ମାନସିକ ରୋଗୀଙ୍କ ପ୍ରତି ସହାନୁଭୂତିଶୀଳ ହେବା ଉଚିତ

କଟକ ଅଫିସ,୩୦।୪: ଶୈଳବାଳା ମହିଳା ସ୍ବୟଂଶାସିତ ମହାବିଦ୍ୟାଳୟ ପ୍ରେକ୍ଷାଳୟରେ ଶୁକ୍ରବାର ‘ମୋ କଲେଜ’ ଅଭିଯାନ ପକ୍ଷରୁ ‘ଆଜିର ଯୁବ ସମାଜ ନିମନ୍ତେ ମାନସିକ ସ୍ବାସ୍ଥ୍ୟ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ‘ମୋ କଲେଜ’ ଅଭିଯାନର ରାଜ୍ୟ ସଭାପତି ଆକାଶ ଦାସ ନାୟକ ଯୋଗଦେଇ କେବଳ ଶିକ୍ଷାନୁଷ୍ଠାନ ନୁହେଁ, ପ୍ରତ୍ୟେକ ଛାତ୍ରୀଛାତ୍ରଙ୍କ ସର୍ବାଙ୍ଗୀନ ଉନ୍ନତି ଏହି ଅଭିଯାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ପ୍ରଫେସର ଡାକ୍ତର ଯଶୋବନ୍ତ ମହାପାତ୍ର ଯୋଗଦେଇ କହିଥିଲେ, ଶାରୀରିକ ସୁସ୍ଥତା ସହ ମାନସିକ ସୁସ୍ଥତା ଅତ୍ୟନ୍ତ ଜରୁରୀ। ତେଣୁ ମାନସିକ ରୋଗୀଙ୍କ ପ୍ରତି ଆମେ ସହାନୁଭୂତିଶୀଳ ଓ ଯତ୍ନଶୀଳ ହେବା ଉଚିତ। କିନ୍ତୁ ଅନେକ କ୍ଷେତ୍ରରେ ମାନସିକ ରୋଗୀଙ୍କ ନିମନ୍ତେ ଆମ ପରିବାର ବା ସମାଜ କେହି ସହାନୁଭୂତିଶୀଳ ସମ୍ବେଦନା ପ୍ରଦର୍ଶନ କରି ନ ଥାନ୍ତି ବୋଲି ସେ କହିଥିଲେ। ମହାବିଦ୍ୟାଳୟ ଅଧ୍ୟକ୍ଷା ପ୍ରଫେସର ଡ. ସୁରେଖା ସୁନ୍ଦରୀ ସ୍ବାଇଁ ଅଧ୍ୟକ୍ଷତା କରି ମୋ କଲେଜ ଅଭିଯାନ ମାଧ୍ୟମରେ କଲେଜର ବିଭିନ୍ନ ଉନ୍ନତି ହୋଇଛି ବୋଲି କହିଥିଲେ। ସେହିପରି ମନସ୍ତତ୍ତ୍ବ ବିଜ୍ଞାନ ବିଭାଗ ମୁଖ୍ୟ ଡ. ବିକାଶ କୁମାର ଦାସ ଭିତ୍ତିପ୍ରବନ୍ଧ ଉପସ୍ଥାପନ କରି ଛାତ୍ରୀଙ୍କ ନିମନ୍ତେ ଉକ୍ତ ଆଲୋଚନାଚକ୍ରର ପ୍ରାସଙ୍ଗିତା ସମ୍ପର୍କରେ ମତ ଦେଇଥିଲେ। ପୁରାତନ ଛାତ୍ରୀ ସଂସଦର ସଭାପତି ଗୋପା ଦାସ ‘ମୋ କଲେଜ ଅଭିଯାନ ଯୋଜନାର ଦିଗ୍‌ବଳୟ ବିଶାଳ ବୋଲି କହିଥିଲେ। ଏହି ଅବସରରେ ‘ମୋ କଲେଜ’ ଅଭିଯାନର ରାଜ୍ୟ ସଭାପତି ନାୟକ ବିଜ୍ଞାନ ବିଭାଗରେ ବଟାନିକାଲ ଗାର୍ଡେନ ଓ ଶିକ୍ଷା ବିଭାଗରେ ପୁସ୍ତକ ଗ୍ରହଣକାରୀ ପାଠାଗାର ଉଦ୍‌ଘାଟନ କରିବା ସହ କ୍ରୀଡ଼ା ପ୍ରାଙ୍ଗଣରେ ବ୍ୟାଡମିଣ୍ଟନ କୋର୍ଟ ଓ ଟେନିସ କୋର୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସେହିପରି ମହାବିଦ୍ୟାଳୟର ମୁଖପତ୍ର ‘ମଧୁଶ୍ରୀ’, ଉଦ୍ଭିଦ ବିଜ୍ଞାନ ବିଭାଗର ବାର୍ଷିକ ପାଠଚକ୍ର ପତ୍ରିକା ‘ବନସ୍ପତି’ ଓ କଲେଜର ‘ନ୍ୟୁଜ ବୁଲେଟିନ’ ଉନ୍ମୋଚନ କରାଯାଇଥିଲା। ମୋ କଲେଜ ଅଭିଯାନ ସଂଯୋଜିକା ଡ. ପ୍ରୀତିପ୍ରଜ୍ଞା ରାୟ ଅତିଥି ପରିଚୟ ଓ ଡ. ଦୀପ୍ତି ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପୁରାତନ ଛାତ୍ରୀ ସଂସଦର ବରିଷ୍ଠ ସଦସ୍ୟା ଡ. ଇନ୍ଦୁରେଖା ମହାପାତ୍ର ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ୟୁପିରେ ବନ୍ୟା: ପ୍ରଭାବିତ ଅଞ୍ଚଳ ବୁଲିଲେ ଯୋଗୀ, ରିଲିଫ କିଟ୍‌ କଲେ ବଣ୍ଟନ

ଲକ୍ଷ୍ନୌ,୨୯।୮: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶର ବନ୍ୟା ପରିସ୍ଥିତିକୁ ଗମ୍ଭୀରତାର ସହ ନେଉଛନ୍ତି। ଚିତ୍ରକୂଟ, ଜାଲୌନ, ହମିରପୁର ଏବଂ ଆଉରିଆରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୋଗୀ…

ଗ୍ଲେସିଅର୍ ତାଣ୍ଡବ ମଧ୍ୟରେ ଭାରତ ସାଜିଲା ଦେବଦୂତ! ପିଏମ୍ ମୋଦିଙ୍କୁ ‘ଉଦାର’ କହି କୃତଜ୍ଞତା ଜଣାଇଲେ ନେପାଳ ଅର୍ଥମନ୍ତ୍ରୀ!

କାଠମାଣ୍ଡୁ,୨୯।୮: ନେପାଳ-ତିବ୍ବତ ସୀମାରେ ହିମସ୍ଖଳନ ଏବଂ ଗ୍ଲେସିଅର୍ ଫାଟିବା ଯୋଗୁ ଆସିଥିବା ବିନାଶକାରୀ ବନ୍ୟା ନେପାଳରେ ଭୟଙ୍କର ତାଣ୍ଡବ ରଚିଛି। ଏହି ପ୍ରାକୃତିକ ବିପତ୍ତିରେ ବର୍ତ୍ତମାନ ସୁଦ୍ଧା…

ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ: ବିଜୟୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର

କର୍ଲାମୁଣ୍ଡା, ୨୯।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରାସ୍ଥିତ ରାଧାମାଧବ ଯୁବକ ସଂଘ ପକ୍ଷରୁ ଶନିବାର ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି।…

ରାଜସ୍ବ ଆଦାୟରେ ଆଗୁଆ, ସୁରକ୍ଷା ଦିଗରେ ପଛୁଆ: ଆରଟିଓଙ୍କ ପାଖରେ ସୂଚନା ମିଳୁନି, କିରାଣି ସର୍ବେସବା, ବୈଠକରେ ସୀମିତ

ଭବାନୀପାଟଣା,୨୯।୮(ଉତ୍ତମ କୁମାର ଦାଶ): ଜିଲା ସ୍ତରରେ ସଡ଼କ ଦୁର୍ଘଟଣା ରୋକିବା ଏବଂ ଯାତାୟତ ବ୍ୟବସ୍ଥାର ସୁଧାର ପାଇଁ ଜିଲା ସ୍ତରରେ ଏକ ସଡ଼କ ସୁରକ୍ଷା ସମିତି କମିଟି…

ଗାଧୋଇବା ବେଳେ ନଦୀରେ ବୁଡ଼ି ନାବାଳିକାଙ୍କ ମୃତ୍ୟୁ

ପଟ୍ଟାମୁଣ୍ଡାଇ, ୨୯/୮ (କଳ୍ପତରୁ ନାୟକ): ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ତନୂପୁର ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବ୍ରାହ୍ମଣୀ ନଦୀର ଶାଖା ନାଳରେ ଗାଧୋଇବା ସମୟରେ…

ରୋଷେଇ ଘରେ ବିଷ? ଏଭରେଷ୍ଟ ହିଙ୍ଗୁ ଉପରେ FSSAIର ବ୍ୟାନ୍, ୩ ମସଲା ନେଇ ସାମ୍ନାକୁ ଆସିଲା ବଡ଼ ଜାଲିଆତି!

ନୂଆଦିଲ୍ଲୀ,୨୯।୮: ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) ଗ୍ରାହକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପ୍ରସିଦ୍ଧ ମସଲା…

ବହୁ ଚର୍ଚ୍ଚିତ ସୁଧୀର ପାତ୍ର ଅପହରଣ, ହତ୍ୟା ମାମଲା: ଅଭିଯୁକ୍ତ ତୁଷାରଙ୍କ ଜାମିନ ଖାରଜ

ବ୍ରହ୍ମପୁର,୨୯୮(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋପାଳପୁର ଥାନା ଅନ୍ତର୍ଗତ ସତ୍ୟ ନାରାୟଣପୁର ମୁଖ୍ୟ ରାସ୍ତାରେ ପ୍ଲଟ ବ୍ୟବସାୟୀ ସୁଧୀର କୁମାର୍‌ ପାତ୍ରଙ୍କୁ ଗତ ଏପ୍ରିଲ ୧୫…

NDAରେ ବଡ଼ ଫାଟ: କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ମାଗିଲେ ଚିରାଗ ପାଶୱାନ, ଦିଲ୍ଲୀରେ ପଡିଲା ଚହଳ…

ନୂଆଦିଲ୍ଲୀ,୨୯।୮: NDAରେ ଦଳିତ ସଂରକ୍ଷଣକୁ ନେଇ ଫାଟ ସ୍ପଷ୍ଟ ଦେଖାଯାଉଛି। ଲୋକ ଜନଶକ୍ତି ପାର୍ଟି (ରାମବିଲାସ) ର ମୁଖ୍ୟ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନ, ମୋଦି କ୍ୟାବିନେଟରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri