ରାଜ୍ୟ

ଗାଈ ପାଇଁ ଜିଲାପାଳଙ୍କ ଗାଡ଼ି ଆଗରେ ଶୋଇଲେ ବୃଦ୍ଧା, ଗୁହାରି କଲେ ଏମିତି

ସୋନପୁର,୩।୨(ନି.ପ୍ର.): ଗାଈ ପାଇଁ ଜିଲାପାଳଙ୍କ ଗାଡ଼ି ଆଗରେ ଶୋଇପଡ଼ିଲେ ବୃଦ୍ଧା। ଏଭଳି ଏକ ଘଟଣା ଘଟିଛି ସୂବର୍ଣ୍ଣପୁରରେ। ପ୍ରିୟ ଗାଈକୁ ଫେରାଇ ଆଣିବା ଲାଗି ସେ ଜିଲାପାଳଙ୍କ ନିକଟରେ ଗୁହାରି କରିଛନ୍ତି। ସୂଚନାନୁଯାୟୀ, ସୁବର୍ଣ୍ଣପୁର ମେଡିକାଲ ବାରଣ୍ଡାରେ ୨୦ ବର୍ଷ ଧରି…

ଲିଫ୍ଟ ଦେଇ ଲୁଟିନେଲେ, ସାହାଯ୍ୟ ମାଗି ମାଡ଼ ଖାଇଲେ ବାଙ୍ଗାଲୋର ଫେରନ୍ତା ଯୁବକ

ଭୁବନେଶ୍ୱର,୩।୨(ବ୍ୟୁରୋ): ବାଙ୍ଗାଲୋର ଫେରନ୍ତା ଯୁବକଙ୍କୁ ନିଶା ଦେଇ ଲୁଟିଲେ ଲୁଟେରା। ପରେ ଯୁବକଜଣଙ୍କ ଉଦ୍ଧାର ପାଇଁ ସାହାଯ୍ୟ ମାଗିବାରୁ ନିର୍ଧୂମ ମାଡ଼ ଖାଇଲେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀରେ। ଲିଫ୍ଟ ନେଇ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିବା ଯୁବକ ହେଲେ…

ମୌଳିକ ସୁବିଧାଠାରୁ ଦୂରରେ ଚଣ୍ଡିଜାନିଗୁଡ଼ା

ଦଶମନ୍ତପୁର, ୩ା୨ ( ଡ଼ି.ଏନ.ଏ.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ସଦର ପଞ୍ଚାୟତର ଚଣ୍ଡିଜାନୀଗୁଡା ଗ୍ରାମ। ଏଠାରେ ମୌଳିକ ସୁବିଧାରୁ ଗ୍ରାମବାସୀ ବଞ୍ଚତ୍ତ ହୋଇ ଆସୁଥିବା ଅଭିଯୋଗ ହେଉଛି। ୬୦ ପରିବାର ଆଦିବାସୀ କନ୍ଧ ଓ ଅନ୍ୟ ସମ୍ପ୍ରଦାୟର ଲୋକେ ବସବାସ କରୁଥିବା…

ରାଜ୍ୟରେ ଆଉ ୧୮ କରୋନା ଆକ୍ରାନ୍ତ ମୃତ

ଭୁବନେଶ୍ୱର,୩।୧(ବ୍ୟୁରୋ): ରାଜ୍ୟରେ ଆଉ ୧୮ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୬୬୬କୁ ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ ସାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ…

ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବିରେ ରାସ୍ତାକୁ ଓହ୍ଲାଇଲେ ଛାତ୍ରୀଛାତ୍ର

କେନ୍ଦୁଝର,୩ା୨(ସ୍ବ.ପ୍ର.): ଯୁକ୍ତ ଦୁଇପରୀକ୍ଷା ବାତିଲ ଦାବିରେ ଅଲ୍‌ ଓଡ଼ିଶା ଷ୍ଟୁଡେଣ୍ଟ ୟୁନିଅନ ପକ୍ଷରୁ ଛାତ୍ରୀଛାତ୍ର ସ୍ଥାନୀୟ ଗାନ୍ଧୀ ଛକରେ ରାସ୍ତା ଅବରୋଧ କରି ଧାରଣାରେ ବସିଛନ୍ତି। ଫଳରେ ଯାତାୟାତ ବ୍ୟାହତ ହୋଇଛି। ଏଥିରେ ଜିଲାର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀଛାତ୍ର…

ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୩।୨(ବ୍ୟୁରୋ): ଗଞ୍ଜାମ ଜିଲା ମୋହନା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଡା. ଉଦୟ ନାରାୟଣ ସିଂହଦେଓଙ୍କ ପରଲୋକ ହୋଇଛି। ତାଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗୁରୁବାର ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି ବିଧାୟକ ଉଦୟ ନାରାୟଣ…

‘ସ୍ଥିତି ଦେଖି ସ୍କୁଲ୍‌ ଖୋଲିବା ନିଷ୍ପତ୍ତି ନିଆଯିବ’

ଭୁବନେଶ୍ବର,୩।୨(ବ୍ୟୁରୋ) କରୋନା ସ୍ଥିତି ନେଇ ଜନ ସାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଓମିସିୟୋର କିଟ୍‌ରେ ହାରାହାରି ୩୧୬୬୬ ଜଣଙ୍କର ସାମ୍ପୁଲ ଟେଷ୍ଟ କରାଯାଇଥିଲା। ସେଥିମଧ୍ୟରୁ ୧୭୨୯ ଜଣଙ୍କର ପଜିଟିଭ ଚିହ୍ନଟ ହୋଇଥିଲା। ସେମାନଙ୍କ ମଧ୍ୟରୁ ୫୭୬…

ପୂର୍ବତନ ମୋହନା ବିଧାୟକଙ୍କ ପରଲୋକ

ଗଞ୍ଜାମ,୩।୨(ଡି.ଏନ୍‌.ଏ.): ସାନଖେମୁଣ୍ଡି ରାଜାସାହେବ ଡକ୍ଟର ଉଦୟ ନାରାୟଣ ସିଂହ ଦେଓଙ୍କ ବୁଧବାର ବିଳମ୍ବିତ ରାତିରେ ଭୁବନେଶ୍ୱରସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ରାଜାସାହେବ ମୋହନା ନିର୍ବାଚନମଣ୍ଡଳୀରୁ ଥରେ ବିଧାୟକ ହୋଇଥିଲେ । ସେ ପକ୍ଷୀ ବିଷାରଦ ଭାବେ ସମଗ୍ର ବିଶ୍ୱରେ…

ଏବେ ବି ଖୋର୍ଦ୍ଧା ଶୀର୍ଷରେ

ଭୁବନେଶ୍ୱର,୩।୨(ବ୍ୟୁରୋ): ରାଜ୍ୟରୁ ଗତ ୨୪ ଘଣ୍ଟାରେ ଆଉ ୩,୬୨୯ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୫୧୫ ଜଣ ସଂକ୍ରମିତ ପିଲା ଥିବା ବେଳେ କ୍ୱାରାଣ୍ଟାଇନରୁ ୨୧୧୫ ଏବଂ ୧୫୧୪ ଲୋକାଲ କେସ୍‌ ରହିଛି । ଏହାକୁ…

୭ ଜିଲାରେ ବିଜୁଳି ସହ ଘଡ଼ଘଡ଼ି ବର୍ଷା

ଭୁବନେଶ୍ୱର,୩।୨(ବ୍ୟୁରୋ): ଆଜିଠାରୁ ରାଜ୍ୟରେ ବଦଳିବ ପାଗ । ବଙ୍ଗୋପସାଗରରୁ ଉଷ୍ମ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଓଡିଶା ମୁହାଁ ହେଉଛି । ଆଜି ଉତ୍ତର-ଆଭ୍ୟନ୍ତରୀଣ ଓଡ଼ିଶାର ୭ ଜିଲାକୁ ବିଜୁଳି ଘଡ଼ଘଡ଼ି ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।…

ବିଜେଡି ରଣନୀତି ଆଗରେ ବିରୋଧୀ ଦଳ ଫିକା

ଖୋର୍ଦ୍ଧା ଅଫିସ, ୩ା୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଖୋର୍ଦ୍ଧା ଜିଲାରେ ପ୍ରଚାର ଜମି ଆସିଲାଣି। ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସର ପ୍ରାର୍ଥୀମାନେ ସୋସିଆଲ ମିଡିଆରେ ପ୍ରଚାର କରିବା ସହ ଘର ଘର ବୁଲି ଭୋଟ ମାଗିଲେଣି।…

ପୁରୀ-କୋଣାର୍କ ରେଳପଥକୁ ଉପେକ୍ଷା, ସାଧାରଣରେ ଅସନ୍ତୋଷ

ପୁରୀ ଅଫିସ,୩।୨: ଚଳିତବର୍ଷର ରେଳ ବଜେଟ୍‌ରେ ପୁରୀ-କୋଣାର୍କ ରେଳପଥ ପାଇଁ ଅର୍ଥ ମଞ୍ଜୁର ହୋଇ ନାହିଁ। ତେଣୁ ପୁରୀ ଜିଲାରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପୂର୍ବତଟ ରେଳପଥ ଏନେଇ ଚୂଡ଼ାନ୍ତ ସର୍ଭେ ରିପୋର୍ଟ ଦାଖଲ କରିସାରିଥିଲା। ରେଲଓ୍ବେ ବୋର୍ଡ ପାଖରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri