ଦେବ ଦମ୍ପତିଙ୍କ ଲଗ୍ନ ମହୋତ୍ସବ

ଆରଡ଼ି,୧୭।୫ (ଡି.ଏନ.ଏ.) ଭଦ୍ରକ ଜିଲା ଆରଡ଼ି ଆଖଣ୍ଡଳମଣି ପୀଠରେ ଆସନ୍ତା ଜୁନ୍‌ ୪ରେ ଶୀତଳ ଷଷ୍ଠୀରେ ଦେବଦେବ ମହାଦେବ ଓ ଶୈଳ ନନ୍ଦିନୀ ମାତା ପାର୍ବତୀଙ୍କ ବିବାହ ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ସୋମବାର ସମ୍ପୂର୍ଣ୍ଣ ଲୋକାଚାରରେ ଦେବଦମ୍ପତିଙ୍କ ଲଗ୍ନ ମହୋତ୍ସବ ଆଡ଼ମ୍ବରରେ ସମ୍ପନ୍ନ ହୋଇଛି। ଯୋଡ଼ି ମହୁରୀ, ସାହାନାଇ ଓ ଢୋଲର ତାଳେ ତାଳେ, କୁଳ ପୁରୋହିତଙ୍କ ମନ୍ତ୍ରୋଚ୍ଚାରଣ, ହରିବୋଲ, ହୁଳହୁଳି, ଓଁ ନମଃ ଶିବାୟ ଧ୍ୱନିରେ ଜ୍ୟୋତିଷ କନ୍ୟାପିତା ଚନ୍ଦ୍ରମଣି ପାଢ଼ୀଙ୍କ ଗୃହରେ ଲଗ୍ନ ଚିଟାଉ ଲେଖିଥିଲେ। ଚାନ୍ଦି ରେକାବୀରେ ଲଗ୍ନ ଚିଟାଉକୁ ରଖି ମଙ୍ଗଳ ପ୍ରତୀକ ଲାଲ କପଡ଼ାରେ ଏହାକୁ ବନ୍ଧା ଯାଇଥିଲା। ପଞ୍ଚ ଦେବତାଙ୍କ ପୂଜା ଉପକରଣ, ଖଟୁଲି ଇତ୍ୟାଦି ସହ ପୁରୋହିତ, ଜ୍ୟୋତିଷ, ଭଣ୍ଡାରୀ, ଶଙ୍ଖୁଆ ବରପିତା ଦୁଷ୍ମନ୍ତ ପାଢ଼ୀଙ୍କ ଗୃହକୁ ଆଗମନ କରିଥିଲେ। ସେବାୟତମାନେ ବିରାଟ ଶୋଭାଯାତ୍ରାରେ ଏହି ଲଗ୍ନ ନେଇ ବରପିତାଙ୍କ ଗୃହରେ ପହଞ୍ଚାଇଥିଲେ। ବରପିତା ସମସ୍ତଙ୍କୁ ଅଭ୍ୟର୍ଥନା ଜଣାଇ ନିଜ ଗୃହକୁ ପାଛୋଟି ନେଇଥିଲେ। ସେଠାରେ ପୁରୋହିତଙ୍କ ସମେତ ସମସ୍ତ ସେବାୟତଙ୍କୁ ଭୁରି ଭୋଜନରେ ଆପ୍ୟାୟିତ କରାଇଥିଲେ। ପରେ ବିଧି ପୂର୍ବକ ଲଗ୍ନ ପଠନ କରାଯାଇଥିଲା। ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇ, ସହ ପରିଚାଳକ ସୁଧାକର ବିଶ୍ୱାଳ, ବରିଷ୍ଠ ସେବାୟତ ଅଧ୍ୟାପକ ବିଜୟ ଦାଶ, ଭୀମସେନ ପାଢ଼ୀ, ଆଶିଷ ପାଢ଼ୀ, ବାବାଜୀ ଶଙ୍କର ପାଢ଼ୀ, ଲଲାଟେନ୍ଦୁ ପାଢ଼ୀ, ମାନସ ପାଢ଼ୀ, ଆର୍ତ୍ତବନ୍ଧୁ ପାଢ଼ୀ, ଆରଡ଼ି ଫାଣ୍ଡି ଅଧିକାରୀ ବୈଦ୍ୟନାଥ ସୋରେନ, ରମେଶ ଚନ୍ଦ୍ର ରାଉତ ପ୍ରମୁଖ ଲଗ୍ନ ମହୋତ୍ସବରେ ଉପସ୍ଥିତ ଥିଲେ।
ଯୋଗୁ ଦୁଇବର୍ଷ ହେଲା ନିରାଡ଼ମ୍ବରରେ ଦେବଦମ୍ପତିଙ୍କ ଲଗ୍ନ ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ଚଳିତବର୍ଷ କଟକଣା କୋହଳ ଯୋଗୁ ଆଡ଼ମ୍ବରରେ ଲଗ୍ନ ମହୋତ୍ସବ ସମ୍ପନ୍ନ ହୋଇଥିବାରୁ ସେବାୟତ, ଶ୍ରଦ୍ଧାଳୁ ଓ ସ୍ଥାନୀୟ ଅଞ୍ଚଳର ଅଧିବାସୀ ଉତ୍ସାହିତ ଥିବା ପରିଲକ୍ଷିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭିଆର୍‌ଏସ୍‌ ନେଲେ ଆଇପିଏସ୍‌ ସଞ୍ଜୟ ସିଂ

ଭୁବନେଶ୍ୱର,୧୮।୪: ଓଡ଼ିଶା କ୍ୟାଡର ଆଇପିଏସ୍‌ ସଞ୍ଜୟ ସିଂ ଭିଆରଏସ୍‌ ଘୋଷଣା କରିଛନ୍ତି। ୧୯୯୬ ବ୍ୟାଚ୍‌ ଆଇପିଏସ୍‌ ସଞ୍ଜୟ ସିଂଙ୍କୁ ଭିଆରଏସ୍‌ ଆବେଦନକୁ ରାଜ୍ୟ ଗୃହ ବିଭାଗ...

ନାହିଁ ମୌଳିକ ସୁବିଧା, ଭୋଟ ବର୍ଜନ କରିବେ ୬୦ ପରିବାର

ବାଲିଗୁଡା ,୧୮/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ ): ନିର୍ବାଚନ ସମୟରେ ରାଜନୈତିକ ଦଳମାନେ ଲୋକଙ୍କ ନିକଟରେ କିଭଳି ମୌଳିକ ସୁବିଧା ହାତ ପାହନ୍ତାରେ ଉପଲବ୍ଧ ହେବ ସେଥି...

ଓଡ଼ିଶାବାସୀଙ୍କ ମତାମତ ଲୋଡ଼ିଲେ ପାଣ୍ଡିଆନ୍‌, କଲେ ଏଭଳି ଅପିଲ୍‌

ଭୁବନେଶ୍ୱର୧୮।୪: ଆଗାମୀ ସାଧାରଣ ନିର୍ବାଚନକୁ ନେଇ ବିଜେଡିର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇବ। ଏହା ର୍ପୂବରୁ ଲୋକଙ୍କ ମତାମତ ଲୋଡିଛି ବିଜେଡି। ୫-ଟି ଅଧ୍ୟକ୍ଷ କାର୍ତ୍ତିକ...

ଓଡ଼ିଶାରେ ୩୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଦେଲା ଏଏପି, ଜାଣନ୍ତୁ କେଉଁଠୁ କିଏ ପାଇଲେ…

ଭୁବନେଶ୍ୱର,୧୮।୪: ଓଡ଼ିଶାରେ ଆମ ଆଦମୀ ପାର୍ଟି(ଏଏପି) ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ଦଳ ରାଜ୍ୟର ୩୭ ବିଧାନସଭା ଆସନ ଲାଗି ପ୍ରାର୍ଥୀ...

ସମ୍ବଲପୁରରେ ସରଗରମ ହେଉଛି ରାଜନୀତି, ଧର୍ମେନ୍ଦ୍ରଙ୍କୁ ସିଧା ଟାର୍ଗେଟ କଲେ ବବି ଦାସ

ସମ୍ବଲପୁର,୧୮।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ଏହାରି ଭିତରେ ରାଜ୍ୟର ହେଭିଓ୍ବେଟ ଲଢେଇ ହେବାକୁ ଯାଉଥିବା ସମ୍ବଊପୁରରେ ଏବେ...

ବିଜେଡିରେ ବର୍ଷା-ଭାଜପାରେ ଅନୁଭବ; ରୋଚକ ହେଉଛି ଓଡ଼ିଶାର ରାଜନୀତି

ଭୁବନେଶ୍ୱର,୧୮।୪: ବିଧାନସଭା ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ଦୈନଦିନ ଅନେକ ରୋଚକ ଘଟଣା ସବୁ ଦେଖିବାକୁ ମିଳୁଛି। ଏହି କ୍ରମରେ ଗୁରୁବାର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ...

ପରପାରିରେ ବିଶିଷ୍ଠ ଅଭିନେତା-ନିର୍ଦ୍ଦେଶକ ସଚ୍ଚି ଦାସ

ଭୁବନେଶ୍ୱର,୧୮।୪: ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସଚ୍ଚି ଦାସ, କବି ସମ୍ରାଟ...

ରାଜ୍ୟର ସବୁଠାରୁ କନିଷ୍ଠ ବିଧାୟିକ ପ୍ରାର୍ଥୀ, ଏହି ଠୁ ବିଜେଡି ଟିକେଟ୍‌ରେ ଲଢିବେ ନିର୍ବାଚନ

ସାନଖେମୁଣ୍ଡି,୧୮।୪: କାହା ଭାଗ୍ୟରେ ଗଞ୍ଜାମ ଜିଲାର ସାନଖେମୁଣ୍ଡି ଆସନ? ଚଳିତ ନିର୍ବାଚନରେ ଗଡ଼ ରକ୍ଷା କରି ପାରିବ କି କଂଗ୍ରେସ ନା ବାଜି ମାରିନେବ ବିଜେଡି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri