ଭିକ୍ଷାବୃତ୍ତି କରୁଥିବା କିନ୍ନରଙ୍କ ପାଇଁ ଖୋଲିବ ଆଶ୍ରୟସ୍ଥଳ

ଭୁବନେଶ୍ୱର, ୩୦।୪ (ବ୍ୟୁରୋ): କିନ୍ନରଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏ କ୍ଷେତ୍ରରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଆଉଏକ ପାଦ ଆଗକୁ ବଢାଇଛି। କିନ୍ନରମାନେ ଯେପରି ଅନ୍ୟମାନଙ୍କ ଭଳି ସ୍ବାଭାବିକ ଭାବେ ଜୀବିକା ନିର୍ବାହ କରିବେ, ଭିକ୍ଷାବୃତ୍ତି ଛାଡ଼ି ସ୍ବାବଲମ୍ବୀ ହୋଇ ପାରିବେ ସେ ନେଇ ବିଏମ୍‌ସି ଯୋଜନା କରୁଛି। ଭୁବନେଶ୍ୱରକୁ ଭିକ୍ଷୁକମୁକ୍ତ କରିବା ଅଭିଯାନର ଏକ ଅଂଶ ସ୍ବରୁପ ଖୁବ୍‌ଶୀଘ୍ର ସହରରେ ଭିକ୍ଷାବୃତ୍ତି କରୁଥିବା କିନ୍ନରଙ୍କ ପାଇଁ ଆଶ୍ରୟସ୍ଥଳ ଖୋଲାଯିବ। ଏଥିପାଇଁ ସହରର ୨ଟି ସ୍ଥାନ ଚିହ୍ନଟ କରାଯିବ। ପ୍ରତ୍ୟେକ ସ୍ଥାନରେ ୨୫ଜଣ ଲେଖାଏ ମୋଟ ୫୦ଜଣ କିନ୍ନର ରହିବାର ବ୍ୟବସ୍ଥା ହେବ। ମେ’ ଶେଷ ସୁଦ୍ଧା ଆଶ୍ରୟସ୍ଥଳକୁ କାର୍ଯ୍ୟକ୍ଷମ କରାଯିବ। ସେଠାରେ କିନ୍ନରଙ୍କ ଦକ୍ଷତା ବିକାଶ କରାଯିବା ସହ ଧୂପକାଠି, ଫିନାଇଲ୍‌ ଆଦି ସାମଗ୍ରୀ ତିଆରି ମାଧ୍ୟମରେ ରୋଜଗାର ସୃଷ୍ଟି ହେବ। ଏଥିପାଇଁ ସେମାନଙ୍କୁ ତାଲିମ ଦିଆଯିବ। ଏଥିସହ ରହଣୀ ସମୟରେ ପ୍ରତ୍ୟେକଙ୍କୁ ୩,୪୦୩ଟଙ୍କା ଲେଖାଏ ପ୍ରେତ୍ସାହନ ରାଶି ପ୍ରଦାନ କରାଯିବ। ବିଏମ୍‌ସି ଡେପୁଟି କମିଶନର କମଳାକାନ୍ତ ବେହେରା କହିଛନ୍ତି, ଆଜି ବି ଅନେକ ଲୋକ କିନ୍ନରଙ୍କୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ତେଣୁ ସେମାନଙ୍କ ରହଣୀ ପାଇଁ ସେପରି ଅନୁକୂଳ ପରିବେଶରେ ଘର ଖୋଜିବାକୁ ପଡୁଛି। ତେବେ ଖୁବ୍‌ଶୀଘ୍ର ସେମାନଙ୍କ ପାଇଁ ଆଶ୍ରୟ ଗୃହ ଚିହ୍ନଟ କରାଯିବ। ପରିଚାଳନା ଦାୟିତ୍ୱରେ ଥିବା ସଂଗଠନଗୁଡିକ ଏମାନଙ୍କୁ ଦକ୍ଷତା ବିକାଶ ନେଇ ତାଲିମ୍‌ ଦେବେ।

କାହିଁକି ଭିକାରିମୁକ୍ତ ହୋଇପାରୁ ନାହିଁ ସ୍ମାର୍ଟସିଟି?

ଭୁବନେଶ୍ୱରକୁ ଭିକ୍ଷୁକମୁକ୍ତ କରିବା ପାଇଁ ବିଏମ୍‌ସି ପକ୍ଷରୁ ପଦକ୍ଷେପ ନିଆଯାଉଛି। ପୂର୍ବରୁ ଯାଯାବର ଓ ଅନ୍ୟ ଭିକ୍ଷୁକଙ୍କ ପାଇଁ ୩ଟି ଆଶ୍ରୟ (ଭିକ୍ଷୁକ ଆଶ୍ରୟସ୍ଥଳୀ) ଏବଂ ୭ଟି ସହରାଞ୍ଚଳ ଆଶ୍ରୟସ୍ଥଳୀ (ଏସ୍‌ୟୁଏଚ) ରହିଛି। ଏସ୍‌ୟୁଏଚ୍‌ରେ ସମୁଦାୟ ୩୫୬ରୁ ଊଦ୍ଧର୍‌ବ ବ୍ୟକ୍ତି ରହିବାର ସୁବିଧା ଥିବାବେଳେ ଏବେ ସେଠାରେ ୨ଶହ ଜଣ ଅଛନ୍ତି। ସେହିପରି ୩ଟି ଆଶ୍ରୟ ଗୃହରେ ୩୦୦ଜଣ ରହିବାର ସୁବିଧା ଥିବାବେଳେ ଏବେ ପ୍ରାୟ ୨୬୦ଜଣ ବ୍ୟକ୍ତି ରହିଛନ୍ତି। ଅପରପକ୍ଷେ ଚନ୍ଦ୍ରଶେଖରପୁର ଏସ୍‌ୟୁଏଚ୍‌ ମହିଳା ଭିକ୍ଷୁକଙ୍କ ପାଇଁ ଉତ୍ସର୍ଗ କରାଯାଇଛି। ଏଗୁଡିକର ପରିଚାଳନା ଦାୟିତ୍ୱ ମଧ୍ୟ ଓଡ଼ିଶା ପତିତାଉଦ୍ଧାର ସମିତି, ବିକାଶ, ଭିଜେଏସ୍‌ଏସ୍‌ ଭଳି ସଂଗଠନକୁ ଦିଆଯାଇଛି। ଏହାସତ୍ତ୍ୱେ ସ୍ମାର୍ଟସିଟି ଭୁବନେଶ୍ୱର ଭିକ୍ଷୁକମୁକ୍ତ ହୋଇପାରୁ ନାହିଁ। ତେବେ ଏ ସମ୍ପର୍କରେ ବିଏମ୍‌ସି ଡେପୁଟି କମିଶନର କମଳାକାନ୍ତ ବେହେରା କହିଛନ୍ତି, ରାଜଧାନୀକୁ ଭିକ୍ଷୁକମୁକ୍ତ କରିବା ପାଇଁ ବିଏମ୍‌ସି ବହୁ ପ୍ରୟାସ କରୁଛି। ଆଶ୍ରୟସ୍ଥଳରେ ରହୁଥିବା ଲୋକଙ୍କୁ ବିଭିନ୍ନ ତାଲିମ ଦିଆଯାଉଛି। ଏହାଦ୍ୱାରା ସେମାନେ ଭିକ୍ଷା ନ ମାଗି ନିଜେ କିଛି ଉପାର୍ଜନ କରି ସମ୍ମାନର ସହ ବଞ୍ଚତ୍ପାରିବେ। ମାତ୍ର ଅଧିକାଂଶ ବ୍ୟକ୍ତି କିଛିଦିନ ରହିବା ପରେ କାମ ଖୋଜିବାକୁ ଯିବାକୁ କହି ପୁଣିଥରେ ଭିକ୍ଷାବୃତ୍ତି କରୁଛନ୍ତି। ଏଭଳି ବ୍ୟକ୍ତିଙ୍କୁ ଟଙ୍କା କିମ୍ବା ଖାଦ୍ୟ ନ ଦେବା ପାଇଁ ଜନସାଧାରଣଙ୍କୁ ସଚେତନ କରାଯାଉଛି। ସହଜରେ ଅର୍ଥ ଏବଂ ଖାଇବା ମିଳି ଯାଉଥିବାରୁ ସେମାନେ କାମ ନ କରି ଭିକ୍ଷା ମାଗିବାକୁ ଶ୍ରେୟ ମଣୁଛନ୍ତି। ଫଳରେ ବିଏମ୍‌ସିର ଯୋଜନା ସଫଳ ହୋଇ ପାରୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?