ତ୍ରୁଟି ସୁଧାରିଲେ ସରକାର

ଭୁବନେଶ୍ୱର,୨ା୬(ବ୍ୟୁରୋ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପିଲାଙ୍କୁ ଗୁଣବତ୍ତାର ଶିକ୍ଷା ପ୍ରଦାନ କରିବା ନାଁରେ ଅନେକ ତ୍ରୁଟି କରାଯାଉଛି। ତୃତୀୟ ଶ୍ରେଣୀର ଓଡ଼ିଆ ଭାଷା ପଠନ ପୁସ୍ତିକାରେ କେତେକ ଘରୋଇ ବ୍ରାଣ୍ଡେଡ୍‌ କମ୍ପାନୀ ସାମଗ୍ରୀର ଛବି ପ୍ରକାଶ ପାଇଛି। ଏହାସହ ଚକୋଲେଟ, ହର୍ଲିକ୍ସ, ଫ୍ରୁଟି, କୁର୍‌କୁରେ ଭଳି ଇଂଲିଶ ଶବ୍ଦ ବ୍ୟବହାର କରାଯାଇଛି। ଏହାକୁ ନେଇ ଅଭିଭାବକଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଉଥିବା ଦେଖିବାକୁ ମିଳିବା ପରେ ଧରିତ୍ରୀରେ ଗତ ୧୬ ତାରିଖରେ ‘ଓଡ଼ିଆ ଭାଷା ପୁସ୍ତକରେ ପିଲା ପଢୁଛନ୍ତି ଇଂଲିଶ’ ଶୀର୍ଷକ ଖବର ପ୍ରକାଶ ପାଇଥିଲା। ଏହି ଖବର ପ୍ରକାଶ ପାଇବା ପରେ ରାଜ୍ୟ ସରକାର ଭୁଲ୍‌ ହୋଇଥିବା କଥାକୁ ସ୍ବୀକାର କରି ତାହାକୁ ସଂଶୋଧନ କରିଛନ୍ତି। ଏନେଇ ଗତ ୩୧ ତାରିଖରେ ରାଜ୍ୟ ଟିଚର ଏଜୁକେଶନ ଆଣ୍ଡ ଏସ୍‌ସିଇଆର୍‌ଟି ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରୁ ଓଡ଼ିଶା ସ୍କୁଲ ଏଜୁକେଶନ ପ୍ରୋଗ୍ରାମ ଅଥରିଟି(ଓସେପା) ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଏକ ଚିଠି ଦିଆଯାଇଛି। ସେଥିରେ ତୃତୀୟ ଶ୍ରେଣୀ ଓଡ଼ିଆ ଭାଷା ପଠନ ପୁସ୍ତିକାର ପ୍ରଥମ ପୃଷ୍ଠାରେ ରହିଥିବା କେତେକ ବ୍ରାଣ୍ଡେଡ୍‌ ପ୍ରଡକ୍ଟର ଫଟୋ ଏବଂ ତା’ର ନାଁକୁ ବାଦ୍‌ଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି।
ସୂଚନାଯୋଗ୍ୟ, ରାଜ୍ୟ ସରକାର ତୃତୀୟ ଶ୍ରେଣୀ ବହି ଜରିଆରେ ଉକ୍ତ ବ୍ରାଣ୍ଡ୍‌ଗୁଡ଼ିକର ଅବିକଳ ଛବିକୁ ପ୍ରଦର୍ଶିତ କରି ସେମାନଙ୍କ ପ୍ରଚାର ଚଳାଇଥିବା ଅଭିଭାବକମାନେ ଅଭିଯୋଗ କରିଥିଲେ। ଏହାଦ୍ୱାରା ପାଠ୍ୟପୁସ୍ତକ ଜରିଆରେ ବଡ଼ ବଡ଼ କମ୍ପାନୀର ଉତ୍ପାଦ ଶିଶୁମାନଙ୍କୁ ପଢ଼ିବାକୁ ଜାଣିଶୁଣି ଦିଆଯାଇଥିବା ମଧ୍ୟ ଅଭିଯୋଗ ହୋଇଥିଲା। ପିଲାଙ୍କ ବହିରେ ଥିବା ଉତ୍ପାଦଗୁଡ଼ିକର ଫଟୋ ଦେଖିଲେ ନିର୍ମାଣକାରୀ କମ୍ପାନୀଗୁଡ଼ିକ ମଧ୍ୟ ସହଜରେ ଜଣାପଡ଼ିଯାଉଛନ୍ତି; ଯେପରିକି ଟାଟା ଲୁଣ, କୁର୍‌କୁରେ, ହର୍ଲିକ୍ସ, ଡେଏରି ମିଲ୍କ ଇତ୍ୟାଦି। କୁର୍‌କୁରେ ଏକ ଜଙ୍କ୍‌ ଫୁଡ୍‌ ବୋଲି ଶିଶୁରୋଗ ବିଶେଷଜ୍ଞମାନେ କହୁଥିବା ବେଳେ ଫ୍ରୁଟି ଭଳି ମୃଦୁପାନୀୟ ପିଲାଙ୍କ ଦାନ୍ତ ଖରାପ କରୁଥିବା ଡାକ୍ତରମାନେ ମତ ଦେଉଛନ୍ତି। ତେଣୁ ଗଣଶିକ୍ଷା ବିଭାଗ କମ୍ପାନୀ ନାମ ଏବଂ ଫଟୋ ଥିବା ଉତ୍ପାଦ ଛାପିବା ଦ୍ୱାରା ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ତେବେ ଓସେପା ନିର୍ଦ୍ଦେଶକଙ୍କୁ ଦିଆଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି ଯେ, ସରକାର ତୃତୀୟ ଶ୍ରେଣୀ ପିଲାଙ୍କ ପାଠ୍ୟ ପୁସ୍ତକର ଏକ ନମ୍ବର ପୃଷ୍ଠାକୁ ପାଠପଢ଼ାରୁ ବାଦ୍‌ ଦିଆଗଲା। ଏ ଦିଗରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ। ଜିଲା ଶିକ୍ଷା ଅଧିକାରୀ(ଡିଇଓ)ମାନେ ପ୍ରତ୍ୟେକ ଶିକ୍ଷକଙ୍କୁ ଏ ବାବଦରେ ଜଣାଇବେ। ଯେପରି ଉକ୍ତ ପୃଷ୍ଠାକୁ ଶିକ୍ଷକମାନେ ପଢ଼ାଇବା ବେଳେ ବାଦ୍‌ ଦେବେ ସେଥିପ୍ରତି ଦାୟିତ୍ୱବାନ୍‌ ହେବାକୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେତେ ପଢ଼ିଛନ୍ତି ଫେମସ ୟୁଟ୍ୟୁବର ଧ୍ରୁବ ରାଠୀ? ନେଟ୍ ୱର୍ଥ ଶୁଣିଲେ ଉଡ଼ିଯିବ ହୋସ୍

ଗତ କିଛି ବର୍ଷ ମଧ୍ୟରେ ଧ୍ରୁବ ରାଠିଙ୍କ ନାମ ଭାରତୀୟ ସୋସିଆଲ ମିଡିଆ ଜଗତରେ ଅଧିକ ଲୋକପ୍ରିୟ ହୋଇଛି। ପ୍ରାରମ୍ଭିକ ଦିନରେ ଟ୍ରାଭେଲ ଭିଡିଓ ଯୋଗୁଁ ଫେମସ…

ସୌରାଷ୍ଟ୍ରରୁ ଖେଳିବେ ଜାଡେଜା

ରାଜକୋଟ,୯ା୧୦: ରଣଜୀ ଟ୍ରଫି ୨୦୨୬-୨୭ ସିଜନରେ ଛତିଶଗଡ଼ ବିପକ୍ଷ ଓପନିଂ ମ୍ୟାଚରେ ସୌରାଷ୍ଟ୍ର ପକ୍ଷରୁ ଭାରତ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ଖେଳିବେ। ଜୟଦେବ ଉନାଡକଟ ତାଙ୍କ ଅଧିନାୟକ…

୧୦୦ରୁ ଊର୍ଦ୍ଧ୍ୱ ଅଫିସକୁ ଅଗ୍ନିଶମ ବିଭାଗର କଡ଼ା ନୋଟିସ

ପାରଳାଖେମୁଣ୍ଡି,୯ା୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର କେତେକ ପ୍ରମୁଖ ସରକାରୀ କାର୍ଯ୍ୟାଳୟରେ ଅଗ୍ନି ର୍ନିବାପକ ଯନ୍ତ୍ର ନ ଥିବା ଅଭିଯୋଗ ହୋଇଛି। ତହସିଲ, ଜିଲା କୋଷାଗାର ଓ ନିବନ୍ଧକ…

ଗଞ୍ଜାମ କଲେଜ ଛାତ୍ର ସଂସଦ ନିର୍ବାଚନ: ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଗଞ୍ଜାମ, ୯।୧୦ (ବିଦ୍ୟାଧର ସାହୁ): ଆସନ୍ତା ୧୫ ତାରିଖରେ ଗଞ୍ଜାମ କଲେଜରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ କଲେଜ ପରିସର ଚଳଚଞ୍ଚଳ ହୋଇଉଠିଛି।…

ଘରେ ପଶି ନଗଦ ଟଙ୍କା ଓ ସୁନା ଅଳଙ୍କାର ଚୋରି ମାମଲା: ଆସିଲା ବଡ଼ ରାୟ

ଦିଗପହଣ୍ଡି, ୯।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ପଦ୍ମନାଭପୁର ପଞ୍ଚାୟତର ଚୈତନ୍ୟପୁର ଗ୍ରାମର ଏନ୍‌. ରାଜିୟା ରେଡ୍ଡୀଙ୍କ ଘରୁ ନଗଦ ଟଙ୍କା,…

ୟୁକେର ୫୦ ଶ୍ରେଷ୍ଠ ଆକାଂକ୍ଷୀ ବ୍ୟବସାୟୀଙ୍କ ତାଲିକାରେ ଓଡ଼ିଆ ଉଦ୍ୟୋଗୀ ଅରୁଣ କର

ଭୁବନେଶ୍ୱର,୧୦।୯: ଓଡ଼ିଶାରୁ ବ୍ରିଟେନ୍‌ର ବ୍ୟବସାୟିକ ମଞ୍ଚରେ ଅରୁଣ କରଙ୍କ ଉଲ୍ଲେଖନୀୟ ସଫଳତା। ସେନା ଜୀବନରୁ ଉଦ୍ୟୋଗ ଜଗତକୁ ପ୍ରବେଶ କରି ସଫଳତା ହାସଲ କରିଥିବା ଅରୁଣଙ୍କୁ ଏଲ୍‌ଡିସି…

ନନ୍ଦିଗ୍ରାମରେ ଭାଜପାର ବଡ଼ ବିଜୟ, ତାମିଲନାଡୁରେ ବିଜୟଙ୍କ TVKର ଜଲୱା!

ନୂଆଦିଲ୍ଲୀ,୯ା୧୦: ଦେଶର ବିଭିନ୍ନ ସ୍ଥାନରେ ୫ଟି ବିଧାନସଭା ଏବଂ ଗୋଟିଏ ଲୋକ ସଭା ଆସନରେ ଉପନିର୍ବାଚନ ହୋଇଥିଲା । ଆଜି ଭୋଟ ଗଣତି ଚାଲିଥିବା ବେଳେ, ଟ୍ରେଣ୍ଡ…

ବଙ୍ଗୋପସାଗରରେ ୧୩ ତାରିଖ ବେଳକୁ ଲଘୁଚାପ!

ଭୁବନେଶ୍ୱର,୧୦।୯ ବଙ୍ଗୋପସାଗରରେ ଆସନ୍ତା ୧୩ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଥାଇଲ୍ୟାଣ୍ଡ ଉପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?