ପୁଣି ଆରମ୍ଭ ହେବ ‘ଫାୟାର ପାର୍କ’

ଭୁବନେଶ୍ୱର, ୧୭।୫ (ବ୍ୟୁରୋ):ଅଗ୍ନିକାଣ୍ଡରେ ଅନେକ ଜୀବନ ଯିବା ସହ ବହୁ ସମ୍ପତ୍ତି ନଷ୍ଟ ହେଉଛି। ବର୍ଷକୁ ବର୍ଷ ଏହି ନିଆଁ ବିପତ୍ତି ବଢ଼ି ଚାଲିଛି। ତେଣୁ ଅଗ୍ନିକାଣ୍ଡ ଘଟିଲାବେଳେ ଭୟଭୀତ ନ ହୋଇ ଏହାକୁ କିଭଳି ଆୟତ୍ତ କରାଯାଇପାରିବ ସେନେଇ ସଚେତନ କରିବା ସହ କୌଶଳ ଶିଖାଇବ ‘ଫାୟାର ପାର୍କ’। ବର୍ଷକ ପରେ ଅଗ୍ନିଶମ ବିଭାଗ ପକ୍ଷରୁ ଶନିବାରଠାରୁ ପୁଣି ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ। ତେବେ ଏହାର୍ପୂବରୁ ସୋମବାର ଭୁବନେଶ୍ୱର ବରମୁଣ୍ଡାସ୍ଥିତ ଓଡ଼ିଶା ଫାୟାର ଆଣ୍ଡ୍‌ ଡିଜାଷ୍ଟର ରେସ୍‌ପନ୍ସ ଏକାଡେମୀଠାରେ ଏହାର ପ୍ରାକ୍‌ ପ୍ରସ୍ତୁତି କରାଯାଇଥିଲା। ଫାୟାର ବଲ ଓ ନୂଆ ନୂଆ ଅଗ୍ନି ନିରାପତ୍ତା ଯନ୍ତ୍ରର ବ୍ୟବହାର ସହ କୌଶଳ ପ୍ରଦର୍ଶନ କରାଯାଇଥିଲା। ଘର, ବ୍ୟବସାୟ ପ୍ରତିଷ୍ଠାନ, ଉଚ୍ଚ ଅଟ୍ଟାଳିକା, ଗ୍ୟାସ୍‌ ସିଲିଣ୍ଡର କିମ୍ବା ଅନ୍ୟ କେଉଁଠି ନିଆଁ ଲାଗିଲେ କିପରି ନିଜେ ସୁରକ୍ଷିତ ରହି ତାହାକୁ ପ୍ରାଥମିକ ଅବସ୍ଥାରେ ଆୟତ୍ତ କରିହେବ ସେ ସମ୍ପର୍କରେ ଅଗ୍ନିଶମ କର୍ମଚାରୀମାନେ ସର୍ବସାଧାରଣ ସ୍ଥାନକୁ ଆସି ଶିଖାଇବା ପୂର୍ବରୁ ସେଠାରେ ନିଜକୁ ପ୍ରସ୍ତୁତ କରିଥିଲେ। କାର୍ଯ୍ୟକ୍ରମରେ ଏକାଡେମୀ ପ୍ରିନ୍ସିପାଲ ରମେଶଚନ୍ଦ୍ର ମାଝି, ଭାଇସ୍‌ ପ୍ରିନ୍ସିପାଲ ପ୍ରକାଶ କୁମାର ଜେନାଙ୍କ ସମେତ ଅଗ୍ନିଶମ କର୍ମଚାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ଦିଲ୍ଲୀ ମୁଣ୍ଡ୍‌କା ଅଗ୍ନିକାଣ୍ଡ ପରେ ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ରବିବାରଠାରୁ ରାଜ୍ୟବ୍ୟାପୀ ଯାଞ୍ଚ ସହ ସଚେତନତା କାର୍ଯ୍ୟକ୍ରମ ଚାଲିଛି। କଟକ, ଭୁବନେଶ୍ୱର, ବାଲେଶ୍ୱର ସମେତ ବିଭିନ୍ନ ସ୍ଥାନରେ ହସ୍ପିଟାଲ, ଉଚ୍ଚ ଅଟ୍ଟାଳିକାର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରାଯାଉଛି। ଏଥିସହ ସାଧାରଣ ଲୋକ ଓ କର୍ମଚାରୀଙ୍କୁ ନିଆଁଲିଭା କୌଶଳ ଶିଖାଯାଉଛି। ଏହାକୁ ତ୍ୱରାନ୍ବିତ କରିବାକୁ ଫାୟାର ପାର୍କ କାର୍ଯ୍ୟକ୍ରମ ପୁଣି ଆରମ୍ଭ କରାଯାଇଛି। ପ୍ରଥମେ ୨୦୨୧ ଜାନୁୟାରୀରେ ଫାୟାର ପାର୍କ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଥିଲା। କରୋନା ମହାମାରୀ ଯୋଗୁ ମାତ୍ର ୪ ମାସରେ ଏହା ବନ୍ଦ ହୋଇଯାଇଥିଲା। ଏବେ ପୁଣି ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ଶନିବାର ଅପରାହ୍ନ ୩ଟା ୩୦ରୁ ୫ଟା ମଧ୍ୟରେ ଜନଗହଳିପୂର୍ଣ୍ଣ ଓ ବିଭିନ୍ନ ସ୍ଥାନରେ ସାଧାରଣ ଲୋକ ଓ ଛାତ୍ରଗୋଷ୍ଠୀଙ୍କୁ ଅଗ୍ନିଶମ ବିଭାଗ ପକ୍ଷରୁ ତାଲିମ ସହ ସଚେତନତା କରାଯିବ। ଏଥିସହ ସେମାନଙ୍କୁ ପାମ୍ପଲେଟ ପ୍ରଦାନ କରାଯାଇ ମତାମତ ନିଆଯିବ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri