟେନ୍ମେଣ୍ଟ ଜୋନ୍
ଭୁବନେଶ୍ୱର,୧୩।୧(ବ୍ୟୁରୋ): ରାଜଧାନୀରେ କରୋନା ସଂକ୍ରମଣ ବଢିି ଚାଲିଛି। ତେବେ ଆଉ ୯ ଅଞ୍ଚଳକୁ ମାଇକ୍ରୋ କଣ୍ଟେନ୍ମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । କୋଭିଡ ପଜିଟିଭ୍ ବାହାରିବା ପରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଦକ୍ଷିଣ-ପୂର୍ବ…
‘ଅଳ୍ପ ଦିନରେ ଦ୍ୱିତୀୟ ଲହର ପିକ୍କୁ ଅତିକ୍ରମ କରିପାରେ’
ଭୁବନେଶ୍ୱର,୧୩।୧(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ବଢି ଚାଲିଛି। ଏ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। କୋଭିଡ ସଂକ୍ରମଣ ଉପର ମୁହାଁ ରହିଛି । ବହୁତ ଅଳ୍ପ ଦିନରେ ଦ୍ୱିତୀୟ ଲହର ପିକ୍ ଅତିକ୍ରମ କରିପାରେ। ସଂକ୍ରମଣ ପ୍ରଥମେ…
ପାରାଦୀପ ସମେତ ୪ ସ୍ଥାନରେ ସରିଲା ପକ୍ଷୀ ଗଣନା
ପାରାଦୀପ,୧୩।୧(ସ୍ବ.ପ୍ର.): କୁଜଙ୍ଗ ବନାଞ୍ଚଳ ପକ୍ଷରୁ ପାରାଦୀପ ସମେତ ୪ଟି ସ୍ଥାନରେ ପକ୍ଷୀ ଗଣନା ସରିଛି। ତେବେ ଚଳିତ ବର୍ଷ ପକ୍ଷୀ ସଂଖ୍ୟା କମିଛି । ଆଉ ୬ ନୂଆ ପ୍ରଜାତିର ପକ୍ଷୀଙ୍କୁ ଚିହ୍ନଟ କରାଯାଇଛି । ୫ଟି ସେଗମେଣ୍ଟ ପାଇଁ ୪ଟି…
ଆଜିଠୁ ବନ୍ଦ ହେଲା ସମସ୍ତ ବେଳାଭୂମି
ବ୍ରହ୍ମପୁର ଅଫିସ,୧୩ା୧: ସାରା ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ି ଚାଲିଥିବାବେଳେ ଗୁରୁବାର ୧୦ ହଜାର ୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ…
ରାଜ୍ୟରେ ଆଉ ତିନି ଜଣଙ୍କ ଜୀବନ ନେଇଛି କରୋନା
ଭୁବନେଶ୍ୱର,୧୩।୧(ବ୍ୟୁରୋ): ରାଜ୍ୟରେ ଗୁରୁବାର କରୋନା ତିନି ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮,୪୭୨କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଅନୁଗୋଳ, କେନ୍ଦ୍ରାପଡା ଓ ନୟାଗଡ ଜିଲାର। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…
କରୋନାର ଲମ୍ଫ: ଆଜି ୧୦ହଜାର ଉପରେ ସଂକ୍ରମଣ, ଅଛନ୍ତି ୮୭୨ ପିଲା
ଭୁବନେଶ୍ୱର,୧୩।୧(ବ୍ୟୁରୋ): ଦୀର୍ଘଦିନର ବ୍ୟବଧାନ ପରେ ପୁଣି ରେକର୍ଡସ୍ତରରେ ପହଞ୍ଚିଲା କରୋନା ସଂକ୍ରମଣ। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦,୦୫୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିରୁ ୫,୮୩୩ କ୍ୱାରାଣ୍ଟାଇନ୍ରୁ ଥିବା ବେଳେ ୪,୨୨୬ ଲୋକାଲ କେସ୍ ରହିଛି। ସେହିଭଳି ସଂକ୍ରମିତଙ୍କ…
ଆଜି ୧୪ ଜିଲାକୁ କୁଆପଥର ବର୍ଷା
ଭୁବନେଶ୍ୱର, ୧୩।୧(ବ୍ୟୁରୋ): ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଏଥିସହ କୁଆପଥର ମାଡ଼ ହେଉଛି। ୧୫ ତାରିଖ ପର୍ଯ୍ୟନ୍ତ ଏହା ଜାରି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି। ଦକ୍ଷିଣ ଆଭ୍ୟନ୍ତରୀଣ…
ମଣ୍ଡି ଖୋଲିଲା, ଧାନ ଉଠିଲାନି
ଖୋର୍ଦ୍ଧା ଅଫିସ,୧୩ା୧: ଖୋର୍ଦ୍ଧା ଜିଲାରେ ବହୁ ବିଳମ୍ବରେ ବୁଧବାର ଧାନମଣ୍ଡିର ଶୁଭାରମ୍ଭ ହୋଇଛି। ତେବେ ଆରମ୍ଭରୁ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ମଣ୍ଡି ଖୋଲିଲା, କିନ୍ତୁ ଧାନ ଉଠି ପାରିଲା ନାହିଁ। ଧାନର ମାନକୁ ନେଇ ପ୍ରଶ୍ନ ଉଠାଇଥିଲେ ମିଲର୍ସ। ଫଳରେ ଚାଷୀ…
ସାଇଡ୍ମରାରୁ ଗଣ୍ଡଗୋଳ, ପାଟି ବନ୍ଦ କରିବାକୁ କହିବାରୁ ହତ୍ୟା
ଭୁବନେଶ୍ୱର,୧୩।୧(ବ୍ୟୁରୋ): ସୁନ୍ଦରପଦାର ଦୀପକ କୁମାର ରାଉତରାୟଙ୍କ ହତ୍ୟା ମାମଲାରେ ଏୟାରଫିଲ୍ଡ ଥାନା ପୋଲିସ ଆଉ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥିସହ ଘଟଣାର ରହସ୍ୟ ଉନ୍ମୋଚନ କରିଛିି। ଗାଡି ସାଇଡ୍ମରାରୁ ଗଣ୍ଡଗୋଳ ଘଟିଥିବାବେଳେ ପାଟି ବନ୍ଦ କରିବାକୁ କହିବାରୁ ନିରୀହ ଦୀପକଙ୍କୁ…
Archives


