ମାଛଧରା ବନ୍ଦରରେ ନୂତନ ପ୍ରକଳ୍ପ ପାଇଁ ଭିତ୍ତିଭୂମି ଯାଞ୍ଚ

ପାରାଦୀପ,୩୦ା୪(ସ୍ବ.ପ୍ର.): କେନ୍ଦ୍ର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ସଚିବ ଯତିନ୍ଦ୍ରନାଥ ସ୍ବାଇଁ ଶୁକ୍ରବାର ପାରାଦୀପ ମାଛଧରା ବନ୍ଦର ଗସ୍ତରେ ଆସିଥିଲେ। ଏଠାରେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାରେ ପ୍ରାୟ ୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏନେଇ ହେବାକୁ ଥିବା ନୂତନ ପ୍ରକଳ୍ପର ଭିତ୍ତିଭୂମି ଯାଞ୍ଚ ପାଇଁ ସ୍ବାଇଁ ଆସିଥିଲେ। ସେ ମାଛଧରାବନ୍ଦର ପରିସର ଓ ମହାନଦୀ ମୁହାଣ ଅଞ୍ଚଳ ବୁଲି ଦେଖିଥିଲେ। ଏଥିସହ ମତ୍ସ୍ୟ ଶିଳ୍ପ ସହ ଜଡ଼ିତ ଲୋକ ଓ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ଏହି ଅବସରରେ ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ (ଓମ୍ଫା) ପକ୍ଷରୁ ସଚିବ ସ୍ବାଇଁଙ୍କୁ ଏକ ଦାବିପତ୍ର ଦିଆଯାଇଛି। ଏଥିରେ ଦର୍ଶାଯାଇଛି, ଏହି ମାଛଧରା ବନ୍ଦର ଓ ଏହା ଉପରେ ପ୍ରାୟ ୫୦ ହଜାର ଲୋକଙ୍କ ଜୀବନଜୀବିକା ନିର୍ଭରଶୀଳ। ଏହାକୁ ଦୃଷ୍ଟିରେ ରଖି ତୁରନ୍ତ ତୈଳ ମୂଲ୍ୟ ଉପରେ ସ୍ବତନ୍ତ୍ର ସବ୍‌ସିଡି ଦେବାକୁ ଦାବି କରାଯାଇଛି। ସଂଘ ସଭାପତି ଶ୍ରୀକାନ୍ତ ପରିଡା ଏଥିରେ ଉଲ୍ଲେଖ କରିଛନ୍ତି, ରାଜ୍ୟର ଏହି ବୃହତ୍‌ ମାଛଧରା ବନ୍ଦରରେ ଏବେ ୬୩୦ ମାଛଧରା ଟ୍ରଲର ଓ ୪୦୦ରୁ ଅଧିକ ମୋଟର ବୋଟ ରହିଛି। ତୈଳ ମୂଲ୍ୟ ବୃଦ୍ଧି ଯୋଗୁ ସମସ୍ତେ କ୍ଷତି ସହୁଛନ୍ତି। ଏପରିକି କେତେକ ଟ୍ରଲର ଓ ବୋଟ ମାଲିକ ମାଛ ଧରିବା ପାଇଁ ସମୁଦ୍ରକୁ ଯାଉନାହାଁନ୍ତି। ସେଥିପାଇଁ ସଂଘ ଦୀର୍ଘ ୫ ବର୍ଷ ହେଲା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପାଖରେ ଏକାଧିକ ଦାବି କରିଛି। ଏହା ଉପରେ ବିଚାର କରିବାକୁ ସଚିବ ସମ୍ମତି ପ୍ରକାଶ କରିଛନ୍ତି। ଅନ୍ୟ ଦାବି ମଧ୍ୟରେ, ମହାନଦୀ ମୁହାଣ ପୋତି ହୋଇଯିବାରୁ ଅନେକ ସମୟରେ ଟ୍ରଲର ଓ ବୋଟ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଅନେକ ଧନଜୀବନ ଗଲାଣି। ମୁହାଣ ଅଞ୍ଚଳରେ ସବୁବେଳେ ବାଲି ଚଢ଼ି ଯାଉଥିବାରୁ ପ୍ରତିବର୍ଷ ୫୦ ମିଟର ପ୍ରସ୍ତରେ ୧୦ ମିଟର ଗଭୀର ଖନନ କାର୍ଯ୍ୟ କରାଯାଉ। ଏହାବାଦ୍‌ ମାଛଧରା ପୋତାଶ୍ରୟକୁ ଲାଗି ଥିବା ୨୦୦ ମିଟର ବର୍ଥ ନଦୀ ସ୍ରୋତରେ ଲୀନ ହୋଇଯାଇଛି। ଏବେ ସେହି ସ୍ଥାନରେ ପୁଣି ନଦୀ ଅତଡା ଖାଉଛି। ତା’ର ସୁରକ୍ଷା ପାଇଁ ପ୍ରାଥମିକତା ଆଧାରରେ ପଥର ବନ୍ଧ କରାଯାଉ। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାରେ ୯୯.୬୪ କୋଟି ଟଙ୍କା ପାରାଦୀପ ମାଛଧରା ବନ୍ଦର ପାଇଁ ଖର୍ଚ୍ଚ ହେବ। ଏହାକୁ ପାରାଦୀପ ବନ୍ଦର କରିବ। ସେଥିରେ ଅନେକ ନୂତନ ପ୍ରକଳ୍ପ ଓ ନବୀକରଣ କାମ ହେବ। କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲଙ୍କ ଗସ୍ତ ବେଳେ ଏହା ଘୋଷଣା କରାଯାଇଥିଲା। ସେହି ନୂତନ କାମ କରିବା ବେଳେ ଓମ୍ଫା କର୍ମକର୍ତ୍ତାଙ୍କ ମତାମତ ନେବାକୁ ଦାବି କରାଯାଇଥିଲା। ଯାହାକୁ ସରକାରୀ ଭାବେ ସ୍ବୀକୃତି ମିଳିଛି। ବୋଲି ସଂଘ ସଭାପତି ପରିଡ଼ା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri