Posted inରାଜ୍ୟ

ଆଚାର୍ଯ୍ୟ ହରିହର କ୍ୟାନ୍‌ସର ହସ୍ପିଟାଲରେ ୧୩ ନୂଆ ପ୍ରଫେସର ପଦବୀକୁ ମଞ୍ଜୁରୀ

ଭୁବନେଶ୍ୱର,୧।୬(ବ୍ୟୁରୋ): ରାଜ୍ୟର ପ୍ରମୁଖ କ୍ୟାନ୍‌ସର ହସ୍ପିଟାଲ କଟକସ୍ଥିତ ଆଚାର୍ଯ୍ୟ ହରିହର ପୋଷ୍ଟ ଗ୍ରାଜୁଏଟ କ୍ୟାନସର ଇନଷ୍ଟିଚ୍ୟୁଟ (ଏଏଚ୍‌ପିଜିଆଇସି)ରେ ଆଉ ୧୩ଟି ନୂଆ ପ୍ରଫେସର ଓ ଆସୋସିଏଟ ପ୍ରଫେସର ପଦବୀକୁ ରାଜ୍ୟ ସରକାର ମଙ୍ଗଳବାର ମଞ୍ଜୁରୀ ଦେଇଛନ୍ତି। କଟକସ୍ଥିତ ଆଚାର୍ଯ୍ୟ ହରିହର ପୋଷ୍ଟ ଗ୍ରାଜୁଏଟ କ୍ୟାନ୍‌ସର ଇନଷ୍ଟିଚ୍ୟୁଟରେ ୪ଟି ନୂଆ ବିଭାଗରେ ପାଠପଢ଼ା ହେବ। ଏହି ସମସ୍ତ ୪ଟି ବିଭାଗରେ ଜଣେ ଲେଖାଏଁ ପ୍ରଫେସର ଓ ୨ଜଣ ଲେଖାଏଁ ଆସୋସିଏଟ ପ୍ରଫେସର ପଦବୀ ସମେତ ନ୍ୟୁକ୍ଲିୟର ମେଡିସିନରେ ଗୋଟିଏ ଆସିଷ୍ଟାଣ୍ଟ ପ୍ରଫେସର ପଦବୀକୁ ମଞ୍ଜୁରୀ ମିଳିଛି । ହସ୍ପିଟାଲରେ ପ୍ରଥମ ପର୍ଯ୍ୟାୟରେ ଏହି ୪ଟି ନୂଆ ବିଭାଗରେ ଗୋଟିଏ ଲେଖାଏଁ ୟୁନିଟ ଖୋଲିବ । ଏଥିପାଇଁ ଅର୍ଥ ବିଭାଗର ଅନୁମୋଦନ ମିଳିଛି ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ତିନିରୁ ଚାରି ଦିନ ମଧ୍ୟରେ ବଢ଼ିବ ଶୀତ

ଭୁବନେଶ୍ୱର,୧୨ା୧୧(ବ୍ୟୁରୋ): ରାଜ୍ୟରେ ଆରମ୍ଭ ହୋଇଛି ଶୀତର ପ୍ରକୋପ । ପାରଦ ତଳମୁହାଁ ହେବା ଯୋଗୁ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ସେଲ୍‌ସିୟସକୁ ଖସିଛି। ୬ଟି ସହରର...

କୋଟିଆରେ ଆନ୍ଧ୍ରର ଜବରଦସ୍ତି କାର୍ଯ୍ୟ

ପଟ୍ଟାଙ୍ଗୀ,୨୦ା୮(ଡି.ଏନ୍‌.ଏ.): ସରକାରଙ୍କ ତୀବ୍ର ବିରୋଧ ସତ୍ତ୍ୱେ କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକର କୋଟିଆ ପଞ୍ଚାୟତରେ ଜବରଦସ୍ତ ପଶିଛି ଆନ୍ଧ୍ର। ଗୁରୁବାର କୋଟିଆର ୨ ଗ୍ରାମ ଫାଟୁସିନେରି...

ୟୁରିଆ ପାଇଁ ଲ୍ୟାମ୍ପସ୍‌ ଏମ୍‌ଡିଙ୍କୁ ମାଡ଼

ଝରିଗାଁ, ୨୦।୮(ସ୍ବ.ପ୍ର.): ନବରଙ୍ଗପୁର ଜିଲାରେ ସାର ଅଭାବ ଲାଗି ରହିଛି। ଝରିଗାଁ ବ୍ଲକ ଲ୍ୟାମ୍ପସ୍‌ରେ ଶୁକ୍ରବାର ସାର ବଣ୍ଟନବେଳେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। କେତେଜଣ...

ପଞ୍ଜାବ ଆଣ୍ଡ ସିନ୍ଧ୍‌ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକଙ୍କ ଓଡ଼ିଶା ଗସ୍ତ

ଭୁବନେଶ୍ୱର, ୭।୧୨: ପଞ୍ଜାବ ଆଣ୍ଡ ସିନ୍ଧ୍‌ ବ୍ୟାଙ୍କର ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ମଙ୍ଗଳବାର ସ୍ଥାନୀୟ ଜୟଦେବ ବିହାର ନିକଟସ୍ଥ ଏକ ହୋଟେଲରେ ବ୍ୟାଙ୍କର ଓଡିଶା...

ଆଜି କ୍ୟାବିନେଟ: ୧୦ରୁ ଊର୍ଦ୍ଧ୍ୱ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିବ ମୋହର

ଭୁବନେଶ୍ୱର,୨୧ା୧୦(ବ୍ୟୁରୋ): ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶୁକ୍ରବାର ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ସନ୍ଧ୍ୟା ୬ଟାରେ ଅନୁଷ୍ଠିତ ହେବାକୁ ଥିବା...

ପ୍ରକଳ୍ପ ଥାଇ ଜମି ପଡ଼ିଆ

ରାସୋଳ,୮।୮: ଅଖି ମୁଠି ଅନୁକୂଳ କରି ଜ୍ୟେଷ୍ଠ ମାସରୁ ଅପେକ୍ଷା କରିଛି ଚାଷୀ। ଆଷାଢ଼ ଗଲା। ସରିବାକୁ ବସିଲାଣି ଶ୍ରାବଣ। ଅଥଚ ଯେଉଁ ପରିମାଣର ବର୍ଷା...

ପୋଡାଗଲା ୫୧ହଜାର ଗଞ୍ଜେଇ ଗଛ

ଆର.ଉଦୟଗିରି,୧୮ା୧୨(ଡି.ଏନ.ଏ.): ଗଜପତି ଜିଲା ଆର.ଉଦୟଗିରି ଥାନା ନୂଆଗଡ ବ୍ଲକ ଅନୁଗୁରୁ ପଞ୍ଚାୟତର ଟଣ୍ଡରଙ୍ଗ ଗ୍ରାମ ପାହାଡ ଉପରେ ଚାଷ ହୋଇଥିବା ଗଞ୍ଜେଇ ଗଛକୁ ବୁଧବାର ପୋଲିସ...

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଭେଳିକି :ଜୀବିକା ଛଡ଼ାଇନେଲେ ରାଜ୍ୟ ବାହାର ଭେଣ୍ଡର

ଭୁବନେଶ୍ୱର, ୨୯।୮ (ବ୍ୟୁରୋ): ଆତଙ୍କବାଦୀ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସମଗ୍ର ଦେଶରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବାକୁ ରାଜ୍ୟଗୁଡିକୁ ପରାମର୍ଶ ଦେଇଛନ୍ତି।...

Advertisement
Archives

Model This Week