ମାଛଧରା ବନ୍ଦରରେ ନୂତନ ପ୍ରକଳ୍ପ ପାଇଁ ଭିତ୍ତିଭୂମି ଯାଞ୍ଚ

ପାରାଦୀପ,୩୦ା୪(ସ୍ବ.ପ୍ର.): କେନ୍ଦ୍ର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ସଚିବ ଯତିନ୍ଦ୍ରନାଥ ସ୍ବାଇଁ ଶୁକ୍ରବାର ପାରାଦୀପ ମାଛଧରା ବନ୍ଦର ଗସ୍ତରେ ଆସିଥିଲେ। ଏଠାରେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାରେ ପ୍ରାୟ ୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏନେଇ ହେବାକୁ ଥିବା ନୂତନ ପ୍ରକଳ୍ପର ଭିତ୍ତିଭୂମି ଯାଞ୍ଚ ପାଇଁ ସ୍ବାଇଁ ଆସିଥିଲେ। ସେ ମାଛଧରାବନ୍ଦର ପରିସର ଓ ମହାନଦୀ ମୁହାଣ ଅଞ୍ଚଳ ବୁଲି ଦେଖିଥିଲେ। ଏଥିସହ ମତ୍ସ୍ୟ ଶିଳ୍ପ ସହ ଜଡ଼ିତ ଲୋକ ଓ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ଏହି ଅବସରରେ ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ (ଓମ୍ଫା) ପକ୍ଷରୁ ସଚିବ ସ୍ବାଇଁଙ୍କୁ ଏକ ଦାବିପତ୍ର ଦିଆଯାଇଛି। ଏଥିରେ ଦର୍ଶାଯାଇଛି, ଏହି ମାଛଧରା ବନ୍ଦର ଓ ଏହା ଉପରେ ପ୍ରାୟ ୫୦ ହଜାର ଲୋକଙ୍କ ଜୀବନଜୀବିକା ନିର୍ଭରଶୀଳ। ଏହାକୁ ଦୃଷ୍ଟିରେ ରଖି ତୁରନ୍ତ ତୈଳ ମୂଲ୍ୟ ଉପରେ ସ୍ବତନ୍ତ୍ର ସବ୍‌ସିଡି ଦେବାକୁ ଦାବି କରାଯାଇଛି। ସଂଘ ସଭାପତି ଶ୍ରୀକାନ୍ତ ପରିଡା ଏଥିରେ ଉଲ୍ଲେଖ କରିଛନ୍ତି, ରାଜ୍ୟର ଏହି ବୃହତ୍‌ ମାଛଧରା ବନ୍ଦରରେ ଏବେ ୬୩୦ ମାଛଧରା ଟ୍ରଲର ଓ ୪୦୦ରୁ ଅଧିକ ମୋଟର ବୋଟ ରହିଛି। ତୈଳ ମୂଲ୍ୟ ବୃଦ୍ଧି ଯୋଗୁ ସମସ୍ତେ କ୍ଷତି ସହୁଛନ୍ତି। ଏପରିକି କେତେକ ଟ୍ରଲର ଓ ବୋଟ ମାଲିକ ମାଛ ଧରିବା ପାଇଁ ସମୁଦ୍ରକୁ ଯାଉନାହାଁନ୍ତି। ସେଥିପାଇଁ ସଂଘ ଦୀର୍ଘ ୫ ବର୍ଷ ହେଲା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପାଖରେ ଏକାଧିକ ଦାବି କରିଛି। ଏହା ଉପରେ ବିଚାର କରିବାକୁ ସଚିବ ସମ୍ମତି ପ୍ରକାଶ କରିଛନ୍ତି। ଅନ୍ୟ ଦାବି ମଧ୍ୟରେ, ମହାନଦୀ ମୁହାଣ ପୋତି ହୋଇଯିବାରୁ ଅନେକ ସମୟରେ ଟ୍ରଲର ଓ ବୋଟ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଅନେକ ଧନଜୀବନ ଗଲାଣି। ମୁହାଣ ଅଞ୍ଚଳରେ ସବୁବେଳେ ବାଲି ଚଢ଼ି ଯାଉଥିବାରୁ ପ୍ରତିବର୍ଷ ୫୦ ମିଟର ପ୍ରସ୍ତରେ ୧୦ ମିଟର ଗଭୀର ଖନନ କାର୍ଯ୍ୟ କରାଯାଉ। ଏହାବାଦ୍‌ ମାଛଧରା ପୋତାଶ୍ରୟକୁ ଲାଗି ଥିବା ୨୦୦ ମିଟର ବର୍ଥ ନଦୀ ସ୍ରୋତରେ ଲୀନ ହୋଇଯାଇଛି। ଏବେ ସେହି ସ୍ଥାନରେ ପୁଣି ନଦୀ ଅତଡା ଖାଉଛି। ତା’ର ସୁରକ୍ଷା ପାଇଁ ପ୍ରାଥମିକତା ଆଧାରରେ ପଥର ବନ୍ଧ କରାଯାଉ। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାରେ ୯୯.୬୪ କୋଟି ଟଙ୍କା ପାରାଦୀପ ମାଛଧରା ବନ୍ଦର ପାଇଁ ଖର୍ଚ୍ଚ ହେବ। ଏହାକୁ ପାରାଦୀପ ବନ୍ଦର କରିବ। ସେଥିରେ ଅନେକ ନୂତନ ପ୍ରକଳ୍ପ ଓ ନବୀକରଣ କାମ ହେବ। କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲଙ୍କ ଗସ୍ତ ବେଳେ ଏହା ଘୋଷଣା କରାଯାଇଥିଲା। ସେହି ନୂତନ କାମ କରିବା ବେଳେ ଓମ୍ଫା କର୍ମକର୍ତ୍ତାଙ୍କ ମତାମତ ନେବାକୁ ଦାବି କରାଯାଇଥିଲା। ଯାହାକୁ ସରକାରୀ ଭାବେ ସ୍ବୀକୃତି ମିଳିଛି। ବୋଲି ସଂଘ ସଭାପତି ପରିଡ଼ା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜକୁ ନେଇ ଆସିଲା ଭଲ ଖବର: ଇରାନ-ଓମାନ ମଧ୍ୟରେ ଚୁକ୍ତି ଚୂଡ଼ାନ୍ତ

ତେହରାନ,୧୬।୮: ଇରାନ ଏବଂ ଓମାନ ମଧ୍ୟରେ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଚାଲିଥିବା ଚୁକ୍ତିକୁ ନେଇ ସକାରାତ୍ମକ ଖବର ଆସିଛି। ରିପୋର୍ଟଗୁଡ଼ିକ ସୂଚାଇଛି ଯେ ଏହି ରଣନୈତିକ ଜଳପଥ…

ନିଜ ନକ୍ଷତ୍ରରେ ପ୍ରବେଶ କରିବେ ବୁଧ; ୪ ରାଶିଙ୍କ ଗୋଲ୍ଡେନ୍‌ ଟାଇମ୍‌ ଆରମ୍ଭ, ଯାଚିକି ଟଙ୍କା ଦେବେ ଲୋକ…

ଗ୍ରହଗୁଡ଼ିକର ଚଳନ ଏବଂ ଅବସ୍ଥାନରେ ପରିବର୍ତ୍ତନ ଯୋଗୁଁ ବିଭିନ୍ନ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ପ୍ରଭାବ ପଡ଼ିଥାଏ। ଏବେ ବୁଧ ୨୨ ଅଗଷ୍ଟ ପର୍ଯ୍ୟନ୍ତ ଏହି ନକ୍ଷତ୍ରରେ ରହିବେ।…

ଦବିଲା ୫୩ ନମ୍ବର ଜାତୀୟ ରାଜପଥ: ଓଲଟିଲା ୩ ଟ୍ରକ୍‌, ନିମ୍ନମାନର ନିର୍ମାଣ ନେଇ…

ମହାକାଳପଡ଼ା, ୧୬/୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଧୀନ ନୀଳାଚଳ ଛକ ନିକଟରେ ୫୩ ନମ୍ବର ଜାତୀୟ ରାଜପଥର ପାର୍ଶ୍ୱ ରାସ୍ତା ଭୁଶୁଡ଼ି…

ଭଦ୍ରକରେ ପୁଣି ବନ୍ୟା: ବିପଦ ସଙ୍କେତ ଟପିଲା ବୈତରଣୀ, ସଙ୍କେତ ଛୁଇଁବ ସାଳନ୍ଦୀ

ଭଦ୍ରକ, ୧୬/୮ (ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ପ୍ରଭାବିତ କରୁଥିବା ଦୁଇ ପ୍ରମୁଖ ନଦୀ ବୈତରଣୀ ଓ ସାଳନ୍ଦୀରେ ରବିବାର ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି…

ରାଷ୍ଟ୍ରପତି କଲେ ଅନୁମୋଦନ: କଳାହାଣ୍ଡି ପୁଅ ପାଇବେ ବୀରତ୍ବ ସେନାପଦକ

ଭବାନୀପାଟଣା,୧୬।୮(ଉତ୍ତମ କୁମାର ଦାଶ): ସ୍ୱାଧୀନତା ଦିବସ ପୂର୍ବ ସଂନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରତିରକ୍ଷା ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର କର୍ମଚାରୀମାନଙ୍କୁ ୧୩ ଟି…

ସରକାରୀ କାର୍ଯ୍ୟାଳୟରେ ଯନ୍ତ୍ରୀ ଉଡ଼ାଇଲେ ଓଲଟା ଜାତୀୟ ପତାକା: ପ୍ରଶାସନ ପଦକ୍ଷେପକୁ ଅପେକ୍ଷା

ମହାକାଳପଡ଼ା, ୧୬।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଥିବା ମହାକାଳପଡ଼ା ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ସ୍ତରୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ…

ରେଳବାଇରେ ସରକାରୀ ଚାକିରି ସୁଯୋଗ: ୩୯୯୩ JE ପଦବୀ ପାଇଁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ,୧୬।୮: ରେଳବାଇରେ ସରକାରୀ ଚାକିରି ପାଇବାର ସ୍ୱପ୍ନ ଦେଖୁଥିବା ପରୀକ୍ଷାର୍ଥୀଙ୍କ ପାଇଁ ଖୁସିଖବର। ଆରଆରବି (RRB)ର ଜୁନିୟର ଇଞ୍ଜିନିୟର (JE) ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା…

ଭଗବାନଙ୍କ ଭରସାରେ ପରିବାର: ୩୦ ବର୍ଷ ବିତିଗଲା, ପଲିଥିନ ତଳେ ବିତୁଛି ଜୀବନ, ପ୍ରଶାସନ ନିଦାବିଷ୍ଣୁ

କେସିଙ୍ଗା, ୧୬।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନସ୍ଥ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ରାମେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri