ସୋନାଲିକା, ଶ୍ରୀନିକାଙ୍କୁ ‘ଏକଲବ୍ୟ ସମ୍ମାନ’

ଭୁବନେଶ୍ୱର,୩୦।୪(ବ୍ୟୁରୋ): ଗୁରୁ-ଶିଷ୍ୟ ପରମ୍ପରା ସତରେ ନିଆରା। ଏହି ପରମ୍ପରାକୁ ଉଚ୍ଚକୋଟିର ଢଙ୍ଗରେ ଉପସ୍ଥାପନା କରିଥିଲେ ନୃତ୍ୟଗୁରୁ ଶାଶ୍ୱତ ଯୋଶୀ। ଏକଲବ୍ୟ କାର୍ଯ୍ୟକ୍ରମର ପ୍ରଥମ ଉପସ୍ଥାପନାରେ ଦେଖିବାକୁ ମିଳିଥିଲା ଏକ ନୂତନ ନୃତ୍ୟ ପରମ୍ପରା। ପ୍ରଥମଥର ପାଇଁ ଜଣେ କାହାଣୀ କହୁଥିବା ବେଳେ ଜଣେ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ନିଜ ଅଙ୍ଗଭଙ୍ଗୀର ପ୍ରଦର୍ଶନରେ ଆକର୍ଷିତ କରୁଥିଲେ ଉପସ୍ଥିତ ଦର୍ଶକଙ୍କୁ। ଷ୍ଟୋରି ଟେଲର ପ୍ରାଚୀ ତାରା ନିଜର ଶବ୍ଦ ଦ୍ୱାରା ଭାବମୟ ପରିବେଶ ସୃଷ୍ଟି କରିଥିବା ବେଳେ ନୃତ୍ୟଗୁରୁ ଯୋଶୀ ସେହି ଭାବକୁ ନୃତ୍ୟ ମାଧ୍ୟମରେ ପରିବେଷଣ କରିଥିଲେ। ମହାଭାରତର ଏକଲବ୍ୟ ଓ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କୁ ନେଇ ପରିବେଷିତ ହୋଇଥିଲା ସାର ପ୍ରଥମ କାର୍ଯ୍ୟକ୍ରମ। ବିଶ୍ୱ ନୃତ୍ୟ ଦିବସ ଓ ଆଜାଦୀ କା ଅମୃତ୍‌ ମହୋତ୍ସବ ଉପଲକ୍ଷେ ଲାସ୍ୟକଳା ଡ୍ୟାନ୍ସ ଭିଜନ ପକ୍ଷରୁ ଶୁକ୍ରବାର ଗୁରୁଶିଷ୍ୟର ପରମ୍ପରାକୁ ନେଇ ‘ଏକଲବ୍ୟ’ କାର୍ଯ୍ୟକ୍ରମ ସୂଚନାଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଅତିଥି ଭାବେ ପଦ୍ମଶ୍ରୀ ଡ. ଇଲିଆନା ଚିତାରିଷ୍ଟ, ପଦ୍ମଶ୍ରୀ ଶ୍ୟାମାମଣି ଦେବୀ, ନୃତ୍ୟଗୁରୁ ଶରତ ଦାସ ଓ ସୁହାଗ ନଳିନୀ ଦାସ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ଅବକାଶରେ ଓଡ଼ିଶୀରେ ଖ୍ୟାତିଲାଭ କରିଥିବା ସୋନାଲିକା ପୁରୋହିତ ଓ ଶ୍ରୀନିକା ପୁରୋହିତଙ୍କୁ ଏକଲବ୍ୟ ସମ୍ମାନରେ ସମ୍ମାନିତ କରାଯାଇଥିଲା। ପରେ ଶ୍ରେୟାନଭି ଯୋଶୀ ଓ ସାଇ ପ୍ରସାଦ ପଣ୍ଡା ଶ୍ରୀମନ୍ଦିରର କଥାବସ୍ତୁକୁ ନେଇ ଓଡ଼ିଶୀ ପରିବେଷଣ କରିଥିଲେ। ସେହିପରି ସୋନାଲିକା ଓ ଶ୍ରୀନିକା ଶ୍ରୀକୃଷ୍ଣଙ୍କ ଶ୍ଳୋକ, ଭକ୍ତିକୁ ନେଇ ମଧୁରାଷ୍ଟକମ୍‌ ଏବଂ ମେଘ ପଲ୍ଲବୀ ପରିବେଷଣ କରିଥିଲେ। ଅନୁଷ୍ଠାନର ସଦସ୍ୟା ସାଗରିକା ମହାନ୍ତି ଓ ଶିଷ୍ୟା ସୋନାଲ ଆଚାର୍ଯ୍ୟ ଓଡ଼ିଶୀ ସଙ୍ଗୀତର ଈଶ୍ୱର ଚନ୍ଦ୍ର ନନ୍ଦ ଚମ୍ପୂ ଉପସ୍ଥାପନା କରିଥିଲେ। ଚିନ୍ମୟୀ ମାଲ୍ଲିଆ ଓ ତୃପ୍ତିତା ପଟ୍ଟନାୟକଙ୍କ ଓଡ଼ିଆ ଅଭିନୟ ମଧୁରବଚନ ଦର୍ଶକଙ୍କ ମନକୁ ଛୁଇଁଥିଲା। ରାଗ ମେଘ ମହ୍ଲାର ଓ ମିଆଁ ମହ୍ଲାରକୁ ନେଇ ‘ବର୍ଷା’ରେ ଉଭୟ ଚମତ୍କାର ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜେଶ କୁମାର ଲେଙ୍କା ସ୍ବର, ତାରିଣୀ ପ୍ରସାଦ ଦାସ ପଖୌଜ, ପ୍ରଦୀପ କୁମାର ମହାରଣା ଭାଓଲିନ୍‌ ଓ ରୁଦ୍ର ପ୍ରସାଦ ପରିଡ଼ା ବଂଶୀରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

ଭାଜପାରେ ଯୋଗ ଦେଲେ ହିନ୍ଦୋଳ ବିଧାୟିକା ସୀମା ନାୟକ

ଭୁବନେଶ୍ୱର,୨୩।୪: ଭାଜପାରେ ସାମିଲ ହେଲେ ହିନ୍ଦୋଳ ବିଧାୟକ ସୀମା ନାୟକ। ଗତକାଲି ରାତିରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ। ଭାଜପା ରାଜ୍ୟ କାର୍ଯ୍ୟାଳୟକୁ ଆସି ଆନୁଷ୍ଠାନିକ...

ଓଡ଼ିଶା ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ଘୋଷଣା କଲା ଭାଜପା: ତାଲିକାରେ ପ୍ରଧାନମନ୍ତ୍ରୀ, ୪ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ଅଛନ୍ତି ଏହି ହେଭିଓ୍ବେଟ୍‌ ନେତା

ଭୁବନେଶ୍ୱର,୨୩।୪(ସୁନୀତ ମିଶ୍ର): ଭାଜପା ପକ୍ଷରୁ ଓଡ଼ିଶା ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ...

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ରାସେଶ୍ୱରୀ ବିଜେଡି ଛାଡିବା ପରେ ବଡ଼ ବୟାନ ଦେଲେ ରୋହିତ ପୂଜାରୀ, କହିଲେ…

ଭୁବନେଶ୍ୱର,୨୩।୪: ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ ଇସ୍ତଫା ଦେଇଛନ୍ତି । ମଙ୍ଗଳବାର ରାସେଶ୍ୱରୀ ବିଜେଡି ଛାଡିବା ପରେ ପ୍ରତିକ୍ରିୟା ରଖିଛନ୍ତି ସମ୍ବଲପୁର ବିଜେଡି...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri