ରିଭର କ୍ରୁଜ୍‌ ପର୍ଯ୍ୟଟନରେ ଓଡ଼ିଶାକୁ ଅଣଦେଖା

ଭୁବନେଶ୍ୱର,୧୭ା୫(ବ୍ୟୁରୋ):କରୋନା ମହାମାରୀ ଯୋଗୁ ରାଜ୍ୟରେ ପର୍ଯ୍ୟଟନ ଶିଳ୍ପ ମୁଣ୍ଡ ଟେକି ନ ଥିବା ବେଳେ ଓଡ଼ିଶାକୁ ଆଉ ଏକ ଝଟକା ଲାଗିଛି। କେନ୍ଦ୍ର ସରକାର ନିକଟରେ ପୂର୍ବ ଭାରତର ରାଜ୍ୟଗୁଡ଼ିକ ପାଇଁ ୮ଟି ରିଭର କ୍ରୁଜ୍‌ ପର୍ଯ୍ୟଟନ ପାଇଁ ବୁଝାମଣା ପତ୍ର (ଏମ୍‌ଓୟୁ) ସ୍ବାକ୍ଷର କରିଛନ୍ତି। ହେଲେ ଓଡ଼ିଶା ଏଥିରୁ ବଞ୍ଚତ୍ତ ହୋଇଛି। ପଡ଼ୋଶୀ ରାଜ୍ୟ ଆସାମ ଓ ପଶ୍ଚିମବଙ୍ଗ ଏହି ସୁଯୋଗକୁ ହାତଛଡ଼ା କରି ନ ଥିବା ବେଳେ ଓଡ଼ିଶା ଏଥିରୁ ବାଦ୍‌ ପଡ଼ିଛି।
ରାଜ୍ୟରେ କ୍ରୁଜ୍‌ ପର୍ଯ୍ୟଟନ ପାଇଁ ବ୍ୟାପକ ସୁଯୋଗ ରହିଛି। ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ସକାଶେ ରାଜ୍ୟ ସରକାର ୨୦୨୦ ସେପ୍ଟେମ୍ବରରେ ରିଭର କ୍ରୁଜ୍‌ ପର୍ଯ୍ୟଟନ ଯୋଜନା କରିଥିଲେ। ଏଥିପାଇଁ ୩ଟି ସ୍ଥାନକୁ ପର୍ଯ୍ୟଟନ ସର୍କିଟ୍‌ ଭାବେ ଚିହ୍ନଟ କରାଯାଇଛି। ସେଗୁଡ଼ିକ ହେଲା ମହାନଦୀ, ଚିଲିକା ଏବଂ ଡାଙ୍ଗମାଳ ସଂରକ୍ଷିତ ଜଙ୍ଗଲ। ଏଥିସହିତ ଜଳପଥ-୫ ଧାମରାରୁ ପାରାଦୀପକୁ ମଧ୍ୟ ସାମିଲ କରାଯାଇଛି। ଚିଲିକା ହେଉଛି ଏସିଆର ସର୍ବବୃହତ୍‌ ଲୁଣା ହ୍ରଦ। ପକ୍ଷୀ ଓ ପ୍ରକୃତିପ୍ରେମୀଙ୍କ ପାଇଁ ଏହା ଏକ ଉତ୍ତମ ପର୍ଯ୍ୟଟନ ସ୍ଥଳ। ଏଠାରେ ପର୍ଯ୍ୟଟକମାନଙ୍କ ପାଇଁ ସମସ୍ତ ପ୍ରକାର ରାତ୍ରକାଳୀନ ରହଣି ବ୍ୟବସ୍ଥା ରହିଛି। ଚିଲିକାର ବିଭିନ୍ନ ପର୍ଯ୍ୟଟନ ସ୍ଥଳ ସହ ସଂଯୋଗ ରହିଛି। ସେହିପରି ଭିତରକନିକା ସିର୍ମିଟ ଚାନ୍ଦବାଲି-ଆରଡ଼ି-ଧାମରା-ଖୋଲା ସହିତ ସଂଯୋଗ କରୁଛି। ଏହା ପର୍ଯ୍ୟଟକଙ୍କ ପାଇଁ ଏକ ପ୍ରକୃଷ୍ଟ ସ୍ଥାନ। ଏଠାରେ ୫ ରାତି, ୬ ଦିନ ରହିବା ପାଇଁ ସମସ୍ତ ସୁବିଧା ରହିଛି। ଏହି ଶିଳ୍ପର ବିକାଶ ପାଇଁ ତତ୍କାଳୀନ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀଙ୍କୁ ଭୂପୃଷ୍ଠ ଜଳପଥ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରି ଆବଶ୍ୟକ ଅନୁମତି ଆଣିବାକୁ କୁହାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ମହାନଦୀର ସାତକୋଶିଆ, ଚିଲିକା, ହୀରାକୁଦ, ଭିତରକନିକାରେ କ୍ରୁଜ୍‌ ପର୍ଯ୍ୟଟନ ଆରମ୍ଭ କରିବାକୁ ପ୍ରସ୍ତାବ ଥିଲା। ପର୍ଯ୍ୟଟକମାନେ ଜଳରେ ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରିବା ସହ ରାତ୍ର ରହଣିର ସୁଯୋଗ ରହିଛି। ଏ ନେଇ ପର୍ଯ୍ୟଟନ ବିଭାଗ ପକ୍ଷରୁ ମଧ୍ୟ ତତ୍ପରତା ପ୍ରକାଶ ପାଇଥିଲା। ସରକାରୀ ଓ ଘରୋଇ ଭାଗୀଦାରି(ପିପିପି) ମୋଡ୍‌ରେ ଏହାକୁ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଥିଲା। ରାଜ୍ୟରେ କ୍ରୁଜ୍‌ ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟ ସରକାର ଓଡ଼ିଶା ବୋଟ୍‌ ରୁଲ୍‌-୨୦୧୭ ପ୍ରସ୍ତୁତ କରିଛନ୍ତି। ଏହାଦ୍ୱାରା ଜଳାଶୟ କ୍ରୀଡ଼ା ଓ ପର୍ଯ୍ୟଟନକୁ ନିୟନ୍ତ୍ରିତ କରାଯିବ। କ୍ରୁଜ୍‌ ପର୍ଯ୍ୟଟନକୁ ଦିନ ଓ ରାତିରେ ଚଳାଇବା ପାଇଁ ବ୍ୟବସ୍ଥା ହୋଇଥିଲା। ମାତ୍ର କରୋନା ମହାମାରୀ ଯୋଗୁ ଏହି ପ୍ରସ୍ତାବ ଏକପ୍ରକାର ଧିମା ପଡ଼ିଯାଇଥିଲା। କରୋନା କଟକଣା ଉଠିବା ପରେ ଏହି ପର୍ଯ୍ୟଟନ ପ୍ରତି ଆଗ୍ରହ ବଢ଼ିବାରେ ଲାଗିଛି। ତେବେ ଏହି ପର୍ଯ୍ୟଟନ ପ୍ରତି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ସେପରି ପ୍ରୋତ୍ସାହନ ମିଳିନାହିଁ। ଏହାକୁ ନେଇ ପର୍ଯ୍ୟଟକ ନିରାଶ ହୋଇଛନ୍ତି।
ପର୍ଯ୍ୟଟନ ବିଭାଗର ପୂର୍ବତନ ଆସିଷ୍ଟାଣ୍ଟ ଡାଇରେକ୍ଟର ସୁନୀଲ ପଟ୍ଟନାୟକ କହିଛନ୍ତି ଯେ, ରିଭର କ୍ରୁଜ୍‌ ପର୍ଯ୍ୟଟନ ପାଇଁ ରାଜ୍ୟରେ ପର୍ଯ୍ୟାପ୍ତ ସୁଯୋଗ ରହିଛି। ରାଜ୍ୟ ପର୍ଯ୍ୟଟନକୁ ଗତିଶୀଳ କରିବା ଦିଗରେ ଏହା ଏକ ଉତ୍ତମ ପଦକ୍ଷେପ। ସରକାରୀ ସ୍ତରରେ ଏହି ଶିଳ୍ପ ପ୍ରତି ଆନ୍ତରିକତା ପ୍ରଦର୍ଶନ କରାଗଲେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରାଯାଇପାରନ୍ତା। ଏହାବ୍ୟତୀତ କେନ୍ଦ୍ର ସରକାରଙ୍କ ସହଯୋଗ ମିଳିଲେ ରାଜ୍ୟର ବଡ଼ ବଡ଼ ଜଳାଶୟରେ କ୍ରୁଜ୍‌ ପର୍ଯ୍ୟଟନର ବିକାଶ ହୋଇପାରନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?