ନରସିଂହପୁର ଜଙ୍ଗଲରେ ୨ ମାଈ ହାତୀ ଅସୁସ୍ଥ

ନରସିଂହପୁର,୨ା୬ (ସ୍ବ.ପ୍ର.): କଟକ ଜିଲା ଆଠଗଡ଼ ବନଖଣ୍ଡ ଅଧୀନ ନରସିଂହପୁର ପୂର୍ବାଞ୍ଚଳ ରେଞ୍ଜ ଜଙ୍ଗଲରେ ୨ ମାଈ ହାତୀ ଅସୁସ୍ଥ ହୋଇପଡ଼ିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି ୨ ଅସୁସ୍ଥ ହାତୀଙ୍କର ଚିକିତ୍ସା ଏବେ ଡାକ୍ତରୀ ଟିମ୍‌ ଦ୍ୱାରା ଜାରି ରହିଥିବା ଜଣାପଡିଛି। ରେଞ୍ଜ ଅଧୀନ ସେରମୁଣ୍ଡା ରିଜର୍ଭ ଜଙ୍ଗଲରେ ଗୋଟିଏ ମାଈ ହାତୀର ଆଗ ବାମ ଗୋଡ଼ରେ ଆଘାତ କାରଣରୁ ହାତୀଟି ଚାଲିପାରୁନାହିଁ ବୋଲି ବନ ବିଭାଗର କର୍ମଚାରୀ ଦେଖିବାକୁ ପାଇଥିଲେ। ଏହା ପରେ ବନ ବିଭାଗ ପକ୍ଷରୁ ହାତୀଟିର ଚିକିତ୍ସା ପାଇଁ ନରସିଂହପୁର ପ୍ରାଣୀ ଚିକିତ୍ସକ ଓ ସାତକୋଶିଆ ବନ୍ୟପ୍ରାଣୀ ଡାକ୍ତରଙ୍କ ସହାୟତା ନିଆଯାଇଛି। ଡାକ୍ତରୀ ଟିମ୍‌ ହାତୀଟିକୁ ପ୍ରଥମେ ପାଚିଲା ପଣସରେ ଔଷଧ ମିଶାଇ ଖାଇବାକୁ ଦେଇଥିଲେ। ହାତୀଟି ପଣସର କିଛି ଅଂଶ ଖାଇଥିବା ବେଳେ ବଳକା ଅଂଶକୁ ଫୋପାଡି ଦେଇଥିଲା। ସେହିଭଳି ବୁଧବାର ଓଲବ ରିଜର୍ଭର ଜଡାପଡା ଜଙ୍ଗଲରେ ଏକ ୧୫ ବର୍ଷୀୟା ମାଈ ହାତୀ ଅସୁସ୍ଥ ହୋଇପଡ଼ିଥିବା ବନ ବିଭାଗ ସୂତ୍ରରୁ ଖବର ମିଳିଛି। ହାତୀଟିର ପଛ ପାଖ ଡାହାଣ ଗୋଡ଼ରେ ଆଘାତ କାରଣରୁ ହାତୀଟି ଜଙ୍ଗଲ ଭିତରୁ ବାହାରି ଆସି ପରେଷ୍ଟ ବିଟ୍‌ ହାଉସ ନିକଟରେ ଧୀରେ ଧୀରେ ବୁଲୁଥିଲା। ଏହା ଦେଖିବା ପରେ ପୂର୍ବାଞ୍ଚଳ ବନ ବିଭାଗ ରେଞ୍ଜର ବିଭୁ ରଞ୍ଜନ ରାୟଙ୍କ ନେତୃତ୍ୱରେ ସାତକୋଶିଆ ବନ୍ୟପ୍ରାଣୀ ଚିକିତ୍ସକ ଟିମ୍‌ ସହ ନରସିଂହପୁର ପ୍ରାଣୀ ଚିକିତ୍ସକ ବିଜୟ କୁମାର ସେନାପତି ଘଟଣାସ୍ଥଳକୁ ଯାଇ ଅସୁସ୍ଥ ହାତୀଟିକୁ ପଣସ ମାଧ୍ୟମରେ ଔଷଧ ଖାଇବାକୁ ଦେଇଥିଲେ। ଆଠଗଡ଼ ଡିଏଫ୍‌ଓ ସୁଦର୍ଶନ ଯାଦବଙ୍କ ନିର୍ଦ୍ଦେଶକ୍ରମେ ନରସିଂହପୁର ଏସ୍‌ସିଏଫ୍‌ ଘନଶ୍ୟାମ ମୁଦୁଲି ଓ ରେଞ୍ଜର ବିଭୁ ରଞ୍ଜନ ରାୟ ଉଭୟ ସ୍ଥାନକୁ ଯାଇ ଅସୁସ୍ଥ ହାତୀ ୨ଟିର ଗତିବିଧି ଉପରେ ନଜର ରଖିବା ସହ ସେଠାରେ କର୍ମଚାରୀଙ୍କୁ ମୁତୟନ କରାଯାଇଛି। ଅସୁସ୍ଥ ହାତୀ ୨ଟିର ସ୍ବାସ୍ଥ୍ୟରେ ସାମାନ୍ୟ ପରିବର୍ତ୍ତନ ଆସିଥିବା ରେଞ୍ଜର ରାୟ ସୂଚନା ଦେଇଛନ୍ତି। ହାତୀ ୨ଟିର ଗୋଡ଼ରେ ଏଭଳି ଆଘାତ ହେବାର କାରଣ ଠିକ୍‌ ଜଣାପଡିନାହିଁ। ପ୍ରାଥମିକ ଚିକିତ୍ସାରେ ଯଦି ଭଲ ନ ହେଲା ତେବେ ହାତୀ ୨ଟିକୁ ଅଧିକ ଚିକିତ୍ସା ନିମନ୍ତେ ବ୍ୟବସ୍ଥା କରାଯିବ ବୋଲି ପ୍ରାଣୀ ଚିକିତ୍ସକ ସେନାପତି କହିଛନ୍ତି। ନରସିଂହପୁର ଜଙ୍ଗଲରେ ୬ ମାସ ମଧ୍ୟରେ ୬ଟି ହାତୀଙ୍କ ମୃତ୍ୟୁ ଘଟି ସାରିଲାଣି। ଏବେ ୨ଟି ହାତୀଙ୍କ ଗୋଡ଼ ସଂକ୍ରମିତ ହେବା ପରିବେଶବିତ୍‌ମାନଙ୍କୁ ଚିନ୍ତାର କାରଣ ହୋଇଛି ବୋଲି ଶିକ୍ଷାବିତ୍‌ ଦେବରାଜ ସ୍ବାଇଁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲିଗୁଡାରେ ଗଣେଶ ପୂଜା

ବାଲିଗୁଡା,୨।୯(ଡି.ଏନ.ଏ):ବାଲିଗୁଡା ଟାଉନ ତଥା ଏହାର ଆଖପାଖ ଅଞ୍ଚଳରେ ଅଗ୍ରପୂଜ୍ୟ ଶ୍ରୀଶ୍ରୀ ଗଜାନନଙ୍କର ପୂଜା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛିl ଟାଉନର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର,...

ପ୍ରବାସୀ ଓଡ଼ିଆଙ୍କ ପାଇଁ ‘ଅପରେଶନ ଶୁଭଯାତ୍ରା’ ଆରମ୍ଭ: ଓଡ଼ିଶା ଆସୁଛନ୍ତି ୧୧୫୦ ଜଣ

ଭୁବନେଶ୍ୱର,୨ା୫(ବ୍ୟୁରୋ) : ଅନ୍ୟ ରାଜ୍ୟରେ ଫସିଥିବା ପ୍ରବାସୀ ଓଡ଼ିଆଙ୍କ ଘରବାହୁଡ଼ା ପାଇଁ ରାଜ୍ୟ ସରକାର ଏକ ନୂଆ ଅଭିଯାନ ‘ଅପରେଶନ ଶୁଭଯାତ୍ରା’ ଆରମ୍ଭ କରିଛନ୍ତି। ପ୍ରବାସୀଙ୍କୁ...

କରୋନା ମୃତକଙ୍କ ପାଇଁ ନିୟମାବଳୀ: ଶବ ସଂସ୍କାର ବେଳେ ଉପସ୍ଥିତ ରହିପାରିବେ ସମ୍ପର୍କୀୟ

ଭୁବନେଶ୍ୱର,୨୬।୭(ବ୍ୟୁରୋ): କୋଭିଡ୍‌-୧୯ ଆକ୍ରାନ୍ତ ମୃତକଙ୍କ ଶବ ସତ୍କାରକୁ ନେଇ ବିଭିନ୍ନ ସମୟରେ ସମସ୍ୟା ସୃଷ୍ଟି ହେଉଛି। ସତ୍କାର ନ ହୋଇ ମୃତଦେହ ବହୁ ସମୟ ଧରି...

ହିଙ୍ଗୁଳାଙ୍କ ହୁଣ୍ଡିରୁ ମିଳିଲା ୩.୬୨ ଲକ୍ଷ

ତାଳଚେର, ୩ା୨(ନି.ପ୍ର.) ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ଗୋପାଳପ୍ରସାଦସ୍ଥିତ ପୀଠରେ ଥିବା ହୁଣ୍ଡିଗୁଡିକୁ ଶନିବାର ଖୋଲା ଯାଇଥିଲା। ଟ୍ରଷ୍ଟବୋର୍ଡ ସଦସ୍ୟ ମୁରଲୀଧର ସାହୁ, ସନ୍ତୋଷ କୁମାର...

ବିସ୍ଥାପନର ୬୨ବର୍ଷ ପରେ ମଧ୍ୟ ଘର ପାଇଁ ସଂଘର୍ଷ

ସୁନାବେଡା/ସେମିଳିଗୁଡା,୧୩ା୩ (ସ୍ବ.ପ୍ର.):୧୯୬୧ରେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଉଦ୍ୟମରେ ସୁନାବେଡାରେ ମିଗ୍‌ ବିମାନ କାରଖାନା ନିର୍ମାଣ ହୋଇଥିଲା। ସରକାରୀ ନିୟମ ଅନୁଯାୟୀ ଏଠାକାର ଅଧିବାସୀଙ୍କୁ...

ଷ୍ଟେଶନ ଲିଭ୍‌ ନ ନେଇ ଜିଲା ଛାଡ଼ିଛନ୍ତି ବହୁ ଅଧିକାରୀ: ବୈଠକରେ ନ ପାଇ ବିରକ୍ତ ହେଲେ ଜିଲାପାଳ

ଅନୁଗୋଳ ଅଫିସ, ୨୮।୭ – ମାସର ଚତୁର୍ଥ ଶନିବାରକୁ ଛୁଟି ଘୋଷଣା କରାଯାଇଥିଲେ ବି ପ୍ରଥମାର୍ଦ୍ଧ ଅର୍ଥାତ୍‌ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ଜିଲାସ୍ତରୀୟ ଅଧିକାରୀମାନେ ସେମାନଙ୍କ...

ବେକରେ ଛୁରି ଭୁସିଲେ କରୋନା ଆକ୍ରାନ୍ତ

କଟକ ଅଫିସ,୫।୬: କଟକ ଜିଲା ଟାଙ୍ଗୀଠାରେ ଥିବା ଏକ କୋଭିଡ୍‌ କେୟାର ସେଣ୍ଟର(ସିସିସି)ରେ ଜଣେ କରୋନା ଆକ୍ରାନ୍ତ ବେକରେ ଛୁରି ଭୁସି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।...

ପୁଟ୍ଟିପାଳ ହେବ ଆଦର୍ଶ ଗ୍ରାମ

ଢେଙ୍କାନାଳ ଅଫିସ, ୨୦।୧୨: ଢେଙ୍କାନାଳ ଜିଲାର ଆଦିବାସୀ ବହୁଳ କଙ୍କଡ଼ାହାଡ଼ ବ୍ଲକର ଅପହଞ୍ଚ ପୁଟ୍ଟିପାଳ ହେବ ଆଦର୍ଶ ଗ୍ରାମ। ଅଞ୍ଚଳରେ ରାସ୍ତାଘାଟ, ପାନୀୟଜଳ, ଶିକ୍ଷା, ସ୍ବାସ୍ଥ୍ୟ...

Advertisement
Archives

Model This Week