ବାଜ୍ୟାପ୍ତି ହେଲା ଚିଟ୍‌ଫଣ୍ଡ ସଂସ୍ଥାର ୨ ପ୍ଲଟ୍‌

ବାଲେଶ୍ୱର ଅଫିସ,୧୭।୫ ବାଲେଶ୍ୱର ଜିଲା ଚିଟ୍‌ଫଣ୍ଡ ଅଦାଲତରେ ସୋମବାର ଏକ ଠକେଇ ମାମଲାର ରାୟ ପ୍ରକାଶ ପାଇଛି। ଜଜ୍‌ ସଦାଶିବ ଜେନା ଏହାର ବିଚାର କରି ଚିଟ୍‌ଫଣ୍ଡ ମ୍ୟାନେଜିଂ ଡାଇରେକ୍ଟର ଓ ଡାଇରେକ୍ଟରଙ୍କ ନାମରେ ଥିବା ୪ଟି କାର୍‌ ସମେତ ୨ଟି ଜମି ପ୍ଲଟ୍‌କୁ ବାଜ୍ୟାପ୍ତି କରିଛନ୍ତି।
ଅନୁଯାୟୀ, ଏମ୍‌/ଏସ୍‌ ଟ୍ରେଷ୍ଟି ସିକ୍ୟୁରିଟିଜ୍‌ ଲିମିଟେଡ୍‌ ନାମକ ଅର୍ଥ ଲଗାଣକାରୀ ସଂସ୍ଥା ଭୁବନେଶ୍ୱର ଜୟଦେବବିହାର ନିକଟରେ ମୁଖ୍ୟ କାର୍ଯ୍ୟାଳୟ ଏବଂ ରାଜ୍ୟର ବିଭିନ୍ନ ଜିଲାରେ ଶାଖା କାର୍ଯ୍ୟାଳୟ ଖୋଲିଥିଲା। ଏହି ସଂସ୍ଥା ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ଲୋକଙ୍କଠାରୁ କୋଟିକୋଟି ଟଙ୍କା ଆଦାୟ କରିଥିଲା। ପ୍ରଥମ ପର୍ଯ୍ୟାୟରେ ଏହି ସଂସ୍ଥା କିଛି ଲୋକଙ୍କୁ ନିର୍ଦ୍ଦିଷ୍ଟ ସମୟରେ ଟଙ୍କା ଫେରସ୍ତ କରି ବିଶ୍ୱାସ ଜନ୍ମାଇ ବହୁ ଲୋକଠାରୁ ଟଙ୍କା ଠକିି ନେଇଥିଲା। ପରେ ସମସ୍ତ କାର୍ଯ୍ୟାଳୟ ବନ୍ଦ କରିଦେଇଥିଲା। ଭଦ୍ରକ ଜିଲା ବାସୁଦେବପୁର ଥାନା ଇରମ ଗ୍ରାମର ପ୍ରଶାନ୍ତ କୁମାର ମାଝି ଉକ୍ତ ଅର୍ଥ ଲଗାଣକାରୀ ସଂସ୍ଥାର ବିଭିନ୍ନ ଯୋଜନାରେ ୪ଲକ୍ଷ ଟଙ୍କା ଜମା କରିଥିଲେ। କମ୍ପାନୀର ଲୋଭନୀୟ ଯୋଜନାରେ ବଶବର୍ତ୍ତୀ ହୋଇ ନିଜ ପାଖରେ ଥିବା ସମସ୍ତ ଟଙ୍କା ସହିତ ସମ୍ପର୍କୀୟମାନଙ୍କର ମଧ୍ୟ ୪ଲକ୍ଷ ୨୮ହଜାର ୭ଶହ ଟଙ୍କା ଜମା କରାଇଥିଲେ। କମ୍ପାନୀ ପକ୍ଷରୁ କମିଶନ୍‌ ବାବଦରେ ତାଙ୍କୁ ଚେକ୍‌ ମିଳିଥିଲା। ଏହାକୁ ବ୍ୟାଙ୍କରେ ଡିପୋଜିଟ୍‌ କରିବାରୁ ବାଉନ୍ସ ହୋଇଯାଇଥିଲା। ପରେ କମ୍ପାନୀର ଡାଇରେକ୍ଟରମାନେ ଏହାର କୌଣସି ଉତ୍ତର ନ ଦେଇ ଲୁଚିବା ସହ ମୋବାଇଲ ଓ ଅଫିସ୍‌ ବନ୍ଦ କରିଦେଇଥିଲେ। ଅଭିଯୋଗକାରୀ ମାଝି ଭୁବନେଶ୍ୱର ସୁପରିଟେଣ୍ଟଣ୍ଟ ଅଫ୍‌ ପୋଲିସ କାର୍ଯ୍ୟାଳୟରେ ଗତ ୨୦୧୫ ମେ ୧୯ରେ ଏମ୍‌/ଏସ୍‌ ଟ୍ରେଷ୍ଟି ସିକ୍ୟୁରିଟିଜ୍‌ ଲିମିଟେଡ୍‌ ସଂସ୍ଥାର ମ୍ୟାନେଜିଂ ଡାଇରେକ୍ଟର ଦୟାନିଧି ମହାପାତ୍ର, ଡାଇରେକ୍ଟର ରଶ୍ମି ରଞ୍ଜନ ମହାପାତ୍ର, ଅପୂର୍ବ ରଞ୍ଜନ ବେହେରା, ତାରାପଦ ଗିରି, ବିଶ୍ୱଜିତ୍‌ ରାଉଳ, ଗୌରାଙ୍ଗ ଚରଣ ସାହୁ, ଅଶୋକ କୁମାର ରାଉତ ଓ ହରି ଅର୍ଜୁନ ପଣ୍ଡାଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରଖାଯାଇଥିଲା। ପରେ ଉକ୍ତ ମାମଲା ସିଭିଲ୍‌କେସ(ନଂ.୧/୨୦୧୭)କୁ ଗତ ୨୦୧୭ ଜାନୁଆରୀ ୧୩ରେ ବାଲେଶ୍ୱର ଚିଟ୍‌ଫଣ୍ଡ ଅଦାଲତକୁ ବିଚାର ନିମନ୍ତେ ପଠାଇ ଦିଆଯାଇଥିଲା। ଚିଟ୍‌ଫଣ୍ଡ ଅଦାଲତର ଜଜ୍‌ ଟିଟଫଣ୍ଡ ସଂସ୍ଥାର ମ୍ୟାନେଜିଂ ଡାଇରେକ୍ଟର ଓ ଡାଇରେକ୍ଟରମାନଙ୍କ ନାମରେ ଥିବା ୪ଟି ଚାରିଚକିଆ କାର୍‌ ଓ ୨ଟି ଜମି ପ୍ଲଟ୍‌କୁ ବାଜ୍ୟାପ୍ତି କରିଛନ୍ତି। ଉକ୍ତ ସମ୍ପତ୍ତିକୁ ଅକ୍ସନ କରି ମିଳିବାକୁ ଥିବା ଅର୍ଥ ସରକାରୀ ତହବିଲରେ ଜମା କରିବାକୁ ଅତିରିକ୍ତ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ଆଇନଜୀବୀ ପ୍ରଣବ କୁମାର ପଣ୍ଡା ମାମଲା। ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri