ବାଲେଶ୍ୱର ଅଫିସ,୧୭।୫ ବାଲେଶ୍ୱର ଜିଲା ଚିଟ୍ଫଣ୍ଡ ଅଦାଲତରେ ସୋମବାର ଏକ ଠକେଇ ମାମଲାର ରାୟ ପ୍ରକାଶ ପାଇଛି। ଜଜ୍ ସଦାଶିବ ଜେନା ଏହାର ବିଚାର କରି ଚିଟ୍ଫଣ୍ଡ ମ୍ୟାନେଜିଂ ଡାଇରେକ୍ଟର ଓ ଡାଇରେକ୍ଟରଙ୍କ ନାମରେ ଥିବା ୪ଟି କାର୍ ସମେତ ୨ଟି ଜମି ପ୍ଲଟ୍କୁ ବାଜ୍ୟାପ୍ତି କରିଛନ୍ତି।
ଅନୁଯାୟୀ, ଏମ୍/ଏସ୍ ଟ୍ରେଷ୍ଟି ସିକ୍ୟୁରିଟିଜ୍ ଲିମିଟେଡ୍ ନାମକ ଅର୍ଥ ଲଗାଣକାରୀ ସଂସ୍ଥା ଭୁବନେଶ୍ୱର ଜୟଦେବବିହାର ନିକଟରେ ମୁଖ୍ୟ କାର୍ଯ୍ୟାଳୟ ଏବଂ ରାଜ୍ୟର ବିଭିନ୍ନ ଜିଲାରେ ଶାଖା କାର୍ଯ୍ୟାଳୟ ଖୋଲିଥିଲା। ଏହି ସଂସ୍ଥା ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ଲୋକଙ୍କଠାରୁ କୋଟିକୋଟି ଟଙ୍କା ଆଦାୟ କରିଥିଲା। ପ୍ରଥମ ପର୍ଯ୍ୟାୟରେ ଏହି ସଂସ୍ଥା କିଛି ଲୋକଙ୍କୁ ନିର୍ଦ୍ଦିଷ୍ଟ ସମୟରେ ଟଙ୍କା ଫେରସ୍ତ କରି ବିଶ୍ୱାସ ଜନ୍ମାଇ ବହୁ ଲୋକଠାରୁ ଟଙ୍କା ଠକିି ନେଇଥିଲା। ପରେ ସମସ୍ତ କାର୍ଯ୍ୟାଳୟ ବନ୍ଦ କରିଦେଇଥିଲା। ଭଦ୍ରକ ଜିଲା ବାସୁଦେବପୁର ଥାନା ଇରମ ଗ୍ରାମର ପ୍ରଶାନ୍ତ କୁମାର ମାଝି ଉକ୍ତ ଅର୍ଥ ଲଗାଣକାରୀ ସଂସ୍ଥାର ବିଭିନ୍ନ ଯୋଜନାରେ ୪ଲକ୍ଷ ଟଙ୍କା ଜମା କରିଥିଲେ। କମ୍ପାନୀର ଲୋଭନୀୟ ଯୋଜନାରେ ବଶବର୍ତ୍ତୀ ହୋଇ ନିଜ ପାଖରେ ଥିବା ସମସ୍ତ ଟଙ୍କା ସହିତ ସମ୍ପର୍କୀୟମାନଙ୍କର ମଧ୍ୟ ୪ଲକ୍ଷ ୨୮ହଜାର ୭ଶହ ଟଙ୍କା ଜମା କରାଇଥିଲେ। କମ୍ପାନୀ ପକ୍ଷରୁ କମିଶନ୍ ବାବଦରେ ତାଙ୍କୁ ଚେକ୍ ମିଳିଥିଲା। ଏହାକୁ ବ୍ୟାଙ୍କରେ ଡିପୋଜିଟ୍ କରିବାରୁ ବାଉନ୍ସ ହୋଇଯାଇଥିଲା। ପରେ କମ୍ପାନୀର ଡାଇରେକ୍ଟରମାନେ ଏହାର କୌଣସି ଉତ୍ତର ନ ଦେଇ ଲୁଚିବା ସହ ମୋବାଇଲ ଓ ଅଫିସ୍ ବନ୍ଦ କରିଦେଇଥିଲେ। ଅଭିଯୋଗକାରୀ ମାଝି ଭୁବନେଶ୍ୱର ସୁପରିଟେଣ୍ଟଣ୍ଟ ଅଫ୍ ପୋଲିସ କାର୍ଯ୍ୟାଳୟରେ ଗତ ୨୦୧୫ ମେ ୧୯ରେ ଏମ୍/ଏସ୍ ଟ୍ରେଷ୍ଟି ସିକ୍ୟୁରିଟିଜ୍ ଲିମିଟେଡ୍ ସଂସ୍ଥାର ମ୍ୟାନେଜିଂ ଡାଇରେକ୍ଟର ଦୟାନିଧି ମହାପାତ୍ର, ଡାଇରେକ୍ଟର ରଶ୍ମି ରଞ୍ଜନ ମହାପାତ୍ର, ଅପୂର୍ବ ରଞ୍ଜନ ବେହେରା, ତାରାପଦ ଗିରି, ବିଶ୍ୱଜିତ୍ ରାଉଳ, ଗୌରାଙ୍ଗ ଚରଣ ସାହୁ, ଅଶୋକ କୁମାର ରାଉତ ଓ ହରି ଅର୍ଜୁନ ପଣ୍ଡାଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରଖାଯାଇଥିଲା। ପରେ ଉକ୍ତ ମାମଲା ସିଭିଲ୍କେସ(ନଂ.୧/୨୦୧୭)କୁ ଗତ ୨୦୧୭ ଜାନୁଆରୀ ୧୩ରେ ବାଲେଶ୍ୱର ଚିଟ୍ଫଣ୍ଡ ଅଦାଲତକୁ ବିଚାର ନିମନ୍ତେ ପଠାଇ ଦିଆଯାଇଥିଲା। ଚିଟ୍ଫଣ୍ଡ ଅଦାଲତର ଜଜ୍ ଟିଟଫଣ୍ଡ ସଂସ୍ଥାର ମ୍ୟାନେଜିଂ ଡାଇରେକ୍ଟର ଓ ଡାଇରେକ୍ଟରମାନଙ୍କ ନାମରେ ଥିବା ୪ଟି ଚାରିଚକିଆ କାର୍ ଓ ୨ଟି ଜମି ପ୍ଲଟ୍କୁ ବାଜ୍ୟାପ୍ତି କରିଛନ୍ତି। ଉକ୍ତ ସମ୍ପତ୍ତିକୁ ଅକ୍ସନ କରି ମିଳିବାକୁ ଥିବା ଅର୍ଥ ସରକାରୀ ତହବିଲରେ ଜମା କରିବାକୁ ଅତିରିକ୍ତ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ଆଇନଜୀବୀ ପ୍ରଣବ କୁମାର ପଣ୍ଡା ମାମଲା। ପରିଚାଳନା କରୁଥିଲେ।
ପାରିବାରିକ କଳହ: ବାପାଙ୍କ ତଣ୍ଟି କାଟିଲେ ପୁଅ
ଗୁଡାରି,୧।୧୦,(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡି ପେଣ୍ଡିଲି ଗ୍ରାମରେ ଗୁରୁବାର ଭୋରୁ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା।…
କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….
ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…
ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି
ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…
ଅଘୋଷିତ ବିଦ୍ୟୁତ୍ କାଟ: ଯନ୍ତ୍ରୀଙ୍କୁ ସ୍ମାରକପତ୍ର, ସୁଧାର ନ ଆସିଲେ ବଡ଼ ଆନ୍ଦୋଳନ ଚେତାବନୀ
ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଲଗାତର ଅଘୋଷିତ ବିଦ୍ୟୁତ୍ ବିଭ୍ରାଟକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ…
ହିଞ୍ଜିଳିରେ ହଲଚଲ! ଏହି ନେତାଙ୍କୁ ଚେତାବନୀ ଦେଲେ ନବୀନ, ‘ସବୁ ଜାଣିଛି, ଆକ୍ସନ ନେବି…’,
ଭୁବନେଶ୍ବର,୧ା୧୦: ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ନେତାଙ୍କ ବାବଦରେ ବଡ଼ ବୟାନ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ ବୈଠକ ସମୟରେ ବିଶୃଙ୍ଖଳାକାରୀ ନେତାମାନଙ୍କୁ…
ବିଭିନ୍ନ ଦାବିରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ବିକ୍ଷୋଭ
ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଜାତୀୟ ଦାବି ଦିବସ ଅବସରରେ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ୧୨ ଦଫା ଦାବି ହାସଲ ପାଇଁ…
‘ସ୍ୱଚ୍ଛତା ହିଁ ସେବା’ର ନଗ୍ନ ଚିତ୍ର: ଝାଡ଼ୁରେ ଲୋକଦେଖାଣିଆ, ରାସ୍ତାରେ ଅବହେଳା
ପୁରୁଷୋତ୍ତମପୁର,୧ା୧୦(ସବିତା ମିଶ୍ର): ‘ସ୍ୱଚ୍ଛତା ହିଁ ସେବା’ ନାଁରେ ସ୍ୱଚ୍ଛତାର ବାର୍ତ୍ତା ଦେଉଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍ଏସ୍ସିର ଅସଲ ଚିତ୍ର ଗୁରୁବାର ସାମ୍ନାକୁ ଆସିଛି। ପୂର୍ବରୁ ସଫାସୁତରା…
ବୃଦ୍ଧାଶ୍ରମରେ ଶେଷ ଠିକଣା ଖୋଜୁଛନ୍ତି ନିର୍ଯାତିତ ମା’-ବାପା, ସୁଖରେ ଜୀବନ ବିତାଉଥିବା କହି…
ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ବୟସର ଅପରାହ୍ନରେ ନିଜ ସନ୍ତାନମାନଙ୍କ ଅବହେଳା ଓ ନିର୍ଯାତନାର ଶିକାର ହୋଇ ବୃଦ୍ଧାଶ୍ରମକୁ ଶେଷ ଠିକଣା ଭାବେ ବାଛିନେଉଛନ୍ତି ଅନେକ ବରିଷ୍ଠ ନାଗରିକ।…

