ଆଜି ସରିବ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର, ୨୦ରେ ଭୋଟ୍
ଭୁବନେଶ୍ୱର,୧୮ା୨(ବ୍ୟୁରୋ): ସାରା ରାଜ୍ୟରେ ଜାରି ରହିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ଚଳିତମାସ ୧୬ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଥିବାବେଳେ ଆଜି ରାଜ୍ୟରେ ଜାରି ରହିଛି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ। ଆଉ ଦିନକ ପରେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ।…
ଚଳନ୍ତା ଟ୍ରେନ୍ରୁ ଖସିପଡ଼ିଲେ ଫେରିବାଲା
ନିରାକାରପୁର,୧୮ା୨(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଷ୍ଟେଶନରେ ଟ୍ରେନ୍କୁ ଚଢୁଥିବା ସମୟରେ ଜଣେ ଫେରିବାଲା ଖସିପଡ଼ି ଗୁରୁତର ହୋଇଛନ୍ତି। ତାଙ୍କର ଗୋଟିଏ ଗୋଡ଼ କଟିଯାଇଛି। ସେ ହେଲେ ଟାଙ୍ଗୀ ଥାନା ଅନ୍ତର୍ଗତ ଭୂଷଣ୍ଡପୁର ପଞ୍ଚାୟତ ମଠପାଟଣାର ଦିବାକର ସାହୁ। ସେ ପ୍ରତିଦିନ ନିରାକାରପୁର…
ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
କୋରାପୁଟ,୧୮ା୨(ସ୍ବ.ପ୍ର.): ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଶୁକ୍ରବାର ସକାଳୁ ସୁନାବେଡ଼ା ମ୍ୟୁନିସିପାଲିଟି ସହକାରୀ ଯନ୍ତ୍ରୀ ମନୋଜ ପାତ୍ରଙ୍କ ଘର ଓ କାର୍ଯ୍ୟାଳୟ ସମେତ ବ୍ରହ୍ମପୁର, ପାରଳାଖେମୁଣ୍ଡି, ଭୁବେନେଶ୍ୱର କୋରାପୁଟ ଆଦି ୬ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛ।…
ଅନ୍ଲାଇନ ପରୀକ୍ଷା ଦାବିରେ ଛାତ୍ରୀଛାତ୍ରଙ୍କ ବିକ୍ଷୋଭ
କେନ୍ଦୁଝର,୧୮।୨ (ସ୍ବ.ପ୍ର.) କେନ୍ଦୁଝର ଧରଣୀଧର ସ୍ବଂୟଶାସିତ ମହାବିଦ୍ୟାଳୟରେ ଅନ୍ଲାଇନ ପରୀକ୍ଷା ଦାବିରେ ଛାତ୍ରଛାତ୍ରୀମାନେ ଗୁରୁବାର ମୁଖ୍ୟ ଫାଟକ ଆଗରେ ଧାରଣା ଦେଇ ପ୍ରତିବାଦ କରିଛନ୍ତି। ଯୁକ୍ତ ୩ ଶେଷ ବର୍ଷର ପଞ୍ଚମ ସେମିଷ୍ଟର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆସନ୍ତା ୨୬ରୁ ଅଫ୍ଲାଇନରେ ହେବାକୁ…
ବୁଥ୍ ଦଖଲ ଘଟଣାରେ ୬ ଗିରଫ
ଢେଙ୍କାନାଳ ଅଫିସ, ୧୮।୨ ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ପଞ୍ଚାୟତରେ ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ ବୁଥ୍ ଜବରଦଖଲ ମାମଲାରେ ପୋଲିସ ଦୁଇଗୋଷ୍ଠୀର ୬ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ନିହଲପ୍ରସାଦର ସିଲୁ ସାହୁ, ମାନସ ସାହୁ, ସୁଧାଂଶୁ…
ପ୍ରଦୂଷଣ ବଢ଼ାଉଛି ଫ୍ଲାଇ ଆଶ
ବଇଣ୍ଡା, ୧୮।୨(ଡି.ଏନ.ଏ.) ଅନୁଗୋଳ ଜିଲା ବଇଣ୍ଡା-ଆଠମଲ୍ଲିକ ପୂର୍ତ୍ତ ବିଭାଗ ରାସ୍ତାର ସାନହୁଲା ନିକଟରେ ଥିବା ଏକ ବେସରକାରୀ ଜମିରେ ଗଦା କରି ରଖାଯାଇଥିବା ଫ୍ଲାଇ ଆଶ ପ୍ରଦୂଷଣ ବଢ଼ାଉଛି। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ତୁରନ୍ତ ଉକ୍ତ…
ନିର୍ଦ୍ଧାରଣ ହେବ ୧୦୧୧ ପ୍ରାର୍ଥୀଙ୍କ ଭାଗ୍ୟ
ଛେଣ୍ଡିପଦା,୧୮।୨(ସ୍ବ.ପ୍ର.) ଅନୁଗୋଳ ଜିଲାର ଛେଣ୍ଡିପଦା ଏବଂ କଣିହଁା ବ୍ଲକରେ ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏଥିଲାଗି ଆବଶ୍ୟକ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସମସ୍ତ ବୁଥ୍ରେ ପୋଲିଂ ପାର୍ଟି ପହଞ୍ଚତ୍ସାରିଥିବାବେଳେ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହିତ ସମାପନ କରିବାକୁ ସମସ୍ତ…
ସଦର, ଓଡ଼ାପଡ଼ା ବ୍ଲକରେ ଭୋଟ ଆଜି
ଢେଙ୍କାନାଳ ଅଫିସ, ୧୮।୨ ଢେଙ୍କାନାଳ ଜିଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶୁକ୍ରବାର ଅନୁଷ୍ଠିତ ହେଉଛି। ଏଥିଲାଗି ପୋଲିଂ ବୁଥ୍ରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଉଭୟ ବ୍ଲକର ୮୧୮ ବୁଥ୍ରେ ୨ ଲକ୍ଷ ୨୮ ହଜାର ୫୮୯…
ଆଉ ୧୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮,୯୭୬କୁ ବୃଦ୍ଧି
ଭୁବନେଶ୍ୱର,୧୮ା୨(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିଲେ ହେଁ ମୃତ୍ୟୁସଂଖ୍ୟାରେ ବ୍ରେକ୍ ଲାଗୁନି। ଶୁକ୍ରବାର ଆଉ ୧୫ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ…
ଭୋଟ ବାକ୍ସ ନେଇ ପଳାଇଲେ ଦୁର୍ବୃତ୍ତ
ଜଗତସିଂହପୁର ଅଫିସ,୧୮ା୨: ଜଗତସିଂହପୁର ସଦର ପଟସରାରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ପଟସରା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୨ନମ୍ବର ବୁଥ୍ରେ ଭୋଟ୍ ବାକ୍ସ ଭଙ୍ଗାରୁଜା କରିଛନ୍ତି ୪୦ ରୁ ୫୦ ଦୁର୍ବୃତ୍ତ। ବୁଥ୍ ଭିତରେ ପଶି ଭୋଟ ବାକ୍ସ ସହ…
ଶପଥ କରାଇ ଭୋଟ ମାଗିଲେ ବିଧାୟକଙ୍କ ପୁଅ
ମାଲକାନଗିରି,୧୮ା୨(ଡି.ଏନ୍.ଏ.): ଗଣତନ୍ତ୍ରିକ ରାଷ୍ଟ୍ରରେ ଭୋଟ ଦେବାର ଅଧିକାର ସମସ୍ତଙ୍କର ରହିଛି। ଜଣେ ଭୋଟର କୌଣସି ଚାପ କିମ୍ବା ଅର୍ଥ ଲୋଭର ବଶବର୍ତ୍ତୀ ନ ହୋଇ ନିଜ ଇଚ୍ଛାରେ ମନପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେବା ତାଙ୍କ ଅଧିକାର ରୂପେ ସ୍ବୀକୃତ କରାଯାଇଛି। ଯଦି…
ପୁରୁଣା ପ୍ରତିଦ୍ୱନ୍ଦ୍ୱୀ ସାଜିଲେ ଘାତକ
ଯାଜପୁର ଅଫିସ,୧୮ା୨: ଯାଜପୁର ଜିଲା ବରୀ ନିର୍ବାଚନମଣ୍ଡଳୀରେ ବିଜେଡିରେ ଥିବା ଦୁଇ ପୁରୁଣା ପ୍ରତିଦ୍ୱନ୍ଦ୍ୱୀ ଚଳିତ ନିର୍ବାଚନରେ ଘାତକ ସାଜିଛନ୍ତି। ବୁଧବାର ଭୋଟ ଗ୍ରହଣ ବେଳେ ସଂଘଠିତ ନିର୍ବାଚନୀ ହିଂସା ଏହାର କାରଣ ବୋଲି ସବୁଠି ଚର୍ଚ୍ଚାର ବିଷୟ ହୋଇଛି। ବର୍ତ୍ତମାନର…
Archives


