ଦେବ ଦମ୍ପତିଙ୍କ ଲଗ୍ନ ମହୋତ୍ସବ

ଆରଡ଼ି,୧୭।୫ (ଡି.ଏନ.ଏ.) ଭଦ୍ରକ ଜିଲା ଆରଡ଼ି ଆଖଣ୍ଡଳମଣି ପୀଠରେ ଆସନ୍ତା ଜୁନ୍‌ ୪ରେ ଶୀତଳ ଷଷ୍ଠୀରେ ଦେବଦେବ ମହାଦେବ ଓ ଶୈଳ ନନ୍ଦିନୀ ମାତା ପାର୍ବତୀଙ୍କ ବିବାହ ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ସୋମବାର ସମ୍ପୂର୍ଣ୍ଣ ଲୋକାଚାରରେ ଦେବଦମ୍ପତିଙ୍କ ଲଗ୍ନ ମହୋତ୍ସବ ଆଡ଼ମ୍ବରରେ ସମ୍ପନ୍ନ ହୋଇଛି। ଯୋଡ଼ି ମହୁରୀ, ସାହାନାଇ ଓ ଢୋଲର ତାଳେ ତାଳେ, କୁଳ ପୁରୋହିତଙ୍କ ମନ୍ତ୍ରୋଚ୍ଚାରଣ, ହରିବୋଲ, ହୁଳହୁଳି, ଓଁ ନମଃ ଶିବାୟ ଧ୍ୱନିରେ ଜ୍ୟୋତିଷ କନ୍ୟାପିତା ଚନ୍ଦ୍ରମଣି ପାଢ଼ୀଙ୍କ ଗୃହରେ ଲଗ୍ନ ଚିଟାଉ ଲେଖିଥିଲେ। ଚାନ୍ଦି ରେକାବୀରେ ଲଗ୍ନ ଚିଟାଉକୁ ରଖି ମଙ୍ଗଳ ପ୍ରତୀକ ଲାଲ କପଡ଼ାରେ ଏହାକୁ ବନ୍ଧା ଯାଇଥିଲା। ପଞ୍ଚ ଦେବତାଙ୍କ ପୂଜା ଉପକରଣ, ଖଟୁଲି ଇତ୍ୟାଦି ସହ ପୁରୋହିତ, ଜ୍ୟୋତିଷ, ଭଣ୍ଡାରୀ, ଶଙ୍ଖୁଆ ବରପିତା ଦୁଷ୍ମନ୍ତ ପାଢ଼ୀଙ୍କ ଗୃହକୁ ଆଗମନ କରିଥିଲେ। ସେବାୟତମାନେ ବିରାଟ ଶୋଭାଯାତ୍ରାରେ ଏହି ଲଗ୍ନ ନେଇ ବରପିତାଙ୍କ ଗୃହରେ ପହଞ୍ଚାଇଥିଲେ। ବରପିତା ସମସ୍ତଙ୍କୁ ଅଭ୍ୟର୍ଥନା ଜଣାଇ ନିଜ ଗୃହକୁ ପାଛୋଟି ନେଇଥିଲେ। ସେଠାରେ ପୁରୋହିତଙ୍କ ସମେତ ସମସ୍ତ ସେବାୟତଙ୍କୁ ଭୁରି ଭୋଜନରେ ଆପ୍ୟାୟିତ କରାଇଥିଲେ। ପରେ ବିଧି ପୂର୍ବକ ଲଗ୍ନ ପଠନ କରାଯାଇଥିଲା। ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇ, ସହ ପରିଚାଳକ ସୁଧାକର ବିଶ୍ୱାଳ, ବରିଷ୍ଠ ସେବାୟତ ଅଧ୍ୟାପକ ବିଜୟ ଦାଶ, ଭୀମସେନ ପାଢ଼ୀ, ଆଶିଷ ପାଢ଼ୀ, ବାବାଜୀ ଶଙ୍କର ପାଢ଼ୀ, ଲଲାଟେନ୍ଦୁ ପାଢ଼ୀ, ମାନସ ପାଢ଼ୀ, ଆର୍ତ୍ତବନ୍ଧୁ ପାଢ଼ୀ, ଆରଡ଼ି ଫାଣ୍ଡି ଅଧିକାରୀ ବୈଦ୍ୟନାଥ ସୋରେନ, ରମେଶ ଚନ୍ଦ୍ର ରାଉତ ପ୍ରମୁଖ ଲଗ୍ନ ମହୋତ୍ସବରେ ଉପସ୍ଥିତ ଥିଲେ।
ଯୋଗୁ ଦୁଇବର୍ଷ ହେଲା ନିରାଡ଼ମ୍ବରରେ ଦେବଦମ୍ପତିଙ୍କ ଲଗ୍ନ ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ଚଳିତବର୍ଷ କଟକଣା କୋହଳ ଯୋଗୁ ଆଡ଼ମ୍ବରରେ ଲଗ୍ନ ମହୋତ୍ସବ ସମ୍ପନ୍ନ ହୋଇଥିବାରୁ ସେବାୟତ, ଶ୍ରଦ୍ଧାଳୁ ଓ ସ୍ଥାନୀୟ ଅଞ୍ଚଳର ଅଧିବାସୀ ଉତ୍ସାହିତ ଥିବା ପରିଲକ୍ଷିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁରରେ ଡପ୍‌ଲର ୱେଦର ରାଡାରର ଉଦ୍‌ଘାଟନ

ସମ୍ବଲପୁର, ୧୭ା୯ (ପ୍ରମୋଦ ବହିଦାର): ପବିତ୍ର ନୂଅଁାଖାଇ ଉତ୍ସବ ଅବସରରେ ସମ୍ବଲପୁରରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ିହୋଇଛି। କେନ୍ଦ୍ର ବିଜ୍ଞାନ ଓ…

୧୯ରେ ଲଘୁଚାପ, ଶୁକ୍ରବାରଠାରୁ ବଢ଼ିବ ବର୍ଷା: ସମ୍ଭାବ୍ୟ ବାତ୍ୟାକୁ ନେଇ ଆଇଏମ୍‌ଡି ଡିଜି କହିଲେ…

ଭୁବନେଶ୍ୱର, ୧୭ା୯(ବନ୍ଦନା ସେଠୀ):ଉତ୍ତର ଥାଇଲାଣ୍ଡ ଉପରେ ବୁଧବାର ସକାଳ ୮ଟା ୩୦ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୧୮ ତାରିଖ ସନ୍ଧ୍ୟାରେ ଘୂର୍ଣ୍ଣିବଳୟ ଉତ୍ତର…

ରାଉରକେଲାରେ ଲଜ୍ଜା! ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଯୌନ ଉତ୍ପୀଡ଼ନ, ଦେହରେ କ୍ଷତବିକ୍ଷତ ଚିହ୍ନ; ଖୋଳତାଡ଼ କରୁଛି…

ରାଉରକେଲା, ୧୬।୯ (ସଙ୍ଗୀତା ଜେନା): ରାଉରକେଲା ସେକ୍ଟର-୩ ଥାନା ଅନ୍ତର୍ଗତ ସେକ୍ଟର-୨ ଏନ୍‌ଏସି ମାର୍କେଟ ଅଞ୍ଚଳରେ ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କ ସହ ଯୌନ ଉତ୍ପୀଡ଼ନ ହୋଇଥିବା…

ବାତ୍ୟା ଆକଳନ ହୋଇନି, ଆତଙ୍କିତ ହୁଅନ୍ତୁ ନାହିଁ

ଭୁବନେଶ୍ୱର, ୧୬ା୯ (ବନ୍ଦନା ସେଠୀ) – ଉତ୍ତର ଥାଇଲାଣ୍ଡ ଉପରେ ବୁଧବାର ସକାଳ ୮ଟା ୩୦ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୧୮ ତାରିଖ…

ଛାତ୍ର ଆନ୍ଦୋଳନ ଆଗରେ ନଇଁଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ! ପ୍ରକାଶ ପାଇଲା ସଂଶୋଧିତ ମାର୍କସିଟ୍, ବଢ଼ିଲା ଯୁକ୍ତ ୩ ପାସ୍ ହାର

ଭଞ୍ଜନଗର, ୧୬।୯ (ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ଯୁକ୍ତ ୩ ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ଫଳକୁ ନେଇ ସୃଷ୍ଟି ହୋଇଥିବା ଅସନ୍ତୋଷ ଶେଷରେ ଥମିବାରେ…

ବଡ଼ଖେମୁଣ୍ଡି ରାଜକୁମାର ମୋହନ ପ୍ରସାଦ ଦେବଙ୍କ ପରଲୋକ; ରାଜ ଶ୍ମଶାନରେ ହେଲା ଅନ୍ତିମ ସଂସ୍କାର, ଅଞ୍ଚଳରେ ଶୋକର ଛାୟା

ଦିଗପହଣ୍ଡି,୧୬ା୯(ଅଶେଷ ନାଥ ମିଶ୍ର): ବଡ଼ଖେମୁଣ୍ଡି ରାଜକୁମାର ମୋହନ ପ୍ରସାଦ ଦେବଙ୍କ ଦେହାନ୍ତ ହୋଇଛି । ଗଞ୍ଜାମ ଜିଲାର ତତ୍କାଳୀନ ବଡ଼ଖେମୁଣ୍ଡି ରାଜ୍ୟର ଶେଷ ସମ୍ରାଟ ରାଜା ରାମଚନ୍ଦ୍ର…

ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲରୁ ଧମକ, ବିକ୍ରମ ପଣ୍ଡାଙ୍କ ନାଁରେ ପୁଣି ମାମଲା

ବ୍ରହ୍ମପୁର,୧୬ା୯(ସୁବାସ ଚନ୍ଦ୍ର ପାଢ଼ୀ ): ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ପୁଣି ବଢ଼ିଲା ଅଡୁଆ । ଜେଲରେ ରହିଥିବା ସମୟରେ ମୃତ ଭାଜପା ନେତା ତଥା ଆଇନଜୀବୀ…

ସହରର ମୁଖ୍ୟ ରାସ୍ତାରେ ଗଦାହୋଇଛି ବାଲି, ଦୁର୍ଘଟଣାକୁ ଆମନ୍ତ୍ରଣ କରି…

ଗଞ୍ଜାମ,୧୬ା୯(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥଠାରୁ ଗଞ୍ଜାମ ସହରକୁ ସଂଯୋଗ ମୁଖ୍ୟ ରାସ୍ତାରେ ଅଧିକାଂଶ ସମୟରେ ଘର ନିର୍ମାଣ କାର୍ଯ୍ୟ ପାଇଁ ବାଲି ଶୁଖା ଯାଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?