ସ୍ତ୍ରୀଙ୍କୁ ଅପହରଣ ଉଦ୍ୟମ

ଭୁବନେଶ୍ୱର,୩୦।୪(ବ୍ୟୁରୋ):  ଭୁବନେଶ୍ୱରରେ ରହୁଥିବା ସ୍ତ୍ରୀ ଶାଶୁଘରକୁ ଯିବା ପାଇଁ ରାଜି ନ ହେବାରୁ ତାଙ୍କୁ ବଳପୂର୍ବକ ନେଇଯାଉଥିଲେ ସ୍ବାମୀ ଓ ପରିବାର ଲୋକେ। ହେଲେ ମହିଳା ଜଣକ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଅପହରଣ ସନ୍ଦେହ କରି ଘେରି ଯାଇଥିଲେ। ମାମୁ ଓ କାର୍‌ ଡ୍ରାଇଭରଙ୍କୁ କାବୁ କରିଥିବାବେଳେ ସ୍ବାମୀ ଖସି ପଳାଇଥିଲେ। ଶୁକ୍ରବାର ନୟାପଲ୍ଲୀ ଥାନା ଅଞ୍ଚଳରେ ଏହି ଘଟଣା ଦେଖିବାକୁ ମିଳିଥିଲା। ମହିଳାଙ୍କ ଅଭିଯୋଗକ୍ରମେ ପୋଲିସ ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଅଞ୍ଚଳର ସ୍ବାମୀ ସବୀର କୁମାର ପଣ୍ଡା, ମାମୁ ଶୋଭନ କୁମାର ବେହେରା, ଡ୍ରାଇଭର ଅନିଲ କୁମାର ସାହୁଙ୍କ ନାମରେ ଆଇପିସି ଦଫା ୩୬୫, ୫୧୧, ୫୦୬, ୩୨୩, ୩୪ରେ ଏକ ମାମଲା (ନଂ.୨୯୧/୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତେବେ ମାମୁ ଶୋଭନ ଓ ଡ୍ରାଇଭର ଅନିଲଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଥିବା ଥାନାଧିକାରୀ ବିଶ୍ୱରଞ୍ଜନ ନାୟକ କହିଛନ୍ତି।
  ସୂଚନା ଅନୁଯାୟୀ, ଗଞ୍ଜାମ ଜିଲା ଆସ୍କା ଅଞ୍ଚଳର ତୃପ୍ତିମୟୀ ବେହେରା ୨ ବର୍ଷ ତଳେ ହିଞ୍ଜିଳିକାଟୁ ଅଞ୍ଚଳର ସବୀର କୁମାର ପଣ୍ଡାଙ୍କୁ ବିବାହ କରିଥିଲେ। ସବୀର ଜଣେ କଣ୍ଟ୍ରାକ୍ଟର। ତେବେ ବିବାହର କିଛିମାସ ପରେ ତୃପ୍ତିମୟୀ ଭୁବନେଶ୍ୱରରେ ରହି ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ କହିଥିଲେ। ତେଣୁ ସ୍ବାମୀ ସବୀର ଏଥିପାଇଁ ଅନୁମତି ଦେବା ସହ ନୟାପଲ୍ଲୀ ଅଞ୍ଚଳରେ ଏକ ହଷ୍ଟେଲରେ ରହିବା ପାଇଁ ସମସ୍ତ ବ୍ୟବସ୍ଥା କରିଥିଲେ। ପ୍ରତି ମାସରେ ଖର୍ଚ୍ଚ ବି ଦେଉଥିଲେ। ହେଲେ କିଛିଦିନ ପରେ ତୃପ୍ତିମୟୀଙ୍କ କାର୍ଯ୍ୟଧାରାରେ ସନ୍ଦେହ ହେବାରୁ ଶାଶୁଘର ଲୋକେ ତାଙ୍କୁ ଘରକୁ ଚାଲି ଆସିବାକୁ କହିଥିଲେ। ସ୍ବାମୀ ସବୀର ମଧ୍ୟ ତାଙ୍କୁ ଭୁବନେଶ୍ୱର ଛାଡ଼ି ଗାଁକୁ ପଳାଇ ଆସିବାକୁ କହିଥିଲେ। ବାରମ୍ବାର ବୁଝାଇବା ସତ୍ତ୍ୱେ ତୃପ୍ତିମୟୀ ଯିବାକୁ ମନା କରୁଥିଲେ। ଶୁକ୍ରବାର ଅପରାହ୍ନରେ ସବୀର, ଶୋଭନ ଏକ କାର୍‌ ଯୋଗେ ଇସ୍କନ ମନ୍ଦିରସ୍ଥିତ ଭୋଇସାହି ନିକଟରେ ପହଞ୍ଚତ୍ ତୃପ୍ତିମୟୀଙ୍କୁ ସାଙ୍ଗରେ ଯିବାକୁ କହିଥିଲେ। ହେଲେ ସେ ରାଜି ନ ହେବାରୁ ସ୍ବାମୀ ବିରକ୍ତି ହୋଇ ତାଙ୍କୁ ଜୋର ଜବରଦସ୍ତ କାର୍‌ରେ ବସାଇ ନେବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ତୃପ୍ତିମୟୀ ବଡ଼ପାଟି କରିବାରୁ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ଅପହରଣ ସନ୍ଦେହ କରି ଡ୍ରାଇଭର, ସ୍ବାମୀ ଓ ତାଙ୍କ ମାମୁଙ୍କୁ ନିସ୍ତୁକ ମାଡ଼ ମାରିବା ସହ କାର୍‌ ମଧ୍ୟ ଭାଙ୍ଗିଥିଲେ। ଲୋକଙ୍କ ଆକ୍ରମଣ ଭିତରେ ସବୀର ଘଟଣାସ୍ଥଳରୁ ଖସି ପଳାଇଥିଲେ। ଖବର ପାଇ ପୋଲିସ ପହଞ୍ଚତ୍ ଡ୍ରାଇଭର ଓ ମାମୁଙ୍କୁ ଥାନାକୁ ନେବା ସହ କାର୍‌କୁ ଜବତ କରିଥିଲା। ତେବେ ଅନିଚ୍ଛା ସତ୍ତ୍ୱେ ତାଙ୍କ ସ୍ବାମୀ ଓ ଅନ୍ୟମାନେ ତାଙ୍କୁ ଜୋର ଜବରଦସ୍ତ ନେବାକୁ ଉଦ୍ୟମ କରୁଥିବା ତୃପ୍ତିମୟୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?