କୁମ୍‌କି ପ୍ରଶିକ୍ଷଣ ନାଁରେ ବିପୁଳ ଟଙ୍କା ବରବାଦ

ଭୁବନେଶ୍ୱର, ୧୭।୫:ଯାହା ଅନୁମାନ କରାଯାଉଥିଲା, ଶେଷରେ ତାହା ହିଁ ହେଲା। ଚନ୍ଦକା ବନ କର୍ମଚାରୀ, ଆସାମ ମାହୁନ୍ତ ଠିକାଦାର ଏବଂ ଭେଟେରିନାରି ଡାକ୍ତରଙ୍କ ଅତ୍ୟାଚାରକୁ ସହି ପାରିଲା ନାହିଁ ନନ୍ଦନକାନନର ସେହି ପୋଷା ଦନ୍ତାହାତୀ ‘ନନ୍ଦ’। ସୋମବାର ସକାଳେ ଚନ୍ଦକା ଅଭୟାରଣ୍ୟର ଗୋଡ଼ିବାରିଠାରେ ସବୁଦିନ ପାଇଁ ଆଖି ବୁଜିଲା। ତେବେ ନନ୍ଦ ମୃତ୍ୟୁ ପରେ ଏବେ ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀଙ୍କ କାର୍ଯ୍ୟକୁ ନେଇ ଉଠିଛି ନାନା ପ୍ରଶ୍ନ। ସ୍ଥାନୀୟ ଲୋକେ ବନ ବିଭାଗ ଓ ଚନ୍ଦକା-ଡମପଡ଼ା ଅଭୟାରଣ୍ୟ କର୍ତ୍ତୃପକ୍ଷଙ୍କୁ ଦାୟୀ କରି ରାସ୍ତାକୁ ଓହ୍ଲାଇଥିବାବେଳେ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ବନ ବିଭାଗ ନନ୍ଦକୁ ହିଁ ମାରିଦେଇଛି। ଅନ୍ୟ କେତେକ ଘଟଣା ଭଳି ସବୁ ଦୋଷ ରୋଗ ଉପରେ ଲଦିଦେଇ ଖସି ଯିବାକୁ ବସିଥିବା ସେମାନେ ଅଭିଯୋଗ କରିଛନ୍ତି।
୨୦୧୦ରେ କୁମ୍‌କୀ ପ୍ରଶିକ୍ଷଣ ପାଇଁ ‘ନନ୍ଦ’କୁ ଜନ୍ମସ୍ଥାନ ନନ୍ଦନକାନନରୁ ଚନ୍ଦକା ଅଣାଯାଇଥିଲା। କୁମ୍‌କି ଅପରେଶନ ଜରିଆରେ ଜଙ୍ଗଲରେ ଉତ୍ପାତ କରୁଥିବା ବଣୁଆ ହାତୀଙ୍କୁ ନିୟନ୍ତ୍ରଣ କରିବା ସହ ଆହତ ହାତୀର ଚିକିତ୍ସା କାର୍ଯ୍ୟରେ ନନ୍ଦକୁ ବ୍ୟବହାର କରିବା ନିମନ୍ତେ ପ୍ରଶିକ୍ଷଣ ଦିଆଯାଉଥିଲା। ଏଥିପାଇଁ ଆସାମର ହାତୀ ପ୍ରଶିକ୍ଷକଙ୍କୁ ମଧ୍ୟ ନିୟୋଜିତ କରାଗଲା। କିନ୍ତୁ ‘ନନ୍ଦ’ର ଆଚରଣରେ କେହି ବି ତା’ ପାଖକୁ ଯିବା ପାଇଁ ଚାହୁଁ ନ ଥିଲେ। ଏପରିକି ଅନେକ ଥର ମାହୁନ୍ତ ମଧ୍ୟ ପରିବର୍ତ୍ତନ କରାଯାଇଛି, କିନ୍ତୁ କୌଣସି ଫଳ ମିଳିଲା ନାହିଁ। ସେ ସବୁବେଳେ ସେମିତି ବନ୍ଧା ହୋଇ ରହିଲା। ସେପଟେ ଦୀର୍ଘଦିନ ଧରି ଲୁହା ଚେନ୍‌ରେ ବନ୍ଧା ହୋଇ ରହିବାରୁ ତା’ ଶରୀରରେ ସଂକ୍ରମଣ ବଢ଼ିବାରେ ଲାଗିଲା। ତେଣୁ ସେ ଅସୁସ୍ଥ ହେବାରେ ଲାଗିଲା। ଡାକ୍ତର ମଧ୍ୟ କହିଛନ୍ତି ତା’ର ମୃତ୍ୟୁ ସେପ୍ଟିସେମିଆରେ ହୋଇଛି। ଅର୍ଥାତ୍‌ ଅଧିକ ସଂକ୍ରମଣ ହେଲେ ହିଁ ସେପ୍ଟିସେମିଆ ହୋଇଥାଏ।
ସେହିଭଳି ‘ନନ୍ଦ’କୁ ବାରମ୍ବାର ଟ୍ରାଙ୍କୁଲାଇ କରାଯାଇଛି। ଓୟୁଏଟି ଭେଟେରିନାରି ଛାତ୍ରୀଛାତ୍ରଙ୍କ ପାଠପଢ଼ା ପାଇଁ ‘ନନ୍ଦ’କୁ ବାରମ୍ବାର ଟ୍ରାଙ୍କୁଲାଇଜ୍‌ କରାଯାଇଥିଲା। ପୁଣି ଯେତେବେଳେ ‘ନନ୍ଦ’ ମସ୍ତ (ସାମୟିକ ଯୌନ ଉନ୍ମାଦତା) ହେଲା, ସେତେବେଳେ ଟ୍ରାଙ୍କୁଲାଇଜ କରାଗଲା। ସାଧାରଣତଃ ଅଣ୍ଡିରା ହାତୀ ୧୦ ରୁ ୧୨ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ମସ୍ତ ହୋଇଥାଏ। ଏହି ସମୟରେ ହାତୀ, ମାହୁନ୍ତର ବୋଲହାକ ନମାନି ଏକ ଅନିୟନ୍ତ୍ରିତ ଏବଂ ବିଶୃଙ୍ଖଳ ହାତୀ ଭଳି ବ୍ୟବହାର କରିଥାଏ। ହାତୀର ଏଭଳି ‘ମସ୍ତ’ ସ୍ଥିତି ହାରାହାରି ପନ୍ଦର ଦିନରୁ ଏକମାସ ପର୍ଯ୍ୟନ୍ତ ରହିଥାଏ। ତେବେ ନନ୍ଦକୁ ବାରମ୍ବାର ଟ୍ରାଙ୍କୁଲାଇଜ୍‌ କରିବା ଦ୍ୱାରା ମଧ୍ୟ ତା’ ସ୍ବାସ୍ଥ୍ୟରେ ପ୍ରଭାବ ପକାଇଲା। ରାଜ୍ୟରେ ଆଉ କେଉଁ ଜାଗାରେ ହାତୀ ଉପଦ୍ରବ କଲେ ଟ୍ରାଙ୍କୁଲାଇଜର କରିବା ପାଇଁ ନନ୍ଦନକାନନ ଅବା ଓୟୁଏଟି ନା ଆଉ କେହି ବି ବ୍ୟତିବ୍ୟସ୍ତ ନୁହନ୍ତି। କିନ୍ତୁ ଟ୍ରାଙ୍କୁଲାଇଜ୍‌ ଶିଖିବା ସହ ହାତ ସଳଖ ଆଉ ଲକ୍ଷ୍ୟ ଭେଦ ଅଭ୍ୟାସ କରିବା ପାଇଁ ଉଭୟ ନନ୍ଦନକାନନ ଏବଂ ଓୟୁଏଟି ବିଶେଷଙ୍କ ପାଇଁ ‘ନନ୍ଦ’ ଏକ ପ୍ରଶିକ୍ଷଣ ବସ୍ତୁ ପାଲଟିଗଲା। ଯେଉଁ ଉଦ୍ଦେଶ୍ୟରେ ନନ୍ଦକୁ ଚନ୍ଦକା ଅଣାଯାଇଥିଲା ତାହା ପୂରଣ ହେଲା ନାହିଁ। ଫଳରେ କୁମ୍‌କୀ ପାଇଁ ଖର୍ଚ୍ଚ ହେଉଥିବା କୋଟି କୋଟି ଟଙ୍କା ପାଣିରେ ପଡ଼ିଲା।

କ୍ୟାମ୍ପ ପରିଚାଳନାରେ ତ୍ରୁଟି
କୁମ୍‌କି ପ୍ରଶିକ୍ଷଣ ପାଇଁ କୁମାରଖୁଣ୍ଟିରେ ଲୋକ ଆଢ଼ୁଆଳରେ ଟ୍ରେନିଂ କରିବା ଆବଶ୍ୟକ ଥିଲା। କିନ୍ତୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ନନ୍ଦକୁ ଗୋଡ଼ିବାରୀରେ ରଖାଗଲା। ତେବେ ଦାୟିତ୍ୱରେ ଥିବା ଆସାମ ମାହୁନ୍ତ ଠିକାଦାର ‘ନନ୍ଦ’ର ପ୍ରଶିକ୍ଷଣ ଆଦୌ କଲେ ନାହିଁ। ହାତୀର ମସ୍ତ ସମୟରେ ଯେଉଁଭଳି ପରିଚାଳନା କରାଯିବା କଥା ସେଥିରେ ଗୁରୁତର ତ୍ରୁଟି ରହିଗଲା। ‘ନନ୍ଦ’କୁ ମାଈ ହାତୀ ମିଳିଲା ନାହିଁ। ତେଣୁ ମସ୍ତ ଅଧିକ ଦିନ ଲାଗି ରହିଲା।

ଗ୍ରାମବାସୀଙ୍କ ସହ ପରିଚିତ ଥିଲା ନନ୍ଦ

ନନ୍ଦ ଯେହେତୁ ପୋଷା ହାତୀ, ତେଣୁ ସ୍ଥାନୀୟ ଲୋକେ ମଧ୍ୟ ତାକୁ ବେଳେବେଳେ ଖାଇବାକୁ ଦେଇଥାନ୍ତି। ଫଳରେ ଆଖପାଖର ଗ୍ରାମବାସୀଙ୍କ ସହ ନନ୍ଦର ସମ୍ପର୍କ ଓ ପରିଚୟ ବଢ଼ିଥିଲା। ଏବେ ‘ନନ୍ଦ’ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ସେମାନେ। ଗତ କିଛିଦିନ ପୂର୍ବରୁ ‘ନନ୍ଦ’କୁ ଗୋଡ଼ିବାରୁ କୁମାରଖୁଣ୍ଟିକୁ ନେବା ପାଇଁ ବନବିଭାଗର କର୍ମଚାରୀମାନେ ଉଦ୍ୟମ କରିଥିଲେ। ‘ନନ୍ଦ’ ଅସହଯୋଗ କରିବାରୁ ତାକୁ ଟ୍ରାଙ୍କୁଲାଇଜ କରାଯାଇଥିଲା। ଏହାର ପ୍ରଭାବରେ ସେ ଅସୁସ୍ଥ ହୋଇ ଆଖି ବୁଜିଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।

‘ନନ୍ଦ’କୁ ମାରିଦେଲା ବନ ବିଭାଗ

‘ନନ୍ଦ’ ଏକ ବଣୁଆ ହାତୀ ନୁହେଁ। ୧୯୮୫ ଅକ୍ଟୋବର ୨୩ରେ ଚେନ୍ନାଇସ୍ଥିତ ୱାଣ୍ଡାଲୁରୁ ଚିଡ଼ିଆଖାନାରୁ ‘ପ୍ରେମା’ ଓ ‘ବାସନ୍ତୀ’ ନାମରେ ଦୁଇଟି ମାଈ ହାତୀଙ୍କୁ ନନ୍ଦନକାନନ କର୍ତ୍ତୃପକ୍ଷ କିଣି ଆଣିଥିଲେ। ୧୯୮୬ ମେ’ ୧୪ରେ ବାସନ୍ତୀ ଗର୍ଭରୁ ‘ନନ୍ଦ’ ଜନ୍ମ ନେଇଥିଲା। ନନ୍ଦନକାନନ ଚିଡ଼ିଆଖାନାରେ ଜନ୍ମ ହୋଇଥିବାରୁ ତା ନାଁ ରଖାଯାଇଥିଲା ‘ନନ୍ଦ’। ୧୯୯୭ ନଭେମ୍ବର ୧୧ରେ ମାହୁନ୍ତ ରାଧାରଞ୍ଜନ ସିଂହଙ୍କୁ ନନ୍ଦ କଚାଡ଼ି ମାରିଦେବା ପରେ ଚର୍ଚ୍ଚାକୁ ଆସିଥିଲା। ଏଥିସହ ‘ମସ୍ତ’ ଲକ୍ଷଣ ଦେଖାଦେଇଥିଲା। ଏହାପରେ ନନ୍ଦ ଗୋଡରେ ଶିକୁଳି ପକାଯାଇ ହାତୀଶାଳରେ ବନ୍ଦୀ କରି ରଖାଯାଇଥିଲା।
ତା’ ସ୍ବଭାବରେ ପରିବର୍ତ୍ତନ ହେବାରୁ ତାକୁ ମୁକୁଳାଇବା ପାଇଁ ଚିନ୍ତା କରାଯାଇଥିଲା। କିନ୍ତୁ ବର୍ଷକ ପରେ ୧୯୯୮ ନଭେମ୍ବରରେ ପୁଣିଥରେ ‘ମସ୍ତ’ ଲକ୍ଷଣ ଦେଖାଦେଲା। ଫଳରେ ‘ନନ୍ଦ’ ପୁଣି ବିଶୃଙ୍ଖଳିତ ଆଚରଣ ଦେଖାଇ ମାହୁନ୍ତଙ୍କୁ ବାରମ୍ବାର ଆକ୍ରମଣ ପାଇଁ ଉଦ୍ୟମ କରିବାରୁ ଆଉ କେହି ତାକୁ ପରିଚାଳନା କରିବା ପାଇଁ ରାଜି ହେଲେ ନାହିଁ। ସେବେଠାରୁ ଗୋଡ଼ରେ ବେଡ଼ି ପଡ଼ି ନନ୍ଦ ଏକରକମ ବନ୍ଦୀ ହୋଇ ରହିଲା ନନ୍ଦନକାନନରେ। ଆଚରଣ ସ୍ବାଭାବିକ ହେବା ପରେ ୨୦୧୦ ସେପ୍ଟେମ୍ବର ୧୩ରେ ଶିକୁଳିରୁ ମୁକ୍ତ କରାଯାଇ ନନ୍ଦନକାନନ ପରିସରରେ ବୁଲାଯାଇଥିଲା। ୧୪ରେ ନନ୍ଦକୁ ଚନ୍ଦକାର କୁମାରଖୁଣ୍ଟିକୁ ନେବା ଲାଗି ପ୍ରୟାସ ବିଫଳ ହୋଇଥିଲା। ଶେଷ ଫାଟକ ଅର୍ଥାତ ୯ ନମ୍ବର ଫାଟକକୁ ଅତିକ୍ରମ କରି ନ ଥିଲା ନନ୍ଦ। ଶେଷରେ ୨୦୧୦ ଅକ୍ଟୋବର ୨୫ରେ ତାକୁ ଟ୍ରାଙ୍କୁଲାଇଜ୍‌ କରାଯାଇ ଏକ ଟ୍ରକ୍‌ରେ ଲଦି କୁମାରଖୁଣ୍ଟିକୁ ନିଆଯାଇଥିଲା। ସେଠାରେ ‘କୁମ୍‌କୀ ଅପରେଶନ’ରେ ସାମିଲ ହୋଇଥିଲା ନନ୍ଦ। ତା’ର ହିଂସ୍ରପଣ ହ୍ରାସ କରିବା ପାଇଁ ସେଠାରେ ତା’ର ଉଭୟ ଦାନ୍ତକୁ ଆଗପଟୁ ଏକ ଫୁଟ ଲେଖାଏ କାଟି ଦିଆଯାଇଥିଲା। ହେଲେ ପୁଣି ହିଂସ୍ର ଆଚରଣ ଦେଖାଦେବାରୁ ସବୁବେଳେ ଗୋଡ଼ରେ ବେଡ଼ି ପକାଇ ରଖାଯାଇଥିଲା। ପରେ ତାକୁ ଗୋଡ଼ିବାରି ଅଣାଯାଇ ପର୍ଯ୍ୟଟକଙ୍କ ପାଇଁ ରଖାଯାଇଥିଲା।

ଆସାମ ଠିକାଦାର କାଳ ସାଜିଲେ

ବନ୍ୟପ୍ରାଣୀ ବିଶେଷଜ୍ଞ କମଳଲୋଚନ ପୁରୋହିତ କହିଛନ୍ତି, କ୍ୟାମ୍ପ ପରିଚାଳନାରେ ତ୍ରୁଟି ହେତୁ ନନ୍ଦ ପରି ଏକ ହାତୀର ଜୀବନ ଗଲା। ଆସାମରୁ ମାହୁନ୍ତ ଆଣି ଠିକାଦାର ଯେଉଁ କୁମ୍‌କି ଟ୍ରେନିଂ ଦେଲା, ତା’ର କେହି ମୂଲ୍ୟାଙ୍କନ କଲେ ନାହିଁ। ୨୪ ଘଣ୍ଟା ଚେନ୍‌ରେ ବାନ୍ଧି ରଖିବା ଦ୍ୱାରା ଉପଯୁକ୍ତ ଶାରୀରିକ ବ୍ୟାୟାମ ମଧ୍ୟ ମିଳିଲା ନାହିଁ। ତେଣୁ ଆଗକୁ ବନ ବିଭାଗର ଯଦି କିଛି ଭଲ କାମ କରିବାର ଅଛି, ପ୍ରଥମେ ସେଇ ଆସାମ ଠିକାଦାରକୁ ବିଦା କରନ୍ତୁ।
ଖୋର୍ଦ୍ଧା ଜିଲା ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ସରକାର ନନ୍ଦ ହାତୀ ମୃତ୍ୟୁକୁ ଗୁରୁତର ଭାବେ ନେବା ଦରକାର। କାରଣ ଚନ୍ଦକାରେ ‘ଶଙ୍କର’ ହାତୀ ମଧ୍ୟ ମୃତ୍ୟୁ ପାଇଁ ଦିନ ଗଣୁଛି। ଆସାମ ମାହୁନ୍ତ ଠିକାଦାର ଦିପେନ କଲିତା ଉପରେ ବନ ବିଭାଗ ସମ୍ପୂର୍ଣ୍ଣ ନିର୍ଭରଶୀଳ ହେବା ହିଁ ନନ୍ଦ ପାଇଁ କାଳ ହେଲା।
ଏ ନେଇ ପୂର୍ବତନ ପିସିସିଏଫ୍‌ ସୁରେଶ ଚନ୍ଦ୍ର ମହାନ୍ତି କହିଛନ୍ତି, ଯେଉଁ ଉଦ୍ଦେଶ୍ୟ ରଖି ଏହି କୁମକି ପ୍ରଶିକ୍ଷଣ ଆରମ୍ଭ କରାଯାଇଥିଲା। ସେଥିରେ କେଉଁଠି ନା କେଉଁଠି ବନ ବିଭାଗ ବିଫଳ ହୋଇଛି। ରକ୍ତ ପରୀକ୍ଷାରେ ସଂକ୍ରମଣ ଥିବା ମୋତେ ଖବର ମିଳିଛି। ହେଲେ ମୃତ୍ୟୁର ଠିକ କାରଣ ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ଜଣାପଡ଼ିବ। ମାତ୍ର ପରିଚାଳନା ଗତ ତ୍ରୁଟି ପାଇଁ ତର୍ଜମା ହେବା ନିହାତି ଦରକାର।

ଅନଭିଜ୍ଞ କର୍ତ୍ତୃପକ୍ଷ

ନନ୍ଦକୁ ଟ୍ରାଙ୍କୁଲାଇଜ୍‌ କରି ଚନ୍ଦକା କୁମାରଖୁଣ୍ଟି ନିଆଯିବା ସମୟରେ ଓଡ଼ିଶାରେ ଖୁବ୍‌ ସଂଖ୍ୟକ ଟ୍ରାଙ୍କୁଲାଇଜର ବନ୍ଧୁକ ଥିଲା। ଡାକ୍ତରମାନେ କେବଳ ନିଶ୍ଚେତକ ଡୋଜ୍‌ ନିରୂପଣ କରିବା ଛଡ଼ା ଅନ୍ୟ କିଛି କରୁ ନ ଥିଲେ। ନନ୍ଦ ଗୋଡ଼ରେ ସବୁବେଳେ ବେଡ଼ି ପଡି ରହୁଥିବାରୁ କର୍ତ୍ତୃପକ୍ଷ ଆଉ ଅଭିଜ୍ଞ ଟ୍ରାଙ୍କୁଲାଇଜେଶନ ବିଶେଷଜ୍ଞଙ୍କୁ ନ ଡାକି ଓୟୁଏଟିରୁ ବିଶେଷଜ୍ଞଙ୍କୁ ଡାକି ଚିକିତ୍ସା କଲେ। କିନ୍ତୁ ହାତୀ ମସ୍ତ ହେଲାବେଳେ କେରଳରେ ଟ୍ରାଙ୍କୁଲାଇଜେଶନରେ ନିଶା ଦେଇ ଚିକିତ୍ସା କରାଯାଉଥିବା କହି ଓୟୁଏଟି ବିଶେଷଜ୍ଞ ସମାନ ପନ୍ଥା ଆପଣାଇଲେ। ଅନଭିଜ୍ଞ କର୍ତ୍ତୃପକ୍ଷମାନେ ଜାଣି ନ ପାରି ଓୟୁଏଟି ବିଶେଷଜ୍ଞଙ୍କୁ ଅନୁମତି ଦେଇ ଚାଲିଲେ। ଫଳରେ ଓୟୁଏଟି ଡାକ୍ତର ନନ୍ଦ ଦେହରେ ଅଭ୍ୟାସ କରିକରି ନିଜେ ଜଣେ ଟ୍ରାଙ୍କୁଲାଇଜେଶନ ବିଶେଷଜ୍ଞ ପାଲଟି ଗଲେ। ବାରମ୍ବାର ଟ୍ରାଙ୍କୁଲାଇଜ୍‌କୁ ନନ୍ଦର ଶରୀର ସହି ପାରିଲା ନାହିଁ ଓ ଶେଷରେ ଅସୁସ୍ଥ ହୋଇ ଆଖି ବୁଜିଥିବା କୁହାଯାଉଛି।

ଅସମାପିକା ସାହୁ


Enter your email to get our daily news in your inbox.

All Right Reserved By Dharitri.Com

ସମଲେଶ୍ବରୀଙ୍କ ଶୈଳପୁତ୍ରୀ ବେଶ

ବରଗଡ଼,୧୧।୧୦(ପ୍ରେମାନନ୍ଦ ଖମାରୀ): ଆଜିଠାରୁ ଆରମ୍ଭ ହୋଇଛି ଶାରଦୀୟ ନବରାତ୍ର ପୂଜା। ଏହି ଅବସରରେ ନବରାତ୍ର ପୂଜାର ପ୍ରଥମ ଦିବସରେ ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା ସମଲେଶ୍ବରୀ ଶୈଳପୁତ୍ରୀ…

ମଦନପୁର କଲେଜ ଛାତ୍ର ସଂସଦ ନିର୍ବାଚନ ବାତିଲ

ରାଜନଗର, ୧୧।୧୦ (ଭାସ୍କର ରାଉତରାୟ): ସ୍ଥାନୀୟ ୟୁ. କେ. ମହାବୀର ମହାବିଦ୍ୟାଳୟରେ ଶନିବାର ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ର କରି ଗଣ୍ଡଗୋଳ ଓ ମାରପିଟ ଘଟିଥିବା ଅଭିଯୋଗ…

Odisha SIR Voter List Row: ୩ ଦିନରେ ୩୩,୫୧୫ ଫର୍ମ-୬ ଆବେଦନପତ୍ର ଗ୍ରହଣ

ଭୁବନେଶ୍ୱର,୧୧ା୧୦(ସୁନିତ୍‌ ମିଶ୍ର): ଭାରତର ନିର୍ୱାଚନ ଆୟୋଗ (ଇସିଆଇ)ଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶାର ଭୋଟର ତାଲିକାରେ ନାମ ସାମିଲକରିବା ଉଦ୍ଦେଶ୍ୟରେ ଗତ ୭ରୁ ୯ ତାରିଖ ଯାଏ ରାଜ୍ୟବ୍ୟାପୀ ଏକ…

ଛାତ୍ର ସଂସଦ ନିର୍ବାଚନକୁ ନେଇ ରେଭେନ୍‌ଶାରେ ଉତ୍ତେଜନା

କଟକ,୧୧ା୧୦(କାର୍ତ୍ତିକ ସାହୁ): ଛାତ୍ର ସଂସଦ ନିର୍ୱାଚନ ପାଇଁ ଏଆଇଡିଏସ୍‌ଓ ସଭାପତି ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ଖାରଜ ଘଟଣାକୁ ନେଇ ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଛି। ପ୍ରାର୍ଥିପତ୍ର ଖାରଜକୁ…

ଗରମ ଗୁଳୁଗୁଳି ସହ ଝଡ଼ବର୍ଷା, ଆଜି ୧୩ ଜିଲାକୁ ୟେଲୋ ଓ୍ୱାର୍ନିଂ

ଭୁବନେଶ୍ୱର,୧୧ା୧୦(ବନ୍ଦନା ସେଠୀ): ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ ବ୍ୟାପିଛି। ଫଳରେ…

ଉମରକୋଟରେ ଛାତ୍ର ସଂସଦ ନିର୍ବାଚନୀ ହିଂସା: ଅଣଛାତ୍ର ଗୋଷ୍ଠୀ ମୁହାଁମୁହିଁ

ନବରଙ୍ଗପୁର/ଉମରକୋଟ,୧୧ା୧୦(ସଦାଶିବ ପ୍ରହରାଜ/ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ପେଣ୍ଡ୍ରାଣୀ କଲେଜ ନିର୍ୱାଚନକୁ କେନ୍ଦ୍ର କରି ଶନିବାର ୨ ଅଣଛାତ୍ର ଗୋଷ୍ଠୀ ମୁହଁାମୁହିଁ ହୋଇଛନ୍ତି। ଗୋଟିଏ ଗୋଷ୍ଠୀର ଛୁରାମାଡ଼ରେ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ପ୍ରଥମେ କାଟିଲେ, ପରେ ଯୋଡ଼ିଲେ

ଭବାନୀପାଟଣା,୧୦ା୧୦(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ପାଇଁ ଶୁକ୍ରବାର ନାମାଙ୍କନ ହୋଇଥିଲା। ଏଥିରେ ବିଭିନ୍ନ ସଂଗଠନ ଯଥା ଅଖିଳ ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?