ନାବାଳିକାଙ୍କୁ ବ୍ଲାକ୍‌ମେଲ କରି ଦେଢ଼ଲକ୍ଷ ଟଙ୍କା, ଗହଣା ଲୁଟିଲେ

ଭୁବନେଶ୍ୱର, ୩୦।୪(ବ୍ୟୁରୋ): ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇବା ପରେ ବ୍ଲାକ୍‌ମେଲ୍‌ କରି ଟଙ୍କା ଓ ସୁନା ଗହଣା ଲୁଟିବା ଅଭିଯୋଗରେ ନୟାପଲ୍ଲୀ ଥାନା ପୋଲିସ ଠକ ପ୍ରେମିକକୁ ଗିରଫ କରିଛି। ସେ ହେଲେ ଢେଙ୍କାନାଳ ଜିଲା ବାଲିଝାଟି ଗ୍ରାମର ଆଶିଷ କୁମାର ଜେନା (୨୧)। ତାଙ୍କଠାରୁ ୧୦୦ ଗ୍ରାମର ସୁନା ଅଳଙ୍କାର ଜବତ କରାଯାଇଛି। ଏନେଇ ପୋଲିସ ମାମଲା (ନଂ.୨୮୪/୨୨) ରୁଜୁ କରି କରିଛି। ସୂଚନାନୁଯାୟୀ, ନାବାଳିକାଙ୍କ ବୟସ ୧୪ ବର୍ଷ। ସେ ପ୍ରତିଦିନ ସା ଭ୍ରମଣରେ ନିକଟ ଖେଳ ପଡିଆକୁ ଯାଆନ୍ତି। ଅଭିଯୁକ୍ତ ଜଣକ ସବୁଦିନ ତାଙ୍କୁ ପିଛା କରିବା ପରେ ପ୍ରେମ ଜାଲରେ ଫସାଇଥିଲେ। ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ନିବିଡି ହୋଇଥିଲା। ଭିଡିଓ କଲ୍‌ରେ କଥା ହେବା ଭିତରେ ଅଭିଯୁକ୍ତ ପ୍ରେମିକ ଆଶିଷ ନାବାଳିକାଙ୍କ ନଗ୍ନ ଚିତ୍ର ଓ ଭିଡିଓ ରେର୍କଡ କରିଥିଲେ। ଏହାପରେ ସେ ଉକ୍ତ ଭିଡିଓ ଜରିଆରେ ନାବାଳିକାଙ୍କୁ ବ୍ଲାକ୍‌ମେଲ କରିବା ସହ ଟଙ୍କା ମାଗିଥିଲେ। ଏଥିସହ ଟଙ୍କା ନ ଦେଲେ ଭିଡିଓଗୁଡିକୁ ସୋସିଆଲ ମିଡିଆରେ ପୋଷ୍ଟ କରିଦେବେ ବୋଲି ଧମକ ଦେଇଥିଲେ। ଏପରି କି ସହପାଠୀ, ପରିବାର ଓ ସମ୍ପର୍କୀୟଙ୍କ ନିକଟକୁ ପଠାଇଦେବେ ବୋଲି କହିଥିଲେ। ତେଣୁ ନାବାଳିକା ଜଣକ ଭୟରେ ପର୍ଯ୍ୟାୟକ୍ରମେ ଦେଢ ଲକ୍ଷ ଟଙ୍କା ସହ ୧୦ ଭରି ସୁନା ଦେଇଥିଲେ। ଏହାପରେ ବି ଅଭିଯୁକ୍ତ ଆଶିଷ ସମାନ ଧମକ ଦେଇ ଟଙ୍କା ମାଗି ଚାଲିଥିଲେ। ଅସହ୍ୟ ହେବାରୁ ଶେଷରେ ନାବାଳିକା ଜଣକ ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ। ଗତ ୨୬ ତାରିଖରେ ପରିବାର ପକ୍ଷରୁ ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀରେ ଶିଶୁକନ୍ୟାଙ୍କୁ ବଳାତ୍କାର ମାମଲା:୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ଏନ୍‌ଏଚ୍‌ଆର୍‌ସିରେ ପିଟିଶନ

ଭୁବନେଶ୍ୱର,୨୨ା୮(ବ୍ୟୁରୋ)- ଗତ ମଙ୍ଗଳବାର ରାଜଧାନୀରେ ଘଟିଥିଲା ଏକ ଲୋମଟାଙ୍କୁରା ଘଟଣା। ଚନ୍ଦ୍ରଶେଖରପୁର ଥାନା ନିଳାଦ୍ରିବିହାର ଅଞ୍ଚଳରେ ଜଣେ ୬ବର୍ଷର ଶିଶୁକନ୍ୟାଙ୍କୁ ତାଙ୍କର ଜଣେ ସମ୍ପର୍କୀୟ ମାମଁୁ...

ହୀରାକୁଦ ଡ୍ୟାମ୍‌ରେ ୧୪ଟି ଗେଟ୍‌ ଦେଇ ଜଳ ନିଷ୍କାସନ

ସମ୍ବଲପୁର, ୧୯ା୮ (ବ୍ୟୁରୋ): ସମ୍ବଲପୁର ହୀରାକୁଦ ଡ୍ୟାମ୍‌ରୁ ସୋମବାର ୧୪ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ୧୪ଟି ଗେଟ୍‌ରେ ପ୍ରତି ସେକେଣ୍ଟରେ ୧ଲକ୍ଷ ୭୫...

ପୋଖରୀରେ ପଶିଲା ସ୍କୁଲଭ୍ୟାନ୍‌

ଦିଗପହଣ୍ଡି, ୩୦।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଚିକିଟି ବ୍ଲକ ନୂଆପଡ଼ା ନିକଟସ୍ଥ ପହଁରାବାଡ଼ି ନିକଟରେ ବୁଧବାର ଛାତ୍ରୀଛାତ୍ରଙ୍କୁ ନେଇ ଯାଉଥିବା ଏକ ସ୍କୁଲ ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି।...

ଜୁଲାଇ ପାଇଁ ରଣନୀତି

ଭୁବନେଶ୍ୱର,୩୦।୬(ବ୍ୟୁରୋ): ଏବେ ସରକାରୀ କର୍ମଚାରୀମାନେ ମଧ୍ୟ କୋଭିଡ-୧୯ ସଂକ୍ରମଣର ଶିକାର ହେଉଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିନ୍ତାପ୍ରକଟ କରିଛନ୍ତି। ବିଭିନ୍ନ ସରକାରୀ ଅଫିସ...

ମଝିଆ ଭାଇକୁ ହତ୍ୟା କଲେ ଦୁଇ ଭାଇ

ରେଢ଼ାଖୋଲ,୩୦ା୪(ଡି.ଏନ୍‌.ଏ.): ରେଢାଖୋଲ ଥାନା କଦଳିଗଡ଼ ପଞ୍ଚାୟତ ସାନରେଙ୍ଗାଲି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗୋଟିଏ ପରିବାରର ଦୁଇ ଭାଇ ମିଶି ମଝିଆ ଭାଇଙ୍କୁ ନିର୍ମମ...

‘ହାତପାଆନ୍ତାରେ ସହାୟତା ପହଞ୍ଚାଇବାକୁ ପ୍ରାଥମିକତା’

ଭୁବନେଶ୍ୱର,୧୩ା୪(ବ୍ୟୁରୋ): ରାଜ୍ୟର ୧୯,୦୫୯ ପରିବାରର ୫୧,୭୭୬ ଜଣଙ୍କୁ ଗତ ମାର୍ଚ୍ଚ ୨୧ରୁ ଏପ୍ରିଲ ୧୧ ତାରିଖ ମଧ୍ୟରେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି।...

ଅନୁଗୋଳରେ ନାବାଳିକା ବଳାତ୍କାର ଘଟଣା: ୧୫ ଲକ୍ଷ କ୍ଷତିପୂରଣ ପାଇଁ ଏନ୍‌ଏଚ୍‌ଆର୍‌ସିରେ ଅଭିଯୋଗ

ଭୁବନେଶ୍ୱର, ୨୩।୭(ବ୍ୟୁରୋ): ପରିବାର ଲୋକଙ୍କ ସହ ଶୋଇଥିବା ଜଣେ ୮ ବର୍ଷୀୟା ନାବାଳିକାଙ୍କୁ ଉଠାଇ ନେଇ ବଳାକତ୍ାର କରିବା ଘଟଣା ରବିବାର ଅନୁଗୋଳ ସହରକୁ ସ୍ତବ୍ଧ...

କଷ୍ଟ ଦୂର କରିବ ନଷ୍ଟ ହେଉଥିବା ପାଣି

ପାଲଲହଡା,୧୪ା୮(ଡି.ଏନ.ଏ.) ନଷ୍ଟ ହେଉଥିବା ଝରଣା ପାଣିରେ ଚାଷୀଙ୍କ ଜଳ କଷ୍ଟ ଦୂର କରାଯିବ। ପାହାଡ଼ ଉପରେ ଚେକ୍‌ଡ୍ୟାମ ନିର୍ମାଣ କରାଯାଇ ୬୦୦ ଏକର ଜମିକୁ ଜଳସେଚନର...

Advertisement
Archives

Model This Week